December 23, 2024

Odia Express

Leading Odia News Portal of Odisha

ବିନା ଆପଣଙ୍କ ଅନୁମତିରେ Trucaller ଆପଣଙ୍କ ବ୍ୟାଙ୍କ ଖାତାରେ ନଜର ରଖୁଛି – ସାବଧାନ ହେଇଯାନ୍ତୁ ନହେଲେ..

ଟ୍ରୁକାଲର ଏକ ଏପରି ଆପ୍ପ ଅଟେ , ଯାହା ସମସ୍ତଙ୍କୁ ଜଣେଇଥାଏ ଯେ ଯେଉଁ ଅଜଣା ନମ୍ବରରୁ ଆପଣଙ୍କ ମୋବାଇଲକୁ କଲ ଆସୁଛି ତାହା କାହାର କଲ ଅଟେ । କିନ୍ତୁ ଏହି ଆପ୍ପକୁ ନେଇ ବହୁତ ଗୋଳମାଳ ହେଉଛି, ଏହି ଆପ୍ପ କୁ ନେଇ ଏହା କୁହାଯାଉଛି ଯେ ଏହା ବିନା ବ୍ୟବହାରକର୍ତ୍ତାଙ୍କ ଅନୁମତିରେ UPIପାଇଁ ରେଜିଷ୍ଟର କରୁଛି । ଆସନ୍ତୁ ଜାଣିବା ଯେ ଟ୍ରୁକାଲର ସହ ଜଡିତ ଏହି ସଂପୂର୍ଣ୍ଣ ଘଟଣା ବିଷୟରେ ଯିଏ ନିଜ ବ୍ୟବହାରକର୍ତ୍ତାଙ୍କ ବିନା ଅନୁମତିରେ ଇଉପିଆଇ ପାଇଁ ରେଜିଷ୍ଟର କରୁଛି ।

ଏଠାରୁ ଗଡବଡି ଆରମ୍ଭ ହୋଇଛି

ଏହି ଆପ୍ପ ଆପଣଙ୍କ ମୋବାଇଲକୁ ଆସୁଥିବା କଲ ର ମାଲିକଙ୍କ ନାମ ଜଣେଇଥାଏ । ଏହି ଆପ୍ପ ୨୦୧୭ରେ ଆଇସିଆଇସିଆଇ ବ୍ୟାଙ୍କ ସହ ମିଳିତ ହୋଇ ଟଙ୍କା ଦେଣନେଣ ବ୍ୟବସାୟ ଆରମ୍ଭ କରିଥିଲା । ପ୍ରକୃତରେ ଟ୍ରୁକାଲର ଆପ୍ପ ନିଜ ବ୍ୟବାହରକର୍ତ୍ତାଙ୍କୁ ଏହି ସୁବିଧା ପ୍ରଦାନ କରୁଥିଲା । ସେ ଏହି ଆପ୍ପ ମାଧ୍ୟମରେ ଅନଲାଇନ ପେମେଣ୍ଟ କରିପାରିବାର ସୁବିଧା ପାଇଁ ଟ୍ରୁକାଲରକୁ ଆଇସିଆଇସିଆଇ ବ୍ୟାଙ୍କ ସହଯୋଗ କରିଥିଲା ।

ଆଇସିଆଇସିଆଇ ବ୍ୟାଙ୍କ ନିଜର ଅଧିକୃତ ୱେବସାଇଟ

ରେ ଏହି କଥାର ସୂଚନା ଦେଇଥିଲା ଓ ତାହାର ଏହି ସୂଚନା ରେ ଏହା ନିର୍ଦେଶ ଥିଲା ଯେ ଯଦି ଟ୍ରୁକାଲରର ବ୍ୟବହାରକର୍ତ୍ତା ଚାହିଁବେ ତେବେ ସେମାନେ ଇଉପିଆଇ ର ପ୍ରୟୋଗ କରି ଟଙ୍କା ଦେଣନେଣ କରିପାରିବେ ମାନେ ଇଉପିଆଇ ସର୍ଭିସ ଆରମ୍ଭ କରିବାନିମନ୍ତେ ଏହା ବ୍ୟବହାରକର୍ତ୍ତାଙ୍କର ଅନୁମତି ପ୍ରାପ୍ତ କରିବା ଆବଶ୍ୟକ ନା କି ଏହା ଆପେ ଆପେ ଏହି ସେବା ଆରମ୍ଭ ହୋଇଯିବ । କିନ୍ତୁ ଗଡବଡି ଏହିଠାରୁ ଆରମ୍ଭ ହେଲା କାରଣ ଯେଉଁ ୟୁଜର ନିଜକୁ ଇଉପିଆଇ ପାଇଁ ରେଜିଷ୍ଟର କରିନଥିଲେ ତାଙ୍କୁ ମଧ୍ୟ ଏହି ଆପ୍ପ ନିଜକୁ ନିଜେ ରେଜିଷ୍ଟର କରୁଥିଲା ।

ଇଉପିଆଇ ସାହାଯ୍ୟରେ ଆପଣ ଅନଲାଇନ ଶପିଙ୍ଗ, ମୋବାଇଲ ରିଚାର୍ଜ ଆଦି କରିପାରିବେ । କିନ୍ତୁ ଟ୍ବିଟରରେ ଧୀରଜ କୁମାର ନାମକ ୟୁଜର ଟ୍ରୁକାଲର ଆପ୍ପ ବିଷୟରେ ଲେଖିଲେ ଯେ ତାଙ୍କର ଟ୍ରୁକାଲର ଆପ୍ପ ଅପଡେଟ ହେବାପରେ ତାଙ୍କ ମୋବାଇଲକୁ ଗୋଟିଏ ମେସେଜ ଆସିଲା , ଏହି ମେସେଜ କୌଣସି ଅଜଣା ନମ୍ବରରୁ ଆସିଥିଲା , ଏହାପରେ ତାଙ୍କ ମୋବାଇଲକୁ ଆଇସିଆଇସିଆଇ ବ୍ୟାଙ୍କରୁ ଗୋଟିଏ ମେସେଜ ଆସିଲା ଯେ ଆପଣଙ୍କ ଇଉପିଆଇ ଆପ୍ପ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି କିନ୍ତୁ ୟୁଜର କହିଲେ ଯେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କରେ ଆକାଉଣ୍ଟ ନାହିଁ ।

ଏହାପରେ ଏହି ଘଟଣା ଆଗକୁ ଆସିଲା ଯେ ଟ୍ରୁକାଲର ଆପ୍ପ ନିଜର ୟୁଜରଙ୍କୁ ନିଜେନିଜେ ଇଉପିଆଇରେ ରେଜିଷ୍ଟର କରୁଛି । ଏହି କଥାକୁ ନେଇ ଯେବେ ହଙ୍ଗାମା ହେଲା ତେବେ ଟ୍ରୁକାଲର ଆପ୍ପ ଏହାକୁ ଯାନ୍ତ୍ରିକ ତ୍ରୁଟି କହିଲା ଓ ଏହାକୁ ସୁଧାରିବା ପାଇଁ କହିଲା, ଏହା ପରେ ସେମାନେ ନିଜର ୟୁଜରଙ୍କୁ କହିଲେ ଯେ ସେମାନେ ଏହାର ନୂଆ ଅପଡେଟ କରନ୍ତୁ କିମ୍ବା ଆକାଉଣ୍ଟ ଡ଼ିଲିଟ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *