ବିନା ଟିକେଟ୍ ରେ ଯାଉଥିବା ଯାତ୍ରୀ ଟ୍ରେନ୍ ରେ ଟିଟିଆଇଙ୍କୁ କହିଦିଅନ୍ତୁ ଏହି ଗୋଟେ କଥା, ଲାଗିବ ନାହିଁ କିଛି ଜୋରିମାନା – ନିଶ୍ଚୟ ଜାଣି ରଖନ୍ତୁ ଏହି କଥା
ଯଦି ଆପଣ ଟ୍ରେନ୍ ରେ ଯାତ୍ରା କରୁଛନ୍ତି ଏହି କଥା ଆପଣଙ୍କୁ ଜଣା ଥିବ କି ଯାତ୍ରୀମାନଙ୍କୁ ବହୁତ ସାରା ଅସୁବିଧାର ସାମନା କରିବାକୁ ପଡିଥାଏ । କାହାର ଟ୍ରେନ୍ ଛାଡି ଦିଏ ତ ଆଉ କିଏ ଟିକେଟ୍ କାଉଣ୍ଟରର ଲମ୍ବା ଲାଇନ୍ ଯୋଗୁଁ ଟିକେଟ କରିପାରନ୍ତି ନାହିଁ । ଓ ଟ୍ରେନ୍ ରେ ବିନା ଟିକେଟ୍ ଗଲା ବେଳକୁ ତାଙ୍କୁ ଜୋରିମାନା ଦେବାକୁ ପଡିଥାଏ । ଏବେ ଏହାଠାରୁ ମୁକ୍ତି ପାଇବାକୁ ଆମେ ଏକ ଉପାୟ ଆପଣଙ୍କର ଆଗରେ କହିବାକୁ ଯାଉଛୁ । ଖବର ଅନୁସାରେ ଜଣାଇଦେଉଛୁ କି ଯଦି ଆପଣଙ୍କ ସହ ଏପରି କେବେ ହେଉଛି ଆପଣ ଜଲଦି ଯିବାପାଇଁ ଟ୍ରେନ୍ ର ଟିକେଟ କରିନାହାନ୍ତି ତେବେ ଟ୍ରେନ୍ ରେ ଯାତ୍ରା କରୁଥିବା ସମୟରେ ଆପଣ ଟିକେଟ୍ କରିପାରିବେ ।ଏହା ଦ୍ୱାରା ଯାତ୍ରୀ ମାନଙ୍କୁ ବହୁତ ରିହାତି ମିଳିବ ।
ହଁ ଆଞ୍ଜା ଏବେ ଜଲଦି ଯାତ୍ରା କରୁଥିବା ସମୟରେ ଯଦି ଆପଣ ଟିକେଟ୍ କରିପାରିନାହାନ୍ତି ତେବେ ଆପଣ ଟ୍ରେନ୍ ରେ ଆରାମରେ ଯାତ୍ରା କରିପାରିବେ । ଏଥିପାଇଁ ଆପଣଙ୍କୁ କେହି ହଇରାଣ କରିବେ ନାହିଁ । ଓ ନା କିଛି ଜୋରିମାନା ଦେବାକୁ ହେବ । ରେଲୱେ ଯାତ୍ରୀ ମାନଙ୍କ ପାଇଁ ଏକ ସୁବିଧା ଦେବାପାଇଁ ଏକ ସହଜ ମାଧ୍ୟମ ବାହାର କରିଛନ୍ତି , କହି ଦେଉଛୁ କି ଆପଣ ଯାତ୍ରା କରୁଥିବା ସମୟରେ ଟ୍ରେନ୍ ଭିତରେ ଥାଇ ଟ୍ରେନ୍ ର ଟିକେଟ୍ କରି ପାରିବେ । ଏହା ପାଇଁ ଆପଣଙ୍କୁ ଟ୍ରେନ୍ ରୁ ବାହାରକୁ ବାହାରିବାକୁ ପଡିବନି। ନା ହିଁ ଇଣ୍ଟର୍ ନେଟ୍ ବ୍ୟବହାର କରି ଟିକେଟ୍ ବାହାର କରିବାକୁ ହେବ , ଯାତ୍ରୀମାନେ ଟ୍ରେନ୍ ରେ ଟିଟିଆଇ କୁ ସଂପର୍କ କରି ଟିକେଟ୍ କରିପାରିବେ । ଏବେ ଆଉ ବିନା ଟିକେଟ୍ ରେ ଯିବା ଆଉ ବାହାନା ବନେଇପାରିବେନି ।
ଟ୍ରେନ୍ ଛାଡିବା ଫଳରେ ବିନା ଟିକେଟ୍ ରେ ଯାଉଥିବା ଯାତ୍ରୀ ମାନଙ୍କୁ ଆଉ ଡରିବାକୁ ପଡିବନି । ଯଦି ଆପଣ କେଉଁ କାରଣରୁ ଟିକେଟ୍ କରିପାରିନାହାନ୍ତି । ଓ ଟିଟିଆଇ ଆସିଲା ପରେ ଆପଣ ଭୟଭୀତ ହୁଅନ୍ତୁ ନାହିଁ , ଓ ତାଙ୍କୁ ଜଣେ ସଚ୍ଚୋଟ ନାଗରିକ ଭାବେ କୁହନ୍ତୁ କି ଆପଣ କେଉଁ କାରଣରୁ ଟିକେଟ୍ କରିପାରିଲେ ନାହିଁ । ତାପରେ ଟିଟିଆଇ ଆପଣଙ୍କୁ ଟିକେଟ୍ କାଟିକି ଦେବେ । ଟିଟିଆଇ ଯାତ୍ରୀ ଠାରୁ ସମସ୍ତ ବିବରଣୀ ନେଲା ପରେ ସେ ୧୦ ଟଙ୍କା ଅତିରିକ୍ତ ଶୁଳ୍କ ନେଇ ହାଣ୍ତ ହେଲ୍ ଡ ମେସିନ୍ ସାହାର୍ଯ୍ୟରେ ଆପଣଙ୍କୁ ଟିକେଟ୍ କାଟିକରି ଦେବ । ଏହି ସୁବିଧା ଏବେ ସୁପର୍ ଫାସ୍ଟ ଟ୍ରେନ୍ ରୁ ଆରମ୍ଭ ହୋଇସାରିଲାଣି ଓ ବାକି ସବୁ ଟ୍ରେନ୍ ରେ ଆରମ୍ଭ ବି ହୋଇଯିବ । ଏହି ହାଣ୍ତ ହୋଲଡ୍ ମେସିନ୍ ପ୍ୟାସେଞ୍ଜର ରିଜର୍ଭସନ୍ ସିଷ୍ଟମ ସର୍ଭର ସହ ଯୋଗାଯୋଗ ହେବ ।
ଅପେକ୍ଷା ସମୟ କ୍ଲିଅର୍ ହେଲା ପରେ ହାଣ୍ତ ହୋଲଡ୍ ମେସିନ୍ ରେ ଏହା ଦେଖାଯିବ , ଓ ଯେଉଁ ଯାତ୍ରୀ ମାନଙ୍କର ୱେଟିଙ୍ଗ୍ ଲିଷ୍ଟ କ୍ଲିଅର୍ ହୋଇନାହିଁ ସେ ଟିଟିଆଇକୁ ଖାଲି ଥିବା ସିଟ୍ କୁ ଦେଖାଇ ଟିକେଟ୍ କନ୍ ଫର୍ମ କରେଇପାରିବେ । ଏହି ମେସିନ୍ ରେଲୱେ ର ସର୍ଭର ସହ ଯୋଗାଯୋଗ ହେଇଛି । ଯେତେବେଳ୍ ଯାତ୍ରୀ ଟିକେଟ୍ ମାଗିବ ତେବେ ତାର ନାଁ ଓ ଠିକଣା କହିବା ଦ୍ୱାରା ସେ ଟିକେଟ୍ ପାଇଯିବ । ଏହି ମେସିନ୍ ଦ୍ୱାରା ଖାଲି ଥିବା ବର୍ଥ ଗୁଡିକ ଜାନକାରୀ ସହଜରେ ମିଳିଯିବ । ଏହାଦ୍ୱାରା ଯାତ୍ରୀ ମାନଙ୍କୁ ବହୁତ ଲାଭବାନ ହେବେ