December 23, 2024

Odia Express

Leading Odia News Portal of Odisha

ଭାରତୀୟ ସେନାର ଜବାନ ରଣଜିତ ସିଂ ଆଉ ଏକ କାଶ୍ମୀରି ଝିଅର ପ୍ରେମ କାହାଣୀ , ଯାହା ସମସ୍ତଙ୍କୁ ପଢିବା ଜରୁରୀ ..

କୁହନ୍ତି ଆତ୍ମହତ୍ୟା କାପୁରୁଷତାର ପରିଚୟ ଦେଇଥାଏ , ଆତ୍ମହତ୍ୟା କେବଳ କାପୁରୁଷ ମାନେ କରିଥାନ୍ତି , କିନ୍ତୁ ସୈନ୍ୟ ଅଧିକାରୀ ଜାଣିଥିଲେ ରଣଜିତ ନିଜ ଜୀବନ ବଳିଦାନ କଣ ପାଇଁ ଦେଇଥିଲା , ସେନାରେ ରଣଜୀତଙ୍କୁ କିଲ୍ଡ୍ ଇନ୍ ଆକ୍ସନ ମାନିଥିଲେ , ଯାହାଙ୍କୁ ବହୁତ ଲୋକେ ଜୀବନ ନେବା ପରିବର୍ତ୍ତେ ଜୀବନ ଦେଇକରି ନିଜ ସେନାର ସୌର୍ୟ ବନାଇ ରଖିଥିଲେ , ସେନାରେ ରଣଜୀତ ସିଂ ଉଚିତ୍ ସମ୍ନାନ ଦେଇଥିଲେ ।ବୁରହାନ ବାଣୀର ମୃତ୍ୟୁ ପରେ କାଶ୍ମୀରରେ ଲଗାତାର ୪ ମାସରୁ ଅଧିକା ପ୍ରୋଟେଷ୍ଟ ଚାଲିଥିଲା , କିନ୍ତୁ କିଛି ବର୍ଷ ପୂର୍ବରୁ ଏକ ଏମିତି ପ୍ରୋଟେଷ୍ଟ ହୋଇଥିଲା , ଭାରତୀୟ ସେନାର ଜଣେ ଜବାନ ଗୋଟିଏ ଝିଅକୁ ରେପ୍ ଓ ଏକ ନାଗରିକର ହତ୍ୟା ଆରୋପ ଲାଗିଥିଲା , ରଣଜୀତ ସିଂ ଏକ ଶିଖ୍ ଜବାନ ଥିଲେ ,

 

ପଞ୍ଜାବର ଏକ ଛୋଟ ଗାଁରେ ମାତ୍ର ୧୭ ବର୍ଷ ବୟସରେ ୨୦୦୦ ମସିହାରେ ସେ ଭାରତୀୟ ସେନାରେ ଭର୍ତ୍ତୀ ହୋଇଯାଇଥିଲେ , ସେ ଏକ ବଢିଆ ଖେଳାଳୀ ଥିଲେ , ସେ ବାସ୍କେଟ୍ ବଲ୍ ରେ ସ୍ପେସାଲିଷ୍ଟ ଥିଲେ , ଦୁଇ ବର୍ଷ ସେବା ପରେ ସେ ଗନର ହିସାବରେ ଟ୍ୟାଙ୍କ୍ ଚଲାଇବା ପାଇଁ ନିଯୁକ୍ତି ପାଇଥିଲେ , କିଛି ଦିନରେ ତାଙ୍କର ନିଯୁକ୍ତି ରାଷ୍ଟ୍ରିୟ ରାଇଫଲ୍ସରେ ହୋଇଯାଇଥିଲା , ରାଷ୍ଟ୍ରିୟ ରାଇଫଲସ୍ ସେନାରେ ଏକ ଖାସ୍ ଅଙ୍ଗ ଯାହା ୧୯୯୦ ପରେ କାଶ୍ମୀର ରେ ଇଂସଜେସି ସହ ଲଢିବା ପାଇଁ ଗଠିତ ହୋଇଥିଲା , ଏଥିରେ ୫୦ ପ୍ରତିଶତ ଇନଫେକ୍ଟ୍ରି ଓ ବାକି ୫୦ ପ୍ରତିଶତ ସେନା ବାକି ଅଙ୍ଗ ନିଆଯାଉଥିଲା , କାରଣ ରଣଜୀତ ସିଂ ଇନଫେକ୍ଟ୍ରି ରୁ ନଥିଲେ କାଶ୍ମୀର ପଠାଯିବା ପୂର୍ବରୁ ଟ୍ରେନିଙ୍ଗ୍ ପାଇଁ କୋପର୍ସ ବ୍ୟାଟେଲ୍ ସ୍କୁଲ୍ ପଠାଗଲା , ଏହି ସ୍କୁଲ୍ ରେ ଗୋଟେ ସମୟରୁ ୩ ରୁ ୪ ହଜାର ସିପାହୀ ଟ୍ରେନିଙ୍ଗ୍ ନେଉଥିଲେ , ଓ ଟ୍ରେନିଙ୍ଗ୍ ଚାରି ସପ୍ତାହ ପାଇଁ ଥିଲା ,

 

ରଣଜୀତ ସିଂଙ୍କୁ ଏହି ଟ୍ରେନିଙ୍ଗ୍ ରେ ବେଷ୍ଟ ଷ୍ଟୁଡେଣ୍ଟ ହିସାବରେ ଜର୍ଜ କରାଯାଇଥିଲା , ସେ ଜଣେ ରିଗରସ ଓ ଟଫ୍ ଟ୍ରେନିଙ୍ଗ୍ ପରେ ରଣଜୀତ ସିଂ କାଶ୍ମୀରରେ ନିଜ ୟୁନିଟ୍ କମ୍ପାନୀ ଅପରେଟିଙ୍ଗ୍ ବେସ୍ ରେ ଯୋଗ ଦେଲେ , ତାଙ୍କୁ ଆଶା ଥିଲା ତାଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳିବ , କିନ୍ତୁ ଏଠାରେ ସ୍କେଡୁଲ୍ ସେହି ଟ୍ରେନିଙ୍ଗ୍ ରୁ ଅଧିକା ଶକ୍ତ ଥିଲା , ଏହି ୟୁନିଟ୍ ରେ ୬୦ ରୁ ୭୦ ଜବାନ ଥିଲେ , ଯେଉଁଥିରେ ଗୋଟେ ଭାଗ ଆଡମିନିଷ୍ଟ୍ରେସନ୍ ଓ ସିକ୍ୟୁରିଟି ରେ , ଗୋଟେ ଭାଗ ପେଟ୍ରୋଲିଙ୍ଗ୍ ଓ ଅପରେଶନ୍ ରେ ଓ ବାକି ଏକ ଟ୍ରେନିଙ୍ଗ୍ ରେ ହେଉଥିଲା , କେଉଁ ବଡ ଅପରେଶନ୍ କିମ୍ବା ଏମରଜେନ୍ସିରେ ସମୟରେ ସବୁ ସିପାହୀ ଫିଲ୍ଡରେ ରହୁଥିଲେ , ଓ ବିନା ସମୟ କଟାଇ ରେଷ୍ଟ ନ ପାଇ ୨୪ ରୁ ୭୨ ଘଣ୍ଟା ଡ୍ୟୁଟି ହେଉଥିଲା , ଗୋଟେ ସିପାହୀର ୬ ଘଣ୍ଟା ଶୋଇବାର ସମୟ ମିଳୁଥିଲା ,

 

ଏମିତି ମାହୋଲ୍ ରେ ପ୍ରାୟ ୬ ମାସ ରଣଜୀତ ସିଂ କାମ କଲେ , ଓ ଛୋଟ ବଡ ଅପରେଶନ୍ ରେ ଭାଗ ନେଇଥିଲେ , ଯେଉଁଥିରେ ୭ ଟି ଆତଙ୍କ ବାଦୀ ମାରିଥିଲେ , ଏମିତି ୟୁନିଟ୍ ରେ ଏକ ଖାସ୍ କାମ ଲୋକାଲ ଲୋକମାନଙ୍କ ସହ ମିଶି କରି ଏକାଠି କରିବାର ହୋଇଥାଏ , ରଣଜୀତ ସିଂଙ୍କୁ ବି ଏମିତି ଏକ ଦାୟିତ୍ୱ ଦିଆଯାଇଥିଲା , ଲୋକଙ୍କ ସହ ସଂମ୍ପର୍କ କରି ସୁଚନା ଏକାଠି କରିବେ , ସୈନିକ ମେଡିକାଲ୍ ଟିମ୍ ସହ ଗାଁ କୁ ଯାଉଥିଲେ , ନିଜ ସଂମ୍ପର୍କ ସୁତ୍ରରୁ ମିଶୁଥିଲେ , ଓ ସୁଚନା ଏକାଠି କରୁଥିଲେ , ରଣଜୀତ ସିଂ ମେଡିକାଲ୍  ଟିମ୍ ଓ ସଦଭାବନା ପ୍ରୋଜେକ୍ଟ ଟିମ୍ ସହ ମିଶି ଗାଁ ଗାଁ ଯିବା ଆରମ୍ଭ କରିଦେଲେ , ଓ ଲୋକଙ୍କ ସହ ସଂମ୍ପର୍କ ବନାଇବା ଆରମ୍ଭ କରିଦେଲେ , ରଣଜୀତ ସିଂ ବହୁତ ସୁତ୍ରରୁ ନିଜକୁ ଡେଭଲପ୍ କଲେ , ଯାହାର ସୁଚନା ଆଧାରରେ ସେନାଙ୍କୁ ସଫଳତା ଅପରେଶନ୍ ରେ ମିଳିଥିଲା ।

 

ଏମିତିରେ ରଣଜୀତ ସିଂଙ୍କ ସାକ୍ଷାତ ଏକ ସୁତ୍ରରୁ ଛୋଟ ଭଉଣୀ ସହ ହୋଇଥିଲା , ଲଭ୍ ଆଟ୍ ଫାଷ୍ଟ ସାଇଟ୍ , ଦୁହିଁଙ୍କର ତରଫରୁ , ପ୍ରଥମ ଦେଖାରେ ପ୍ରେମ ହୋଇଯାଇଥିଲା , କିନ୍ତୁ ଜଲଦି ହିଁ ଦୁହେଁ ମିଶିବା ବାହାନାରେ ଖୋଜିବାକୁ ଲାଗିଲେ , ଏକ ଆକର୍ଷଣ ଶିଖ୍ ଜବାନ, ଏକ ସୁନ୍ଦର କାଶ୍ମୀରି ଝିଅ , ଯେପରି ଆକାଶରୁ ଯୋଡି ହୋଇଛନ୍ତି , ଗୋଟେ ତରଫରୁ ସେନାର ଶୃଙ୍ଖଳା ଥିଲା ଅନ୍ୟ ପଟେ ଅଲଗା ଅଲଗା ଧର୍ମ, ସଂସ୍କୃତି ଥିଲା , ସମାଜର ପ୍ରତିବନ୍ଧକ ଥିଲା , ଓ ଆଗରେ ଚାଲୁଥିଲା ଯୁଦ୍ଧ ।

ଝିଅଟି କଲେଜ୍ ଯାଉଥିଲା , ସେମିତି ଦେଖା କରିବାକୁ ସୁଯୋଗ ମିଳିପାରୁନଥିଲା , ଏମିତିରେ ମୋବାଇଲ୍ ରେ ବାର୍ତ୍ତାଳୟ ଚାଲୁରହିଲା , ଏମିତିରେ ରଣଜୀତ ଙ୍କୁ ତାଙ୍କର ୫ ଘଣ୍ଟାର ନିଦ ବି ହରାଇବାକୁ ପଡୁଥିଲା , ଏହି ପ୍ରେମରେ ରଣଜୀତକୁ ଦୁନିଆଁର ଚିନ୍ତା ନଥିଲା , ରଣଜିତ ଥରେ ଛୁଟିରେ ଘରକୁ ଆସିଥିଲା , ଓ ନିଜ ପ୍ରେମିକା ପାଇଁ ଏକ ମୁଦି ନେଇକରି ଆସିଥିଲା , ଏକ ମେଡିକାଲ୍ କ୍ୟାମ୍ପରେ ସେହି ମୁଦି ପ୍ରେୟସି କୁ ଦେଲା , ରଣଜିତର ଦୁଇ ବର୍ଷର ପ୍ରେମ ମିଳିଯାଇଥିଲା , କିନ୍ତୁ ରଣଜିତ୍ ବାଲଟିରିୟାଲି ନିଜର ଟେନୋର୍ ୬ ମାସ ପାଇଁ ବଢାଇ ଦେଇଥିଲା , କିନ୍ତୁ ଜଲଦି ହିଁ ୬ ମାସ ପୁରା ହେବାକୁ ଲାଗିଥିଲା , ରଣଜିତର ପୋଷ୍ଟିଙ୍ଗ୍ ଅଲଗା ଜାଗାରେ ହୋଇଗଲା , ସେ କାଶ୍ମୀର ଛାଡି ଯିବାକୁ ଥିଲା , ସେ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ପହଞ୍ଚିଲା ,

ଦିନେ ପରେ ସେ ନିଜ ପୋଷ୍ଟିଙ୍ଗ୍ ରେ ଯିବାକୁ ଥିଲା , ସେଥିପାଇଁ ତାଙ୍କୁ କେଉଁଠି ପୋଷ୍ଟିଙ୍ଗ୍ ଦିଆଯାଇନଥିଲା , କାରଣ ସେ ନୂଆ ଡ୍ୟୁଟି ପାଇଁ ପ୍ୟାକିଙ୍ଗ୍ କରିବାର ଥିଲା , ସେ କ୍ୟାମ୍ପ ଛାଡି ବାହାରକୁ ଯିବାକୁ ଚାହୁଁନଥିଲା , ରଣଜୀତ ଦେଖିଲା କି ତାଙ୍କର ଗୋଟେ ପେଟ୍ରୋଲିଙ୍ଗ୍ ଟିମ୍ ଖାଲି ପାଦରେ ଯାଉଛନ୍ତି , ସେ ବିନା କେଉଁ ଅଧିକାରୀଙ୍କୁ କହି ସେହି ଟିମ୍ ରେ ସବୁଠାରୁ ପଛରେ ରହି କାମ୍ପରେ ବାହାରିଯାଇଥିଲା , ଯେବେ ଗାଁ ପାଖକୁ ଆସିଲା ତ ନିଜ ଟିମ୍ ରୁ ଅଲଗା ହୋଇଗଲା , ଓ ଏକ ଘର ପାଖରେ ପହଞ୍ଚିଲା , ରଣଜୀତ ସେନାର ପୋଷାକରେ ଥିଲା , ଓ ନିଜ ସବୁ ହତିଆର ସହ , ଏହି ଘର ପାଖରେ ସେ ନିଜ ପ୍ରେମିକା ପ୍ରେୟସିକୁ ଡାକିଥିଲା , ରଣଜୀତ ଜାଣିଥିଲା କି ସେ କେତେ ବଡ ରିକ୍ସ ନେଉଛି , କିନ୍ତୁ ପ୍ରେମ ପାଇଁ କିଏ ଏତେ ଭାବେ ,

 

ବହୁତ କମ୍ ସମୟ ତା ପାଖରେ ଥିଲା , ସେ ପ୍ରେୟସିକୁ କଥା ଦେଇଥିଲା କି ସେ ଜଲଦି ହିଁ ଫେରି ଆସିବ , ଓ ବାହା ହୋଇ ନିଜ ଗାଁକୁ ନେଇଯିବ , ଦୁହେଁ ସାଥିରେ ରହିବା , ତାପରେ ସେ ଦେଖା କରିବା ପରେ ଘରୁ ବାହାରିଥିଲା , କିନ୍ତୁ ଯେତେବେଳେ ସେ ଘରୁ ବାହାରି ଥିଲେ , ସେ ଦେଖିଲେ କି ବାହାରେ ଭିଡ ଲାଗିଛି , ଲୋକମାନେ ରଣଜୀତଙ୍କୁ ଘେରିଗଲେ , ଓ ଧକ୍କା ଦେବାକୁ ଲାଗିଲେ , ମାରିବାକୁ ଲାଗିଲେ , ସେମାନେ କହିଲେ କି ସେହି ଝିଅକୁ ରଣଜିତ ବଳତ୍କାର କରିଛନ୍ତି , ରଣଜୀତ ସେହି ଭିଡ ମଧ୍ୟରେ ବୁଝାଇବାକୁ ଚେଷ୍ଟା କରିଥିଲେ , କିନ୍ତୁ କେହି ଶୁଣିବାବାଲା ନଥିଲେ , ଭିଡ୍ ରାଗରେ ତାଙ୍କ ଉପରେ ଆକ୍ରମଣ କରୁଥିଲେ , ରଣଜୀତ ତାପରେ ନିଜ ହାତରେ ବନ୍ଧୁକ ଧରି ତାଙ୍କୁ ଚେତାବନୀ ଦେଲେ , ଏହି ଚେତାବନୀ ଶୁଣିବା ମାତ୍ରେ ଜଣେ ବ୍ୟକ୍ତି ରଣଜୀତଙ୍କ ଆଡକୁ କୁରାଢୀରେ ଆକ୍ରମଣ କରିଦେଲା , ଓ କିଛି ସୁଯୋଗ ନ ପାଇ ରଣଜୀତ ଫାୟାର୍ କରିଦେଲେ , ଗୁଳି ସେହି ବ୍ୟକ୍ତିର ଦେହରେ ବାଜିଲା , ଓ ସେଠାରେ ସେ ଗଳିପଡିଲା , ଓ ଭିଡରୁ ଖସି ରଣଜୀତ ସେଠାରୁ ପଳାଇଲେ , ସେ ବହୁତ କଷ୍ଟରେ କିଛି ବାଟ ଯାଇଛନ୍ତି କି ନାହିଁ ବିପରୀତ ପଟୁ ଆଉ ଏକ ଭିଡ ଏକାଠି ହୋଇ ଘେରିନେଇଗଲେ , ସେ ସଡକ ମଧ୍ୟରେ ସେହି ଭିଡ ମଧ୍ୟରେ ଏକେଲା ଥିଲେ , ଭିଡରେ ଲୋକେ ତାଙ୍କୁ ପଥର ମାଡ କରୁଥିଲେ , ରଣଜିତଙ୍କ ଜୀବନ ବହୁତ ସଙ୍କଟରେ ଥିଲା , ସେ ଚାହିଁଥିଲେ ସେହି ଭିଡରେ ଗ୍ରେନେଡ୍ ପକାଇ ଯାଇପାରିଥାନ୍ତା , କିନ୍ତୁ ସେଥିରେ ବହୁତ ଲୋକ ମରିଯାଇଥାନ୍ତେ ।

 

ସେ ଭିଡ ମଧ୍ୟରେ ସେ ଆଉ କିଛି ବାଟ ନପାଈ ନିଜ ଲୁହ ଭରା ଆଖିରେ ନିଜ ପ୍ରେମିକା ପ୍ରେୟସୀକୁ ଦେଖୁଥିଲା , ଝିଅର ଆଖିରେ ବି ଲୁହ ଥିଲା , ରଣଜୀତ୍ ନିଜ ଗନ୍ ଉଠାଇଲେ ଓ ଗନ୍ ର ଅଗ୍ର ଭାଗ ନିଜ ଗଳା ପାଖରେ ରଖି ଗୁଳି ଫୁଟାଇ ଦେଇଥିଲେ , ଏହି ଖବର ଚାରିଆଡେ ବ୍ୟାପି ଯାଇଥିଲା କି ଏକ ସେନାର ଜବାନ ଗୋଟେ ଝିଅ ସହ ରେପ୍ କରିଛନ୍ତି , ଓ ଗୋଟେ ନାଗରିକକୁ ମାରିଦେଲେ , ସେନା ପାଇଁ ଏହା ଏକ ବଡ ଅପମାନ ଥିଲା , ତୁରନ୍ତ ଆକ୍ସନ ନେଇ ପୋଲିସ୍ କାର୍ଯ୍ୟନୁଷ୍ଠାନ ନେଲେ ।

ରଣଜୀତଙ୍କ ମୋବାଇଲ ରେ ସେହି ଝିଅର କଲ୍ ଡିଟେଲ୍ସ ମିଳିଲା , ପୋଲିସ୍ ସେହି ଝିଅକୁ ପଚାରାପଚରି କରିଥିଲେ , ଝିଅ ସବୁ କାହାଣୀ ଶୁଣାଇଥିଲା , ସେନା ଓ ପୋଲିସ୍ ସେହି ଗାଁରେ ଯାହା ଶ୍ରୀନଗର ସୋନମର୍ଗ ରାସ୍ତାରେ ଥିଲା , ଓ କଙ୍ଗନ ନାଁରେ ଜଣାଯାଉଥିଲା , ସରକାର ମୃତ ବ୍ୟକ୍ତିକୁ ଆର୍ଥିକ ସହାୟତା ଦେଲେ , ସେହି ଝିଅକୁ ସେନାରେ ସଂରକ୍ଷଣ ମିଳିଲା , ଓ ପାଠପଢାର ସବୁ ଦାୟିତ୍ୱ ସେନା ନେଲେ ।

 

ରଣଜୀତ ଯେଉଁଠି ଆତ୍ମହତ୍ୟା କରିନେଇଥିଲେ ତାହା କାପୁରୁଷତା ପ୍ରମାଣିତ କରିଥିଆଏ , ଆତ୍ମହତ୍ୟା କାପୁରୁଷତାକୁ କହନ୍ତି , କିନ୍ତୁ ସେନାର ଅଧିକାରୀ ଜାଣିଥିଲେ କି ସେଥିପାଇଁ ରଣଜିତଙ୍କୁ କିଲ୍ଡ୍ ଇନ୍ ଆକ୍ସନ୍ ବୋଲି ମାନିଲେ , ବହୁତ ଲୋକଙ୍କ ମଧ୍ୟରେ ନିଜ ଜୀବନ ହାରିବା ପାଇଁ ସେନାକୁ ଆହୁରି ଗର୍ବିତ କରିଥିଲେ , ସେନା ରଣଜିତଙ୍କୁ ଉଚିତ୍ ସମ୍ମାନ ଦେଇଥିଲେ , ମୁଁ ଆଭାର ପ୍ରକଟ କରୁଛି ଲେଫ୍ଟିନାଣ୍ଟ ଜେନେରାଲ୍ ଏଚ୍ ଏସ୍ ପନାଙ୍ଗଙ୍କୁ ଯିଏ ଏହି କାହାଣୀ ଲେଖିଥିଲେ , ଓ ପନାଙ୍ଗ ସାହେବ ସେ ଥିଲେ , ଯିଏକ୍ କୋପର୍ସ ବ୍ୟାଟେଲ୍ ସ୍କୁଲ୍ ରେ ରଣଜୀତ ସିଂଙ୍କୁ ବେଷ୍ଟ ଷ୍ଟୁଡେଣ୍ଟ ଆୱାର୍ଡ ଦେଇଥିଲେ , ଓ ଆଭାର୍ କର୍ଣ୍ଣଲ୍ ଅଭିଷେକ ବାଜପେୟୀ ଜି ଥିଲେ ଯାହାଙ୍କ ୱାଲ୍ ରେ ଏହି କାହାଣୀ ପଢିଥିଲି , ରଣଜୀତ ସିଂ ଙ୍କ ନାଁ ସବୁବେଳେ ଅମର ରହିବ , ଆମକ୍ ଗର୍ବ ଅଛି ରଣଜିତ ସିଂ ପରି ସେନାର ଜବାନଙ୍କ ଉପରେ  ଓ ଭାରତୀୟ ସେନା ଉପରେ ।

Leave a Reply

Your email address will not be published. Required fields are marked *