December 23, 2024

Odia Express

Leading Odia News Portal of Odisha

ବିବାହ ପରେ ଏହି କାରଣରୁ ଝିଅମାନଙ୍କ ଚେହେରାରେ ଆସିଥାଏ ଚମକ – ଦେଖା ଯାନ୍ତି ଗୋରା – କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ..

ବନ୍ଧୁଗଣ ଯାହାକୁ ଆପଣ ଜାଣିଥିବେ ଯେ ପ୍ରତ୍ୟେକ ଝିଅର ସ୍ଵପ୍ନ ହୋଇଥାଏ ତାଙ୍କର ବିବାହ କୌଣସି ଭଲ ଯୁବକଙ୍କ ସହ ହେବ । ବିବାହର ସ୍ଵପ୍ନ ପ୍ରତ୍ୟେକ ଝିଅ ଦେଖନ୍ତି । ଯେବେ ତାର ବିବାହ ସ୍ଥିର ହୋଇଯାଏ ତ ତାର ମନରେ ବହୁତ କିଛି କଥା ଚାଲିଥାଏ । ବିବାହ କୁ ନେଇ ସେ ନିଜର ଶୃଙ୍ଗାର କରିଥାଏ କିନ୍ତୁ ବିବାହ ପରେ ପ୍ରତ୍ଯେୟ ଝିଅ ବଦଳିଯାଇଥାଏ । ତାର ସୁନ୍ଦରତା ପ୍ରଥମାପେକ୍ଷା ଚାରିଗୁଣ ଅଧିକ ହୋଇଯାଇଥାଏ । କିଛି ଝିଅମାନଙ୍କର ତ ବିବାହ ପୂର୍ବରୁ ଚମକ ଆସିବାକୁ ଲାଗିଥାଏ ।ଅଧିକତର ଝିଅମାନଙ୍କ ରଂଗ ବିବାହ ପରେ ଗୋରା ହୋଇଯାଇଥାଏ । କିନ୍ତୁ ସେହି ଝିଅ ମାନଙ୍କଠାରେ ବିବାହ ପରେ ଏତେ ଚମକ କାହିଁକି ଆସିଥାଏ ଏହି ପ୍ରଶ୍ନ କାହା ମନକୁ  ଆସେତ ନିଶ୍ଚିତ କିନ୍ତୁ ଏହାର ଉତ୍ତର କାହାକୁ ଜଣା ନଥାଏ । ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ ।

ବିବାହ ପରେ ଝିଅଙ୍କର ସଂପୂର୍ଣ୍ଣ ଜୀବନ ବଦଳି ଯାଇଥାଏ । ବିବାହ ପରେ ଯଦି ଝିଅ ଖୁସିରେ ରହେ ତେବେ ସେହି ଖୁସି ତାର ଚେହେରାରେ ଦେଖାଯାଇଥାଏ । ଅନେକ ଝିଅମାନେ ବିବାହ ପରେ ବହୁତ ଖୁସିରେ ରହନ୍ତି ଯାହାର ପ୍ରଭାବ ତାଙ୍କ ଶରୀର ଉପରେ ପଡିଥାଏ ଓ ସେମାନେ ପୂର୍ବାପେକ୍ଷା ଅଧିକ ସୁନ୍ଦର ଦେଖାଯାନ୍ତି । ସଜେଇହେବା ବେଶ ହେବା ତ ସବୁ ଝିଅଙ୍କୁ ଭଲଲାଗେ କିନ୍ତୁ ଯେଉଁ ଝିଅ ବିବାହ ପରେ ଶୃଙ୍ଗାର କରେ ଯେଭଳିକି ଶାଢୀ ପିନ୍ଧିବା ମଥାରେ ସିନ୍ଦୁର ଭରିବା ହାତରେ ଚୁଡି ଗଳାରେ ମଙ୍ଗଳସୂତ୍ର ପିନ୍ଧିବା ଏସବୁ ଜିନିଷ ମହିଳାଙ୍କୁ ଆହୁରି ଅଧିକ ସୁନ୍ଦରୀ କରିଥାଏ ।

ବିବାହ ପରେ ଝିଅମାନେ ନିଜର ଚେହେରା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି ଏଥିପାଇଁ ସେମାନେ ବ୍ୟୁଟିପାର୍ଲର ଯାଆନ୍ତି ଓ ସବୁ ମାସରେ କିଛି ନା କିଛି ଉପଚାର ନିଜର ମୁହଁରେ କରନ୍ତି । ଯାହାଦ୍ୱାରା ସେମାନେ ଅଧିକ ସୁନ୍ଦରୀ ଲାଗନ୍ତି । ଏହାଦ୍ୱାରା ଅଧି ବୟସରେ ମଧ୍ୟ ସୁନ୍ଦରୀ ଦେଖାଯାନ୍ତି । ଯେବେ କୌଣସି ଝିଅର ବିବାହ ହୋଇଯାଏ ତ ତାଠାରେସବୁଠାରୁ ଅଧିକ ପରିବର୍ତ୍ତନ ୨୯ରୁ ୩୫ବର୍ଷ ମଧ୍ୟରେ ଆସିଥାଏ । ଏହି ସମୟରେ ମହିଳାମାନେ ଜୀବନର ଚରମସୀମାରେ ଉପନୀତ ହୋଇଥାନ୍ତି । ବିବାହ ପରେ ଝିଅମାନେ ନିଜର ଶରୀର ଉପରେ ଅଧିକ ଧ୍ୟାନ ଦିଅନ୍ତି ଓ ସେମାନେ ନିଜର ଖ୍ୟାଦ୍ୟପେୟର ମଧ୍ୟ ଉତ୍ତମ ଧ୍ୟାନ ରଖନ୍ତି ଯାହାଦ୍ୱାରା ସୁନ୍ଦରତା ଆହୁରି ଅଧିକ ବଢିଯାଏ ।

ଏ କଥା ମଧ୍ୟ ଆପଣ ଲକ୍ଷ୍ୟ କରିଥିବେ ଯେ ଯେବେ କୌଣସି ଝିଅ ନିଜର ଆବଶ୍ୟକତା ଠାରୁ ଅଧିକ ଧ୍ୟାନ ରଖେ ତେବେ ସେ ସୁନ୍ଦରୀ ହୋଇଯାଇଥାଏ । ଏମିତିରେ ଯଦି ବିବାହ ପରେ ସେ ନିଜ ଚେହେରା ପ୍ରତି ଅଧିକ ଧ୍ୟାନ ଦିଏ ତେବେ ତାଠାରେ ପରିବର୍ତ୍ତନ ଆସିବା ସ୍ଵାଭାବିକ ଅଟେ । ବିବାହ ପୂର୍ବରୁ ଝିଅର ରଙ୍ଗ ପଛକେ ଯେପରି ଥାଉ କିନ୍ତୁ ବିବାହ ପରେ ତାଠାରେ ବହୁତ ଶୀଘ୍ର ଆପଣଙ୍କୁ ପରିବର୍ତ୍ତନ ଦେଖିବାକୁ ମିଳେ । ଏଥିପାଇଁ କୁହାଯାଏ ଯେ ବିବାହ ପରେ ସବୁ ଝିଅ ବଦଳି ଯାଆନ୍ତି ଓ ତାଙ୍କଠାରେ ପରିବର୍ତ୍ତନ ଆସିଥାଏ ।

Leave a Reply

Your email address will not be published. Required fields are marked *