September 19, 2024

Odia Express

Leading Odia News Portal of Odisha

ଏହି ମହିଳା ଗାଇଲେ ଲତା ମଙ୍ଗେସକରଙ୍କର ଏହି ଲୋକପ୍ରିୟ ଗୀତ, ସ୍ଵର ଶୁଣି ଲୋକେ କହିଲେ –ଦୁନିଆ ର ସବୁଠୁ ସୁନ୍ଦର ସ୍ୱର- ଦେଖନ୍ତୁ ଭିଡ଼ିଓ…

ଲତା ମଙ୍ଗେସକର ଙ୍କର ଏହି ଲୋକପ୍ରିୟ ଗୀତ “ଏକ ପ୍ୟାର କା ନଗମା ହେ, ମୌଜୋ କି ରୱାନି ହେ” ଗୀତଟି 1972ରେ ଆସିଥିଲା , ଯାହା କି ଲୋକମାନଙ୍କ ସ୍ମୃତିରେ ଆଜିପର୍ଯ୍ୟନ୍ତ ରହିଛି । ନିକଟରେ ଏହି ଗୀତଟି ପୁଣି ଆଲୋଚନାକୁ ଆସିଛି । ପଶ୍ଚିମବଂଗର ରାନାଘାଟ ଷ୍ଟେସନରେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି ।ଷ୍ଟେସନରେ କାମ କରୁଥିବା ଜଣେ ମହିଳା ଲତା ମଙ୍ଗେସକରଙ୍କର ଏହି ଗୀତଟି ଗାଉଥିଲେ। ଭିଡିଓଟି ଫେସବୁକ ପେଜ ବାରପେଟା ଟାଉନ ଦ ପ୍ଲେସ ଅଫ ପିସ ଦ୍ଵାରା ଫେସବୁକରେ ଅପଲୋଡ କରାଯାଇଛି । ଭିଡିଓରେ ମହିଳା ଜଣକ ଖୁବ ସୁନ୍ଦର ଭାବରେ ଗୀତଟି ଗଇଛନ୍ତି ତାହା ଲତା ମଙ୍ଗେସକରଙ୍କର ସ୍ଵର ଠାରୁ କମ ନୁହେଁ ।

 

ଏହି ଗୀତଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଓ ଏହି ମହିଳା ଜଣକ ଯେଉଁ ଶୈଳୀରେ ଏହି ଗୀତଟି ଗାଇଲେ ସେହି ଶୈଳୀକୁ ମଧ୍ୟ ଲୋକମାନେ ବହୁତ ପ୍ରଶଂସା କଲେ। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ 45ହଜାରରୁ ଅଧିକ ଲୋକମାନେ ସେୟାର କରିଛନ୍ତି ଓ ଏହାଉପରେ 4ହଜାରରୁ ଅଧିକ କମେଣ୍ଟ ମିଳିସାରିଛି । ଭିଡିଓଟି ଉପରେ କମେଣ୍ଟ କରିବାକୁ ଯାଇ ଜଣେ ଫେସବୁକ ୟୁଜର ଲେଖିଛନ୍ତି, “ସେ ମୋର ଆଖିରେ ଲୁହ ଆଣିଦେଲେ, ସେ କେତେ ସୁନ୍ଦରତାର ସହ ଗୀତଟି ଗଇଛନ୍ତି “।

 

ଉଲ୍ଲେଖାଯୋଗ୍ୟ ଯେ ଫିଲ୍ମ ଶୋର ର ଏହି ଗୀତଟି ବହୁତ ଲୋକପ୍ରିୟ ହୋଇଥିଲା ଓ ଆଜି ମଧ୍ୟ ଏହାକୁ ବହୁତ ପସନ୍ଦ କରାଯାଉଛି । ଏହି ଫିଲ୍ମ ରେ ମନୋଜ କୁମାର , ନନ୍ଦା ଓ ମାଷ୍ଟର ସତ୍ୟଜିତ ରାୟଙ୍କ ଭଳି ମୁଖ୍ୟ କଳାକାର ଅଭିନୟ କରିଛନ୍ତି । ଏହି ଗୀତଟି କୁ ସ୍ଵର୍ଗୀୟ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ସଙ୍ଗୀତ ଦେଇଥିଲେ ।

https://www.facebook.com/krishaanDasZubu/videos/1262366750604317/

Leave a Reply

Your email address will not be published. Required fields are marked *