September 19, 2024

Odia Express

Leading Odia News Portal of Odisha

ପୁଅ ହେବା ଆଶାରେ ଏହି ପରିବାର ଉଠାଇଲେ ଏପରି ଉଦ୍ୟମ, ଆପଣ ଜାଣିଲେ ମୁଣ୍ତରେ ହାତ ଦେଇଦେବେ..

ଆଜିକାଲିର ସମୟରେ ସରକାର କେତେ ନା କେତେ ଯୋଜନା ବନାଉଛି , ବେଟି ବଞ୍ଚାଓ ବେଟି ପଢାଓ ଠୁ ନେଇକରି ସୁକନ୍ୟା ଧନ ଯୋଜନା ଆଦି କେତେ ପ୍ରକାରର ଯୋଜନା ହେଉଛି , ଆଜି କାଲିର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ଆଧିପତ୍ୟ ବିସ୍ତାର କରିଛନ୍ତି , ଓ ପୁରୁଷଙ୍କ ସହ ତାଳ ଦେଇ ସମାଜରେ ଆଗକୁ ବଢିଚାଲିଛନ୍ତି , କିନ୍ତୁ କିଛି ଲୋକ ପୁଅ ପାଇବା ଆଶାରେ କିଛି ଏପରି କରିବସନ୍ତି ଯାହାକୁ ଜାଣିଲେ ଆପଣ ବି ଚକିତ ହୋଇଯିବେ ।ଏମିତି ପୁଅର ଇଚ୍ଛା ରଖି କିଛି ଏପରି ଉଦ୍ୟମ କରିଥିଲେ , ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ଓ ଅଞ୍ଚଳ ଜିଲ୍ଲାର ଯେଉଁଠି ଦୁଇ ପରିବାରରେ ପୁଅର ଇଚ୍ଛା ରଖିଥିବା ପରିବାର ସଦସ୍ୟ କିଛି ଏପରି କରିଦେଲେ , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ  ।

 

ଏହି ମାମଲା ପୋହରି ର ଗଂଗରି ପୁରା ର ଅଟେ , ଯେଉଁଠି ବିନୋଦ ଶର୍ମା ନାମକ ଜଣେ ଯୁବକଙ୍କ ସ୍ତ୍ରୀ ମାୟା ପୁଅ ଇଚ୍ଛାରେ ୧୧ଥର ଗର୍ଭବତୀ ହୋଇଥିଲେ , କିନ୍ତୁ ୧୦ ଥର ସେ ଝିଅ ଜନ୍ମ ଦେଇଥିଲେ , ମାୟା ଓ ତାଙ୍କ ସ୍ୱାମୀଙ୍କୁ ପୁଅର ଇଚ୍ଛା ଏତେ ଅଧିକା ଥିଲା କି ସେ ୧୦ଟି ଝିଅକୁ ଜନ୍ମ ଦେବାପରେ ସେମାନେ ପୁଅର ଲାଳସା ଛାଡିନଥିଲେ , ଓ ୧୧ ଥର ଗର୍ଭବତୀ ହେବା ପରେ ତାଙ୍କ ଘରେ ପୁଅର ଜନ୍ମ ହେଲା , ମାୟା ୨୪ ଅପ୍ରେଲ୍ ୨୦୧୮ କୁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ , କହିଦେବୁ କି ୧୦ ଟି ଝିଅମାନଙ୍କ ମଧ୍ୟରୁ ୨ ଟି ଝିଅ ଜନ୍ମ ସମୟରୁ ମୃତ୍ୟୁ ବରଣ କରିଦେଇଥିଲେ , ବିନୋଦଙ୍କ ପରିବାର ଆର୍ଥିକ ସ୍ଥିତି ବିଷୟରେ କଥା ହେଲେ , ସେ ଜଣେ ଟିଭି ରିପାରିଙ୍ଗ୍ ବାଲା ଅଟନ୍ତି , ଓ ତାଙ୍କ ପରିବାରରେ ରୋଜଗାର କରୁଥିବା ସେ ଏକ ମାତ୍ର ବ୍ୟକ୍ତି ଅଟନିତ୍ , ଏମିତିରେ ପ୍ରଶ୍ନ ଉଠେ କି ପୁଅର ଲାଳସାରେ ତାଙ୍କ ୯ ଟି ଛୁଆ ତାଙ୍କୁ ତ ବାପା କରିଦେଲେ , କିନ୍ତୁ ତାଙ୍କର ଭରଣାପୋଷଣ କରିବେ କିପରି ।

 

କହିଦେବୁ କି ଏହା କେଉଁ ପ୍ରଥମ ମାମଲା ନୁହେଁ , ସେମିତି ପୁଅ ଇଚ୍ଛା ରଖି ଏକ ମାମଲା ସାମନାକୁ ଆସିଛି , ଯେଉଁଠି ଜଣେ ଦମ୍ପତି ଗୋଟେ ପୁଅ ଥିଲା , କିନ୍ତୁ ସେ ଆଉ ପୁଅ ଇଚ୍ଛା ରଖି ୭ ଟି ଝିଅକୁ ଜନ୍ମ ଦେଲେ , ଜାମଖୋରେ ରହୁଥିବା ରାକେଶ୍ ଗୋସ୍ୱାମୀଙ୍କ ସ୍ତ୍ରୀ ସବୁଠାରୁ ପ୍ରଥମେ ଏକ ଝିଅ ସନ୍ତାନ ଜନ୍ମ ଦେଇଥିଲେ , ଓ ଦ୍ୱିତୀୟଥର ଗର୍ଭବତୀ ହେଲେ , ଓ ତାପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଲା , କିନ୍ତୁ ଆହୁରି ପୁଅ ଲାଳସାରେ ରାକେଶ ଓ ତାଙ୍କ ସ୍ତ୍ରୀ ଏପରି ପାଗଳ ହୋଇଯାଇଥିଲେ କି ଗୋଟେ ପୁଅ ଥାଇ ମଧ୍ୟ ସେ ଆଉ ଏକ ପୁଅ ପାଇଁ ଇଚ୍ଛା ରଖିଥିଲେ , ଓ ଏହାପରେ ରାକେଶଙ୍କ ସ୍ତ୍ରୀ ୬ ଟି କନ୍ୟା ସନ୍ତାନ ଜନ୍ମ ଦେଲେ , ଏହି ଦୁହିଁ ପରିବାରଙ୍କୁ ଦେଖିକରି ଏହା ଲାଗୁଛି କି ସରକାର ଚାହିଁଲେ ବି ଯାହା କରିନିଅନ୍ତୁ , ଭାରତ ଦେଶରେ ପୁଅ ଓ ଝିଅଙ୍କ ମଧ୍ୟରେ ବହୁତ ଫରକ ଅଛି , ଏହି ରୁଢବାଦୀ ଭାବନା ସକାଶେ ସବୁ ଯୋଜନା ବେକାର ଅଟେ , ଏବେ ଦୁହେଁ ପରିବାର ଏତେ ଝିଅ ଜନ୍ମ ଦେଲେ ତାଙ୍କର ଭରଣାପୋଷଣ କିପରି ହେବ , ତାଙ୍କର ଭବିଷ୍ୟତ କଣ ହେବ ଆଗକୁ  ।

Leave a Reply

Your email address will not be published. Required fields are marked *