September 19, 2024

Odia Express

Leading Odia News Portal of Odisha

ମୁସଲିମ୍ ବିଧାୟକ କାଉଡିଆଙ୍କ ପାଦ ଘଷିଦେଲେ -, ଲଗାଇଲେ ଜୟ ଶ୍ରୀରାମ ଓ ହର୍ ହର୍ ମହାଦେବଙ୍କର ଜୟକାରା – ଏବେ ସାରା ବିଶ୍ୱ କରୁଛି ପ୍ରଶଂସା..

ଦିଲ୍ଲୀର ଏକ କାଉଡିଆ ଶିବିରରେ ପହଞ୍ଚିଥିଲେ ସିଲମପୁରର ବିଧାୟକ ହାଜି ଇଶରାକ୍ ଖାନ୍ ଗଙ୍ଗା ଜମୁନି ତହଜିବର ମିଶାଲ୍ ପେଶ୍ କଲେ , ପୂର୍ବ ଦିଲ୍ଲୀର ସହାଦରା ଜିଟି ରୋଡ୍ ରେ ଦିଲଶାଦ ଗାର୍ଡେନ୍ ରେ ସ୍ଥିତ କାଉଡିଆ ଶିବିରରେ ରେ ବିଧାୟକ ହାଜି ଇଶରାକ୍ ଖାନ୍ ଶିବ ଭକ୍ତ କାଉଡିଆ ଭକ୍ତଙ୍କ ପାଦ ଦବାଇଥିଲେ , ଏହା ଛଡା ବିଧାୟକ କାଉଡିଆଙ୍କ ସାଙ୍ଗରେ ନିଜ ଦୁଇ ହାତ ଉଠାଇକରି ବମ୍ ବମ୍ ଭୋଲେ ଓ ଶ୍ରୀରାମ ଜୟକାରା ଲଗାଇଥିଲେ , ଦିଲ୍ଲୀର ଏକ ମୁସଲିମ୍ ବିଧାୟକ ଏହି ପରି ସେବା କରୁଥିବାବେଳେ ଶିବ ଭକ୍ତ କାଉଡିଆ ଉତ୍ସାହିତ ହୋଇଯାଈଥିଲେ,  ଶିବ ଭକ୍ତ କାଉଡିଆ ବିଧାୟକଙ୍କ ସାଙ୍ଗରେ ଫୋନରେ ବହୁତ ସେଲ୍ଫିନେଲେ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଓ ବିଧାୟକ ଇଶାରକ ଖାନ୍ କାଉଡିଆଙ୍କ ସହ ଭୋଜନ କଲେ , ଏହାପରେ କାଉଡିଆ ବିଧାୟକଙ୍କୁ ଆଶିର୍ବାଦ ଦେଲେ ।

 

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କାଉଡି ଶିବିରରେ କାଉଡିଆଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଇଥିଲେ , ଭଗବାନ ଶିବଙ୍କର ଆରତୀ ବି କଲେ , ଏହି ସମୟରେ ସେ କାଉଡିଆଙ୍କୁ ପାଣିପିଆଇଲେ , ଏହି ସମୟରେ ଇଶାରକ୍ ଖାନ୍ କହିଲେ କି ଶିବ ଭକ୍ତ କାଉଡିଆଙ୍କୁ ହରିଦ୍ୱାର ଗଙ୍ଗାଜଳରେ ଜଳ ଆଣିକରି ଶିବଲିଙ୍ଗ ଉପରେ ଚଢାଇଛନ୍ତି , ଯାହା ଦ୍ୱାରା ଶିବ ଭଗବାନ ତାଙ୍କର ସବୁ ମନୋକାମନା ପୁରା କରିପାରିବେ ।

 

ସେ କହିଲେ କି ଶିବ ଭକ୍ତଙ୍କ ସେବା କରିବା ଜଣେ ମୁସଲିମ୍ ର ସଚ୍ଚା ଶ୍ରଦ୍ଧା ଅଟେ , ଭାରତର ଏକତା ପରିଚୟ ଅଟେ , ଏଠାରେ ସବୁ ଧର୍ମ ଓ ଜାତିର ଲୋକେ ଏକା ସାଙ୍ଗେ ରୁହନ୍ତି , ହିନ୍ଦୁ ହେଉ କିମ୍ବା ମୁସଲିମ୍ ସମସ୍ତେ ପୂର୍ବଜ ଜଣେ ଅଟନ୍ତି , କେଉଁ ଧର୍ମ କାହାକୁ ଅଲଗା ଭାବିବା ଉଚିତ୍ ନୁହେଁ , ଆପଣ ଚାହିଁଲେ ଯେ କୌଣସି ଧର୍ମରୁ ସଂମ୍ପର୍କ ରଖୁଥିବେ କିନ୍ତୁ ସବୁ ଧର୍ମର ଇଜ୍ଜତ କରିବା ଉଚିତ୍ ।

 

କହିଦେବୁ କି ଲୋକସଭା ନିର୍ବାଚନରେ ମିଳିଥିବା ହାର୍ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଲଗାତାର ଦିଲ୍ଲୀରେ ସକ୍ରିୟ ଅଛନ୍ତି , କେଜରିୱାଲ୍ ନିଜ ସିୟାସି କିଲ୍ଲାକୁ ଆହୁରି ମଜବୁତ୍ କରିବାପାଇଁ ଦିଲ୍ଲୀରେ ଗୋଟେ ପରେ ଗୋଟେ ଲୋକଙ୍କୁ ଲୋଭାଇଲା ଭଳି ଯୋଜନା ଘୋଷଣା କରିଛନ୍ତି , କାଉଡି ଶିବିରରେ ଯାଞ୍ଚ କରିବାପାଇଁ ପ୍ରଥମେ ସେ ସବୁ ଧର୍ମର ଲୋକଙ୍କୁ ମାଗଣା ଧାର୍ମିକ ଯାତ୍ରା ସୁବିଧା ପ୍ରଦାନ କରିଥିଲେ , ଦିଲ୍ଲୀରେ ଏହି ଯାତ୍ରା ଆରମ୍ଭ ହୋଇସାରିଛି ।

Leave a Reply

Your email address will not be published. Required fields are marked *