September 20, 2024

Odia Express

Leading Odia News Portal of Odisha

ବାହାଘରରେ ୭ ବର୍ଷର ପରେ କରିନା କାପୁର୍ ଖାନ୍ କହିଲେ , ମୋ ସ୍ୱାମୀ ମୋ ଠାରୁ ୧୦ ବର୍ଷର ବଡ , ୨ଟି ଛୁଆର ବାପା ଥିଲେ କିନ୍ତୁ..

ବଲିଉଡ୍ ରେ ସବୁବେଳେ ଚାଲିଆସୁଛି କି ଅଭିନେତ୍ରୀମାନେ କିମ୍ବା ଅଭିନେତାମାନେ ନିଜର ବୟସର ଅଧା ବୟସର ଅଭିନେତ୍ରୀ କିମ୍ବା ଅଭିନେତାଙ୍କୁ ଭଲ ପାଇ ବସନ୍ତି । ଏମିତିରେ ଧର୍ମେନ୍ଦ୍ର-ହେମାମାଳିନୀ, ଦିଲ୍ଲୀପ କୁମାର-ସାୟରା ବାନୋ ପରି କଳାକାର ସାମିଲ୍ ଅଛନ୍ତି । ଗତ ବର୍ଷ ପ୍ରିୟଙ୍କା ଚୋପ୍ରା ନିଜ ବୟସରୁ ୧୦ ବର୍ଷ ଛୋଟ ଆମେରିକା ସିଙ୍ଗର୍ ନିଜ ହୃଦୟ ଦେଇଥିଲେ । କିନ୍ତୁ ଆମେ ଏଠାରେ କରିନା କାପୁରଙ୍କ ବିଷୟରେ କହିବାକୁ ଯାଊଛୁ , ଯିଏକି ନିଜ ସଂମ୍ପର୍କକୁ ନେଇ ସୈଫ୍ ଙ୍କୁ କିଛି ବି କହିନଥିଲେ । କିନ୍ତୁ ସାତ ବର୍ଷ ପରେ ବିବାହ ଉପରେ ନେଇ କରିନା ନିଜର ମୁହଁ ଖୋଲିଛନ୍ତି , ଓ କଣ କହିଛନ୍ତି ଆସନ୍ତୁ ଜାଣିବା ସଂକ୍ଷେପରେ ।କରିନା କାପୁର ଖାନ୍ ନିଜ ଜୀବନ ଉପରେ ନେଇ ଖୋଲିକରି କହିବାପାଇଁ ଲୋକପ୍ରିୟତା ହାସିଲ୍ କରିଛନ୍ତି , ଏହା ତାଙ୍କର ବଲିଉଡ୍ ରୁ ହେଉ କିମ୍ବା ତାଙ୍କ ସହ ସଂମ୍ପର୍କୀୟଙ୍କ କିମ୍ବା ସୈଫ୍ ଅଲ୍ଲୀ ଖାନ୍ ଙ୍କ ଦ୍ୱାରା ହେଉ ,

 

ଏବେ କରିନା କାପୁର୍ ଖାନ୍ ଏକ ଇଣ୍ଟରଭ୍ୟୁରେ କହିଲେ କି କିଭଳି ସୈଫ୍ ଅଲ୍ଲୀ ଖାନ୍ ତାଙ୍କ କ୍ୟାରିୟରର ଖରାପ ସମୟରେ ତାଙ୍କର ସାଥ୍ ଦେଲେ , ଓ ଯେବେ ସେ କାମ ଉପରେ ନିଜର ଅସୁବିଧା ଥିଲା କିପରି ସାହାଯ୍ୟ କରିଥିଲେ , କରିନା ସୈଫ୍ ଙ୍କ ମଧ୍ୟରେ ବୟସ ଅନ୍ତରାଳ ଉପରେ ନେଇ କହିଲେ କି ସେ ମୋ ଠାରୁ ୧୦ ବର୍ଷ ବଡ ଅଟନ୍ତି , ଓ ଦୁଇଟି ଛୁଆଙ୍କ ବାପା ବି ଅଛନ୍ତି କିନ୍ତୁ ସେ ମୋ ପାଇଁ ହିଁ ଥିଲେ , ଏହି କଥା ମୋତେ ବହୁତ ପସନ୍ଦ ଆସିଲା । ଓ ଏହି କଥାକୁ ଆଗେଇ କରି କହିଲେ କି ସେ ଡେଟ୍ କରୁଥିବା ସମୟରେ କିଛି ଏପରି ହୋଇଥିଲା କି ସେ ମୋତେ କହିଥିଲେ କି ମୁଁ ୨୫ ବର୍ଷୀୟା ଆଉ ଯୁବତୀ ହୋଇନାହିଁ , ଯାହାକି ମୁଁ ତୁମକୁ ସବୁଦିନ ଛାଡିଯିବି , ତାପରେ ସେ ମୋର ମା କୁ କହିଲେ କି ମୁଁ କରିନାଙ୍କ ସହ ପୁରା ଜୀବନ ଅତିବାହିତ କରିବାକୁ ଚାହେଁ , ଏହି କଥାକୁ ନେଇ ମା ରାଜି ହୋଇଯାଈଥିଲେ , ଓ ତାପରେ ଆମେ ବିବାହ କରିବାର ନିଷ୍ପତ୍ତି ନେଲୁ ।

 

ଏହି ସମୟରେ କରିନା ତୈମୁରଙ୍କ ଉପରେ ବି କିଛି କହିଥିଲେ , ମା ହୋଇ ସେ କହିଥିଲେ କି ମାତୃତ୍ୟ ମିଳିବା ପରେ ତୈମୁର ମୋତେ ମିଳିଥିଲା , ମା ହେବାର ସୌଭାଗ୍ୟ ମୋ ପାଇଁ ବହୁତ ବଡ କଥା ଅଟେ , ତୈମୁର୍ ମୋର ଭାଗ ଅଟେ , ମୁଁ ତା ବିନା ଗୋଟେ ଘଣ୍ଟା ରହିପାରେ ନାହିଁ , ସେ ମୋର ସବୁବେଳେ ସାଥିରେ ରୁହେ । ମୋତେ ସବୁବେଳେ ପରିଶ୍ରମ କରିବାକୁ ପଡିଥାଏ କେବଳ ତା ପାଇଁ , କରିନା ନିଜର ଓ ସୈଫ୍ ଙ୍କ ବିଷୟରେ କହିଲେ କି ମୁଁ ତାଙ୍କୁ ଆଗରୁ ଦେଖିଥିଲି କିନ୍ତୁ ଯେବେ ଫିଲ୍ମ ଟସନ୍ ହେଲା ତେବେ ସେହି ସମୟରେ ବହୁତ କିଛି ବଦଳିଗଲା , ମୁଁ ତାଙ୍କୁ ସେହି ସମୟରେ ମୋର ହୃଦୟ ଦେଇସାରିଥିଲି , ସେ ସେହି ସମୟରେ ବହୁତ ସୁନ୍ଦର ଲାଗୁଥିଲେ , ମୁଁ ଫିଲ୍ମ ସୁଟିଂ ସମୟରେ ସୈଫ୍ ଙ୍କ ସହ କିଛି ସମୟ ଅତିବାହିତ କରିଥିଲି , ମୋତେ ମନେ ଅଛି ଆମେ ଜୈସଲମେର୍ ଲଦାଖ ସୁଟିଂ ପାଇଁ ଯାଉଥିଲୁ , ଆମେ ବହୁତ ଖୁସିରେ କଟାଇଛୁ ସମୟ , ଏହା ଆମ ପାଇଁ ଏକ ସ୍ମରଣୀୟ ମୁହୁର୍ତ୍ତ ଅଟେ , ଯାହା ଦ୍ୱାରା ତାଙ୍କ ମୋ ମଧ୍ୟରେ ଏକ ଘନିଷ୍ଠତା ବୃଦ୍ଧି ହେଲା ।

 

କରିନା କାପୁର ଖାନ୍ ନିଜ କ୍ୟାରିୟରର ଆରମ୍ଭ ଅଭିଷେକ ବଚ୍ଚନଙ୍କ ଫିଲ୍ମ ରୈଫ୍ୟୁଜିରୁ ଆରମ୍ଭ କରିଥିଲେ ଯାହାକି ବର୍ଷ ୨୦୦୧ ରେ ହୋଇଥିଲା , ଏହାପରେ କରୀନା କଭି ଖୁସି କଭି ଗମ୍ , ମୁଝେ କୁଛ୍ କେହେନା ହୈ, ମୈ ପ୍ରେମ୍ କି ଦିୱାନୀ ହୁଁ , ଫିଦା, ଜବ୍ ଉଇ ମେଟ୍, ଚମେଲି , ଓ ବିର୍ ଦେ ୱେଡିଙ୍ଗ୍ ଫିଲ୍ମରେ କାମ କରିଥିଲେ , ଏହା ଛଡା ସୈଫ୍ କରିନାଙ୍କ ସହ ଫିଲ୍ମ ଟସନ୍ , କୁର୍ବାନ୍ , ଏଜେଣ୍ଟ ବିନୋଦ ପରି ଫିଲ୍ମରେ କାମ କରିଛନ୍ତି , ତାଙ୍କର ବାହାଘର ୨୦୧୨ ମସିହାରେ ହୋଇଥିଲା , ସେ ମୁମ୍ବାଇର କୋର୍ଟ ମ୍ୟାରେଜ୍ କରିଥିଲେ , ଏହାପରେ ଗୋଟେ ପାର୍ଟିଦେଲେ , ଏହାପରେ ତାଙ୍କ ପୁଅ ତୈମୁର୍ ଡିସେମ୍ବର ୨୦୧୬ ରେ ଜନ୍ମ ନେଇଥିଲା ।

Leave a Reply

Your email address will not be published. Required fields are marked *