December 22, 2024

Odia Express

Leading Odia News Portal of Odisha

କଣ ଆପଣ ଜାଣିଛନ୍ତି ଭଗବାନ ଶିବ କଣ ପାଇଁ ପିନ୍ଧିଥାନ୍ତି ବାଘର ଛାଲ ? ଯଦି ଜାଣିନାହାନ୍ତି ତେବେ ଏଠାରେ ଜାଣନ୍ତୁ…

ଭଗବାନ ଭୋଳାନାଥଙ୍କୁ ନେଇକରି ଆମର ଧର୍ମଶାସ୍ତ୍ରରେ ନାନାଦି କାହାଣୀ ପ୍ରଚଳିତ ଅଛି , କିଛି କାହାଣୀଗୁଡିକ ବିଷୟରେ ଲୋକେ ଜାଣିଛନ୍ତି ଯେବେ କି କିଛି  କାହାଣୀ କମ୍ ଲୋକ ଜାଣିଛନ୍ତି , ଭଗବାନ ଶିବ ରୁପଙ୍କ ବିଷୟରେ ସମସ୍ତେ ପରିଚିତ ଥ୍ବେ , ପୁରାଣ ଓ କାହାଣୀରେ ଭଗବାନ ଶିବଙ୍କୁ ଯେଉଁ ରୁପରେ ବର୍ଣ୍ଣନ ହେଉଥିବାର ମିଳେ  ସେ ପ୍ରକୃତରେ ବହୁତ ଆଶ୍ଚର୍ଯ୍ୟଜନକ ଅଟେ , ଭଗବାନ ଶିବଙ୍କର ହାତରେ ତ୍ରିଶୁଳ ଅଛି , ଓ ଏକ ହାତରେ ଡମ୍ବରୁ , ଗଳାରେ ସର୍ପର ମାଳା , ଓ ଝଟାରୁ ଗଙ୍ଗା ମା ଙ୍କର ଜଳ ଧାରା ।ତାଙ୍କର ଶରୀରରେ ସବୁ ଜାଗାରେ ଭସ୍ମ ଲାଗିଥିବାର ଦେଖାଯାଏ , ଓ ସେ ବାଘର ଛାଲ ପିନ୍ଧିଛନ୍ତି , ଭଗବାନ ଶଙ୍କର ଏହି ରୁପରେ ଲୋକଙ୍କ ପାଖରେ ପରିଚିତ ଅଛନ୍ତି , କଣ ଆପଣ କେବେ ଭାବିଛନ୍ତି କି ଭଗବାନ ଶିବ କଣ ପାଇଁ ବାଘର ଛାଲକୁ ପରିଧାନ କରନ୍ତି , ସେ ପ୍ରକୃତରେ ବାଘର ଛାଲ ପିନ୍ଧନ୍ତି ନାହିଁ ତା ମଧ୍ୟରେ ଆସନ କରି ବସନ୍ତି ଓ ଧ୍ୟାନ କରନ୍ତି ,

ଆମର ସବୁ ପ୍ରଶ୍ନର ଉତ୍ତର ଶିବ ପୁରାଣରେ ମିଳିଥାଏ , ସେଥିରେ ଭଗବାନ ଶଙ୍କର ଓ ବାଘ ସହ ଯୋଡି ହୋଇଥିବା କାହାଣୀ ବିଷୟରେ ବର୍ଣ୍ଣନ କରାଯାଇଛି , ଏହି କଥା ଅନୁସାରେ ଥରେ ଭଗବାନ ଶିବ ବ୍ରହ୍ମାଣ୍ତର ଭ୍ରମଣରେ ଜଙ୍ଗଲ ଯାଇ ପହଞ୍ଚିଥିଲେ,  ଜଙ୍ଗଲରେ ବହୁତ ରୁଷି ମୁନି ପରିବାର ସହ ରହୁଥିଲେ , ଭଗବାନ ଶିବ ପୂର୍ବରୁ କିଛି ପିନ୍ଧିନଥିଲେ , ସେ ନିବସ୍ତ୍ର ହୋଇ ଜଙ୍ଗଲରେ ଯାଉଥିଲେ , ସେ ଏହି କଥାକୁ ଧ୍ୟାନ ଦେଇନଥିଲେ କି ସେ କିଛି ପରିଧାନ କରିନାହାନ୍ତି ବୋଲି ।

ଯେବେ ରୁଷି ମୁନି ମାନେ ସ୍ତ୍ରୀମାନଙ୍କର ଶିବଙ୍କର ଶରୀର ଉପରେ ଆଖି ପକାଇଲେ , ତେବେ ସେମାନେ ତାଙ୍କ ଆଡକୁ ଆକର୍ଷିତ ହେବାକୁ ଲାଗିଏଲ୍,  ରୁଷିମାନଙ୍କର ସ୍ତ୍ରୀ ନିଜ ନିଜ କାମ ଧନ୍ଦା ଛାଡିକରି ଭଗବାନ ଶଙ୍କରଙ୍କ ପଟୁ ଆକର୍ଷିତ ହେଲେ , ଯେବେ ଏହି କଥା ରୁଷିମାନଙ୍କର କାନରେ ପଡିଲା ତେବେ ସେ ବହୁତ କ୍ରୋଧିତ ହେଲେ , ରୁଷି ମୁନି ମାନେ ଭଗବାନ ଶିବଙ୍କୁ ଏକ ସାଧାରଣ ମନୁଷ୍ୟ ବୋଲି ଭାବୁଥିଲେ , ରୁଷିମାନେ ଭଗବାନ ଶିବଙ୍କୁ ପାନେ ଦେବାପାଇଁ ଯୋଜନା କଲେ , ରୁଷିମାନେ ଶିବଙ୍କର ମାର୍ଗରେ ଏକ ବଡ ଗାତ କରିଦେଲେ , ଯେଉଁଥିରେ ଭଗବାନ ଶିବ ପଡିଯାଈଥିଲେ ।

ଯେମିତି ରୁଷିମୁନିଙ୍କୁ ଏହି କଥାର ସୁଚନା ମିଳିଲା କି ଭଗବାନ ଶିବ ସେହି ଗାତରେ ପଡିଯାଇଛନ୍ତି ସେମାନେ ତୁରନ୍ତ ଏକ ବାଘ ଆଣି ସେହି ଗାତରେ ଛାଡିଦେଲେ,  ଏହା ଭାବିକରି କି ବାଘ ଭଗବାନ ଶିବଙ୍କୁ ମାରିଖାଇଦେବ , କିନ୍ତୁ ଯାହା ହେଲା ତାହା ଦେଖି ରୁଷିମୁନି ମାନେ ଚକିତ ହୋଇଗଲେ,  ଭଗବାନ ଶିବ ସେହି ବାଘକୁ ମାରି ଦେଇଥିଲେ , ଓ ତାହାର୍ ଛାଲ ପିନ୍ଧିକଇର୍ ବାହାରକୁ ବାହାରିଲେ , ଏହା ଦେଖିକରି ରୁଷିମୁନି ମାନେ ଜାଣିପାରିଲେ କି ସିଏ କେଉଁ ସାଧାରଣ ମାନବ ନୁହନ୍ତି , ଓ ଏହା ମାନାଯାଏ କି ଭଗବାନ ଶିବ ବାଘର ଛାଲ ପିନ୍ଧୁଛନ୍ତି ଏହା କେବଳ ନୁହେଁ ସେ ବାଘର ଛାଲରେ ବି ବସନ୍ତି ଓ ଧ୍ୟାନ କରନ୍ତି ।

Leave a Reply

Your email address will not be published. Required fields are marked *