December 22, 2024

Odia Express

Leading Odia News Portal of Odisha

୨୦ ବର୍ଷରୁ ସହିଦ୍ ଜବାନଙ୍କ ପରିବାରକୁ ଚିଠି ଲେଖୁଛନ୍ତି ଏହି ଚୌକିଦାର୍ , କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ – ଗର୍ବର ସହ ସେୟାର କରିବେ..

ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କ ମନ ଖୁସ୍ ହୋଇଯିବ , ଓ ଠିଆ ହୋଇ ସ୍ୟାଲୁଟ୍ କରିବେ , ସୁରତ୍ ରେ ରହୁଥିବା ଏହି ସାଧାରଣ ଚୌକିଦାର ଦେଶର ଶହିଦ ଜବାନଙ୍କ ଗତ ୨୦ ବର୍ଷରୁ କିଛି ଏପରି କାମ କରୁଛି ତେବେ ପ୍ରକୃତରେ ପ୍ରଶଂସନୀୟ ଯୋଗ୍ୟ , ଜିତେନ୍ଦ୍ର ସିଂ ଗୁଜ୍ଜର ଏକ ବ୍ୟକ୍ତି ଏକ ସାଧାରଣ ଚୌକିଦାର କାମ କରନ୍ତି , କିନ୍ତୁ ତାହା ସହ ସେ ଏକ ଏପରି କାମ କରିଛନ୍ତି କି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି , କହିବାକୁ ଗଲେ ଜିତେନ୍ଦ୍ର ସବୁ ସହିଦ ଜବାନଙ୍କ ପରିବାର ଚିଠି ଲେଖୁଛନ୍ତି , ଏମିତି ସେ ସେତେବେଳେ କରିଥିଲେ ଯେବେ ସେ ୧୯ ବର୍ଷର ଥିଲେ , ସେ ୧୯୯୯ ରୁ ସହିଦଙ୍କ ଫ୍ୟାମିଲିଙ୍କୁ ଚିଠି ଲେଖିବା ଆରମ୍ଭ କରିଥିଲେ , ଯାହା ଆଜି ବି ଜାରି ଅଛି ।

ସୂଚନା ମୁତାବିକ ଜିତେନ୍ଦ୍ରଙ୍କ ବାପା ପ୍ରଥମ ସିପାହୀ ଥିଲେ ଯିଏକି ଫୌଜି ଭର୍ତ୍ତି ହେବାର ବହୁତ ଇଚ୍ଛା ଥିଲା ଜିତେନ୍ଦ୍ର ଏହାପାଇଁ ପ୍ରୟାସ ବି କରିଥିଲେ , କିନ୍ତୁ ହାଇଟ୍ ରେ କିଛି ସେଣ୍ଟିମିଟର କମ୍ ହେବା କାରଣରୁ ତାଙ୍କର ସିଲେକ୍ସନ୍ ହୋଇପାରିଲା ନାହିଁ , ଏହି କଥା ଜିତେନ୍ଦ୍ର ଦୁଃଖ ହୋଇଥିଲା , କିନ୍ତୁ ସେ ନିଷ୍ପତ୍ତି ନେଇଥିଲେ କି ସେ କେଉଁ ପରି ଭାବେ ହେଉ ଦେଶର ସେବାରେ ଲଗାଇବେ , ତାପରେ ୧୯୯୯ ରେ କାରଗିଲ୍ ୱାର୍ ଓ ପଡୋଶୀରେ ରହୁଥିବା ୧୪ ଜବାନ ସହିଦ ହୋଇଗଲେ, ଏହି ସମୟରେ ସେ ଏକ ଫୌଜିଙ୍କୁ ଚିଠି ଲେଖିଥିଲେ , ଏଥିରେ ସେ ଲେଖିଥିଲେ କି ବାପା ମୁଁ ଠିକ୍ ଅଛି, ଆପଣ କିପରି ଅଛନ୍ତି , ମୋତେ ଚିଠି ଲେଖିବେ , ତେବେ ଜିତେନ୍ଦ୍ର ମନ ବଳାଇନେଇଥିଲେ କି ସେ ଏହି ଫୌଜିଙ୍କ ଫ୍ୟାମିଲିକୁ ଚିଠି ଲେଖିବେ ।

ଜିତେନ୍ଦ୍ର ଏବେ ପର୍ଯ୍ୟନ୍ତ ୪୫୦୦ ଚିଠି ଲେଖିସାରିଛନ୍ତି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ତାଙ୍କ ପାଖରେ ୯୦୦ କିଲୋ ପେପର୍ କଟିଙ୍ଗ୍ସ୍ ଅଛି , ଯେଉଁଥିରେ ସେ ୪୧ ହଜାର ସହିଦ ଜବାନଙ୍କର ସମସ୍ତ ତଥ୍ୟ ଓ ଫଟୋ ଅଛି, ଏତିକି ନୁହେଁ ତାଙ୍କ ଘରେ ଏତେ କଲେକ୍ସନ୍ ଅଛି ଯାହା ଏକ ସଂଗ୍ରାହଳୟ ହୋଇସାରିଛି, ଯାହାର ନାଁ ସେ ସହିଦ ସଂଗ୍ରାହଳୟ ବୋଲି ରଖିଛନ୍ତି ।

ବହୁତଥର ସହିଦ ହୋଇଥିବା ଜବାନଙ୍କ ସୁଚନା କିମ୍ବା ବିଶେଷ ଫଟୋ ଜବାନଙ୍କ ପରିବାର ଜିତେନ୍ଦ୍ରଙ୍କ ସହ ସଂମ୍ପର୍କ କରନ୍ତି , ଜିତେନ୍ଦ୍ର କହନ୍ତି କି ତାଙ୍କ ପାଖକୁ ପ୍ରାୟ ୩୪ ରୁ ୫୫ ଟି କଲ୍ ଆସିଥାଏ , ବହୁତ ଥର ଏହି ଜବାନମାନଙ୍କର ଫ୍ୟାମିଲି ତାଙ୍କୁ ସେନାର କେଉଁ ବ୍ୟକ୍ତି ବୋଲି ଭାବିବସନ୍ତି , କିନ୍ତୁ ଜିତେନ୍ଦ୍ର ତାଙ୍କୁ କହିଦିଅନ୍ତି କି ସେ ଜଣେ ସାଧାରଣ ଚୌକିଦାର ଅଟନ୍ତି , ଯିଏକି ସହିଦ ହୋଇଥିବା ଜବାନଙ୍କ ସମ୍ମାନ ପାଇଁ ଏପରି କାମ କରୁଛନ୍ତି ,

ଜିତେନ୍ଦ୍ରଙ୍କ ଦେଶ ଭକ୍ତି ଓ ସମ୍ମାନ ପ୍ରକୃତରେ ପ୍ରଶଂସନୀୟ ଅଟେ , ଯଦି ଦେଶର ସବୁ ନାଗରିକ ଏହି ପରି ଜବାନଙ୍କ୍କ ପାଇଁ କିଛି ନା କିଛି ଯୋଜନା କରିବାକୁ ଲାଗିଲେ ତେବେ ନିଶ୍ଚିତ ଭାବେ ଏହାର ସାହାସ ଆହୁରି ବଢିଯିବ , ସେନାରେ ଭର୍ତ୍ତି ହେବାର ଲୋକେ ଆହୁରି ଆସିବେ , ସେପଟେ ସୋସିଆଲ୍ ମିଡିଆରେ ଲୋକେ ଜିତେନ୍ଦ୍ରଙ୍କ ଏହି କାମ ଓ ଭାବନା ବିଷୟରେ ବହୁତ ପ୍ରଶଂସା କରାଯାଉଛି ,

 

 

Leave a Reply

Your email address will not be published. Required fields are marked *