October 25, 2024

Odia Express

Leading Odia News Portal of Odisha

ଗରିଲା ଖୁଆଡ଼ରେ ପଡିଗଲା 4ବର୍ଷର ଶିଶୁ, ତାପରେ ଗରିଲା ଯାହା କଲା ତାହା ଦେଖିଲେ ଥରି ଉଠିବ ଆପଣଙ୍କ ହୃଦୟ – ଦେଖନ୍ତୁ ଭିଡ଼ିଓ

ଚିଡିଆଖାନାରେ ବିଭିନ୍ନ ପ୍ରକାରର ପଶୁ ପକ୍ଷୀଙ୍କୁ ଦେଖିବା ବହୁତ ରୋମାଞ୍ଚକ ହୋଇଥାଏ । ସେଠାରେ ଆମେ ବିଭିନ୍ନ ପ୍ରକାର ପ୍ରାଣୀ ମାନଙ୍କୁ ଓ ପକ୍ଷୀ ମାନଙ୍କୁ ଦେଖିପାରୁ । ଯେଉଁମାନଙ୍କର ହୁଏତ ଆମେ ନାମ ମଧ୍ୟ ଶୁଣି ନଥାଉ । ଆମେ ଚିଡିଆଖାନାରେ ଭୟଙ୍କର ରୁ ଭୟଙ୍କର ପଶୁମାନଙ୍କୁ ବହୁତ ପକ୍ଷରୁ ଦେଖିପାରିଥାଉ । କିନ୍ତୁ ଏହି ପଶୁମାନଙ୍କୁ ଦେଖିବାର ମଜା ବେଳେବେଳେ କିଛି ଲୋକଙ୍କ ପାଇଁ ସଜା ହୋଇଯାଏ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏଭଳି ଅନେକ ଭିଡିଓ ଆପଣ ମଧ୍ୟ ନିଶ୍ଚିତ ଦେଖିଥିବେ । ଯେଉଁଥିରେ ଲୋକମାନେ ପଶୁଙ୍କୁ ଦେଖୁଥିବା ଅବସ୍ଥାରେ ତାଙ୍କ ଖୁଆଡ଼ରେ ପଡି ଯାଆନ୍ତି ଓ ତାପରେ ତାଙ୍କ ସାଥିରେ ଯାହା ହୁଏ ତା ବିଷୟରେ ଚ୍ନ୍ତା କରିବାବେଳେ ଆମ ଆତ୍ମା କମ୍ପି ଯାଏ ।

 

କିଛି ବର୍ଷ ପୂର୍ବେ ଦିଲ୍ଲୀରେ ଚିଡିଆଖାନାରେ ହୋଇଥିବା ଏକ ଦୁଃଖଦାୟକ ଘଟଣା ଆପଣଙ୍କର ମନେଥିବ । ଯେଉଁଥିରେ ଅଚାନକ ଜଣେ ଲୋକ ବାଘ ଖୁଆଡ଼ରେ ପଡିଯାଇଥିଲା ଯାହାକୁ ବାଘ ଅତି ନିଷ୍ଠୁର ଭାବରେ ମାରିଦେଇଥିଲା । ଆଜି ଯେଉଁ ଭିଡିଓ ଆପଣ ଦେଖିବାକୁ ଯାଉଛନ୍ତି ତାହା ମଧ୍ୟ ଏଭଳି ଏକ ଘଟଣାର ଅଟେ ଯେଉଁଥିରେ ଗୋଟିଏ ଛୁଆ ଅଚାନକ ଗରିଲା ଖୁଆଡ଼ରେ ପଡିଯାଉଛି ଓ ତାପରେ ସେଠାକାର ଦୃଶ୍ୟ ଏପରି ହୁଏ ଯାହାକୁ ଦେଖି ଆପଣ ମଧ୍ୟ ବିବ୍ରତ ହୋଇଯିବେ । ଏହି ଘଟଣା ର ଭିଡିଓ ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହୋଇସାରିଛି ଓ ଏହାକୁ ଆଜିପର୍ଯ୍ୟନ୍ତ କୋଟିଏରୁ ଉର୍ଦ୍ଧ୍ଵ ଲୋକ ଦେଖିସାରିଲେଣି ।

 

ଆମେରିକାର ସିନସିନାଟୀ ଚିଡିଆଖାନା ପୁରା ଦୁନିଆରେ ପ୍ରସିଦ୍ଧ ଅଟେ । ଏଠାରେ ମଧ୍ୟ ଏକ ଏପରି ଘଟଣା ସମ୍ମୁଖ କୁ ଆସିଛି ଯେଉଁଠି ଗୋଟିଏ ଚାରିବର୍ଷର ବାଳକ ଗରିଲାର 10-12ଫୁଟ ଗଭୀର ଖୁଆଡ଼ରେ ପଡିଗଲା । ଯେତେବେଳେ ଶିଶୁଟି ପଡିଗଲା ସେତେବେଳେ ଖୁଆଡରେ ତିନୋଟି ଗରିଲା ଥିଲେ । ଏମାନଙ୍କ ମଧ୍ୟରୁ ଦୁଇଟି ମାଈ ଗରିଲା ଙ୍କୁ ହଟେଇ ଦିଆଗଲା, କିନ୍ତୁ ଏକ 17ବର୍ଷର ଦୀର୍ଘ ଦେହି ଗରିଲା ହିଂସ୍ରକ ହୋଇଗଲା ଓ ସେ 10ମିନିଟ ପର୍ଯ୍ୟନ୍ତ ଶିଶୁଟିକୁ ପାଣିରେ ଘୋଷାରିଲା । ଖୁଆଡ଼ରେ ସେତେବେଳକୁ ପ୍ରାୟ ଅଧଫୁଟ ପାଣି ଭରିରହିଥିଲା । ଚିଡିଆଖାନାର ଅଧିକାରୀମାନେ ଯେବେ ଗରିଲାକୁ ଗୁଳି ମାରିଲେ , ସେତେବେଳେ ଛୁଆଟି ଗରିଲାର ଦୁଇଗୋଡ ମଝିରେ ଥିଲା । ମୃତ ଗରିଲାର ନାମ ହରାମ୍ବେ ବୋଲି କୁହାଯାଉଛି । ଚିଡିଆଖାନା ର ଅଧିକାରୀ ମନେ କହିଲେ ଯେ ଏଭଳି ଲାଗୁଛି ଯେ ଶିଶୁଟି ରେଲିଙ୍ଗ ପାର ହୋଇ ଯାଇଥିବ ଓ ତାପରେ ଖୁଆଡ଼ରେ ପଡିଗଲା ।

 

ଏହି ସଂପୂର୍ଣ୍ଣ ଘଟଣାରେ ଛୁଆର ଜୀବନ ତ ବଞ୍ଚିଗଲା , କିନ୍ତୁ ଗରିଲାର ଜୀବନ ଚାଲିଗଲା । ଏହି ଭିଡିଓ ରେ ଛୁଆ ଓ ଗରିଲା ମଧ୍ୟରେ ହୋଇଥିବା ସଂଘର୍ଷ ରୋମାଞ୍ଚିତ କରିବାଭଳି ଫଟୋ ସମ୍ମୁଖକୁ ଆସିଛି । ଭିଡିଓରେ ଲୋକମାନଙ୍କର ଚିତ୍କାର କରିବା ଶବ୍ଦ ମଧ୍ୟ ଶୁଣାଯାଉଛି । ଏହି ପୁରା ଘଟଣାର ଭିଡିଓ ସମ୍ମୁଖକୁ ଆସିବାପରେ ସବୁଲୋକମାନେ ଚିଡିଆଖାନା କର୍ମଚାରୀ ମାନଙ୍କର ପ୍ରଶଂସା କରୁଛନ୍ତି । ଗରିଲାକୁ ଗୁଳି ମାରି ଛୁଆଟିକୁ ବଞ୍ଚେଇବା ନିଷ୍ପତ୍ତିକୁ ଚିଡିଆଖାନାର ନିର୍ଦେଶକ ଥାନେ ମେନାର୍ଡ କହିଲେ ଯେ , ଚିଡିଆଖାନାରେ ଏଭଳି ଘଟଣା କ୍ଵଚିତ ଘଟିଥାଏ । ଏଥିପାଇଁ ସବୁ ଚିଡିଆଖାନାରେ ଗୋଟିଏ ରେସପାନ୍ସ ଟିମ ଥାଏ ଯିଏ ଏଭଳି ଦୁର୍ଘଟଣା ଉପରେ କାର୍ଯ୍ୟ କରେ । ସେ କହିଲେ ଯେ ଶିଶୁଟିର ଜୀବନ ବିପଦରେ ଥିବାର ଦେଖି ଟିମ ହରାମ୍ବେ ନାମକ ଗରିଲାକୁ ଗୁଳିମାରିବାର ନିଷ୍ପତ୍ତି ନେଇଥିଲେ ।

Leave a Reply

Your email address will not be published. Required fields are marked *