October 22, 2024

Odia Express

Leading Odia News Portal of Odisha

ପୂଜା ସମୟରେ ପାନପତ୍ରର ଏହିପ୍ରକାର ଉପଯୋଗ ଦ୍ଵାରା ଚମକିବ ଆପଣଙ୍କ ଭାଗ୍ୟ, ହେବ ଧନର ବର୍ଷା…

ପ୍ରାୟତଃ ଆମେ ଦେଖିଛୁ ଯେ ହିନ୍ଦୁ ଧର୍ମରେ ଯେବେ କୌଣସି ପୂଜାର ଆୟୋଜନ କରାଯାଏ ପାନ ପତ୍ରର ଆବଶ୍ୟକତା ହୋଇଥାଏ । ଏମିତିରେ ପାନ ପତ୍ରର ନିଜର ଅଲଗା ମହତ୍ଵ ଥାଏ । ପାନର ପୂଜାପାଠ ଓ ଣୟ ଧାର୍ମିକ ଅନୁଷ୍ଠାନରେ ଉପଯୋଗ ବହୁତ ଶୁଭ ବିଚାର କରାଯାଏ । ମାନ୍ୟତା ଅନୁଯାୟୀ ପ୍ରଥମଥର ପାନ ପତ୍ରକୁ ସମୁଦ୍ର ମନ୍ଥନ ସମୟରେ ବ୍ୟବହାର କରଯାଇଥିଲା ଓ ସେବେଠାରୁ ପାନର ପ୍ରୟୋଗ ଶୁଭ କାର୍ଯ୍ୟ ମାନଙ୍କରେ କରାଯିବାକୁ ଲାଗିଲା । ହିନ୍ଦୁଧର୍ମର ପୌରାଣିକ କଥା ଅନୁସାରେ ପାନ ପତ୍ରରେ ଅନେକ ଦେବିଦେବତା ବାସ କରନ୍ତି। ଓ ଏହି ବିଷୟରେ ଆମେ ଆଜି ଆପଣଙ୍କୁ କିଛି କହିବାକୁ ଯାଉଛୁ ଯେ ଆପଣ କିପ୍ରକାର ନିଜର ଆର୍ଥିକ ଅସୁବିଧା ସବୁରୁ ମୁକ୍ତି ପାଇପାରିବେ ଓ ଗୃହରେ ସୁଖଶାନ୍ତି ବିରାଜିବ।

 

ପାନପାତ୍ରରେ କେସର ରଖି ଯଦି କିଏ ଗଣେଶଙ୍କୁ ଅର୍ପଣ କରନ୍ତି ତେବେ ସେ ଜୀବନର ସମସ୍ତ ସଙ୍କଟରୁ ମୁକ୍ତି ପାଇଯାନ୍ତି ।

ବୁଧବାର ଦିନ ପାନ ଖାଇବାର ସର୍ବଶ୍ରେଷ୍ଠ ଦିନ କୁହାଯାଏ । କୁହାଯାଏ ଯେ ଏହିଦିନ ପାନ ଖାଇଲେ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଇଥାଏ ।

ପାନପତ୍ରକୁ ଆପଣ ଗୋଟିଏ ଝାଲର ରୂପରେ ପ୍ରସ୍ତୁତ କରି ଘରର ମୁଖ୍ୟ ଦ୍ଵାରରେ ଟଙ୍ଗେଇ ଦିଅନ୍ତୁ , ଏପରି କରିବା ଦ୍ଵାରା ଗୃହର ନକରାତ୍ମକ ଶକ୍ତି ଦୂରେଇ ଯିବ।

ପାନପତ୍ରକୁ ଶିବଲିଙ୍ଗ ଉପରେ ଶ୍ରାବଣ ମାସରେ ଚଢେଇବା ଅତିଫଳଦାୟୀ ଲାଭ ପ୍ରାପ୍ତ ହୋଇଥାଏ । ଏହାସହ ପାନକୁ ଶିବଲିଙ୍ଗ ଉପରେ ଚଢେଇଲେ ଇଚ୍ଛାପୂର୍ତ୍ତି ମଧ୍ୟ ହୋଇଥାଏ ।

 

ଦୃଷ୍ଟିଦୋଷ କିମ୍ବା ଗୁଣିଗାରେଡି ଦ୍ଵାରା ଗ୍ରାସିତ ବ୍ୟକ୍ତିଙ୍କୁ ପାନପତ୍ର ସହ ସାତଟିଗୋଲାପ ପାଖୁଡା ରଖି ଖେଳେଇ ଦେଲେ ଦୃଷ୍ଟି ଦୋଷ ନଷ୍ଟ ହୋଇଯାଏ ।

ପାନପତ୍ରରେ ଦେବିଦେବତା ମାନେ ବାସକରନ୍ତି

ହିନ୍ଦୁ ମାନ୍ୟତା ଅନୁଯାୟୀ ପାନ ପତ୍ରରେ ବିଭିନ୍ନ ଦେବିଦେବତାମାନେ ବାସକରନ୍ତି , ଏହି ଗୋଟିଏ ପତ୍ରରେ ବ୍ରହ୍ମାଣ୍ଡର ସମସ୍ତ ଦେବିଦେବତା ବାସକରନ୍ତି । ଏହା ମଧ୍ୟ ଏକ କାରଣ ଅଟେ ଯେ କାହିଁକି ହିନ୍ଦୁମାନେ ପୂଜାରେ ପାନ ପତ୍ରର ବ୍ୟବହାର କରନ୍ତି । କୁହନ୍ତି ଯେ ଏହି ପତ୍ରରେ ବିଭିନ୍ନ ଅଂଶରେ ଦେବିଦେବତା ଉପସ୍ଥିତ ଅଛନ୍ତି ।

ଆସନ୍ତୁ ଜାଣିବା

1 – ପାନପତ୍ରର ଉପରିଭାଗରେ ସୁକର ଓ ଇନ୍ଦ୍ର ବିରାଜମାନ ହୋଇଥାନ୍ତି

୨. ପାନର ମଝି ଅଂଶରେ ମାଆ ସରସ୍ଵତୀ ବାସ କରନ୍ତି ।

୩. ପାନର ତଳ ଅଂଶରେ ମାଆ ଲକ୍ଷ୍ମୀ ବାସ କରନ୍ତି ।

୪. ପାନ ଡେମ୍ଫରେ ଜ୍ୟେଷ୍ଠା ଲକ୍ଷ୍ମୀ ବିରାଜ କରନ୍ତି

 

୫. ପାନପତ୍ରରେ ଭଗବାନ ବିଷ୍ଣୁ ସ୍ଵୟଂ ସମାହିତ ଅଛନ୍ତି

୬. ପାନର ବାହାର ଧାରରେ ଭଗବାନ ଶିବ ଓ କାମଦେବ ବାସ କରନ୍ତି ।

୭. ପାନପତ୍ରର ପଶ୍ଚାଦଭାଗରେ ମାଆ ପାର୍ବତୀ ଓ ମାଆ ମଙ୍ଗଳାଙ୍କ ସ୍ଥାନ ହୋଇଥାଏ

୮. ପାନପତ୍ରର ଡାହାଣ ଅଂଶରେ ଭୂମିଦେବୀଙ୍କ ନିବାସସ୍ଥାନ ହୋଇଥାଏ ।

୯. ସଂପୂର୍ଣ୍ଣ ପାନ କୁ ଭଗବାନ ସୂର୍ଯ୍ୟନାରାୟଣଙ୍କ ପ୍ରତୀକ କୁହାଯାଏ ।

ପୂର୍ଣ୍ଣ ସାବଧାନତାର ସହ ଚୟନ କରନ୍ତୁ ସଠିକ ପାନପତ୍ରର

କେବଳ ଗୋଟିଏ ପତ୍ରରେ ସଂସାରର ସଂପୂର୍ଣ୍ଣ ଦେବିଦେବତାଙ୍କ ନିବାସ ହେବା କାରଣରୁ ଏହାକୁ ପୂଜା ସାମଗ୍ରୀରେ ବ୍ୟବହାର କରାଯାଏ। କିନ୍ତୁ ପୂଜା ସାମଗ୍ରୀ ପାଇଁ ପାନପତ୍ରର ଚୟନ କରିବା ପୂର୍ବରୁ ଆପଣଙ୍କୁ ସାବଧାନ ରହିବା ଉଚିତ । ହିନ୍ଦୁ ମାନ୍ୟତା ଅନୁଯାୟୀ କଣା ଥିବା , ଶୁଖିଲା ଓ ମଝିରୁ ଫଟା ଥିବା ପାନ ଗୁଡିକ କେବେ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ । ପାନର ପତ୍ର ସବୁବେଳେ ସଠିକ ରୂପେ ଚୟନ କରିବେ । ଏହା ଚମକୁଥିବ ଓ ଶୁଖିଲା ନଥିବ ଏପରି ପାନପତ୍ରର ବ୍ୟବହାର କଲେ ପୂଜା ସଫଳ ହୋଇଥାଏ ।

Leave a Reply

Your email address will not be published. Required fields are marked *