December 25, 2024

Odia Express

Leading Odia News Portal of Odisha

୨୨ ନଭେମ୍ବର ୨୦୧୯ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଦେବ ଙ୍କ କୃପା ରହିବ ଏହି୪ଟି ରାଶି ଉପରେ

ମେଷ : ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ସୌଭାଗ୍ୟ ହେତୁ ଉଚ୍ଚ ଅଧିକାରୀ ଆଜି ଆପଣଙ୍କ ସପକ୍ଷରେ ରହିବେ ,ଯାହା ଫଳରେ ଆପଣଙ୍କୁ ବହୁତ ଲାଭ ହେବ । ସ୍ଵଭାବରେ ଭାବୁକତା ଅଧିକ ହେବାରୁ ମାନସିକ ଚିନ୍ତା ରହିବ। ଆର୍ଥିକ ବିଷୟଗୁଡ଼ିକର ଆୟୋଜନ ହେବ। ମାତାଙ୍କର ତରଫରୁ ଅଧିକ ପ୍ରେମ ଏବଂ ଭାବନାର ଅନୁଭବ ହେବ। ମହିଳାମାନଙ୍କର ଧନ ସୌନ୍ଧର୍ଯ୍ୟ ପ୍ରଶାଧନ, ବସ୍ତ୍ର କିମ୍ବା ଆଭୂଷଣର କ୍ରୟ ପଛରେ ଖର୍ଚ୍ଚ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ସଫଳତା ମିଳିବ। ସ୍ଵଭାବରେ ପରିବର୍ତ୍ତନ ଆସିବ। ସାର୍ବଜନିକ ରୂପରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ।ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ।

ବୃଷ : ଆଜି ଯେମିତିବି ହେଉ ଆପଣ ଆଇନଗତ ସମସ୍ୟାରୁ ମୁକ୍ତି ପାଇଯିବେ । ଆପଣଙ୍କର କୌଣସି କଳିରେ ସମ୍ପୃକ୍ତ ହେବାର ସଙ୍କେତ ଅଛି । ଯଦି ସମ୍ଭବ ହୁଏ ଏହି ଗମ୍ଭୀର ସମସ୍ୟାକୁ ଶାନ୍ତିପୂର୍ବକ ସମାଧାନ କରିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ଧାର୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ। ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କଠାରୁ ସମ୍ଭାଳିକରି ରୁହନ୍ତୁ। ଆଜି ଆର୍ଥିକ ଲାଭର ଦିନ ଅଟେ। ଶାରୀରିକ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ।ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ

ମିଥୁନ : ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ । ଆକସ୍ମିକ ଧନ ଲାଭର ଦିନ ଅଟେ। ଆଧ୍ୟାତ୍ମିକ ପ୍ରବୃତ୍ତି ତଥା ସିଦ୍ଧି ପ୍ରାପ୍ତ କରିବା ପାଇଁ ଉତ୍ତମ ଦିନ ଅଟେ। ତଥାପି ମଧ୍ୟ ନୂଆ କାର୍ଯ୍ୟ ଆରମ୍ଭ ନ କରିବା ପାଇଁ ଉପଦେଶ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଶତ୍ରୁ ଆପଣଙ୍କ ଅହିତ କରିବାକୁ ପ୍ରୟାସ କରିବେ। ଜଲାଶୟ ଏବଂ ମହିଳାଙ୍କଠାରୁ ସତର୍କ ରୁହନ୍ତୁ। ଈଶ୍ଵର ଭକ୍ତି ଏବଂ ଗଭୀର ଚିନ୍ତନ ଶକ୍ତି ମନକୁ ଶାନ୍ତି ଦେବ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ : ଲମ୍ବା ସମୟ ଧରି ଅମୀମାଂସିତ ହୋଇରହିଥିବା କୌଣସି ଆଇନଗତ ସମସ୍ୟା ଆଜି ଆପଣଙ୍କ ସପକ୍ଷରେ ଯିବ । ଏ ସମସ୍ୟା ଆପଣଙ୍କୁ ବହୁତ ହଇରାଣ କରୁଥିଲା । ଏବେ ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ଜୀବନଧାରା ସ୍ୱାଭାବିକ ରୂପେ ଚ଼ାଲିବ । ଦୈନିକ ଘଟଣାଚକ୍ରର ପ୍ରବୃତ୍ତିଗୁଡ଼ିକରେ ଆଜି ପରିବର୍ତ୍ତନ ଆସିବ। ଆଜି ଆପଣ ମଉଜ-ମସ୍ତୀ ଏବଂ ମନୋରଞ୍ଜନର ଦୁନିଆରେ ବୁଲିବାକୁ ଇଚ୍ଛା ହେବ। ଏଥିରେ ମିତ୍ରମାନଙ୍କ, କୁଟୁମ୍ବମାନଙ୍କ ସାଥି ମିଳିବ। ସାର୍ବଜନିକ ଜୀବନରେ ଆପଣଙ୍କ ମାନ-ପ୍ରତିଷ୍ଠା ବଢ଼ିବ। ନୂଆ ବସ୍ତ୍ର ପରିଧାନ ଏବଂ ବାହନସୁଖର ପ୍ରାପ୍ତି ହୋଇପାରେ। ଭାଗୀଦାରୀରେ ଲାଭ ହେବ। ଦାମ୍ପତ୍ୟଜୀବନର ଉତ୍ତମ କ୍ଷଣର ଅନୁଭବ କରିବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତକରିବେ ଏବଂ ଧନଲାଭ ହେବ।ପ୍ରତିକାର–ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ସିଂହ : ଯଦି ଆପଣ କୌଣସି ଆଇନଗତ କେସ୍ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ଚାକିରିପେଶା ବର୍ଗଙ୍କ ପାଇଁ ଆଜି ଲାଭର ଦିନ ଅଟେ। ଆର୍ଥିକ ଲାଭର ସମ୍ଭାବନା ଅଛି। ଘରେ ଆନନ୍ଦର ବାତାବରଣ ରହିବ। ନୌକର ଏବଂ ସହକର୍ମିମାନଙ୍କ ସମ୍ପୂର୍ଣ୍ଣ ସାଥି ମିଳିବ। କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ବିରୋଧୀ ଏବଂ ଶତ୍ରୁ ନିଜର ଚାଲରେ ନାକାମ ହେବେ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ସାଥିରେ ଅଛି।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

କନ୍ୟା : କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି । ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରିରେ। ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିର ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ। ମହିଳା ବର୍ଗଙ୍କଠାରୁ ଲାଭ ହେବ। ଉଦାସ ହେବା କାରଣରୁ ନକାରାତ୍ମକ ବିଚାର ଆସିପାରେ ଏଥିରୁ ବଞ୍ଚିତ ରୁହନ୍ତୁ। ଅତ୍ୟଧିକ ଧନ ପ୍ରାପ୍ତିର ସମ୍ଭାବନା ଅଛି। ଖାଇବା ପିଇବାରେ ନିୟନ୍ତ୍ରଣ ରଖିବା ସ୍ୱାସ୍ଥ୍ୟ ପାଇଁ ଠିକ ରହିବ।ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ତୁଳା : ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି । ଦୃଢ଼ତାର ସହିତ ଆପଣ ସାବଧାନପୂର୍ବକ କାମ କରିବେ। ବ୍ୟବସ୍ଥିତ ରୂପରେ ଆର୍ଥିକ ବିଷୟଗୁଡ଼ିକ ସମ୍ଭାଳି ନେବେ। ନିଜର କଳାତ୍ମକ ବିଚାରକୁ ଭଲ ଭାବରେ କରିବେ। ବସ୍ତ୍ର, ଆଭୂଷଣ, ସୌଂଦର୍ଯ୍ୟ ପ୍ରସାଧନ ଏବଂ ମନୋରଞ୍ଜନ ପଛରେ ଧନ ଖର୍ଛ ହେବ। କୌଟୁମ୍ବିକ ସୁଖ-ଶାନ୍ତି ରହିବ। ଉତ୍ତମ ଦାମ୍ପତ୍ୟ ଜୀବନଙ୍କର ଅନୁଭୂତି ହେବ। ଧନ ଲାଭର ଆଶା ରଖିପାରନ୍ତି।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ବିଚ୍ଛା :ପରିଶେଷରେ ଆଜି ଆପଣଙ୍କ ବିଚ଼ାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚ଼ିନ୍ତା କରିପାରିବେ । ସବୁ ସମସ୍ୟାର ସମାଧାନ ଏବେ ଆପଣଙ୍କୁ ପରିଷ୍କାର ରୂପେ ଦେଖାଯିବ । ଆପଣଙ୍କ ବାଣୀ କିମ୍ବା ବ୍ୟବହାର ଆଜି କାହା ସହିତ ଭୁଲ ବୁଝାବଣା ସୃଷ୍ଟି କରିପାରେ। ପରିବାରର ଲୋକମାନଙ୍କ ସହିତ ମନମାଳିନ୍ୟ ହୋଇପାରେ, ସମ୍ଭାଳିକରି ରୁହନ୍ତୁ। ବାହନ ଏବଂ ସ୍ୱାସ୍ଥ୍ୟକୁ ନେଇକରି ସାବଧାନ ରୁହନ୍ତୁ। ମାନ-ପ୍ରତିଷ୍ଠାରେ ଉନ୍ନତି ହେବ। ଆଜି ମନୋରଞ୍ଜନର ପଛରେ ଖର୍ଚ୍ଚ ହୋଇପାରେ। ମସ୍ତିସ୍କକୁ ଶାନ୍ତ ରଖିବାକୁ ଉପଦେଶ।ପ୍ରତିକାର– କୁକୁରକୁ ଖାଦ୍ୟ ଦିଅନ୍ତୁ।

ଧନୁ :ଆଜି ମାନସିକ ଶାନ୍ତି ସାରାଦିନ ରହିବ । ଆଜି କୌଣସି କଥାରେ ଆପଣଙ୍କ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କିଛି ଲୋକ ଆପଣଙ୍କ କ୍ରୋଧକୁ ବଢ଼େଇପାରନ୍ତି ବା ଆପଣଙ୍କୁ ବିପଥଗାମୀ କରିବାକୁ ଚ଼େଷ୍ଟା କରିପାରନ୍ତି । ଆର୍ଥିକ ଆୟୋଜନମାନଙ୍କ ଏବଂ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ। ବ୍ୟାପାରରେ ଲାଭ, ଚାକିରିରେ ପଦୋନ୍ନତି ଏବଂ ଆୟ ସ୍ରୋତରେ ବୃଦ୍ଧି ହେବାରୁ ଆପଣ ଖୁବ ଆନନ୍ଦ ଏବଂ ସନ୍ତୋଷର ଭାବନା ଅନୁଭବ କରିବେ। ମିତ୍ର, ପତ୍ନୀ, ପୁତ୍ର ଆଦିଙ୍କର ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ଯାତ୍ରା ତଥା ବିବାହର ଯୋଗ ଅଛି। ପ୍ରଣୟ ପାଇଁ ଅନୁକୂଳ ଦିନ ଅଟେ। ଉତ୍ତମ ବୈବାହିକ ସୁଖର ଆନନ୍ଦ ଉଠାଇ ପାରିବେ।ପ୍ରତିକାର: କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ମକର : ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ । ଚାକିରି ତଥା ବ୍ୟବସାୟ କ୍ଷେତ୍ରରେ ଲାଭଦାୟକ ଏବଂ ସଫଳ ଦିନ ଅଟେ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ଜମାଇ ପାରିବେ। ଭରପୂର ଆତ୍ମବିଶ୍ଵାସ ଏବଂ ଦୃଢ଼ ମନୋବଳରେ ଆପଣଙ୍କ କାର୍ଯ୍ୟ ସରଳତାପୂର୍ବକ ସମ୍ପୂର୍ଣ୍ଣ ହେବ। ଉଚ୍ଚ ପଦାଧିକାରିମାନଙ୍କ ଦ୍ଵାରା କାମର ସମ୍ମାନ ମିଳିବ। ପଦୋନ୍ନତିର ସମ୍ଭାବନା ଅଛି। ପିତାଙ୍କଠାରୁ ଲାଭ ହେବ। ଜମି ତଥା ବାହନ ସମ୍ବନ୍ଧୀତ କାମକାର୍ଯ୍ୟ ପାଇଁ ଅନୁକୂଳ ସମୟ ଅଟେ।ପ୍ରତିକାର– ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ : ଆଜି ଆପଣ ନିଜ ଉପରେ କାର୍ଯ୍ୟ ବୋଧ ବଢ଼ି ଯାଇଛି ବୋଲି ଅନୁଭବ କରିବେ । ଏହି ଚ଼ିନ୍ତା ଘର ଏବଂ କାର୍ଯ୍ୟ ସହ ସମ୍ବନ୍ଧିତ ହୋଇଥାଇପାରେ । ଆଜି ଆପଣ ଶାନ୍ତ ରହି ନିଜର କାର୍ଯ୍ୟ ସମ୍ପାଦନ କରନ୍ତୁ । କାର୍ଯ୍ୟରେ ସଫଳତା ପାଇବା ପାଇଁ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ ଆଜି ଉତ୍ତମ ଦିନ ଅଟେ। ଆପଣଙ୍କ ନିକଟରେ ବିଚାରରେ ଆଜି ସ୍ଥିରତା ରହିବ, ଯେଉଁଥିରେ କୌଣସି କାର୍ଯ୍ୟ ଭଲ ଭାବରେ କରି ପାରିବେ। କଳାକାମାନଙ୍କୁ ନିଜର କଲା ପ୍ରଦର୍ଶିତ କରିବାପାଇଁ ମୌକା ମିଳିବ ଏବଂ ତାଙ୍କର ସମ୍ମାନ ମଧ୍ୟ ହେବ। ଜୀବନସାଥୀ ସହିତ ଅଧିକ ନିକଟତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।ପ୍ରତିକାର–ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମୀନ : ବହୁଦିନର ଲମ୍ବା ପ୍ରତୀକ୍ଷା ପରେ ଆଇନଗତ କେସର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ଏବେ ଆପଣ ଶାନ୍ତିରେ ନିଶ୍ୱାସ ନେଇ ପାରିବେ । ଆପଣଙ୍କ ଓକିଲଙ୍କ ପରାମର୍ଶ ଏବେ କାମରେ ଲାଗିବ । ସାହିତ୍ୟ କ୍ଷେତ୍ରରେ ରୁଚି ରଖୁଥିବା ବ୍ୟକ୍ତି ଆଜି ନିଜର କାର୍ଯ୍ୟକ୍ଷେତ୍ରରେ ବିଶେଷ ଯୋଗଦାନ ଦେଇ ପାରିବେ। ନିଜର ରଚନାତ୍ମକ ଏବଂ ସୃଜନାତ୍ମକ ଶକ୍ତିଗୁଡ଼ିକର ପରିଚୟ କରି ପାରିବେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ଘନିଷ୍ଠତା ଏବଂ ପ୍ରେମ ବଢ଼ିବ। ତାଙ୍କ ସହ ସାକ୍ଷାତକରି ରୋମାଞ୍ଚକ ରହିବ। ଶେୟାର-ସଟ୍ଟାରେ ଲାଭ ହେବ। ସନ୍ତାନଙ୍କର କାମ ହାସଲ ହେବ। ମିତ୍ରମାନଙ୍କଠାରୁ ଲାଭ ହେବ।ପ୍ରତିକାର–ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *