October 25, 2024

Odia Express

Leading Odia News Portal of Odisha

ବୟସ ଅନୁସାରେ ଜାଣନ୍ତୁ କେତେ ରହିବା ଦରକାର ଆପଣଙ୍କର ଓଜନ ହେବା – ଏମିତି ଜାଣିପାରିବେ ଆପଣଙ୍କ ପ୍ରକୃତ ଓଜନ

ଆଜିର ସମୟରେ ଯେଉଁ ଭଳି ଅନିୟମିତ ଜୀବନଶୈଳୀ ଆମେ ଚଳୁଛେ । ସେଥିରେ ଆମ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଏକ ଚ୍ୟାଲେଞ୍ଜ ହୋଇସାରିଛି , ହେଲଦି ଡାଇଟ୍ ସହ ଓଜନ ବିଷୟରେ ଜଣାଥିବା ନିତାନ୍ତ ଜରୁରୀ । ଆଜି କାଲି ଯେପରି ଆମେ ଭୋଜନ ନେଉଛେ ତାହା ତ ଆମ ଭୋକ ମେଣ୍ଟାଉଛେ କିନ୍ତୁ ସଠିକ୍ ପୋଷଣ ଆମ ଶରୀରକୁ ଦେଇପାରୁନାହିଁ , ଯାହା ଦ୍ୱାରା ଲୋକଙ୍କର ଅନିୟମିତ ଖାଇବା ପିଇବା କାରଣରୁ ଆମେ ମୋଟାପାର ଶିକାର ହେଉଛେ , ଏହି କଥାକୁ ନେଇ ଆମେ ଦ୍ୱନ୍ଧରେ ରହିଥାଉ କି ଆମ ଶରୀରରେ କେତେ ଓଜନ ରହିବା ଜରୁରୀ । ଓ ଏକ ନିଦ୍ଧିଷ୍ଟ ବୟସରେ କେତେ ଓଜନ ରହିବା ଜରୁରୀ , ଯଦି ଏଥିରେ ବି ଯଦି ଆପଣଙ୍କୁ ସନ୍ଧେହ ସୃଷ୍ଟି ହେଉଛି ତେବେ ଆସନ୍ତୁ ଆମେ ଆପଣଙ୍କୁ ବୟସ ଓ ଉଚ୍ଚତା ସହ ଜଣେ ବ୍ୟକ୍ତି ର ଆଦର୍ଶ କେତେ ରହିବା ଦରକାର ସେହି ବିଷୟରେ କହିବୁ ।

 

ଆଦର୍ଶ ଓଜନ ବ୍ୟକ୍ତି ବିଶେଷ ପାଇଁ ଲିଙ୍ଗ, ବୟସ, ଉଚ୍ଚତା ଓ ଶରୀରର ଢାଞ୍ଚା ଉପରେ ନିର୍ଭର କରିଥାଏ , ଯେମିତି ମହିଳା ଓ ପୁରୁଷଙ୍କ ଓଜନ ଅଲଗା ଅଲଗା ହୋଇଥାଏ , ଲିଙ୍ଗ ହିସାବରେ କହିଲେ ୧୬ ବର୍ଷର ପୁଅ ମାନଙ୍କ ଓଜନ ୫୦ ରୁ ୬୦ କେଜି ମଧ୍ୟରେ ରହିବା ଦରକାର , ସେମିତି ସେହି ବୟସର ଝିଅ ମାନଙ୍କର ଓଜନ ୪୫-୫୦ କେଜି ରହିବା ଜରୁରି ହୋଇଥାଏ , ସେମିତି ଆଦର୍ଶ ଓଜନ ପାଇଁ ସବୁଠାରୁ ଭଲ ମାନକ ବ୍ୟକ୍ତି ଉଚ୍ଚତା ରହିବା ଆବଶ୍ୟକ , ମାନେ ଯାହାର ଉଚ୍ଚତା ଅଧିକା ହେବ ତାହାର ଓଜନ ଅଧିକା ହେବ , ଉଚ୍ଚତା କମ୍ ରହିଲେ ଓଜନ ତାର ଅନୁରୁପ କମ୍ ହେବ , ଏଥିପାଇଁ ଆପଣଙ୍କ ବଡି ମାଷ ଇଂଡେସ୍କ ମାନେ ବିଏମ୍ ଆଇ ସ୍ତର ବିଷୟରେ ଜଣାଥିବା ଦରକାର ।

 

ବିଏମ୍ ଆଇ ଆପଣଙ୍କ ଶରୀରର ଓଜନ ଓ ଉଚ୍ଚତା ରେସିଓ ହୋଇଥାଏ , ଏହା ଓଜନ ଜାଣିବାର ଏକ ସହଜ ଫର୍ମୁଲା ହୋଇଥାଏ , ଯାହାର ଆଧାରରେ ଜାଣିପାରିବେ କି ଆପଣ ଓଭରୱେଟ୍ ଅଛନ୍ତି କିମ୍ବା ଅଣ୍ତର ୱେଟ୍ , ତେବେ ଆସନ୍ତୁ ଜାଣିବା ସେହି ଫର୍ମୁଲା ବିଷୟରେ , ଏହାକୁ ଜାଣିବା ପାଇଁ ନିଜ ଉଚ୍ଚତା ଓ ଓଜନ ଚେକ୍ କରନ୍ତୁ , ଏହାର ଫର୍ମୁଲା ହେଲା – ବିଏମ୍ ଆଇ = ଓଜନ(କିଲୋଗ୍ରାମ)/ ଉଚ୍ଚତାxଉଚ୍ଚତା(ମିଟରରେ) , ଯେପରି ଓଜନ ୬୦ କିଲୋ ଅଟେ , ଓ ଉଚ୍ଚତା ୫,୮ ଫୁଟ ମାନେ ୧,୭୬୭୮୪ ମିଟର ଅଟେ , ତେବେ ଏହାର ବିଏମ୍ ଆଇ ଏମିତି ବାହାର କରିପାରିବେ ୬୦/ ୧,୭୬୭୮୪x ୧,୭୬୭୮୪=୧୯,୨୦ ମାନେ ଆପଣଙ୍କ ବିଏମ୍ ଆଇ ହେବ ।

 

ଏବେ ପ୍ରଶ୍ନ ଉଠେ କି ବଡି ଇଣ୍ଡେକ୍ସ କେତେ ହେବା ଦରକାର ଯାହା ଦ୍ୱାରା ଆମେ ଜାଣିପାରିବେ କି ଓଜନ ଅନୁସାରେ ଆମେ ସୁସ୍ଥ୍ୟ ଅଛୁ କି ନାହିଁ , ତେବେ କହିଦେବୁ କି ଆଦର୍ଶ ବିଏମ୍ ଆଆଇ ୧୮,୫ ରୁ ୨୪,୯ ମଧ୍ୟରେ ମାନିଥାଉ , ମାନେ ଆପଣଙ୍କ ବିଏମ୍ ଆଇ ୧୮,୫ ରୁ କମ୍ ହେଲେ ଆପଣ ବୁଝିଯିବେ କି ଆପଣଙ୍କ ଓଜନ ସାମାନ୍ୟ କମ୍ ଅଛି , ଏମିତିରେ ସଠିକ୍ ଖାଇବା ପିଇବା ଜରିଆ ବଢାଇବାର ପ୍ରୟାସ କରିବା ଜରୁରୀ ।

 

ସେମିତି ୧୮,୫ ରୁ ୨୪,୯ ମଧ୍ୟରେ ଯଦି ଆପଣଙ୍କ ବିଏମ୍ ଆଇ ସ୍ତର ଅଛି ତେବେ ଏହା ଆଦର୍ଶ ସ୍ଥିତିରେ ଅଛି , ଓ ଆପଣ ବିଲକୁଲ୍ ଫିଟ୍ ଅଛନ୍ତି , ସେମିତି ଆପଣ ଖାଲି ମେନଟେଣ୍ଟ୍ କରିବାର ଅଛି , ସେମିତି ଯଦି ଆପଣଙ୍କ ବିଏମ୍ ଆଇ ସ୍ତର ୨୫ କିମ୍ବା ଉପରେ ଅଛି , ତେବେ ସାବଧାନ ରହିବା ଜରୁରୀ ,କାରଣ ଏମିତି ସ୍ଥିତିରେ ଆପଣଙ୍କୁ ଡାଇବେଟିଜ୍, ହୃଦ ରୋଗ ଷ୍ଟ୍ରୋକ୍ ଆଦି ବିପଦ ଆସିପାରେ , ଯଦି ଆପଣଙ୍କ ବିଏମ୍ ଆଇ ୩୦ ରୁ ଅଧିକ ଅଛି ତେବେ ମୋଟାପା ପରି ଅସୁବିଧା ହୋଇପାରେ । କାରଣ ଓଜନ ଅନୁସାରେ ଏହା ଘାତକ ସ୍ଥିତିରେ ପହଞ୍ଚିଯାଇପାରେ ।

Leave a Reply

Your email address will not be published. Required fields are marked *