ଯେଉଁ ପତ୍ନୀଙ୍କ ମଧ୍ୟରେ ଏହି ତିନି ଗୁଣ ଥାଏ ତାଙ୍କ ସ୍ଵାମୀ ସବୁବେଳେ ଖୁସି ରହନ୍ତି , ତାଙ୍କ ଗୃହରେ ହୁଏ ନାହିଁ କେବେ ଧନର ଅଭାବ..
ବନ୍ଧୁଗଣ ଯାହାକୁ ଆପଣ ସମସ୍ତେ ଜାଣନ୍ତି ଯେ ପ୍ରତ୍ୟେକ ସ୍ତ୍ରୀ ବିବାହ ପରେ ତାଙ୍କର ଭାଗ୍ୟ ତାଙ୍କ ସ୍ଵାମୀଙ୍କ ସହ ଯୋଡି ହୋଇ ରହେ । ଏମିତିରେ ସେମାନେ ଯାହା ମଧ୍ୟ ଭଲ କିମ୍ବା ଖରମ କର୍ମ କରନ୍ତି ତାହାର ଫଳ ତାଙ୍କର ସ୍ଵାମୀଙ୍କୁ ମିଳେ । ଏହି ପ୍ରକାର ସ୍ଵାମୀ ମଧ୍ୟ ଯଦି କିଛି ଭଲ କିମ୍ବା ଖରାପ କର୍ମ କରନ୍ତି ତେବେ ପରିଣାମ ତାଙ୍କ ପତ୍ନୀଙ୍କୁ ଭୋଗିବାକୁ ହୁଏ । ଗୋଟିଏ ସ୍ତ୍ରୀ ନିଜ ଘରକୁ ସ୍ଵର୍ଗ କରିଦେଇପାରେ ଯଦି ସେ ଠିକ ହୋଇଥାଏ ତେବେ । ଯଦି ଗୃହରେ କଉଣସି ଖରାପ ସ୍ତ୍ରୀ ବାସକରେ ତେବେ ସେହି ଘରକୁ ଖରାପ କରି ଛାଡି ଦିଏ । ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ ।
ଆଜି ମଏ ଆପଣଙ୍କୁ ଏଭଳି ସ୍ତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ସ୍ଵାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ସ୍ଵାମୀଙ୍କୁ ଜୀବନସାରା ଧନର ଅଭାବ ହୋଇନଥାଏ ।
ଆସନ୍ତୁ ଜାଣିବା ଏହି ସ୍ତ୍ରୀ ମାନଙ୍କର ଗୁଣ ବିଷୟରେ
ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କ ପୂଜାଅର୍ଚନା କରନ୍ତି । ଏମିତିରେ ଯଦି କୌଣସି ସ୍ତ୍ରୀ ପ୍ରତିଦିନ ସତ୍ୟ ମନରେ ଭଗବାନଙ୍କର ପୂଜା କରନ୍ତି ତେବେ ତାଙ୍କର ସ୍ଵାମୀଙ୍କୁ କେବେ ମଧ୍ୟ ଧନର ଅଭାବ ହୋଇନଥାଏ । ତାଙ୍କ ଗୃହରେ ସବୁବେଳେ ଆନନ୍ଦ ବିରାଜମାନ କରିଥାଏ ଓ ମାଆ ଲକ୍ଷ୍ମୀ ସେହି ଗୃହରେ ବାସ କରନ୍ତି । ଏହା ଛଡା ସେହି ସ୍ତ୍ରୀଙ୍କ ଗୃହରେ କେବେ ଦୁଃଖର ଛାୟା ଆସେନାହିଁ । ଘରପରିବାରରେ ଆନନ୍ଦର ବାତାବରଣ ରହିଥାଏ । ସ୍ଵାମୀଙ୍କର ବିଗିଡିଯାଇଥିବା କାମ ମଧ୍ୟ ସଜାଡି ହୋଇଯାଏ ।
ଯେଉଁ ମହିଳା ନିଜ ଘରପରିବାରର ଭଲରୂପେ ଧ୍ୟାନ ରଖନ୍ତି ଓ ନିଜର ପ୍ରତ୍ୟେକ କାମ ସ୍ଵାମୀ ଓ ପରିବାରକୁ ଧ୍ୟାନରେ ରଖି କରନ୍ତି ସେହି ଘରେ ମାଆ ଲକ୍ଷ୍ମୀ ବାସ କରନ୍ତି । ଏଭଳି ଗୃହରେ କେବେ ମଧ୍ୟ ଧନର ଅଭାବ ହୋଇନଥାଏ । ଏଭଳି ସ୍ତ୍ରୀ ମାନେ ନିଜର ସ୍ଵାମୀ ଓ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଓ ତାଙ୍କୁ ଘରର ଲକ୍ଷ୍ମୀ କୁହାଯାଏ । ଏଭଳି ସ୍ତ୍ରୀ ନିଜ ଘର ଉପରେ କୌଣସି ବିପତ୍ତି ଆସିବାକୁ ଦେଇନଥାନ୍ତି । ଏମାନଙ୍କ ଆଖପାଖରେ ଖୁଶିର ବାତାବରଣ ରହିଥାଏ । ପରିବାର ସହ ଆଖପାଖର ଲୋକମାନେ ଏଭଳି ଗୁଣବାନ ମହିଳାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।
ହିନ୍ଦୁ ଧର୍ମରେ ଦାନର ବହୁତ ମହତ୍ଵ ହୋଇଥାଏ । କୁହାଯାଏ ଯେ କେବେ ମଧ୍ୟ କୌଣସି ଗରିବ ଲୋକଙ୍କୁ ଖାଲି ହାତରେ ଫେରାଇ ଦେବା ଉଚିତ ନୁହେଁ । ଦାନ କରିବା ସବୁଠାରୁ ପୂଣ୍ୟର କାମ ବୋଲି କୁହାଯାଏ । ଏମିତିରେ ଯଦି କୌଣସି ସ୍ତ୍ରୀ ନିଜ ଘରକୁ ଆସିଥିବା କୌଣସି ଗରିବ ଙ୍କୁ ଖାଲି ହାତରେ ଫେରାନ୍ତି ନାହିଁ ତେବେ ସେହି ଘର ସର୍ବଦା ଧନରତ୍ନରେ ପୂର୍ଣ୍ଣ ହୋଇଉଠେ । ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଆପଣ କୌଣସି ଗରିବଙ୍କୁ ଖୁସି ଦିଅନ୍ତି ତେବେ ଭଗବାନ ଆପଣଙ୍କୁ ତାଠାରୁ ଦୁଇଗୁଣ ଖୁସି ଦେଇଥାନ୍ତି । ଏଥିପାଇଁ କେବେ ମଧ୍ୟ ଆପଣଙ୍କୁ ନିଜ ଘରୁ କୌଣସି ଗରିବ ଲୋକ କିମ୍ବା ଭିକାରିକୁ ଖାଇ ହାତରେ ଫେରାଇ ଦେବା ଉଚିତ ନୁହେଁ ।