December 22, 2024

Odia Express

Leading Odia News Portal of Odisha

ବାହାଘର ରେ ସପ୍ତମ ପରିକ୍ରମା ନେଲାପରେ ବର ଏମିତି କାମ କଲା ଯେ ପ୍ରତ୍ୟେକ ଭାରତୀୟର ଛାତି ଗର୍ବରେ ଫୁଲିଯିବ – ତାଙ୍କ ପାଇଁ ନିଶ୍ଚୟ ଗୋଟେ ସେୟାର କରିବେ

ଆଜିକାଲି କେତେ ଲୋକ ବାହାଘର ବନ୍ଧନରେ ବାନ୍ଧିହେଉଛନ୍ତି । ଏମିତି ବି ବାହାଘର ଏକ ଖୁସି ଓ ମଉଜ ମଜଲିସ୍ ଭରା କାର୍ଯ୍ୟକ୍ରମ ଅଟେ । କିନ୍ତୁ ବେଳେବେଳେ ଏହା ଝିଅ ଘରବାଲାଙ୍କ ପାଇଁ ଟେନସନ୍ ବାଲା କାମ ବି ହୋଇଥାଏ । ଏହାର କାରଣ ହେଉଛି ଆମ ସମାଜରେ ଥିବା ପୁରୁଣା କୁପ୍ରଥା , ଯୌତୁକର ଦିଆନିଆ, କେତେଥର ପୁଅ ବାହାଘର ପୂର୍ବରୁ ଝିଅଘରର ବାପାଙ୍କୁ ଏମିତି ଜିନିଷ ମାଗନ୍ତି,ଯାହାକୁ ପୂରା କରିବା ପାଇଁ ଝିଅର ବାପାଙ୍କ ଦେହରୁ ଝାଳ ବାହାରି ଯାଏ ।କିନ୍ତୁ ରବିବାର ଦିନ ମଧ୍ୟପ୍ରଦେଶର ସହରରେ ନୀମଚରେ ହୋଇଥିବା ଏକ ବାହାଘର ସମାଜର ଏହି କୁ ପ୍ରଥାକୁ ଆଇନା ଦେଖେଇବାର ଏକ କାମ କଲା। ଏଇଠି ଅହମଦାବାଦ୍ ରୁ ନୀମଚ ବରଯାତ୍ରୀ ନେଇ ଆସିଥିବା ବର ବାହାଘରର ସାତ ପରିକ୍ରମା ନେଇ ସାରିଲା ପରେ ଅଷ୍ଟମ ପରିକ୍ରମା ନେବା ଆରମ୍ଭ କଲା , ବରର ଏହି ଅଷ୍ଟମ ପରିକ୍ରମା ନେବା ପଛରେ ଏକ ବଡ ଉଦ୍ଧେଶ୍ୟ ଲୁଚି ରହିଥିଲା । ଆସନ୍ତୁ ବିସ୍ତାରରେ ଜାଣିବା କଣ ଏହି ପୂରା ମାମଲା ।

ସୂଚନା ମୁତାବକ ନୀମଚର ଲାୟନ୍ସ ଣ୍ତେନ୍ ରେ ରବିବାର ରାତ୍ରୀ କନ୍ୟା ହୀମା(ପିତା ମୋହନଲାଲ ପ୍ରଜାପତି) ଙ୍କ ବାହାଘର ହେବା ପାଇଁ ପ୍ରସ୍ତୁତି ଥିଲା । ଏହି ବରଯାତ୍ରୀରେ ବର କୁଲଦୀପ୍(ଚମ୍ପାଲାଲ୍ ପ୍ରଜାପତି) ଗୁଜୁରାଟର ଢୋଲକା ଜିଲ୍ଲାର ଅହମଦାବାଦରୁ ବରଯାତ୍ରୀ ବଡ ଧୁମ୍ ଧାମ୍ ରେ ଆସିଥିଲା ।ବରମାଳା ଏବଂ ଅନ୍ୟ ପରମ୍ପରାଗୁଡିକ ପରେ ସାତ ପରିକ୍ରମା ନେବା ପାଇଁ ବେଳ ଆସିଲା , ଯେତେବେଳେ ବର କନ୍ୟା ନିଜର ସାତ ପରିକ୍ରମା ପୂରା କରିଦେଲେ । ସେତେବେଳେ ବର କୂଲଦୀପ ପଣ୍ତିତ ଭେରୁଲାଲ ସୋଲିୟାନାଙ୍କୁ ଅଷ୍ଟମ ପରିକ୍ରମା ନେବା ପାଇଁ ଦାବି କଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଯେବେ ବରକୁ ଅଷ୍ଟମ ପରିକ୍ରମା ନେବାର କାରଣ ପଚାରାଗଲା, ସେତେବେଳେ ସେ କହିଲା ଯେ ସେ ଅଷ୍ଟମ ପରିକ୍ରମା ନେଇ ଯୌତୁକ ନ ନେବାର ସଂକଳ୍ପ ନେବାପାଇଁ ଚାହୁଁଛି । ବର କହିଲା କି ସେ ଯୌତୁକ ନେବା ଏବଂ ଦେବା ଉଭୟର ବିରୋଧୀ ଅଟେ । ଅଷ୍ଟମ ପରିକ୍ରମା ନେଇ ସେ ସମାଜକୁ ଏହି ସନ୍ଦେଶ ଦେବାପାଇଁ ଚାହୁଁଛି କି ଯୌତୁକ ପ୍ରଥାକୁ ବହିଷ୍କାର କରାଯାଉ ।

ଯେବେ ଅଷ୍ଟମ ପରିକ୍ରମା ନେବାପାଇଁ ଦାବି କରିଥିଲା। ସେତେବେଳେ ବାହା ଘରରେ ଆସିଥିବା ସବୁ ଅତିଥିମାନେ ସବୁ ଆଶ୍ଚର୍ଯ୍ୟ ହେଇଯାଇଥିଲେ ।ତାପରେ କିନ୍ତୁ ଯେତେବେଳେ କୁଳଦୀପ ଏହାର କାରଣ ଯୌତୁକ ପ୍ରଥାର ବିରୋଧ ବୋଲି କହିଲା, ସେତେବେଳେ ସମସ୍ତଙ୍କ ଚେହେରାରେ ହସ ଫୁଟିଥିଲା । ଏବଂ ସମସ୍ତେ ବରର ଏହି ପଦକ୍ଷେପ କୁ ବହୁତ ପ୍ରଶଂସା କରିଥିଲେ ।

ବର କୁଲଦୀପ କହିଲା କି ଆଜିକାଲି ଲୋକେ ଝିଅଘରଠୁ କାର୍ ,ବାଇକ୍ ପରି ଜିନିଷ ଦାବି କରି କନ୍ୟା ଏବଂ ତାଘର ଜିନିଷ ଦାବି କରି କନ୍ୟା ଏବଂ ତା ଘରର ଲୋକଙ୍କୁ ପ୍ରତାଡିତ କରୁଛନ୍ତି । ବାହାଘର ପରେ ପରେ ମଧ୍ୟ ଯୌତୁକ ର ଏହି ବ୍ୟବସ୍ଥା ବାରମ୍ବାର ଚାଲୁଥାଏ । ଯାହାପାଇଁ ଆତ୍ମହତ୍ୟା ପରି ଘଟଣା ମଧ୍ୟ ସାମନାକୁ ଆସିଥାଏ । ମୁଁ ଏହି ଜିନିଷର ଦୃଢ ବିରୋଧି ଅଟେ । ଏଥିପାଇଁ ଅଷ୍ଟମ ପରିକ୍ରମା ନେଇ ଯୌତୁକ ନ ନେବାର ସଂକଳ୍ପ ନେଇଛି

Leave a Reply

Your email address will not be published. Required fields are marked *