September 19, 2024

Odia Express

Leading Odia News Portal of Odisha

ଏହି ପାଞ୍ଚଟି ରାଶିର ଜାତକ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି – ଏମାନଙ୍କୁ ବୋକା ବନେଇବା ବିଷୟ ଭାବିବା ମଧ୍ୟ ପାପ ହେଇଥାଏ..

ଚତୁର ବା ବୁଦ୍ଧିମାନ ମାନଙ୍କ କଥା ଆସିଲେ ଲୋକମାନେ ପ୍ରାୟତଃ ଏହାକୁ ପାଠ ସହ ଯୋଡିଥାନ୍ତି । କିନ୍ତୁ ବୁଦ୍ଧିମାନ ହେବାର ଅର୍ଥ କେବଳ ପାଠପଢାରେ ଆଗୁଆ ହେବ ନୁହେଁ । ଏହା ସମସ୍ତେ ଜାଣନ୍ତି ଯେ ନିଜ ବୁଦ୍ଧିଙ୍କୁ ଠିକ ସମୟରେ ଓ ଠିକ ଜାଗାରେ ବ୍ୟବହାର କରିଜାଣିବା ଆବଶ୍ୟକ । ତେବେ ଯାଇ ଜଣକୁ ବୁଦ୍ଧିମାନ କୁହାଯାଇପାରେ । ସେ ହିଁ ବୁଦ୍ଧିମାନ ଅଟନ୍ତି ଯେ କି ନିଜର ନିଷ୍ପତ୍ତି ନିଜେ ନେଇଥାନ୍ତି । ଯାହାକୁ ଦୁନିୟାର ଛଳକପଟ ଜ୍ଞାନ୍ତ ଥିବ ସେହି ବ୍ୟକ୍ତିଙ୍କୁ ବୁଦ୍ଧିମାନ କୁହାଯାଏ ।ଭଗବାନ ସମସ୍ତଙ୍କୁ ମସ୍ତିସ୍କ ଦେଇଛନ୍ତି କିଏ ଏହାର ବ୍ୟବହାର ଅଧିକ କରେ ତ କିଏ କମ । ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ନିଜ ବୁଦ୍ଧିର ଅଧିକ ବ୍ୟବହାର କରେ ତାହାକୁ ଚତୁର ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଥାଏ । କିନ୍ତୁ ସମସ୍ତଙ୍କ ମସ୍ତିସ୍କ ସମାନ ନହେବ ପଛରେ ରାଶି ମାନେ ମଧ୍ୟ ଦାୟୀ ଅଟନ୍ତି । ହଁ ଆଜ୍ଞା ! ଜ୍ୟୋତିଷଶାସ୍ତ୍ର ମତରେ ବ୍ୟକ୍ତି କେତେ ବୁଦ୍ଧିମାନ ହେବେ ଏହା ତାଙ୍କର ଜାତକରୁ ଜଣାପଡିଥାଏ । ଆସନ୍ତୁ ସେହି ରାଶି ଗୁଡିକ ବିଷୟରେ ଜାଣିବା ଯେଉଁମାନେ ବହୁତ ଚତୁର ଅଟନ୍ତି ଓ ସେମାନେ କାହା କଥାରେ ପଡନ୍ତି ନାହିଁ ।

 

ବୃଶ୍ଚିକ ରାଶି  – ଏହି ରାଶିର ବ୍ୟକ୍ତିମାନେ ବହୁତ ଗମ୍ଭୀର ସ୍ଵଭାବ ଓ ବୁଦ୍ଧିମାନ ଅଟନ୍ତି । ଏମାନଙ୍କୁ ଅଧିକ ଆକର୍ଷକ ରାଶି ଶ୍ରେଣୀରେ ରଖାଯାଇଛି । ବୁଦ୍ଧିରେ ଏମାନେ ବଡବଡ ଙ୍କୁ ଧୁଳି ଚଟେଇ ଦେବେ । ଏମାନଙ୍କ ସାମନାରେ କେହି ତିଷ୍ଠି ରହିବା ସମ୍ଭବ ନୁହେଁ । ଏମାନଙ୍କର ଅଦ୍ଭୁତ ଧରଣର ଶୈକ୍ଷିକ ଜ୍ଞାନ ପରିପୂର୍ଣ୍ଣ ଥାଏ । ଏମାନଙ୍କ ବିରୁଦ୍ଧରେ କରାଯାଉଥିବା ଷଡଯନ୍ତ୍ରକୁ ଏମାନେ ପୂର୍ବରୁ ଜାଣିପାରିଥାନ୍ତି । ଏମାନଙ୍କର ବୁଦ୍ଧିମାନୀର ଚର୍ଚା ବହୁତ ଦୂର ପର୍ଯ୍ୟନ୍ତ ହୋଇଥାଏ

 

କନ୍ୟାରାଶି  – ଯେଉଁମାନେ ଏହି ଜାତକଧାରୀଙ୍କ ଆଖପାଖରେ ରୁହନ୍ତି ସେମାନଙ୍କ ମତରେ କନ୍ୟାରାଶି ବ୍ୟକ୍ତି ବହୁତ ଶାନ୍ତ ଓ ଅନ୍ତର୍ମୁଖୀ ସ୍ଵଭାବର ଅଟନ୍ତି । କିନ୍ତୁ ସେମାନେ ଏହା ଜାଣନ୍ତି ନାହିଁ କି ଏମାନଙ୍କର ଏହି ସ୍ଵଭାବ ଦ୍ଵାରା ହିଁ ଏମାନେ ଲୋକମାନଙ୍କୁ ଚିହ୍ନିବାରେ ବହୁତ ସାହାଯ୍ୟ କରେ। ଏମାନେ ତିକ୍ଷ୍ନ ବୁଦ୍ଧିସମ୍ପର୍ଣ୍ଣ ଅଟନ୍ତି ଏବଂ କିଛି ବି ବିଷୟକୁ ସହଜରେ ଜାଣିପାରନ୍ତି । ଏମାନେ ଯେକୌଣସି ସମସ୍ୟାର ସମାଧାନ ଅତି ସହଜରେ କରିପାରନ୍ତି ।

 

ମେଷରାଶି ମେଷରାଶି ଜାତକ ବ୍ୟକ୍ତି ମାନଙ୍କର ଅନ୍ତର୍ଜ୍ଞାନ ବହୁତ କ୍ଷିପ୍ର ଅଟେ ଓ ଏହାଦ୍ୱାରା ହିଁ ସେମାନେ ନିଜର ବୁଦ୍ଧିକୁ ପରିଚାଳିତ କରନ୍ତି । ଏମାନେ ଅତ୍ୟନ୍ତ ଆତ୍ମବିଶ୍ବାସୀ ଅଟନ୍ତି । ଏମାନକୁ ବୋକା ବନେଇବା ବା ଠକିବା ବିଷୟ ଭାବିବା ମଧ୍ୟ ପାପ । ସାମନା ବାଲା ନିଜେ ବୋକା ବନିଯିବ କିନ୍ତୁ ଏମାନେ ନୁହେଁ । ଏମାନଙ୍କ ମନ ମଧ୍ୟରେ ସବୁ ସମୟରେ କିଛି ନା କିଛି ଚାଲିଥିବ । ଲୋକମାନେ ବହୁତ ସମୟରେ ଏମାନଙ୍କର ସକାରାତ୍ମକ ବିଚାର ପାଇଁ ମନେ ପକେଇଥାନ୍ତି ।

 

ସିଂହ ରାଶି  – ସିଂହରାଶି ବ୍ୟକ୍ତି   ଆତ୍ମବିଶ୍ଵାସ ହିଁ ସଫଳତାର ଚାବିକାଠି ଅଟେ ମନ୍ତ୍ରରେ ବିଶ୍ବାସ କରନ୍ତି । ଏହି ଆତ୍ମବିଶ୍ଵାସ ସେମାନଙ୍କୁ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସଫଳତା ଓ ଉଚ୍ଚସ୍ଥାନ ଆଣିଦେଇଥାଏ । ଏମାନେ ଫାଲତୁ ଜିନିଷରେ ନିଜର ବୁଦ୍ଧି ଖଟେଇବା ପସନ୍ଦ କରନ୍ତି ନାହିଁ । ଏମାନେ ଗୋଟିଏ ବିଷୟରେ ନିଜର ଲକ୍ଷ୍ୟ ସ୍ଥାପନ କରନ୍ତି ଏବଂ ଏହା ପାଇବା ପାଇଁ ନିଜର କଳବଳ ଓ କୌଶଳ ଖଟେଇ ଦିଅନ୍ତି । ପ୍ରତ୍ୟେକ କାର୍ଯ୍ୟକୁ ନିଜ ଶୈଳୀ ରେ କରିବା ଏମାନଙ୍କର ପସନ୍ଦ । ନିଜ କାର୍ଯ୍ୟରେ ଅନ୍ୟ କାହାର ଦଖଲ ଦେବା ଏମାନଙ୍କର ପସନ୍ଦ ନୁହେଁ ।

 

ମକର ରାଶି  – ଏହି ରାଶିର ବ୍ୟକ୍ତି ମାନଙ୍କର ଆଇକ୍ୟୁ ବହୁତ ଅଧିକ ହୋଇଥାଏ । ଏମାନଙ୍କୁ ବ୍ୟବସାୟ ଓ ବାଣିଜ୍ୟ ଉପରେ ଭଲ ଜ୍ଞାନ ଥାଏ । ଏମାନେ ନିଜର ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରନ୍ତି । ଏମାନେ କଷ୍ଟ କାର୍ଯ୍ୟରେ ନିଜର କୌଶଳ ର ପ୍ରୟୋଗ କରନ୍ତି । ଅନ୍ୟ କାହାର ସାହାଯ୍ୟ ନେବାକୁ ଏମାନେ ପସନ୍ଦ କରନ୍ତି ନାହିଁ । ଲେଖାପଢା ମାମଲାରେ ଅନ୍ୟ ରାଶି ତୁଳନାରେ ଏମାନେ ଆଗୁଆ ଅଟନ୍ତି । ଯେଉଁଠାରେ ଅନ୍ୟମାନେ ଭାବିବା ବନ୍ଦ କରିଦିଅନ୍ତି ସେହିଠାରୁ ଏମାନେ ଭାବିବା ଆରମ୍ଭ କରିଥାନ୍ତି ।

Leave a Reply

Your email address will not be published. Required fields are marked *