୩୦୦୦ ଭଉଣୀ ଙ୍କର ଭାଇ ଅଟନ୍ତି ଏହି ପୋଲିସ ଅଧିକାରୀ, ଗୋଟେ ଫୋନରେ ପହଞ୍ଚି ଯାଆନ୍ତି ଭଉଣୀ ମାନଙ୍କ ପାଖରେ – ରଖିବାନ୍ଧିବା ପାଇଁ ଏକାବେଳେ ପହଁଚିଲେ ଆଉ ତାପରେ..
ସେମିତି ବି ବହୁତ ଝିଅ ମହିଳା ଥାନା ଓ ପୋଲିସ୍ ନାରେ ଭୟଭୀତ ହୋଇଯାଆନ୍ତି , ସେମାନେ ପୂରା ଚେଷ୍ଟା କରିଥାନ୍ତି କି ପୋଲିସ୍ ଲଫଡା ଓ ପୋଲିସ୍ ବାଲାଙ୍କ ଠାରୁ ଦୂରେଇ ରହିବା , ମହିଳାମାନଙ୍କ ମଧ୍ୟରେ ଏମିତି ଭାବନା ମଧ୍ୟରେ ମଧ୍ୟପ୍ରଦେଶର ଜଣେ ପୋଲିସ୍ ବାଲା ଯାହାଙ୍କୁ ମହିଳାମାନେ ଡରନ୍ତି ନାହିଁ ବରଂ ଡର ଲାଗିଲେ ସିଧା ତାଙ୍କ ପାଖରେ ପହଞ୍ଚିଯାଆନ୍ତି , ହଁ ଆଜ୍ଞା ଏହି ପୋଲିସ୍ ବାଲାଙ୍କର ତିନି ହଜାର ଭଉଣୀ ଅଛନ୍ତି , ସେମାନେ ତାଙ୍କୁ ଭାଇ ବୋଲି ମାନିଥାନ୍ତି , ଓ ଯେଉଁଠାକୁ ତାଙ୍କର ଟ୍ରାନ୍ସଫର୍ ହୋଇଥାଏ , ସେଠାକୁ କୋରିୟର୍ ଦ୍ୱାରା ରାକ୍ଷୀ ପଠାଇ ଥାନ୍ତି | ଆମେ କଥା ହେଉଛୁ ଇନ୍ଦୋରର ଲୋକାଯୁକ୍ତର ଇନ୍ସିପେକ୍ଟର ରହିଥିବା ସତୀଶ ପଟେଲଙ୍କ ବିଷୟରେ , ଏହି ଦିନ ସେ ମଣ୍ତଳା ଜିଲ୍ଲାର ଖଟିଆ ଥାନାରେ ଟି ଆଇ ଅଛନ୍ତି , ମୂଳରୂପରେ ଖରଗୋନରେ ରହୁଥିବା ସତୀଶ ଥାନାରେ ନିଜ ଭଉଣୀ ମାନଙ୍କୁ ଡକାଇଥାନ୍ତି , ଓ ରାକ୍ଷୀ ବାନ୍ଧିଥାନ୍ତି । ସତୀଶ ଥରେ ଗୋଟେ କଥା କହିଥିଲେ କି ସେ ୨୦୧୫ ରେ ରାକ୍ଷୀ ଅବସରରେ ସିବନୀର ଛପରା ଥାନାରେ ନିଯୁକ୍ତ ଥିଲେ , ସେହି ଦିନ ରାକ୍ଷୀ ପୂର୍ଣ୍ଣିମା ମୋର ଭଉଣୀର ରାକ୍ଷୀ ମିଳିପାରିଲା ନାହିଁ , ସମସ୍ତଙ୍କ ହାତରେ ରାକ୍ଷୀ ବନ୍ଧାହୋଇଥିଲା , କିନ୍ତୁ ମୋ ହାତରେ ନଥିଲା ।
ଅଚାନକ ମୋ ମୁଣ୍ତରେ ଗୋଟେ କଥା ଆସିଲା ଓ ସେ ତାଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍ ରେ ମେସେଜ୍ କଲେ , ପୋଲିସ୍ ଆପଣଙ୍କ ମିତ୍ର ଅଟେ , ଓ ଟିଆଇ ଆପଣଙ୍କ ଭାଇ ଅଟନ୍ତି , ଓ ତଳେ ଲେଖିଥିଲେ କି ଟିଆଇ ହୋଇଥିବାରୁ ସବୁ ମହିଳାଙ୍କ ସୁରକ୍ଷା ଦେବା ମୋର କର୍ତ୍ତବ୍ୟ ଅଟେ , ଯଦି କେଉଁ ମହିଳା ମୋତେ ରାକ୍ଷୀ ବାନ୍ଧିବା ଚାହୁଁଛନ୍ତି ତେବେ ତାଙ୍କ ଭାଇ ସ୍ୱାଗତ କରିବ । ତାଙ୍କର ଏହି ମେସେଜ୍ ଦେଖିକରି ସମସ୍ତେ ଏହି ମେସେଜ୍ ପଢିଥିଲେ ଓ ଏହା କିଛି ସମୟ ମଧ୍ୟରେ ଭାଇରାଲ୍ ହୋଇଗଲା , ମେସେଜ୍ ଭାଇରାଲ୍ ହେବା ପରେ ଥାନାର ମହିଳା ସବ୍ ଇନ୍ସିପେକ୍ଟର ତାଙ୍କୁ ପଚାରିଥିଲେ କି ସାର୍ ଆମେ କଣ ଆପଣଙ୍କୁ ରାକ୍ଷୀ ବାନ୍ଧି ପାରିବୁ ? ସତୀଶ ତୁରନ୍ତ ନିଜ ହାତ ବଢାଇଦେଲେ ।
ସେଦିନ ସଂନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୭୦ ଜଣ ମହିଳା ଆସିଥିଲେ , ଯେଉଁଠି ତାଙ୍କୁ ସ୍କୁଲ୍ ଓ କଲେଜର ଛାତ୍ରୀ ମାନେ ବି ରାକ୍ଷୀ ବାନ୍ଧିଥିଲେ , ନଡିଆ ଓ ମିଠା ନେଇ ରାକ୍ଷୀ ବାନ୍ଧିବାପାଇଁ ସତୀଶଙ୍କ ପାଖକୁ ଆସିଥିଲେ , ଓ ରାକ୍ଷୀ ବାନ୍ଧିଥିଲେ , ସେହି ଦିନରୁ ଜନ୍ମାଷ୍ଟମୀ ହେଉ କିମ୍ବା ରାକ୍ଷୀ ପୂର୍ଣ୍ଣିମା ହେଉ , ଦୁର ଦୁର ରୁ ରାକ୍ଷୀ ବାନ୍ଧିବାପାଇଁ ସତୀଶଙ୍କ ପାଖକୁ ଆସିଥାନ୍ତି , ସବୁ ରାକ୍ଷୀରେ ତାଙ୍କ ହାତ ଭରିଯାଏ । ସତୀଶଙ୍କ କହିବା କଥା କି ମୁଁ କେବଳ ଏକ ବୁଦ୍ଧି ଭାବିଥିଲି । ଯାହାଦ୍ୱାରା ଭଉଣୀମାନଙ୍କ ଭଲ ପାଇବା ମିଳିପାରୁଛି , ଓ ପୋଲିସ୍ ଡ୍ୟୁଟିରେ ଫାଇଦା ମିଳିପାରୁଛି , କ୍ଷେତ୍ରରେ ଥିବା ସବୁ ମହିଳାମାନଙ୍କ ମନରେ ଏହା ବିଶ୍ୱାସ ଆସିଲା କି ପୋଲିସ୍ ଭାଇ ଭାବେ ଆମକୁ ସାହାର୍ଯ୍ୟ ଓ ସୁରକ୍ଷା ଦେବେ ।
ରାକ୍ଷୀ ବାନ୍ଧିଥିବା ସବୁ ମହିଳାମାନଙ୍କୁ ସତୀଶ ନିଜ ମୋବାଇଲ୍ ନମ୍ବର ଦେଇଥିଲେ , ସେ କହିଥିଲେ କି ଯେତେବେଳେ କେଉଁ ଅସୁବିଧା ପଡିବ କିମ୍ବା ଆଖପାଖ କେଉଁ କ୍ରାଇମ୍ ହେବାର ଦେଖାଗଲେ ମୋତେ କଲ୍ କରିନେବେ , ମୁଁ ତୁରନ୍ତ ସେଠାରେ ଉପସ୍ଥିତ ହୋଇଯିବି , ଏହା ଦ୍ୱାରା କ୍ଷେତ୍ରରେ ସବୁ ମହିଳାମାନଙ୍କୁ ଅପରାଧ ବିଷୟରେ ସୁଚନା ମିଳିବାକୁ ଲାଗିଲା , ଥାନାରେ କ୍ରାଇମ୍ ପରିମାଣ କମି ଗଲା , ଏହି ଭଉଣୀମାନେ ଫୋନ୍ ରେ ସୁଚନା ଦେଇ ଅପରାଧୀମାନଙ୍କୁ ଧରାଇଲେ