September 19, 2024

Odia Express

Leading Odia News Portal of Odisha

ପଚାଶ କୋଟିର ହୀରା ଲାଗିଥିବା ଟିଫିନ୍ ବକ୍ସରେ ଖାଉଥିଲା ଏହି ଚୋର, କାରଣ ଜାଣିଲେ ଆପଣ ହୋଇଯିବେ ଚକିତ

ଯେଉଁଠି ଭଲ ଅଛି ସେଠାରେ ମନ୍ଦ ବି ଅଛି , ଏହି ଦୁନିଆଁରେ କିଛି ସଚ୍ଚୋଟ ଲୋକ ଅଛନ୍ତି , ଓ କିଛି ବେଇମାନ ଓ ଚୋର ବି ଅଛନ୍ତି , ଆଜି ଆମେ ଆପଣଙ୍କୁ ଏକ ଏପରି ଚୋର ବିଷୟରେ କହିବାକୁ ଯାଉଛୁ ଯିଏକି କିଛି ଦିନ ହେବ ୫୦ କୋଟି ଟଙ୍କାର ଏକ ହୀରା ଲାଗିଥିବା ଟିଫିନ୍ ବକ୍ସ ଚୋରି କରିଥିଲା , ଓ ଆଶ୍ଚର୍ଯ୍ୟର କଥା ଏହି କି ଯେ ସେ ସେହି ଜିନିଷକୁ ବିକ୍ରି କରିବାକୁ ଚେଷ୍ଟା କରିନଥିଲା , ସେ ସେଥିରେ ଖାଇବାକୁ ଚାହୁଁଥିଲା , କହିବାକୁ ଗଲେ ଏହି ଚୋର ପଛରେ ଥିବା ସତ୍ୟତା ସେ କହିଲା କି ସେ ଏତେ ମୂଲ୍ୟବାନ ଟିଫିନ୍ ବକ୍ସ ଚୋରି କରିଛି , ନିଶ୍ଚିତ ଭାବେ ଏହି ଚୋରର ସତ୍ୟତା ବିଷୟରେ ଜାଣିଲେ ଆପଣ ବି ଚକିତ ହୋଇଯିବେ ।ଆପଣଙ୍କୁ କହିଦେବୁ କି ପଚାଶ କୋଟିର ହୀରା ଲାଗିଥିବା ଟିଫିନ୍ ବକ୍ସରେ ଖାଉଥିବା ଚୋର ଅସଲରେ ହାଇଦ୍ରାବାଦର ମ୍ୟୁଜିଅମ୍ ନିଜାମ ମ୍ୟୁଜିଅମ୍ ରୁ ପ୍ରସିଦ୍ଧ ହୋଇଥିବା ହୀରା ଲାଗିଥିବା ଟିଫିନ୍ ବକ୍ସ ସହ ସୁନାର କପ୍ ପ୍ଲେଟ୍ ବି ଚୋରି କରିଥିଲା , କହିଦେବୁ କି ସେ ସେହି ଜିନିଷକୁ ବିକ୍ରି କରିବାପାଇଁ ନୁହେଁ ବରଂ ତାକୁ ବ୍ୟବହାର କରିବାପାଇଁ ଚୋରି କରିଥିଲା

 

ମିଳିଥିବା ସୂଚନା ମୁତାବକ ହାଇଦ୍ରାବାଦର ନିଜାମ ମ୍ୟୁଜିଅମ୍ ରୁ ପ୍ରସିଦ୍ଧ ଟିଫିନ୍ ବକ୍ସ ଓ କପ୍ ପ୍ଲେଟ୍ ଚୋରି କରିଥିବା ଏହି ଚୋରକୁ ଏବେ କିଛି ଦିନ ହେବ ଗିରଫ କରାଯାଇଛି , ସୂଚନା ମୂତାବକ ସେ ଚୋର ହାଇଦ୍ରାବାଦର ପ୍ରସିଦ୍ଧ ନିଜାମ ଉସମାନ ଅଲ୍ଲୀ ଖାଁଙ୍କ ଅଶଫ ଜାହଙ୍କ ସପ୍ତମଙ୍କର ଦ୍ୱାରା ବ୍ୟବହାର ହୋଇଥିବା ସୁନା ଓ ହୀରା ଲାଗିଥିବା ଟିଫିନ୍ ବକ୍ସ ଓ ସୁନାର କପ୍ ପ୍ଲେଟ୍ ଚୋରି କରିଥିଲା , ସେ ଏହି ଜିନିଷ ନିଜାମ୍ ମ୍ୟୁଜିଅମ୍ ରୁ ଚୋରି କରିଥିଲା , ଏହି ମହଙ୍ଗା ଜିନିଷ ଚୋରି କରିବାପରେ ପୋଲିସ୍ ର ଦଶ ଜଣ ଟିମ୍ ଗଠନ ହୋଇଥିଲା , ତାପରେ ସେ ଚୋରକୁ ମୁମ୍ବାଇରେ ଗିରଫ କରିଥିଲେ

 

କହିଦେବୁ କି ଏହି ଚୋର ହାଇଦ୍ରାବାଦର ନିଜାମଙ୍କ ଏହି ମୂଲ୍ୟବାନ ଜିନିଷ ତାଙ୍କ ହବେଲିରୁ ବନାହୋଇତିବା ମ୍ୟୁଜିଅମ୍ ରୁ ଚୋରି କରିଥିଲା , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏହି ଚୋର ଯେଉଁ ଟିଫିନ୍ ବକ୍ସ ଚୋରି କରିଥିଲା ତାର ଓଜନ ପ୍ରାୟ ୨ କିଲୋ ହେବ , ଯାହାକି ସୁନାରେ ତିଆରି ହୋଇଛି , ସେଥିରେ ହୀରା ଓ ରୁବି ଲାଗିଛି , ଏହି ଟିଫିନ୍ ଓ ସୁନାର କପ୍ ପ୍ଲେଟର ମୂଲ୍ୟ ଏବେ ଇଣ୍ତରନ୍ୟାଶନାଲ୍ ମାର୍କେଟରେ ପ୍ରାୟ ୫୦ କୋଟି ଅଛି

 

ଚୋରିର ଜିନିଷ ସହ ସବୁଠାରୁ ଚକିତ କଲା ଭଳି କଥା ଥିଲା କି ଯେତେବେଳେ ଏହି ଚୋର ଧରାପଡିଥିଲା , ହାଇଦ୍ରାବାଦ ପୋଲିସ୍ ଯେତେବେଳେ ଏହି ଚୋରକୁ ପଚାରା ଉଚରି କଲେ ସେ କହିଲାକି ସେ ଏହି ମୁଲ୍ୟବାନ ଜିନିଷର ଦାମ୍ ବିଷୟରେ ଜାଣିନାହିଁ , ସେ କେବଳ ଏହାକୁ ଚୋରି ନିଜେ ଏହି ଟିଫିନ୍ ବକ୍ସରେ ଖାଇବା ଓ କପ୍ ପ୍ଲେଟ୍ ରେ ପିଇବା ପାଇଁ ଚୋରି କରିଥିଲା , ଓ ନିଜ ସାଙ୍ଗ ମାନଙ୍କ ପାଖରେ ଏହାକୁ ଦେଖେଇପାରେ ।

 

ସେ ଚୋର କୁ ଏହି ମୁଲ୍ୟବାନ ଜିନିଷ ସହ ମୁମ୍ବାଇର ଏକ ଆଲିଶାନ୍ ହୋଟେଲ୍ ରୁ ଗିରଫ କରିଥିଲେ , ଜଣାଯାଏ ଯେ ସେହି ଜିନିଷ ଗୁଡିକ ବିକ୍ରିକରିବାପାଇଁ କାହା ଠୁ ଅଗ୍ରୀମ ଟଙ୍କା ବି ନେଇଥିଲା , ସେ ଏହି ଜିନିଷ ଚୋରି କରିବାପାଇଁ ରାତିର ସମୟ ହିଁ ବାଛିଥିଲା , ଓ ସେ ଏକ ରସିର ସାହାର୍ଯ୍ୟରେ ସେ ମ୍ୟୁଜିଅମ୍ ଭିତରକୁ ପସିଥିଲା

Leave a Reply

Your email address will not be published. Required fields are marked *