December 23, 2024

Odia Express

Leading Odia News Portal of Odisha

ଯଦି ଆପଣ କିମ୍ବା ଆପଣଙ୍କ ସମ୍ପର୍କୀୟ ଘର ଆଗରେ ଲେମ୍ବୁ ଓ ଲଙ୍କା ଟାଙ୍ଗୁଛନ୍ତି, ତେବେ ଥରେ ଏହି କଥା ନିଶ୍ଚିତ ଜାଣନ୍ତୁ ନହେଲେ..

ଆମେ ପ୍ରାୟତଃ ଦେଖୁ ଓ କହୁ ଯେ ସମୟ ବଦଳି ଯାଇଛି ଓ ସବୁକିଛି ଆଧୁନିକ ହୋଇଯାଇଛି କିନ୍ତୁ ଏ କଥା ମଧ୍ୟ ସତ ଯେ ଏତେ ସବୁ ଆଧୁନିକ ହେବାସତ୍ବେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ନିଜର ଧର୍ମ ଓ ସ୍ଵଭାବ ଜଗିକରି ଅଛନ୍ତି ଓ ଆଜି ମଧ୍ୟ ସେମାନେ ଏହାକୁ ଅନୁସରଣ କରୁଛନ୍ତି । କିଛି କଥା ତ ଏପରି ଯେ ଯାହା ଆମେ ନିଜର ଗୁରୁ ଗୁରୁଜନ ମାନଙ୍କୁ କରିବାର ଦେଖି ଆସୁଛୁ ଓ ତାହା ଆମେ ମଧ୍ୟ କରୁଛୁ ଯେମିତି କି ଆଜି ଆମେ କହୁବାକୁ ଯାଉଛୁ ବିଶେଷରୂପେ ଲଙ୍କା ଓ ଲେମ୍ବୁର ଉପାୟ ଯାହାକୁ ଅଧିକତର ଲୋକେ ଆଜି ମଧ୍ୟ କରୁଛନ୍ତି ।ଆପଣ କେତେଥର ଗୁରୁଜନ ମାନଙ୍କ ମୁହଁରୁ ଏହାମଧ୍ୟ ଶୁଣିଥିବେ ଯେ କୁଦୃଷ୍ଟି ନଲାଗିବା ପାଇଁ ଲଙ୍କା ଓ ଲେମ୍ବୁ ଟାଙ୍ଗିବା ଉଚିତ ।

 

କିନ୍ତୁ କଣ ଆପଣଙ୍କୁ ଜଣା ଯେ ସେମାନେ ଏପରି କାହିଁକି କହୁଥିଲେ କାରଣ ଏପରି କରିବା ଦ୍ଵାରା କୁଦୃଷ୍ଟିର ପ୍ରଭାବ ପଡେନାହିଁ ଓ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଏହାଛଡା ଅନ୍ୟ ଅନେକ କାରଣ ରହିଛି ଯାହା ଯୋଗୁ ଲଙ୍କା ଲେମ୍ବୁ ଟଙ୍ଗେଇବା ବିଷୟରେ କୁହାଯାଏ ।ଯଦି ଆମେ ନିଜର ଘର ଓ ଦୋକାନରେ ଲଙ୍କା ଓ ଲେମ୍ବୁ ଟଙ୍ଗେଇବା ତେବେ ଏହାର ଅର୍ଥ ଏହା ହୋଇଥାଏ ଯେ କାହାର ଖରାପ ଦୃଷ୍ଟି କିମ୍ବା ନକରାତ୍ମକ ଶକ୍ତି ଠାରୁ ଆପଣଙ୍କୁ ରକ୍ଷା କରେ କାରଣ କୁହାଯାଏ ଯେ ଲେମ୍ବୁ ଓ ଲଙ୍କା କୁ ଦେଖି ଖରାପ ଦୃଷ୍ଟି ସେହିଠାରେ ଅଟକି ଯାଏ । ପ୍ରକୃତରେ ଏହା ପଛର କାରଣ ଏହା ବି କୁହାଯାଏ ଯେ ଲେମ୍ବୁ ଖଟା ହୋଇଥିବାରୁ ନଜରଦୋଷକୁ କାଟିଥାଏ। ଅର୍ଥ ଦୋକାନକୁ ଖରାପ ଦୃଷ୍ଟି ରଖୁଥିବା ଲୋକମାନଙ୍କ ଠାରୁ ରକ୍ଷା କରିଥାଏ । କିଛି ଏପରି ଚିନ୍ତାକରି ଲୋକମାନେ ନିଜ ଘର, ଅଫିସ, ଟ୍ରକ, ରିକ୍ସା ଇତ୍ୟାଦିର ବାହାରେ ଲଙ୍କା ଲେମ୍ବୁ ଗୋଟିଏ ସୂତାରେ ଗୁନ୍ଥି ଟାଙ୍ଗିଥାଆନ୍ତି ।

 

ଏହାଛଡା କୁହାଯାଏ ଯେ ଯଦି ଆପଣଙ୍କ ଘର,ଦୋକାନ  ଗାଡି କିମ୍ବା ଅନ୍ୟ କୌଣସି ସ୍ଥାନକୁ କାହାର ଖରାପ ଦୃଷ୍ଟି କିମ୍ବା ନକରାତ୍ମକ ଶକ୍ତି ପଡିଛି ତେବେ ଆପଣ ସେ ସ୍ଥାନରେ ଲଙ୍କା ଓ ଲେମ୍ବୁ ନିଜ ଉପରେ ବୁଲେଇବେ, କାରଣ ଯଦି କାହାର ଦ୍ରୁଷ୍ଟି ଖଟା ଓ ରାଗକୁ ଏକସଙ୍ଗରେ ଦେଖେ ତେବେ ତାହାର ଏକାଗ୍ରତା ଭଙ୍ଗ ହୁଏ ଓ ନକରାତ୍ମକ ଶକ୍ତିର କୁଦୃଷ୍ଟି ରହିବ ନାହିଁ।

ଆପଣମାନେ ଏହା ମଧ୍ୟ ଶୁଣିଥିବେ ଯେ ଯଦି ସଡକ ଉପରେ ଲେମ୍ବୁ ଲଙ୍କା ପଡିଥିବା ମିଳେ ତ ତା ଉପରେ ପାଦ ରଖିବା ଉଚିତ ନୁହେଁ । ଏହା ପଛରେ ମଧ୍ୟ ବହୁତ ବଡ କାରଣ ଅଛି ଯାହା ଆପଣଙ୍କୁ ଜଣା ନାହିଁ। ଜଣେଇଦେଉଛୁ ଯେ ଏହା ଏଥିପାଇଁ କୁହାଯାଏ କାରଣ ସେହି ଲଙ୍କା ଓ ଲେମ୍ବୁ କାହାର ଘରେ , ଦୋକାନରେ କିମ୍ବା କାହାର ବାହନରେ ଲାଗିଥିଲା ଓ କିଛିଦିନ ପରେ ତା ଉପରେ ବହୁତ ନକରାତ୍ମକ ଦୃଷ୍ଟି ପଡିସାରିଥାଏ ଯେଉଁ କାରଣରୁ ସେ ଯଦି ତାକୁ ଫିଙ୍ଗିବା ପରେ ସେହି ଲେମ୍ବୁ ଓ ଲଙ୍କା କାହାର ପାଦରେ ମାଡିହୋଇଯାଏ ତେବେ ମାଡିବା ଲୋକକୁ କ୍ଷତି ଓ ଲେମ୍ବୁ ଓ ଲଙ୍କା ଯିଏ ଫିଙ୍ଗିଥିବ ତାହାର ବହୁତ ଲାଭ ହୁଏ । ଟେବୁ ଏବେ ଆପଣ ମଧ୍ୟ ବୁଝି ଯାଇଥିବେ ଲୋକମାନେ କାହିଁକି ଲଙ୍କା ଓ ଲେମ୍ବୁ ର ପ୍ରୟୋଗ କରନ୍ତି ।

Leave a Reply

Your email address will not be published. Required fields are marked *