September 17, 2024

Odia Express

Leading Odia News Portal of Odisha

ମଶାଙ୍କ ଆକ୍ରମଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତ ନିଜ ଘର ବାଲକୋନୀରେ ଏହି 5ଟି ଗଛ ଲଗାନ୍ତୁ – ମଶା ଆପଣଙ୍କ ଘର ଠାରୁ ୧ କିଲୋମିଟର ଦୂର ରେ ରହିବେ

ଏହି ଗ୍ରୀଷ୍ମରେ ସନ୍ଧ୍ୟା ହେବା ମାତ୍ରେ ମଶାଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତେ ନିଜ ଘରର ଝରକା ଓ କବାଟ ବନ୍ଦ କରିଦିଅନ୍ତି । କିନ୍ତୁ ଯେତେ ଝରକା କବାଟ ବନ୍ଦ କଲେ ମଧ୍ୟ ଏହି ମଶା ମାନେ କୌଣସି ନା କୌଣସି ବାଟରେ ଆସି ହଇରାଣ କରିବା ଆରମ୍ଭ କରିଦିଅନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ସମସ୍ତେ ଏହି ଗ୍ରୀଷ୍ମ କୁ ପ୍ରତୀକ୍ଷାରତ ଥିଲେ । ଏହି ସମୟରେ ସବୁ ଭାଇଭଉଣୀ ଏକତ୍ର ହେଉଥିଲେ । ପୁରା ଦିନ ଆନନ୍ଦରେ ଓ ରାତି ଛତ ଉପରେ ବିଛଣା ଲଗେଇ ସାଙ୍ଗହୋଇ ଶୋଉଥିଲେ । ତାରା ମାନଙ୍କୁ ଦେଖି ସେମାନଙ୍କ ଆକୃତି ଅଙ୍କିତ କରିବା ଭଳି ଅନେକ ସ୍ମୃତି ଆମ ଶୈଶବ ସହ ଯୋଡି ହୋଇଛି ।

କିନ୍ତୁ ଆଜି ଆପଣ ଖୋଲା ଆକାଶ ତଳେ ଥାଇ ତାରା ମାନଙ୍କୁ ଦେଖି କିଛି କଲ୍ପନା କରିବା ଆରମ୍ଭ କରିବେ ମାନେ ଜାଣନ୍ତୁ ଆପଣଙ୍କ ଉପରକୁ ବିପଦ ମାଡି ଆସିବ । ମଶାଙ୍କ ଆତଙ୍କ ଯୋଗୁ ଏଭଳି ଖିଆଲ ପୂରଣ ହୋଇ ପାରିବ ନାହିଁ । ମଶାଙ୍କ ଆତଙ୍କ ଯୋଗୁ ସବୁ ଜାଗାରେ ସମସ୍ତେ ହଇରାଣ ହେଉଛନ୍ତି । ଖୋଲା ଆକାଶ କଣ ଏହି ମଶା ମାନେ ଘର ଭିତରେ ବି ଶାନ୍ତିରେ ରଖେଈ ଦେଉ ନାହାନ୍ତି । ବଜାରରେ ଅନେକ ପ୍ରକାର ମଶା ନାଶକ ଦ୍ରବ୍ୟ ମିଳୁଛି ଯାହା ମଶାଙ୍କୁନିପାତ  କରିବା ପାଇଁ ପ୍ରସ୍ତୁତ ହୋଇଛି । କିନ୍ତୁ ଏସବୁ ଆପଣଙ୍କ ସ୍ୱାସ୍ଥ୍ୟ ଓ ମଶାଙ୍କ ଉପରେ କେତେ ସିଦ୍ଧ ତାହା ପ୍ରମାଣ କରିବା କଷ୍ଟ ଅଟେ ।

 

ଯଦି ଆପଣ ଏହି ଭଳି ଅସୁବିଧା ଭୋଗୁଛନ୍ତି ଓ ମଶାଙ୍କ ଆତଙ୍କ ଯୋଗୁ ହଇରାଣ ହେଉଛନ୍ତି ତେବେ ଆମେ ଆପଣଙ୍କୁ କିଛି ଏପରି ଉପାୟ ବତେଇବୁ ଯାହା କୁ ବ୍ୟବହାର କରି ଆପଣ ନିଜ ଘରକୁ ମଶାଙ୍କ କବଳରୁ ରକ୍ଷା କରିବାରେ ସଫଳ ହେବେ । ଆପଣଙ୍କୁ ଆଜି ଆମେ ଏଭଳି ପାଞ୍ଚଟି ଗଛ ବିଷୟରେ କହିବୁ ଯେଉଁ ଗୁଡିକ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ମଶାଙ୍କୁ ଘରକୁ ଆସିବାରୁ ରୋକି ପାରିବେ । ତାସହ ମଶାଙ୍କ ଦ୍ଵାରା ହେଉଥିବା ରୋଗରୁ ଆପଣଙ୍କୁ ରକ୍ଷା କରିବେ । ତେବେ ଆସନ୍ତୁ ଏହି ଗଛ ମାନଙ୍କ ବିଷୟରେ ଜାଣିବା ।

 

ଲେମନ ଗ୍ରାସ – ଲୋକମାନେ ଲେମନଗ୍ରାସ କୁ ଏହାର ମନମୋହକ ସୁଗନ୍ଧ ନିମନ୍ତେ ଘରେ ଲଗେଇଥାନ୍ତି । କିନ୍ତୁ ବହୁତ କମ ଲୋକ ଜାଣନ୍ତି ଜେମାନ ଗ୍ରାସର ଉପଯୋଗ ମଶାଙ୍କୁ ତଡିବାରେ ନିର୍ମିତ ଅନେକ ଔଷଧ ରେ ମଧ୍ୟ ବ୍ୟବହାର କରାଯାଏ । ଏହାର ମନମୋହକ ସୁଗନ୍ଧ ଆପଣଙ୍କ ଅବସାଦ ଦୂର କରିବା ସହ ମଶା ମାନେ ଏହାର ସୁଗନ୍ଧ ରୁ ଦୂରେଇ ରୁହନ୍ତି । ଆପଣ ମଧ୍ୟ ନିଜ ଘର ଭିତରେ ଓ ବାଲକୋନୀରେ ଏହି ଗଛ ଲଗାନ୍ତୁ ।

 

ଗେଣ୍ଡୁ  – ଗେଣ୍ଡୁ ଫୁଲ ଆପଣଙ୍କ ବାଲକୋନୀ କୁ ସୁନ୍ଦର କରିବା ସହ ଏହାର ସୁଗନ୍ଧ ମଶା ଓ ଅନ୍ୟାନ୍ୟ କୀଟପତଙ୍ଗଙ୍କୁ ଘରଠାରୁ ଦୂରେଇ ରଖେ । କେବଳ ଗେଣ୍ଡୁ ଫୁଲ ନୁହେଁ ଯଦି କେବଳ ଏହାର ଗଛ ମଧ୍ୟ ଲାଗିଥାଏ ତେବେ ମଧ୍ୟ ଏହା ମଶାଙ୍କୁ ଦୂରେଇ ରଖେ ।

 

ଲାଭେଣ୍ଡର  – ହୁଏତ ଆପଣ ଏହା କେବେ ଧ୍ୟାନ ଦେଇନଥାଇ ପାରନ୍ତି କିନ୍ତୁ ବଜାରରେ ମିଳୁଥିବା ମଶା ପ୍ରତିରୋଧକ ମାନଙ୍କରେ ଏହି ଲାଭେଣ୍ଡର ପ୍ରୟୋଗ କରାଯାଏ । ଆପଣ ଯଦି ନିଜ ଘରେ ଏହି ଗଛ ଲଗେଇବେ ତେବେ ଆପଣଙ୍କ ଘର ମଶାଙ୍କ ଦାଉରୁ ରକ୍ଷା ପାଇବ

 

ରସୁଣ  – ରସୁଣର ବାସ୍ନାରେ ମଧ୍ୟ ମଶାମାନେ ଦୂରକୁ ପଳେଇଥାନ୍ତି । ଆପଣ ଯଦି ରସୁଣ ଗଛ ନିଜର ଘରେ କିମ୍ବା ବାଲକୋନୀରେ ଲଗେଇବେ ତେବେ ମଶା ମାନେ ଘରକୁ ଆସିବାରୁ ନିବୃତ୍ତ ରୁହନ୍ତି ।

 

ତୁଳସୀ  – ତୁଲସୀ ଗଛ ବାୟୁ ନିର୍ମଳ ରଖିବା ସହ ଛୋଟଛୋଟ କୀଟପତଙ୍ଗ ଓ ମଶାଙ୍କୁ ଆପଣଙ୍କ ଠାରୁ ଦୂରେଇ ରଖେ ।

Leave a Reply

Your email address will not be published. Required fields are marked *