October 17, 2024

Odia Express

Leading Odia News Portal of Odisha

ଏହା ହେଲା ଦୁନିଆଁର ସବୁଠାରୁ ହ୍ୟାଣ୍ତସମ୍ ଛେଳି , ଫଟୋ ଦେଖିକରି ଲୋକେ କହିଲେ ଏହି ବଡ ହିରୋଂକ ଭଳି ଲାଗୁଛନ୍ତି..

ସୁନ୍ଦରତା ଏପରି ଏକ ଜିନିଷ ହୋଇଥଏ ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ । ସେ ମଣିଷ ହେଉ କିମ୍ବା ପଶୁ , ଭଲ ସୁନ୍ଦର ଜିନିଷ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ , ପଶୁମାନଙ୍କ ମଧ୍ୟରେ ବି ଛେଳି କଥା କହିଲେ ସେମାନେ ବହୁତ ମଜାଳିଆ ଓ ଭଲ ହୋଇଥାନ୍ତି , ସାଧାରଣତଃ ଲୋକେ ଘରେ ମଟନ୍ କିମ୍ବା ଛେଳିଙ୍କ ପ୍ରଜନନ ପାଇଁ ପାଳିଥାନ୍ତି , ବହୁତ କମ୍ ଲୋକେ ଏପରି ଅଛନ୍ତି , ଯିଏକି ଏହାକୁ ଏକ ଗୃହ ପାଳିତ ପଶୁ ହିସାବରେ ପାଳିବାକୁ ପସନ୍ଦ କରିବେ , ଠିକ୍ ସେହିପରି ଆମେ କୁକୁର କିମ୍ବା ବିଲେଇ ଘରେ ପାଳିଥାଉ , ଆପଣଙ୍କୁ ଯଦି କୁହାଯାଏ କି ଗୋଟେ ଛେଳିକୁ ପାଳିଲେ ଆପଣଙ୍କୁ ମନ ହେବନି ପାଳିବାକୁ , କିନ୍ତୁ ଖାସ୍ କଥା ଏହି କି ଯେ ଆଜି ଆମେ ଯେଉଁ ଛେଳି ବିଷୟରେ କହିବାକୁ ଯାଉଛୁ , ତାହା ସମସ୍ତେ ଘରେ ପାଳିବାକୁ ପସନ୍ଦ କରିବେ ।

 

ଦେଖନ୍ତୁ ୧୧ ମାସର ରେମୋସ୍ ନାଁର ଏହି ଛେଳିକୁ , ରେମୋସ୍ ବହୁତ ଲୋକଙ୍କର ଦୁନିଆଁର ସବୁଠାରୁ ସୁନ୍ଦର ଛେଳି ବୋଲି ଜଣାଯାଏ , ଏହାର କାରଣ ହେଲା ରେମୋସ୍ ବହୁତ ସୁନ୍ଦର ଅଟେ , ଓ ଦେଖିବାକୁ ଆକର୍ଷଣିୟ ଲାଗେ , ଏହାର ରଙ୍ଗ ମୁଣ୍ତର ବାଳ ଓ ହେୟାର୍ ଷ୍ଟାଇଲ୍ ବହୁତ ଲୋକଙ୍କୁ ଆକର୍ଷୀତ କରିଥାଏ , ଏହାକୁ ଆପଣ ହାଈ ଗୁଣବର୍ତ୍ତା ଛେଳି ବି କହିପାରିବେ , ରେମୋସ୍ ହ୍ୱାଇଟ୍ ସାନେନ୍ ପ୍ରଜାତିର ଛେଳି ଅଟେ , ଯାହା ମାଲେସିଆରେ ରହିଥାଏ , ଏହାର ମାଲିକ ଅହମ୍ମଦ ଫଦାଜିର୍ ଏବେ ଫେସବୁକ୍ ରେ ନିଜର ବିଜନେସ୍ ପ୍ରମୋଟ୍ କରିବାପାଇଁ ରେମୋସ୍ ର କିଛି ଫଟୋ ସେୟାର୍ କରିଥିଲେ ।

 

ଅହମ୍ମଦଙ୍କୁ ଏହା ଜଣା ଥିଲା କି ଲୋକେ ତାଙ୍କର ଏହି ହ୍ୟାଣ୍ତସମ୍ ଛେଳିକୁ ପସନ୍ଦ କରିବେ , ତାଙ୍କୁ ଆଶାନଥିଲା କି ତାଙ୍କର ଏହି ଫଟୋ ଏତେ ଭାଇରାଲ୍ ହେବ , ଅହମ୍ମଦ କହନ୍ତି କି ତାଙ୍କର ରୋମେସ୍ ଛେଳି କୁ ଫଟୋ ଉଠାଇବାରେ ବହୁତ ସଉକ ଅଛି, ଯେବେ ସେ କାହା ହାତରେ କ୍ୟାମେରା ଦେଖିଥାଏ , ତେବେ ସେ ଭଲ ପୋଜ୍ ଦିଏ , ଓ ହସିବି ଥାଏ , ଅହମ୍ମଦ ଏହି ଛେଳିକୁ ଟେରାଗାନ୍ନୁ ଏକ ଚାଷୀକୁ ୧୨ ହଜାର ଟଙ୍କାରେ କିଣିଥିଲେ , ଏହାର ଫଟୋ ଭାଇରାଲ୍ ହେବାପରେ ଅହମ୍ମଦଙ୍କ ପାଖରେ ବହୁତ ସାରା ଅଫର୍ ର ସୁଅ ଛୁଟିଛି, ଏବେ ଏହି ଫଟୋ ଭାଇରାଲ୍ ହେବାପରେ ଅହମ୍ମଦଙ୍କ ପାଖରେ ଲୋକେ କିଣିବାକୁ ବହୁତ ଅଫର୍ ଦେଉଛନ୍ତି , ଅହମ୍ମଦ କିନ୍ତୁ ଏହାକୁ ବିକ୍ରି କରିବାରେ ଆଶା ରଖିନାହାନ୍ତି , ତାଙ୍କର କହିବା କଥା କି ଆମର ଫାର୍ମର ଏହି ଛେଳି ଶାନ୍ ଅଟେ , ଯାହାକୁ ଆମେ ଦୁରେଇ ପାରିବୁ ନାହିଁ ।

ସେପଟେ ଇଣ୍ଟରନେଟ୍ ରେ ଏହି ସୁନ୍ଦର ଛେଳିର ଫଟୋ ଭାଇରାଳ୍ ହେବା ପରେ ବହୁତ ଲୋକେ କମେଣ୍ଟସ୍ କରିଛନ୍ତି , ଯେଉଁଠି ବିଦେଶରେ ଏହାର ସୁନ୍ଦରତା ହଲିଉଡ୍ ସେଲିବ୍ରେଟିଜ୍ ଙ୍କ ସହ ତୁଳନା କରାଯାଉଛି, ଓ ଏଠାରେ ଏହାକୁ ବଲିଉଡ୍ ଅଭିନେତାଙ୍କ ସହ ବି ତୁଳନା କରାଯାଊଛି , ଜଣେ ୟୁଜର୍ ମଜାଳିଆରେ କହିଥିଲେ କି ଏହା ସାହାରୁଖ୍ ଖାଁଙ୍କ ଡୁପ୍ଲିକେଟ୍ ଅଟେ , ଓ ଅନ୍ୟ ଜଣେ କହିଲେ କି ଏହି ଛେଳି ତ ହ୍ରିତିକ୍ ରୋଶନ୍ ଙ୍କ ଠାରୁ ଅଧିକା ହ୍ୟାଣ୍ତସମ୍ ଅଟେ , ଆଉ ଜଣେ ୟୁଜର୍ ଲେଖିଥିଲେ କି ଏହାର ଚେହେରା ଓ ଏକ୍ସପ୍ରେସନ୍ ସଲମାନ ଖାଁଙ୍କ ଆକ୍ଟିଙ୍ଗ୍ ରୁ ବି ଭଲ ଅଟେ ।

Leave a Reply

Your email address will not be published. Required fields are marked *