ଯଦି ଆପଣଙ୍କ ଛୁଆଙ୍କ ମଧ୍ୟରେ ଦେଖାଯାଏ ଏହି ଲକ୍ଷଣ , ତେବେ ବୁଝିଯିବେ କି ପେଟରେ କୃମି ହୋଇଛନ୍ତି ,ଏବେ ହିଁ ଆପଣାନ୍ତୁ ଏହି ଘରୋଇ ଉପଚାର…
ବଡ ଛୁଆଙ୍କ ତୁଳନାରେ ଛୋଟ ଛୁଆଙ୍କର ଦେଖାଶୁଣା ଅଧିକା କରିବାକୁ ପଡିଥାଏ । ଏହା ଆମେ ସମସ୍ତେ ଜାଣିଥାଉ , ବଡ ଛୁଆଙ୍କ ସାଥେ ସାଥେ ଯଦି କେଉଁ ଅସୁବିଧା ହୁଏ ତେବେ ନିଜ ପରିଜନ କହିଦିଅନ୍ତି ଯାହାପାଇଁ ତାହାର ଅସୁବିଧା ବୁଝିକରି ଦୂର କରିବାକୁ ଚେଷ୍ଟା ବି କରନ୍ତି , କିନ୍ତୁ ଛୋଟ ଛୁଆଙ୍କର ସାଥିରେ ଏପରି ହୋଇନଥାଏ , ଯେବେ କି ଛୋଟ ଛୁଆ ଠିକ୍ ଭାବରେ କଣ ହେଉଛି ବୋଲି କହିବି ପାରନ୍ତି ନାହିଁ, ସେ ନିଜ ଶରୀରରେ ହେଉଥିବା ଅସୁବିଧାକୁ ଠିକ୍ ଭାବେ ବୁଝାଇପାରନ୍ତି ନାହିଁ , ତେବେ ସେମାନେ ବହୁତ ଥର ନିଜର ବାପା ମାଙ୍କୁ ଏହି ଅସୁବିଧାକୁ ଜଣାଇଥାନ୍ତି , କିନ୍ତୁ ତାଙ୍କର ବଡି ବାଲାନ୍ସ ବୁଝିବାକୁ ପ୍ୟାରେଣ୍ଟସ୍ ଙ୍କୁ ଟିକିଏ ସମୟ ଲାଗିଯାଏ , ଛୋଟ ଛୁଆଙ୍କ ମଧ୍ୟରେ ହେଉଥିବା କିଛି ଅସୁବିଧା ରୋଗର ଲକ୍ଷଣ ହୋଇଥାଏ , ଯାହାକୁ ଦେଖିକରି ଆପଣ ତାଙ୍କର ଅସୁବିଧା ବିଷୟରେ ଜାଣିପାରିବେ , ଆଜି ଆମେ କଥା ହେଉଛୁ , ଛୁଆଙ୍କ ପେଟରେ ହେଉଥିବା କୃମି ବିଷୟରେ , ଯାହାର କାରଣରୁ ଛୁଆ ବହୁତ ଅସୁବିଧା ଭୋଗିଥାନ୍ତି , ଏମିତି କିଛି ଲକ୍ଷଣ ଅଛି , ଯାହାକୁ ଦେଖି ପତ୍ତା ଲଗାଇପାରିବେ କି ତାଙ୍କ ପେଟରେ ସତରେ କୃମି ଅଛନ୍ତି କି ନାହିଁ , ଓ ସେମାନେ କଣ ପାଇଁ ଅସୁବିଧା ଭୋଗୁଛନ୍ତି ।
ଛୁଆଙ୍କ ପେଟରେ ହେଉଥିବା କୃମିର ଲକ୍ଷଣ :
୧) ଏମିତି ଛୁଆଙ୍କ ପେଟରେ ଅସହନୀୟ କଷ୍ଟ ବା ପୀଡାର ବହୁତ କାରଣ ହୋଇପାରେ , କିନ୍ତୁ ଯଦି ଆପଣଙ୍କ ଛୁଆ ବାରମ୍ଭାର ପେଟ ପୀଡା କଥା କହେ , ତେବେ ହୋଇପାରେ କି ତାର ପେଟରେ କୃମି ରହୁଥିବ , ଯାହା ଏକ ସାଧାରଣ ଲକ୍ଷଣ ହୋଇଥାଏ ।
୨) ସେମିତି ଯଦି ଆପଣଙ୍କ ଛୁଆଙ୍କ ଡାଇଟ୍ ରେ ପୁରା ଧ୍ୟାନ ଦେଉଛନ୍ତି , ତେବେ ସେମାନଙ୍କୁ ଖାଦ୍ୟପେୟ ସଠିକ୍ ସମୟରେ କରାଉଛନ୍ତି , ଓ ଛୁଆଙ୍କ ଓଜନ ବଢିବା ପରିବର୍ତ୍ତେ କମୁଛି , ତେବେ ଏହାର କାରଣ କୃମି ହୋଇପାରେ , ଛୁଆଙ୍କ ପେଟରେ ରହୁଥିବା କୃମି ତାଙ୍କ ଶରୀରରୁ ପୋଷକ ତତ୍ତ୍ୱକୁ ନିଜେ ଭକ୍ଷଣ କରିନିଅନ୍ତି , ଯାହା ଦ୍ୱାରା ଛୁଆଙ୍କ ଗ୍ରୋଥରେ ପ୍ରଭାବ ପଡିଥାଏ ।
୩) ସେମିତି ମଳରେ ଦୁର୍ଗନ୍ଧ ଆସିବା ସାଧାରଣ କଥା ଅଟେ , କିନ୍ତୁ ତା ସତ୍ତ୍ୱେ ବି ଯଦି ଆପଣଙ୍କୁ ଲାଗେ କି ଛୁଆଙ୍କ ମଳରେ ଅଜବ ପ୍ରକାରର ଦୁର୍ଗନ୍ଧ ଆସୁଛି , ତେବେ ପେଟରେ ଏହା କୃମି ରହିଥିବାର ଲକ୍ଷଣ ହୋଇପାରେ ।
୪) ଛୁଆଙ୍କ ପେଟରେ କୃମି ରାତିରେ ଅଧିକା ହଇରାଣ କରିଥାନ୍ତି , କାରଣ ରାତିର ସମୟରେ କୃମି ମଳ ଦ୍ୱାର ନିକଟକୁ ପହଞ୍ଚିଯାଆନ୍ତି , ଯାହା ଦ୍ୱାରା ଛୁଆଙ୍କ ମଳଦ୍ୱାର ନିକଟରେ ଖୁଜୁଲି ହେବା , ପରି ଲକ୍ଷଣ ଦେଖାଯାଏ ।
୫) ବହୁତ ଡାକ୍ତର ମାନେ ବଡ ବୟସ୍କ ଲୋକଙ୍କର ମାନିବା କଥା କି ଛୁଆଙ୍କ ପେଟରେ କୃମି ହେଲେ ରାତିରେ ଅଧିକା ସମୟ ଶୋଇବା ସମୟରେ ଅଧିକା ଦାନ୍ତକୁ କାମୁଡନ୍ତି , କିନ୍ତୁ ଏହା ସବଜେକ୍ଟ ଉପରେ ଡାକ୍ତରଙ୍କ କୌଣସି ରାୟ ଦେଇପାରିନାହାନ୍ତି ।
କୃମି ହଟାଇବାର ଘରୋଇ ଉପଚାର :
୧) ଛୁଆଙ୍କ ପେଟରେ ଯଦି କୃମି ହୋଈଯାଏ ତେବେ କଳା ଲୁଣ ଓ ଜୁଆଣି ବହୁତ ଲାଭଦାୟକ ହୋଇଥାଏ , କିଛି ପରିମାଣର କଳା ଲୁଣ ଓ ଅଧା ଗ୍ରାମର ଜୁଆଣିର ଚୁର୍ଣ୍ଣ ମିଳାଇନିଅନ୍ତୁ , ଓ ଏହି ଚୁର୍ଣ୍ଣକୁ ରାତିରେ ସବୁଦିନ ଗରମ ପାଣିରେ ନିଅନ୍ତୁ , ଏହା ଦ୍ୱାରା ସବୁ କୃମି ନଷ୍ଟ ହୋଇଯିବେ ।
୨) ଛୁଆ ଓ ବଡ ଛୁଆଙ୍କ ପେଟରେ କୃମି ହୋଇଗଲେ ଏହା ବହୁତ ଫାଈଦାଦାୟକ ଉପଚାର ଅଟେ , ଡାଳିମ୍ବର ଚୋପାକୁ ସୁଖାଇକରି ଏହାର ଚୁର୍ଣ୍ଣ ପ୍ରସ୍ତୁତ କରିନିଅନ୍ତୁ , ଏହି ଚୁର୍ଣ୍ଣକୁ ଦିନରେ ତିନିଥର ଗୋଟେ ଗୋଟେ ଚାମଚ ନିଅନ୍ତୁ , କିଛି ଦିନରେ ଏହାର ସେବନ କରିଲେ ପେଟରେ କୃମି ପୁରା ନଷ୍ଟ ହୋଇଯିବେ ।
୩) ଏହି ଅସୁବିଧରେ ଟମାଟର ଖାଇବା ବହୁତ ଫାଇଦାଦାୟକ ହୋଇଥାଏ, ଟମାଟରକୁ କାଟି ସେଥିରେ କିଛି ଲୁଣ ଓ କଲା ଲଙ୍କା ଗୁଣ୍ତ ମିଶାଇଦିଅନ୍ତୁ , ଏହାକୁ ଖାଇଲେ ସବୁ କୃମି ନଷ୍ଟ ହୋଇଯିବେ । ଓ ବାହାରିଆସିବେ ।