ପ୍ରତିଦିନ ସକାଳେ ଖାଲି ପେଟରେ ଏହି ପତ୍ରକୁ ଖାଇ ନିଅନ୍ତୁ, ତାପରେ ଜୀବନରେ କୌଣସି ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକତା ପଡିବନାହିଁ …
ପ୍ରକୃତି ଆମ ଆଖପାଖରେ ଏଭଳି ବୃକ୍ଷଲତା ଖଞ୍ଜିଛି , ଯାହା ଔଷଧୀୟଗୁଣରେ ଭରପୁର ଅଟେ ଓ ଆମେ ଯଦି ତାଙ୍କର ସଠିକ ବ୍ୟବହାର କରିବା ଶିଖିଯିବା ତେବେ ବୋଧହୁଏ ଆମେ କୌଣସି ଡାକ୍ତର ପାଖକୁ ଯିବାର ଆବଶ୍ୟକତା ପଡିବ ନାହିଁ, ଏଭଳି ଗଛ ହେଲା ନିମ ଗଛ, ଏହାକୁ ଆୟୁର୍ବେଦରେ ଅମୃତ ସମାନ ବୋଲି କୁହାଯାଏ । ଏହାର ଚେର, ଡାଳ , ପତ୍ର, ଫୁଲ, ଛାଲ, ଫୁଲ ଓ ଫଳ ସବୁକିଛିରେ ଔଷଧୀୟ ଗୁଣର ଭଣ୍ଡାର ରହିଛି । ଆଜି ଆମେ ଆପଣଙ୍କୁ ନିମ ର ମଞ୍ଜିର ଲାଭ ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ।
ନିମ୍ବ ମଞ୍ଜିରେ ଲାଭ
ବୃକକ(kidni) ନିମନ୍ତେ – ନିମର ପତ୍ର ଓ ମଞ୍ଜିରୁ ପ୍ରସ୍ତୁତ ଚା ସେବନ କଲେ କିଡ୍ନି ସମ୍ବନ୍ଧୀୟ ଅସୁବିଧା ଦୂର ହୋଇଥାଏ । ଓ କିଡ୍ନିର ଅପରିଷ୍କାର ତତ୍ଵ ବାହାରିଯାଏ , ଏହାଦ୍ୱାରା ବୃକକ ସ୍ଵସ୍ଥ ରହିଥାଏ, ଆପଣ ଚାହିଁଲେ ନିମର ମଞ୍ଜି ଖାଲି ପେଟରେ ଖାଇପାରିବେ , ଯଦିଓ ଏହାର ସ୍ଵାଦ ବହୁତ ତିକ୍ତ ହୋଇଥାଏ, ଯାହାକୁ ଖାଇବା ବହୁତ କଷ୍ଟ ।
ମଲେରିଆ ଠାରୁ ଦୂରେଇବା ନିମନ୍ତେ – ମଲେରିଆ ଏକ ଏପରି ରୋଗ ଯାହା ମଶାଙ୍କ କାମୁଡିବାରୁ ହୋଇଥାଏ, ଏଥିରେ ରୋଗୀକୁ ଜ୍ଵର ଆସିଥାଏ ତୋ ରୋଗୀ ବହୁତ ଦୁର୍ବଳ ହୋଇଯାଏ, ନିମର ମଞ୍ଜି ମଲେରିଆକୁ ଦୂରରେ ରଖିବା ପାଇଁ ସହାୟକ ହୋଇଥାଏ , ଏଥିପାଇଁ ନିମର ମଞ୍ଜିକୁ ଗୁଣ୍ଡକରି ଏହାର ପେଷ୍ଟ ଶରୀରଉପରେ ଲଗେଇଲେ ମଲେରିଆ ମଶା ଦୂରରେ ରୁହନ୍ତି ଓ ଏହି ଜୀବନନାଶକାରୀ ରୋଗରୁ ମୁକ୍ତି ମିଳେ ।
ଆଖି ଓ କାନ ପାଇଁ – ଏଥିରେ ଉପସ୍ଥିତ ଆଣ୍ଟିବାକ୍ଟେରିଆଲ ଗୁଣ କାରଣରୁ ଏହା ଆଖି ଓ କାନରେ ସଂକ୍ରମଣ କରୁଥିବା ବାକ୍ଟେରିଆ ସହ ଲଢିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ଆଖି ଓ କାନ ସୁରକ୍ଷିତ ରହେ ।