ଓଠ ଖୋଲିଥାଏ ଲୋକଙ୍କର ରହସ୍ୟ – ଯେଉଁ ଲୋକଙ୍କ ଓଠରେ ଗାତ ଥାଏ , ସେହି ଲୋକମାନେ ସେହି ଲୋକମାନେ ହୋଇଥାନ୍ତି ଆବଶ୍ୟକତା ଠାରୁ ଅଧିକ…
ଆମର ହିନ୍ଦୁଧର୍ମରେଏପରି କିଛି କୁହାଯାଇଛି ଯାହା କି ମନ ଶରୀର ରେ ଥାଏ ଓ ଶାସ୍ତ୍ର ଅନୁଯାୟୀ ଅଧ୍ୟୟନ କରି ଆମେ ଯେକୌଣସି ମନୁଷ୍ୟର ଭବିଷ୍ୟ ବିଷୟରେ ଜାଣିପାରିବା । ସେହି ଶାସ୍ତ୍ର ମଧ୍ୟରୁ ଗୋଟିଏ ହେଲା ସମୁଦ୍ରଶାସ୍ତ୍ର ଯେଉଁଥିରେ ଥୋଡିର ଅଧ୍ୟୟନରୁ ବ୍ୟକ୍ତିର ସ୍ଵଭାବ ବିଷୟରେ ଜାଣିହେବ ତେଣୁ ଆପଣ ମଧ୍ୟ ଆପଣଙ୍କ ସାଥିଙ୍କର ଥୋଡିରୁ ତାଙ୍କର ସ୍ଵଭାବ ବିଷୟରେ ଜାଣିପାରିବେ ।
୧. ସାମାନ୍ୟ ଥୋଡି ଥିବା ଲୋକଙ୍କ ସ୍ଵଭାବ – ଯଦି ଆପଣଙ୍କ ସାଥିଙ୍କର ଥୋଡି ଦେଖିବାକୁ ସାମାନ୍ୟ ତେବେ ଏପରି ଲୋକ ବହୁତ ଶୁଭ ଫଳଦାୟୀ ହୋଇଥାନ୍ତି ତେଣୁ ଏମାନେ ଆପଣଙ୍କ ପାଇଁ ବହୁତ ଶୁଭ ଅଟନ୍ତି । ଏମାନେ ନିଜ କଥା ସହଜରେ କାହାକୁ କୁହନ୍ତି ନାହିଁ।
୨. ଥୋଡି ଆଗରେ ଗାତ ଥିବା ଲୋକଙ୍କ ସ୍ଵଭାବ – ଯଦି ଆପଣଙ୍କ ସାଥିଙ୍କର ଥୋଡିର ସାମ୍ନାପଟରେ ଡିମ୍ପଲ ବା ଗାତ ଅଛି ତେବେ ଏପରି ଲୋକମାନେ ପ୍ରେମ ମାମଲାରେ ବହୁତ ଅଧିକ ସଂବେଦନଶୀଳ ହୋଇଥାନ୍ତି । ଏମାନେ ନିଜ ଜୀବନରେ ସବୁବେଳେ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାନ୍ତି ଓ ଏମାନେ ନିଜ ଜୀବନରେ କେବେ ମଧ୍ୟ ଧନ ସମ୍ବନ୍ଧୀୟ ଅଭାବ ଭୋଗକରନ୍ତି ନାହିଁ
୩. ଥୋଡିର ତଳେ ଡିମ୍ପଲ ଥିବା ଲୋକଙ୍କ ସ୍ଵଭାବ – ସମୁଦ୍ର ଶାସ୍ତ୍ର ଅନୁଯାୟୀ ଏପରି ଲୋକମାନେ ନିଜ ଜୀବନ ରେ ସୁଖ ଭୋଗନ୍ତି ଓ ଯେଉଁ ଲୋକନକ ଥୋଡିର ଠିକ ତଳେ ଡିମ୍ପଲ ଥାଏ ଏପରି ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ତାସହ ଏମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି ।
୪. ଛୋଟ ଥୋଡି ଥିବା ଲୋକମାନଙ୍କର ସ୍ଵଭାବ – ସମୁଦ୍ରଶାସ୍ତ୍ର ଅନୁଯାୟୀ ଛୋଟ ଥୋଡି ଥିବା ଲୋକମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ଏପରି ଲୋକମାନେ ନିଜର ଭାଗ୍ୟ ଠାରୁ ଅଧିକ ନିଜର ପରିଶରମ ଉପରେ ଭରସା କରନ୍ତି ।
୫. ମୁହଁ ଭିତରକୁ ଦବିକରି ଥୋଡି ଥିବା ଲୋକମାନଙ୍କର ସ୍ଵଭାବ – ସମୁଦ୍ରଶାସ୍ତ୍ର ଅନୁଯାୟୀ ଯେଉଁ ଲୋକମାନଙ୍କର ଥୋଡି ମୁହଁ ଭିତରକୁ ଦବିକରି ଥାଏ ସେମାନେ ବହୁତ ଅଧିକ ଚଞ୍ଚଳ ପ୍ରବୃତ୍ତିର ହୋଇଥାନ୍ତି ତାସହ ଏପରି ଲୋକମାନେ ଅଳ୍ପ ଆଳସ୍ୟ ପ୍ରବୃତ୍ତିର ହୋଇଥାନ୍ତି । କିନ୍ତୁ ଏପରି ଲୋକମାନେ ଭଲ ହୃଦୟର ହୋଇଥାନ୍ତି ।
୬. ବର୍ଗାକାର ଥୋଡି ଥିବା ଲୋକଙ୍କ ସ୍ଵଭାବ – ସମୁଦ୍ରଶାସ୍ତ୍ର ଅନୁଯାୟୀ ଯେଉଁ ଲୋକମାନଙ୍କର ଥୋଡି ବର୍ଗାକାର ଆକୃତିର ହୋଇଥାଏ ଏପରି ଲୋକମାନଙ୍କ ପାଖରେ ସବୁବେଳେ ନିଜର ଆବଶ୍ୟକ ଅନୁଯାୟୀ ଧନ ରହିଥାଏ । ଅନ୍ୟ ଅର୍ଥରେ କହିଲେ ଏମାନେ ନିଜ ଜୀବନରେ କେବେ ମଧ୍ୟ ଆର୍ଥିକ ଦୂରାବସ୍ଥାର ସମ୍ମୁଖୀନ ହେବେ ନାହିଁ ।
୭. ଗୋଲ ଥୋଡି ଥିବା ଲୋକଙ୍କ ସ୍ଵଭାବ – ଏପରି କୁହାଯାଏ ଯେ ଯେଉଁ ଲୋକମାନଙ୍କର ଥୋଡି ଗୋଲାକାର ଆକୃତିର ହୋଇଥାଏ ସେହି ଲୋକମାନେ ଅଳ୍ପ ବଦରାଗୀ ସ୍ଵଭାବର ହୋଇଥାନ୍ତି । କିନ୍ତୁ ଯଦି ଏହି ଲୋକମାନଙ୍କ ସହ କେହି ଭଲରେ କଥା କୁହେ ତେବେ ଏମାନେ ବହୁତ ଶୀଘ୍ର ବୁଝିଯାନ୍ତି ।
୮. ସମୁଦ୍ରଶାସ୍ତ୍ର ଅନୁଯାୟୀ ଯେଉଁ ଲୋକଙ୍କର ଥୋଡି ଅଣ୍ଡାକୃତି ହୋଇଥାଏ ସେମାନଙ୍କ ପାଇଁ ଏହା ବହୁତ ଶୁଭ ସାବ୍ୟସ୍ତ ହୋଇଥାଏ ଓ କୁହାଯାଏ ଯେ ଏଭଳି ଥୋଡି ଥିବା ଲୋକମାନେ ବହୁତ ଭାବୁକ, ଚଞ୍ଚଳ, କଳାପ୍ରେମୀ ବିଚାରର ହୋଇଥାନ୍ତି ।