ପଚା କଦଳୀକୁ ଫିଙ୍ଗିବା ପୂର୍ବରୁ ଏହାର ଜବରଦସ୍ତ ଲାଭ ବିଷୟରେ ନିଶ୍ଚିତ ଜାଣନ୍ତୁ, ଜାଣିଲେ ଭୁଲରେ ମଧ୍ୟ ଫିଙ୍ଗିବେ ନାହିଁ…
ଦୁଇଟି କଦଳୀ ଖାଇବା ପରେ କିଛି ସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ , କଦଳୀରେ ଏପରି ପୋଟାସିୟମ ଓ ଭିଟାମିନ ଉପସ୍ଥିତ ଅଛି ଯାହା ବ୍ୟକ୍ତିକୁ ଶକ୍ତି ପ୍ରଦାନ କରେ ଓ ହୃଦଘାତ ଭଳି ଗମ୍ଭୀର ରୋଗରୁ ରକ୍ଷାକରେ । ବହୁତ ଲୋକ ସକାଳେ କ୍ଷୀର ସହିତ କଦଳୀ ଖାଆନ୍ତି । ଅନେକଥର ଆପଣ ଲକ୍ଷ୍ୟ କରିଥିବେ ଯେ କଦଳୀ ହଳଦିଆ କିମ୍ବା ଅଳ୍ପ ସବୁଜ ହୋଇଥାଏ ସେତେବେଳେ ଖାଆନ୍ତି ଓ ଯଦି କଦଳୀ କଳା ପଡିଯାଏ ତାହେଲେ କୁହନ୍ତି ଯେ ଏହା ପଚିଯାଇଛି ଓ ଏହାକୁ ଅଳିଆ ଡବାରେ ପକେଇଦିଅନ୍ତି। ଯଦି ଆପଣ ମଧ୍ୟ ପଚିଯାଇଥିବା କଦଳୀ ଫିଙ୍ଗି ଦେଉଛନ୍ତି ଏବେ ଏହାକୁ ଆଉଥରେ ପଢନ୍ତୁ ।
ପ୍ରଥମେ ଗଛରେ ସବୁଜ ରଂଗର କଦଳୀ ଫଳିଥାଏ ଯାହାକୁ କଞ୍ଚା କଦଳୀ ମଧ୍ୟ କୁହାଯାଏ। କଞ୍ଚା କଦଳୀକୁ ପାରିବ କିମ୍ବା ପକୁଡି ରୂପରେ ଖିଅଜାଏ । ଯେବେ କଦଳୀ ପାଚିଥାଏ ତେବେ ତାହା ହଳଦିଆ ହେବାକୁ ଲାଗେ ଯାହାକୁ ଲୋକମାନେ ଖାଆନ୍ତି ଓ ଅଧିକ ପାଚିଗଲେ ତ ଏହାର ରଙ୍ଗ ଧୂସରବର୍ଣ୍ଣ ହୋଇଥାଏ ଓ ଏହାର ଚୋପା ଉପରେ ମଧ୍ୟ ଧୂସର ରଂଗର ଦାଗ ଲାଗିଥାଏ , ଭିତରୁ ସଢିଯାଇଥାଏ ଯାହାକୁ ଲୋକମାନେ ଫିଙ୍ଗି ଦିଅନ୍ତି ।
ପଚିଯାଇଥିବା କଦଳୀକୁ ଫିଙ୍ଗିବା ପୂର୍ବରୁ ଆପଣ ଜାଣିନିଅନ୍ତୁ ଯେ ସେଥିରେ ଟ୍ରିପ୍ଟୋଫ୍ୟାନ ମହଜୁଦ ଥାଏ । ଯଦି ଆପଣ ଏହାର ସେବନ କରନ୍ତି ତେବେ ମାନସିକ ଚାପ ଓ ଉଦବେଗରୁ ମୁକ୍ତି ମିଳିଥାଏ । ପଚିଯାଇଥିବା କଦଳୀ ଖାଇବା କିଛି ଖରାପ ଲାଗିପରେ ତେଣୁ ଏଥିପାଇଁ ଆପଣ ଏହାକୁ ମିଲ୍କସେକ କରି ପିଇ ପାରିବେ ।
କଞ୍ଚା କଦଳୀ ମାନେ ସବୁଜ କଦଳୀ ଖାଇଲେ ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ । କାରଣ ଏହା ପେଟରେ ଧୀରେଧିରେ ହଜମ ହୋଇଥାଏ ଯାହାଦ୍ଵାରା ରକ୍ତଶର୍କରା ବହୁତ କମ ହୋଇଯାଏ। ଏହା ପଣନାଙ୍କ ମେଟାବୋଲିଜିମ କୁ ମଜବୁତ କରିଥାଏ ଯାହାଦ୍ଵାରା ଆପଣଙ୍କୁ ରୋଗ ହେବାର ସମ୍ଭାବନା କମ ହୋଇଥାଏ ।