September 20, 2024

Odia Express

Leading Odia News Portal of Odisha

ସବାସ ଝିଅ – ଝିଅ ଖୋଜିଲା ନିଜ ବିଧବା ମା ଙ୍କ ପାଇଁ ଜୀବନସାଥି , ସମାଜର ନୈତିକ ବୁଝାମଣାକୁ ଛାଡି କଲା କରେଇଲା ଦ୍ୱିତୀୟ ବିବାହ – ତାଙ୍କ ପାଇଁ ନିଶ୍ଚୟ ଗୋଟେ ସେୟାର କରନ୍ତୁ

ବନ୍ଧୁଗଣ ଆମ ସମାଜରେ ବିଧବା ସ୍ତ୍ରୀ ଲୋକଙ୍କର ଜୀବନ ବହୁତ ଅସୁବିଧା ଅଟେ, ଏହି କଟୁ ସତ୍ୟ କାହାକୁ ଲୁଚା ହୋଇନାହିଁ , ଏଠାରେ କେହି ଜଣେ ସ୍ତ୍ରୀଲୋକ ବିଧବା ହୋଇଯାଏ ତେବେ ତାଙ୍କ ଦ୍ୱିତୀୟ ବିବାହ କଥା ଶୁଣି ବହୁତ କଥା କହନ୍ତି। ଦେଖାଗଲେ ଯଦି ସେ ୪୦ ବର୍ଷ ର ମହିଳା ହୋଇଥାଏ । ଓ ଦ୍ୱିତୀୟ ବିବାହ କଥା ଉଠେ ତ ଦୁନିଆଁ ରେ ଏହି କଥା କିଛି ହଜମ ହୁଏ ନାହିଁ । ହେଲେ ଜୟପୁର ରେ ରହୁଥିବା ମହିଳା ସଂହିତା ଅଗ୍ରୱାଲ୍ ସମାଜର କଥା ନ ଶୁଣି ନିଜ ୫୩ ବର୍ଷର ମା ଗୀତା ଅଗ୍ରୱାଲ୍ କୁ ଦ୍ୱିତୀୟ ବିବାହ କରେଇ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କଲେ ।

 

ତେବେ ସୋସିଆଲ୍ ମିଡିଆରେ କ୍ୟୁରାରେ ଜଣେ ପ୍ରଶ୍ନ ପଚାରି ଥିଲେ କି ନିଜ ଜୀବନରେ ଏମିତି କଣ କାମ କରିଛକି ଯେଉଁଥିରେ ତମକୁ ସବୁଠୁ ଗର୍ବ ଲାଗେ । ଏଥିରେ ସଂହିତା ଲେଖିଥିଲେ କି ମୋ ମା ର ଦ୍ୱିତୀୟ ବିବାହ କରେଇ ମୋତେ ବହୁତ ଗର୍ବ ଲାଗୁଛି । ଏହା ସହିତ ସଂହିତା ଏହି ନିର୍ଣ୍ଣୟ ନେଲା ପରେ ଏମିତି କିଛି କାହାଣୀ କହିଲେ ଯେ ମନକୁ ଛୁଇଁଲା ଭଳି ଯାହାକୁ ଆମେ ଆପଣଙ୍କ ସାମନ୍ନାରେ ଦେଖେଇ ପାରିଛୁ ।

 

ସଂହିତା କହିଲେ କି,,, ମୋ ବାପାଙ୍କର ୫୨ ବର୍ଷରେ ମୃତ୍ୟୁ ହେଇଗଲା ପରେ ମୋ ବଡ ଭଉଣୀ ଓ ମୋ ୫୦ ବର୍ଷ ମା ଏକୁଟିଆ ରହୁଥିଲୁ । ସେ ସମୟ ବହୁତ ଦୁଃଖର ଥିଲା । ବାପାଙ୍କ ମୃତ୍ୟୁର ୬ ମାସ ପରେ ବି ମୁଁ ମୋ ମା ସେ ଜାଗାକୁ ଦେଖି ବହୁତ କାନ୍ଦୁଥିଲୁ । ଯେଉଁଠି ଆମେ ଓ ବାପା ବସି କଥାବାର୍ତ୍ତା ହେଉଥିଲୁ । ଓ ସାଥିରେ ମିଳିମିଶି ଖାଉଥିଲୁ । ମୋ ଭଉଣୀ ନିଜେ ବିବାହିତ ହୋଇଥିବା ସତ୍ୱେ ସେ ତା ପରିବାରରେ ବହୁତ ବ୍ୟସ୍ତ ଥିଲା , ହେଲେ ମୁଁ ଓ ମା ବାପା ଙ୍କ ମୃତ୍ୟୁ ପରେ ବହୁତ ମନେ ପକାଇ କାନ୍ଦୁଥିଲୁ । ମୋତେ ଏବେ ବି ମନେ ଅଛି ମୋ ମା କେମିତି ଠାକୁର ଙ୍କ ପାଖରେ ଚିକ୍ତାର କରି କାନ୍ଦୁଥିଲେ ।

 

କାହିଁକି ମୋ ଠାରୁ ମୋ ସ୍ୱାମୀଙ୍କୁ ଛଡେଇନେଲ ? ଯେତେବେଳେ ମୁଁ ଅଫିସ୍ ରୁ ମୋ ଘରକୁ ଫେରୁଥିଲି ତେବେ ମୋ ମା ସିଡି ଉପରେ ମନ ଦୁଃଖ କରି ବସିଥାଏ । ସେ ମୋତେ ଦେଖିକି ବହୁତ ଶାନ୍ତିରେ ନିଶ୍ୱାସ ନେଉଥିଲା । ହେଲେ ତଥାପି ମୁଁ ଅଫିସ୍ ରେ ବ୍ୟସ୍ତ ରହୁଥିବାରୁ ମୋ ବାପାଙ୍କୁ ଭୁଲି ଯାଉଥିଲି । ହେଲେ ମୋ ମା ଘରେ ଏକୁଟିଆ ରହୁଥିଲେ ଓ ମୋ ବାପାଙ୍କୁ ବହୁତ ମନେ ପକାଉଥିଲେ । ବେଳେ ବେଳେ ସେ ରାତିରେ ବାପାଙ୍କୁ ଡାକନ୍ତି ଓ ସ୍ୱପ୍ନରେ କୁହନ୍ତି ତମେ କଉଠି ।

 

ଏହାପରେ ମୋ ଚାକିରି ପାଇଁ ମୋତେ ବାହାରକୁ ଯିବାକୁ ପଡିଲା । ମୁଁ ମୋ ନିଜ ଦେଶରେ ଚାକିରି ପାଇଁ ବହୁତ ଖୋଜୁଥିଲି । କିନ୍ତୁ ମା ନିଜ ଇଚ୍ଛା ମୁତାବକ ମୋତେ ଚାକିରି ମିଳୁ ନଥିଲା , ଯେତେବେଳେ ମୁଁ ବାହାରେ ଚାକିରି କରୁଥିଲି ମୁଁ ମୋ ମାଁଙ୍କୁ ଦେଖା କରିବାକୁ ଯିବାକୁ ପଡୁଥିଲି । ହେଲେ ଶନିବାର ଓ ରବିବାର ବାହାରକୁ ଯିବାପାଇଁ ସମୟ ପାଇଥିଲି । ମୁଁ ଯେତେବେଳେ ଚାକିରି ଛାଡିବା ପାଇଁ କହିଲି ମୋ ମା ମତେ କହିଲେ ମୁଁ ନିଜ ଧ୍ୟାନ ମୁଁ ନିଜେ ରଖିପାରିବି । ଯେତେବେଳେ ମୋତେ ସହରରେ ଚାକିରି କରିବାକୁ ୩ ମାସ ହେଇଗଲା ଭାବିଲି ମୁଁ ମା ପାଖରେ ରହିବା ଉଚିତ୍ , ସେତିକି ବେଳେ ହିଁ ମା ଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଲି ।

 

ମୁଁ ମାଟ୍ରିମୋନି ୱେବ୍ ସାଇଡ୍ ରେ ଅକାଉଣ୍ଟ ଖୋଲିଲି ଓ ସେଥିରେ ଏମିତି ଲୋକ ଖୋଜିଲି କି ଯେମିତି ସିଏ ତା ନିଜ ଜୀବନସାଥି କୁ ହରେଇ ଦେଇଥିବ

ସେ ମୋ ମା ର ଦୁଃଖ ବୁଝି ପାରିବ । ଶେଷରେ ମୋ ଖୋଜିବାରେ କେଜି ଗୁପ୍ତା ନାମକ ବୟସ ୫୨ ବର୍ଷ ବ୍ୟକ୍ତି ଙ୍କ ସହ ଶେଷ ହେଲା । ସେ ବି ତାଙ୍କ ସ୍ତ୍ରୀଙ୍କୁ କ୍ୟାନସର ପାଇଁ ହରେଇ ଦେଇଥିଲେ । ସେଥିପାଇଁ ମୋ ମାଙ୍କ ଦୁଃଖକୁ ସେ ବୁଝିପାରିବେ ବୋଲି ମୁଁ ଭାବିଥିଲି । ମୋତେ ମାଙ୍କୁ ବିବାହ ପାଇଁ ମନେଇବାକୁ ପଡିଲା । ସେତେବେଳେ ମାଙ୍କୁ ଏହି ବିଷୟରେ ପଚାରିବାରୁ ମା କହିଲେ ସମାଜ କଣ ଭାବିବ । ହେଲେ ମୁଁ ତାଙ୍କୁ ଯେତେବେଳେ ବୁଝେଇଲି ଯେ ତୁମେ ୮୦ ବର୍ଷର ହେଇଯିବ ସେ ସମୟରେ ତୁମ ଜୀବନସାଥି ହିଁ ତୁମ କାମରେ ଆସିବ , ତା ପରେ ମୋ ମା ରାଜି ହୋଇଗଲେ ଓ ଏହାପରେ ମୋ ମା ଙ୍କୁ ୫୩ ବର୍ଷ ବୟସରେ ବିବାହ କରେଇ ଦେଇଥିଲି ।ଏବେ ସେ ବହୁତ ଖୁସିରେ ଅଛନ୍ତି । ମୋତେ ମୋ ମାଙ୍କର ଦ୍ୱିତୀୟ ବିବାହ କରେଇବାପରେ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ଏହାକୁ ଲୋକଙ୍କ ସହିତ ସେୟାର କରିବା ସହିତ ଲୋକଙ୍କ ଭାବନାକୁ ବଦଳେଇବାକୁ ପଡିବ

Leave a Reply

Your email address will not be published. Required fields are marked *