December 23, 2024

Odia Express

Leading Odia News Portal of Odisha

IPS ସ୍ତ୍ରୀ ଓ IAS ସ୍ୱାମୀ , ଦୁହେଁ କୋଳେଇ ନେଲେ ଜଣେ ସହୀଦଙ୍କ ଝିଅକୁ , କହିଲେ ଏହାକୁ ମଧ୍ୟ IPS ବନେଇବୁ, ଏବେ ସାରା ଦେଶ କରୁଛି ପ୍ରଶଂସା…

ଆଜି ଆମେ ଆପଣଙ୍କୁ ଏହି ଦେଶର ଏମିତି ଅଧିକାରୀଙ୍କ ବିଷୟରେ କହିବାକୁଯାଉଛୁ , ଏହି ଅଧିକାରୀ ମାନେ ଏମିତି କାମ କରିଛନ୍ତି ଯାହା ନେତା କିମ୍ବା ମନ୍ତ୍ରୀମାନେ କରିପାରିବା ବହୁତ କମ୍ ଦେଖିବାକୁ ମିଳେ , ଏହି ଦୁହେଁ ଏହି ଉଦ୍ୟମ ଦ୍ୱାରା ଦେଶର ଅଧିକାରୀମାନଙ୍କର ଆଖି ଖୋଲି ଦେଲେ । ଆମେ କଥା ହେଉଛୁ ଦେଶର ଦ୍ୱିତୀୟ ମହିଳା ଆଇପିଏସ୍ ଅଞ୍ଜୁମ ଆରା ଓ ତାଙ୍କର ଆଇଏଏସ୍ ସ୍ୱାମୀ ୟୁନୁସ୍ ଙ୍କ ବିଷୟରେ , ସେମାନେ ସହିଦ ପରମଜିତଙ୍କ ୧୨ ବର୍ଷର ଝିଅକୁ କୋଳାଇନେଇଥିଲେ , ସାଧାରଣ ଜନତାଙ୍କ ମଧ୍ୟରେ ଧାରଣା ହୋଇଯାଇଛି କି ନିର୍ବାଚନରେ ମନ୍ତ୍ରୀ ପଦ ପାଇଲା ପରେ ଲୋକେ ନିଜର ଅଧିକାର ଓ ଆଇନ୍ ଦେଖାଇଥାନ୍ତି , ସେମାନଙ୍କୁ ସମାଜର ଦୁଃଖ କଷ୍ଟ ବିଷୟରେ ଜଣା ନଥାଏ , କିନ୍ତୁ ଏହି ଦମ୍ପତି ଲୋକଙ୍କ ଭାବନାରୁ କିଛି ଅଲଗା କରି ଦେଖାଇ ଥିଲେ ।

 

ସୀମାରେ ନିଯୁକ୍ତ ଥିବା ସହିଦ ପରମଜୀତ ସିଂ ଙ୍କ ଝିଅକୁ କୋଳାଇନେବାପରେ ସେ ଏକ ମିଶାଲ୍ ସୃଷ୍ଟି କଲେ , ଅଞ୍ଜୁମ୍ ସୋଲନ ଶିମଲା ରେ ସୋଲନ୍ ଜିଲ୍ଲାର ଏସ୍ ପି ଅଛନ୍ତି , ଓ ତାଙ୍କ ସ୍ୱାମୀ ୟୁନୁସ୍ କୁଲ୍ଲୁ ଜିଲ୍ଲା କଲେକ୍ଟର ଅଛନ୍ତି , ପାକିସ୍ଥାନ ବର୍ଡରରେ ଆକ୍ସନ୍ ଟିମ୍ ଆକ୍ରମଣରେ ପଞ୍ଜାବର ସୀମାରେ ଥିବା ଜବାନ ପରମଜିତ୍ ସିଂ ସହିଦ ହୋଇଗଲେ , ତାଙ୍କର ୧୨ ବର୍ଷର ଝିଅ ତାଙ୍କର ଅନ୍ତିମ ସଂସ୍କାର କଲେ , ସହୀଦ ଝିଅ ବିଷୟରେ ଏହି ଖବର ପାଇ ହିମାଚଳ ପ୍ରଦେଶରେ ନିଯୁକ୍ତ ହୋଇଥିବା ଅଫିସର୍ ଦମ୍ପତି ସେହି ଝିଅକୁ କୋଳାଇନେବାପାଇଁ ଫଇସଲା ନେଇଥିଲେ ।

 

ସେ ଚାହୁଁଥିଲେ କି ଏହି କାମ ବିଷୟରେ କାହାକୁ ଜଣା ନ ଯାଉ , କିନ୍ତୁ ଏହି ପୂଣ୍ୟ କାମ କଲେ ତାହାର ବାସ୍ନା ସବୁ ଆଡେ ମହକି ଯାଇଥାଏ , ସେହି ଅଫିସର ଦମ୍ପତି ସହୀଦ ପରମଜିତ ସିଂ ଙ୍କ ୧୨ ବର୍ଷର ଝିଅକୁ କୋଳାଇ ନେଲେ , ଏବେ ସେହି ଦମ୍ପତି ଝିଅର ପାଠ ପଢାରୁ ନେଇକରି ସବୁ ଖର୍ଚ୍ଚ ବହନ କରିବେ , ୟୁନୁସ୍ ଓ ଅଞ୍ଜୁମ୍ ଆରା ସହିଦଙ୍କ ସ୍ତ୍ରୀ ଓ ପରିବାରଲୋକଙ୍କୁ ଏହି କଥାରେ ରାଜି କରାଇଥିଲେ , ଏହି ଦମ୍ପତିଙ୍କ କହିବା କଥା କି ତାଙ୍କ ପାଖରେ ଏକ ଛୋଟ ପୁଅ ଅଛି , ଏମିତି ସହୀଦଙ୍କ ଝିଅକୁ ଆପଣାଇଲେ ତାଙ୍କୁ ଏକ ଝିଅ ମିଳିଯିବ ଓ ପୁଅ ପାଇଁ ଏକ ଭଉଣୀ ମିଳିଯିବ ,

 

ଅଞ୍ଜୁମ୍ ଆରା କହିଲେ କି ଶହୀଦର ଝିଅକୁ ନିଜ ଇଚ୍ଛା ମୁତାବିକ ତାଙ୍କ ସହ କିମ୍ବା ନିଜ ମା ସହ ରହିପାରେ , ଝିଅ ଯେଉଁଠି ରହିଲେ ବି ପାଠ ପଢା ଖର୍ଚ୍ଚ ଓ ସବୁ ଜିନିଷରେ ସହଯୋଗ କରିବେ , ଯଦି ଝିଅ ଆଇଏଏସ୍ କିମ୍ବା ଆଇପିଏସ୍ ହେବାକୁ ଚାହୁଁଛି ତେବେ ସ୍ୱାମୀ ଓ ସ୍ତ୍ରୀ ମିଶିକରି ତାକୁ ଗାଇଡ୍ କରିବେ ।

Leave a Reply

Your email address will not be published. Required fields are marked *