ସାଥିଙ୍କ ଉପରେ ଜୀବନ ସମର୍ପିତ କରିଥାନ୍ତି ଏହି ରଙ୍ଗର ଝିଅମାନେ , ଏବେ ଜାଣନ୍ତୁ ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କର ସ୍ଵଭାବ..
ନାରୀମାନଙ୍କୁ ବୁଝେଇବା କଷ୍ଟକର କାର୍ଯ୍ୟ ଅଟେ । ଏଭଳି ମାନ୍ୟତା ଅଛି ଯେ ମହିଳା ମାନଙ୍କର ମୁଡ ସବୁବେଳେ ଘୂରୁଥାଏ । ଏଥିପାଇଁ ସେମାନଙ୍କୁ ସହଜରେ ବୁଝି ହୁଏ ନାହିଁ । ସେମାନଙ୍କ ସ୍ଵଭାବ ବିଷୟରେ ଜାଣିବା ସହଜ ନୁହେଁ । ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଇଛି ସହଜ ଉପାୟ ଯାହାକୁ ଦେଖି ଆପଣ ମହିଳା ମାନଙ୍କ ବ୍ୟବହାର ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ମହିଳା ମାନଙ୍କ ରଂଗ ହିସାବରେ ସେମାନଙ୍କ ସ୍ଵଭାବ ।
ଶ୍ୟାମଳ ବର୍ଣ୍ଣ – ଏହି ରଙ୍ଗର ମହିଳାମାନେ ବହୁତ ସଂଘର୍ଷପ୍ରିୟ ହୋଇଥାନ୍ତି । ନିଜ ଜୀବନରେ ଏମାନେ ଅଧିକ ପରିଶ୍ରମ କରନ୍ତି । କୁହାଯାଏ ଯେ ଏହି ରଙ୍ଗର ମହିଳା ମାନଙ୍କୁ ପଢାଲେଖାର ସଉକ ମଧ୍ୟ ଥାଏ । ଓ ସେମାନେ ନିଜର ଶିକ୍ଷାରେ ସଫଳ ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ଆର୍ଥିକ ବିପଦ କମ ସମ୍ମୁଖୀନ ହେବାକୁ ପଡିଥାଏ । ଶ୍ୟାମଳ ବର୍ଣ୍ଣର ମହିଳାମାନେ କେବେ ପରାଜୟ ସ୍ଵୀକାର କରନ୍ତି ନାହିଁ , ସବୁବେଳେ ସଂଘର୍ଷ କରି ବିଜୟପ୍ରାପ୍ତ ହୋଇଥାନ୍ତି ।
କଳା ରଂଗ – କଳା ରଂଗ ପ୍ରକୃତିର ଏକ ରଂଗ ଅଟେ । ଏହା ଆମର ସମାଜର ବିଡମ୍ବନା ଯେ କଳା ରଂଗକୁ ଅସୁନ୍ଦର ଆଖ୍ୟା ଦିଆଯାଇଛି । ଯେବେ କି କଳା ରଙ୍ଗର ମହିଳାମାନେ ନିଜର କାର୍ଯ୍ୟ ପ୍ରତି ସଂପୂର୍ଣ୍ଣ ରୂପେ ସମର୍ପିତ ହୋଇଥାନ୍ତି ଓ କୌଣସି ପ୍ରକାର କାର୍ଯ୍ୟ ଶତପ୍ରତିଶତ ପରିଶରମ ସହ କରନ୍ତି । ଏହି ରଙ୍ଗର ମହିଳା ମାନଙ୍କ ସ୍ଵଭାବ ଶାନ୍ତ ହୋଇଥାଏ । ଏମାନଙ୍କର ବ୍ୟକ୍ତିଗତ ଜୀବନ କଥା କହିଲେ ଏମାନେ ନିଜର ସାଥିଙ୍କ ସହ ସବୁକିଛି ସେୟାର କରନ୍ତି ଓ ପୂର୍ଣ୍ଣ ରୂପେ ସମର୍ପିତ ଅଟନ୍ତି ।
ଗହମ ରଙ୍ଗ – ଯେଉଁଭଳିକି ଏମାନଙ୍କ ରଙ୍ଗ ମିଶ୍ରିତ ହୋଇଥାଏ ସେହିଭଳି ଏମାନଙ୍କ ସ୍ଵଭାବ ମଧ୍ୟ ମିଶ୍ରିତ ହୋଇଥାଏ । ଏହି ରଙ୍ଗର ମହିଳା ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ କେବେକେବେ ନିଜର କାର୍ଯ୍ୟ ପ୍ରତି ବହୁତ ଅବହେଳା ମଧ୍ୟ କରନ୍ତି । ଅର୍ଥାତ ଏମାନେ ମନୁଆ ହୋଇଥାନ୍ତି । ମନ ଇଚ୍ଛା ନିଜର କାର୍ଯ୍ୟ କରନ୍ତି । ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହିଭଳି ହୋଇଥାନ୍ତି । ଯଦି କାମ କରିବାର ମନ ନଥିବ ତେବେ ସେମାନଙ୍କୁ ଜବରଦସ୍ତି କାମକରାଯାଇ ପାରିବ ନାହିଁ । ଏମାନଙ୍କ ସ୍ଵଭାବ ରେ କ୍ରୋଧ ରହିଥାଏ , ଏଥିପାଇଁ ଏମାନେ ଧୌର୍ଯ୍ୟ ଓ ସଂଘର୍ଷ କରିବାରେ ଅନ୍ୟମାନଙ୍କ ଠାରୁ କମ ହୋଇଥାନ୍ତି । ଏମାନଙ୍କ ବ୍ୟକ୍ତିଗତ ଜୀବନ କଥା କୁହାଯାଏ ତ ଏମାନେ ନିଜର ସାଥିଙ୍କ ସହ ପୂର୍ଣ୍ଣ ରୂପେ ଆଶ୍ରିତ ହୋଇଥାନ୍ତି ।
ହଳଦୀ ରଂଗ – ଏହି ରଙ୍ଗର ଝିଅମାନେ ସ୍ବଭାବରେ ବହୁତ କୋମଲ ହୋଇଥାନ୍ତି । ଓ ଅନ୍ୟ ଉପରେ ଅନ୍ଧ ଭଳି ବିଶ୍ଵାସ କରନ୍ତି । ହୃଦୟରୁ ବହୁତ ବିନମ୍ର ଓ ଭଲ ସ୍ଵଭାବର ହୋଇଥାନ୍ତି । ନିଜ ଜୀବନରେ ଭବିଷ୍ୟ କୁ ନେଇ ବହୁତ ଚିନ୍ତିତ ଓ ଗମ୍ଭୀର ରହି ବର୍ତ୍ତମାନ ଉପରେ କାର୍ଯ୍ୟ କରନ୍ତି ଯଦ୍ୱାରା ଭବିଷ୍ୟ ଉନ୍ନତ ହେବ । ଏହି ରଙ୍ଗର ଝିଅମାନେ ନିଜର ଜୀବନରେ ବହୁତ ପ୍ରାକ୍ଟିକାଲ ଚିନ୍ତାଧାରା ରଖନ୍ତି । ଅନ୍ୟ ଜିନିଷ କୁ ନେଇ ଧୌର୍ଯ୍ୟ ରଖନ୍ତି । ଘର ପରିବାର ଓ ବାହାର ଲୋକଙ୍କ ସହ ଭଲ ସମ୍ପର୍କ ରଖନ୍ତି । ଯଦ୍ୱାରା ତାଙ୍କର ବ୍ୟବହାର ସମାଜରେ ମଧ୍ୟ ଉତ୍ତମ କୁହାଯାଇଥାଏ । ନିଜର ବ୍ୟକ୍ତିଗତ ଜୀବନରେ ନିଜର ପ୍ରେମ ପ୍ରତି ବହୁତ ସଚ୍ଚୋଟ ସହକାରେ ରହିଥାନ୍ତି । ଏତେ ଭଲ ସବୁ ଗୁଣ ଯୋଗୁ ଏମାନଙ୍କୁ ଜୀବନରେ କମ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏହି ରଙ୍ଗର ମହିଳାମାନଙ୍କର ଜୀବନ ଖୁବ ଭଲରେ କଟିଥାଏ ।
ଗୋରା ରଂଗ – ରଙ୍ଗ ଯେଉଁଭଳି କାମ ମଧ୍ୟ ସେହିଭଳି । ବହୁତ ଦ୍ରୁତ ପ୍ରବୃତ୍ତିର ଅଟନ୍ତି । ନିଜର ସମସ୍ତ କାର୍ଯ୍ୟ ବହୁତ ଦ୍ରୁତ ଗତିରେ ସମ୍ପର୍ଣ୍ଣ କରନ୍ତି । ଏମାନଙ୍କୁ ଭଲ ଭାବରେ ରହିବାର ଶଉକ ଥାଏ । ଭଲ ପୋଷାକ , ଖାଦ୍ୟପେୟ ଓ ଭଲ କାର୍ଯ୍ୟ କରିବାର ଶଉକ ଥାଏ । ନିଜର ଜୀବନଚର୍ଜ୍ୟା ପ୍ରତି ଏମାନେ ବହୁତ ଗମ୍ଭୀର ହୋଇଥାନ୍ତି । ଓ ନିଜର ଜୀବନଶୈଳୀ ବଜାୟ ରଖନ୍ତି । କୌଣସି କାର୍ଯ୍ୟ କରିବା ପୂର୍ବରୁ ତା ଉପରେ ବିଚାରବିମର୍ଷ କରନ୍ତି ବହୁତ ଭାବନ୍ତି ତାପରେ ନିର୍ଣ୍ଣୟ ନିଅନ୍ତି । ନିଜର ହୃଦୟ କଥା ତ ଶୁଣନ୍ତି ତା ସହ ବୁଦ୍ଧିର ବ୍ୟବହାର କରିବା ପସନ୍ଦ କରନ୍ତି ।