September 16, 2024

Odia Express

Leading Odia News Portal of Odisha

୧୮୧ ବର୍ଷର ଏହି ବୟସ୍କ ବୃଦ୍ଧ ମରିବା ପାଇଁ ଇଚ୍ଛା କରୁଛନ୍ତି – କହୁଛନ୍ତି କି ମୁଁ ମରିବା ପାଇଁ ଅପେକ୍ଷା କରିଛି କିନ୍ତୁ ମୃତ୍ୟୁ ମୋତେ ଆସୁନାହିଁ କାହିଁକି – ଜାଣନ୍ତୁ ସମୁର୍ଣ୍ଣ କଥା

ଆଜି କାଲିର ପ୍ରଦୂଷିତ ବାତାବରଣରେ ଲୋକଙ୍କ ବଞ୍ଚିବା ମୁସକିଲ୍ ହୋଇଗଲାଣି । ଭାରତରେ ପ୍ରାୟ ୬୦-୭୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିରହିବା କଥା ଜଣା ଯାଏ । ଭାରତରେ ପ୍ରଦୂଷଣର କଥା କହିବାକୁ ଗଲେ ଏଠାରେ ବହୁତ ଅଧିକା ଅଛି । ଆଜି କାଲିର ସମୟରେ ଯେମିତି ୬୦-୬୫ ବର୍ଷ ବୟସ ପୁରା କରି ନେଉଛନ୍ତି । ନିଜ ଜୀବନ ବିଷୟରେ ଏହା ହିଁ ଭାବୁଛନ୍ତି କି ତାଙ୍କର ଶେଷ ସମୟ କେବେ ଆସିବ । ଆଜିକାଲି କିଏ ଯଦି ୧୦୦ ବର୍ଷର ବ୍ୟକ୍ତି ମିଳିଯାଆନ୍ତି ତେବେ ତାହା ବହୁତ ବଡ କଥା ଅଟେ ।ଏମିତି ପ୍ରଦୂଷିତ ସହରରେ ଏମିତି ଏକ ବ୍ୟକ୍ତି ସବୁ ମନର ଭ୍ରାନ୍ତିକୁ ପଛରେ ପକାଇ ଦେଖିବାକୁ ମିଳିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଏହି ବ୍ୟକ୍ତି ଙ୍କ ବୟସ ୬୦,୯୦,୧୫୦ ବର୍ଷ ନୁହେଁ ବରଂ ନିଜ ଜୀବନର ୧୮୧ ବର୍ଷ (ବିଶ୍ୱର ସବୁଠାରୁ ବୟୋଜ୍ୟୋଷ୍ଠ ବ୍ୟକ୍ତି) ହିସାବରେ ସେ ପୁରା କରି ସାରିଲେଣି। ଏବେ ସେ ଠିକ୍ ଅଛନ୍ତି । ଓ ସେ ନିଜର ସବୁ କାମ କରିବା ପାଇଁ ସେ ସକ୍ଷମ ଅଛନ୍ତି ।

ମହାଷ୍ଟା ମୁରାସୀ ନାମରେ ଏହି ବ୍ୟକ୍ତି ବଞ୍ଚି ବଞ୍ଚି ଥକି ସାରିଲେଣି। ଓ ମରିବା ପାଇଁ ଇଚ୍ଛା କରୁଛନ୍ତି । ତାଙ୍କର କହିବା କଥା କି ମୃତ୍ୟୁ ମୋର ଘରର ବାଟ ଭୁଲି ଗଲାଣି । ମୁଁ କେବେ ମରିବି ତାହା ଅପେକ୍ଷା କରିଛି , କିନ୍ତୁ ମୃତ୍ୟୁ ଆସୁନାହିଁ । ମହାଷ୍ଟା ଙ୍କ ବୟସ ଦେଖିକି ଲୋକମାନେ କହୁଛନ୍ତି କି ତାଙ୍କୁ ଦେବୀଙ୍କ ବରଦାନ ମିଳିଛି , ସେଥିପାଇଁ ସେ ଏତେ ବର୍ଷ ହେଲା ବଞ୍ଚିଛନ୍ତି , ମହାଷ୍ଟା ମୁରାସିଙ୍କୁ ଯେତେ ବେଳେ ପଚାରା ଗଲା ସେ କହିଥିଲେ କି ଜାନୁୟାରୀ ୧୮୩୫ ମସିହାରେ ସେ ବେଙ୍ଗାଲୁରୁ ରେ ଜନ୍ମ ହୋଇଥିଲେ । (୧୮୧ ବର୍ଷ ବୃଦ୍ଧା) ସନ୍ ୧୯୦୩ ମସିହାରେ ମହାଷ୍ଟା ମୁରାସି ବେଙ୍ଗାଲୁରୁରେ ନିଜ ଠିକଣା ବଦଳାଇ ବନାରସରେ ରହିବା ପାଇଁ ପଳେଇ ଆସିଲେ । ଓ ସେହି ସମୟରୁ ସେ ବନାରସରେ ରହୁଛନ୍ତି । ମୁରାସୀ ୧୯୫୭ ପର୍ଯ୍ୟନ୍ତ ଏକ ମୋଚୀ ହିସାବରେ କାମ କରୁଥିଲେ । ଯେବେ ସେ କାମ ଛାଡି ଦେଇଥିଲେ ।ତାଙ୍କ ବୟସ ସେତେବେଳେ ତାଙ୍କ ବୟସ ୧୨୨ ବର୍ଷ ହୋଇଥିଲା ।

 

ମହାଷ୍ଟା ମୁରାସୀ ଅନେକ ଥର ଅଧିକାରୀ ମାନଙ୍କୁ ନିଜର ଜନ୍ମ ପ୍ରମାଣ ପତ୍ର ଦେଇ ସାରିଲେଣି । ବହୁତ ଥର ମେଡିକାଲ୍ ରେ ନିଜର ଚେକ୍ ଅଫ୍ କରିସାରିଲେଣି । ଯେପରି ତାଙ୍କର ନିଜର ବୟସର ପ୍ରମାଣ ମିଳିପାରିବ । ସବୁ ଯାଞ୍ଚ କରିସାରିବା ପରେ ଡାକ୍ତର ତାଙ୍କ ଅସଲ ବୟସ ଜାଣିପାରିଲେ ନାହିଁ । ଡାକ୍ତରଙ୍କୁ ଯେବେ କିଛି ଜଣାପଡିଲା ନାହିଁ ସେ ତାଙ୍କୁ ଇଶ୍ୱରଙ୍କ କରିସ୍ମା କହିଦେଇଥିଲେ ।

Leave a Reply

Your email address will not be published. Required fields are marked *