September 20, 2024

Odia Express

Leading Odia News Portal of Odisha

ଶବଗୃହ ଆଗରେ ସବୁବେଳେ କାହିଁକି ଘୂରିବୁଲନ୍ତି ଏହି ସୁନ୍ଦରୀ ଝିଅ – କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ – ନିଶ୍ଚୟ ଜାଣି ରଖନ୍ତୁ..

ଏମିତିରେ ତ ଆପଣ ବହୁତ ଲୋକଙ୍କ ସଫଳତାର କାହାଣୀ ଶୁଣିଥିବେ ଓ ତାଠାରୁ ପ୍ରେରଣା ମଧ୍ୟ ପାଇଥିବେ। କିଣୁତ ଆଜି ଆମେ ଏକ ଏପରି ସଫଳତାର କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ମୃତ୍ୟୁ ସହ ଜଡିତ । ହଁ ଆଜ୍ଞା ଆପଣ ଠିକ ପଢିଲେ ମୃତ୍ୟୁ, ଏହା ପୂର୍ବରୁ କି ଆପଣ ଅନ୍ୟ କିଛି ଭାବିବା ଆରମ୍ଭ କରିବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆମେ କହୁଛୁ କୋଲକାତାର ନିବାସୀ ସ୍ରୁତି ରେଡ୍ଡୀଙ୍କର ଯିଏକି ଏକ ଏପରି ସଂସ୍ଥାର ସିଇଓ ଓ ଏମଡ଼ି ଅଟନ୍ତି ଯାହା ଲୋକଙ୍କ ମୃତ୍ୟୁ ହେବାପରେ ଅନ୍ତିମ ସଂସ୍କାର କରିବା ପାଇଁ ସମସ୍ତ ସେବା ପ୍ରଦାନ କରିଥାଏ । ଆମେରିକା ଭଳି ଦେଶରେ ଫୁନେରାଲ ସର୍ଭିସ ମିଳିବା ସାଧାରଣ କଥା ଅଟେ କିନ୍ତୁ ଭାରତରେ “ଅନ୍ତ୍ୟେଷ୍ଟି” ଏ ପ୍ରକାର ସେବଦାନ ନିମନ୍ତେ ଆଗେଇଆସିବାରେ ପ୍ରଥମ ସଂସ୍ଥା ଅଟେ ।

 

ଶ୍ରୁତି ଙ୍କ କମ୍ପାନୀ “ଅନ୍ତ୍ୟେଷ୍ଟି” ଉତ୍ତମ ରୂପେ ସଂଗଠିତ ଓ କୁଶଳ ପୋଷ୍ଟ ଡାମେଜ ପ୍ୟାକେଜ ଭଳି ଭିଆଇପି ହାର୍ସ ସର୍ଭିସେସ , ମୋବାଇଲ ଫ୍ରୀଜର ବା ଇମବଲିଙ୍ଗ, ଅବଶେଷର ପ୍ରତ୍ୟାବର୍ତ୍ତନ ଓ ଶ୍ରାଦ୍ଧ ଓ ତାସହ ପରିବାରରେ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଅନୁଷ୍ଠାନ ଭଳି ସେବା ପ୍ରଦାନ କରିଥାଏ । ଆର୍ଯ୍ୟ ସମାଜ, ଗୁଜୁରାଟୀ, ମାରୱାଡି ଓ ବଙ୍ଗାଳୀ ସବୁ ସମାଜର ଲୋକଙ୍କ ନିମନ୍ତେ ଶ୍ରୁତି ଏହି ସେବା ପ୍ରଦାନ କରେଇଥାନ୍ତି । ଏହି ସେବା ସବୁ ୨୫୦୦ ରୁ ଆରମ୍ଭ କରି ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

 

୩୨ବର୍ଷୀୟ ଶ୍ରୁତି ରେଡ୍ଡୀ ଶେଠୀ, ଜଣେ ଅନ୍ତିମ ସଂସ୍କାର ସେବା ନିଯୋଜକ ଅଟନ୍ତି ଓ ଅଧିକାରିକ ଭାବରେ କୋଲକାତାରେ ଏହି କ୍ଷେତ୍ରରେ ପ୍ରଥମ ଏପରି କମ୍ପାନୀ ଅଟେ ଯିଏ ଅନ୍ତିମ ସଂସ୍କାର ସହ ଜଡିତ ସେବା ପ୍ରଦାନ କରୁଛି । ନିଜର କମ୍ପାନୀ ବିଷୟରେ ଶ୍ରୁତି କୁହନ୍ତି ଯେ “ମୁଁ ପ୍ରଥମଥର ନିଜର ସ୍ଵାମୀଙ୍କ ସହ ଅନ୍ତିମ ସଂସ୍କାର ସେବା ପ୍ରଦାନକାରୀ କମ୍ପାନୀ ସ୍ଥାପନ କରିବା ନିମନ୍ତେ ଆଲୋଚନା କରିଥିଲି ସେ ମୋର ଏହି ବିଚାରକୁ ସମର୍ଥନ ପୂର୍ବକ ସହାୟତା ନିମନ୍ତେ ପ୍ରତିଶ୍ରୁତି ଦେଲେ । କିନ୍ତୁ ମୋର ମା ବାପା ଏକଥା ଉପରେ ରାଜି ନଥିଲେ , ବିଶେଷରୂପେ ମୋ ମାଆ ବହୁତ ଚିନ୍ତିତ ଥିଲେ ଓ ସେ କହିଲେ ଯେ ଏଭଳି ‘ଅଜ୍ଞାନପୂର୍ଣ୍ଣ’ କାମ କରିବା ଏକ ଆଇଟି ଇଞ୍ଜିନିଅର ପାଇଁ ଅପମାନଜନକ କଥା । ସେ ମୋ ସହ ଏକମାସ ପର୍ଯ୍ୟନ୍ତ କଥା ହୋଇନଥିଲେ ।

ଶ୍ରୁତି କୁହନ୍ତି ଯେ ତାଙ୍କୁ ଏହି କମ୍ପାନୀର ଖିଆଲ ତେବେ ଆସିଲା ଯେବେ ସେ ନିଜ ସ୍ଵାମୀଙ୍କୁ ତାଙ୍କର ଜେଜେଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରର ସାମଗ୍ରୀ ଯୁଟେଇବା ନିମନ୍ତେ ଇତଃତ୍ରସ୍ତ ହୋଇ ବୁଲିବା ଦେଖିଲେ । ଆଜି ଶ୍ରୁତିଙ୍କ ସହ ଆଉ ଚାରିଜଣ ଜଡିତ ଅଛନ୍ତିଇ । ସେ ଧୀରେଧିରେ ନିଜର ଏହି କାମକୁ କୋଲକାତା ବାହାରକୁ ବଢେଇବାକୁ ମଧ୍ୟ ଯୋଜନା କରିଛନ୍ତି । ନିଜର ବିଶିଷ୍ଟ ସେବା ସହ, କେବଳ ଗୋଟିଏ ବର୍ଷରେ ତାଙ୍କର ଏହି କମ୍ପାନୀ ୧୬ଲକ୍ଷ ଟଙ୍କାର କାରବାର କରିଛି । ଦୁଃଖଦ ଜୀବନର ଅନ୍ତ ସମୟରେ ଶ୍ରୁତିଙ୍କ କାମ ଆରମ୍ଭ ହୋଇଥାଏ ।

ସେ କୁହନ୍ତି ଯେ “ଆମକୁ ଯେବେ କୌଣସି ଡକରା ଆସେ , “ ଆମେ ପ୍ରଥମେ ଭ୍ୟାନ ବ୍ୟବସ୍ଥା କରିଥାଉ ଓ ଏକଥା ମଧ୍ୟ ପଚାରିଥାଉ ଯେ ଫ୍ରୀଜର ବକ୍ସ ଭଳି ଅନ୍ୟ କିଛି ଆବଶ୍ୟକତା ଅଛି କି?ତାପରେ ସେଠାରେ ପହଞ୍ଚି ତାପର ପ୍ଲାନିଂ କରିଥାଉ । ଶ୍ରୁତିଙ୍କ ଦ୍ଵାରା ମାନବତା ନିମନ୍ତେ ଆରମ୍ଭ ହୋଇଥିବା ଏ ଉଦ୍ୟମ ପ୍ରଶଂସନୀୟ ଅଟେ ଓ ଆମେ ଆଶା କରୁଛୁ ଯେ ତାଙ୍କର କାହାଣୀ ଦ୍ଵାରା ପ୍ରେରିତ ହୋଇ ଲୋକମାନେ ମଧ୍ୟ ଏଭଳି ସେବା ଆରମ୍ଭ କରିବା ବିଷୟରେ ବିଚାର କରିବେ ।

Leave a Reply

Your email address will not be published. Required fields are marked *