September 20, 2024

Odia Express

Leading Odia News Portal of Odisha

ଲଣ୍ତନରେ ଆଲିଶାନ୍ ବଙ୍ଗଳା ଓ ପ୍ରାଇଭେଟ୍ ଜେଟ୍ ର ମାଲିକ ଅଟନ୍ତି ଅଜୟ ଦେବଗନ – ଚଳନ୍ତି ଏଭଳି ବିଳାସପୂର୍ଣ୍ଣ ଜୀବନଶୈଳୀ ଯେ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ..

ବଲିଉଡ୍ ହେବାର ପ୍ରାୟ ୧୦୦ ବର୍ଷ ହୋଇସାରିଥିବ , ଏହି ୧୦୦ ବର୍ଷରେ କେତେ ଅଭିନେତା ଆସିଛନ୍ତି ଓ ଯାଇଛନ୍ତି , କିଛି ନିଜ ଅଭିନୟ ଛାପ ଲୋକଙ୍କର ମନରେ ଲଗାଇଯାଇଛନ୍ତି , ୯୦ ଦଶକରେ ଅନେକ ଅଭିନେତା ବଲିଉଡ୍ ରେ ଏଣ୍ଟ୍ରିନେଇଥିଲେ କିନ୍ତୁ କେତେ ଜଣ କଳାକାର ଅଭିନୟ ଠାରୁ ଦୂରେଇଗଲେ , କିନ୍ତୁ ଆଜି ବି କେତେ କଳାକାର ଅଛନ୍ତି ଯେଉଁମାନେ ନିଜ ବୟସକୁ ଚିନ୍ତା ନକରି ଇଣ୍ତଷ୍ଟ୍ରିରେ ଆଜି ପର୍ଯ୍ୟନ୍ତ କାମ କରୁଛନ୍ତି । ସେଥି ମଧ୍ୟରେ ଜଣେ ହେଲେ ଅଜୟ ଦେବଗନ ଯିଏ ନିଜର ଆସୁଥିବା ଫିଲ୍ମ ଦେ ଦେ ପ୍ୟାର୍ ଦେ ଓ ଏଥିରେ ସେ ତବୁଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ , ଓ ନିଜ ଠାରୁ ୨୦ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ , ଅଜୟ ଦେବଗନ ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି , ଲଣ୍ତନରେ ଆଲିଶାନ୍ ବଙ୍ଗଳା , ପ୍ରାଇଭେଟ୍ ଜେଟ୍ ର ମାଲିକ ଅଟନ୍ତି ଅଜୟ ଦେବଗନ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଅଧିକା କିଛି ।

 

୨ ଅପ୍ରେଲ୍ ୧୯୬୯ କୁ ଜନ୍ମ ନେଇଥିବା ଅଜୟ ଦେବଗନ ଏବେ ୫୦ ବର୍ଷୀୟ ହୋଇସାରିଛନ୍ତି । ସେ ବଲିଉଡ୍ ରେ ବହୁତ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି , ସେ ୧୯୯୧ ମସିହାରେ ପ୍ରଥମଥର ଫିଲ୍ମରେ କାମ କରିଥିଲେ , ଓ ଆଜି ତାଙ୍କର ଏକ ସ୍ୱତନ୍ତ ପରିଚୟ ହୋଇଛି , ଅଜୟ ଦେବଗନଙ୍କ ପାଖରେ ମୁମ୍ବାଇରେ ଏକ ଆଲିଶାନ୍ ବଙ୍ଗଳା ଅଛି , ଓ ଏହା ଛଡା ଲଣ୍ତନରେ ଆଉ ଏକ ୫୪ କୋଟି ଟଙ୍କାର ବଙ୍ଗଳା ଅଛି, ଅଜୟ ଦେବଗନଙ୍କ ନିଜର ପ୍ରାଇଭେଟ୍ ଜେଟ୍ ଅଛି, ଯାହାର ନାଁ Hawker 800 ଅଟେ । ଇଣ୍ଟରନେଟ୍ ରୁ ମିଳିଥିବା ସୂଚନା ମୁତାବିକ ଏହି ଜେଟ୍ ର ଦାମ୍ ପ୍ରାୟ ୮୪ କୋଟି ଅଟେ ।

 

ଅଜୟ ଦେବଗନଙ୍କ ନିଜର ପ୍ରଡକ୍ସନ୍ ହାଉସ୍ ଅଛି , ଏବେ ସେ ନିଜେ ପ୍ରଡୁସର୍ ହୋଇ ଫିଲ୍ମକୁ ପ୍ରଡକ୍ସନ୍ କରୁଛନ୍ତି , ତାଙ୍କର ଏହି ପ୍ରଡକ୍ସନ୍ ହାଉସ୍ ଦାମ୍ ୧୦୦ କୋଟି ଅଟେ , ଆପଣଙ୍କୁ କହିଦେବୁ କି ଏହି ପ୍ରଡକ୍ସନ୍ ହାଉସ୍ କାଜୋଲଙ୍କ ଫିଲ୍ମ ହେଲିକାପ୍ଟର ଇଲା ତିଆରି କରିଥିଲେ । ଅଜୟ ଦେବଗନଙ୍କ ପାଖରେ ୨,୮ କୋଟିର ମାସେରାଟି କ୍ୱାର୍ଟୋପୋର୍ଟେ ଜିଟି ଅଛି, ଏଥିରେ ଅଜୟ ଦେବଗନ ନିଜ କନଫର୍ଟ ହିସାବରେ କିଛି ପରିବର୍ତ୍ତନ କରିଛନ୍ତି  ,କୁହାଯାଉଛି କି ଏହି କାର୍ କୁ କିଣିବାବାଲା ସେ ପ୍ରଥମ ଭାରତୀୟ ଅଟନ୍ତି , ସେ ୨୦୦୬ ରେ ଯେବେ ଏହି କାର୍ ଆସିଥିଲା ତେବେ ସେହି ସମୟରେ କାର୍ ଇଣ୍ତିଆ କୁ ଆସିବା ମାତ୍ରେ ମୁକେଶ୍ ଅମ୍ବାନୀଙ୍କ ଆଗରୁ ଅଜୟ ଦେବଗନ କିଣିନେଇଥିଲେ ।

 

ଅଜୟ ଦେବଗନଙ୍କ ପାଖରେ ବହୁତ ନାମୀଦାମୀ କାର୍ ର କଲେକ୍ସନ୍ ଅଛି ଯେଉଁଥିରେ ଏହି କାରମାନଙ୍କର ଦାମ୍ ୨,୭ କୋଟି ଅଛି , ତାଙ୍କ ପାଖରେ ଗୋଟେ ମର୍ସଡିଜ୍ ଏସ୍ କ୍ଲାସ୍ ୧,୪ କୋଟି , ବିଏମ୍ ଡବ୍ଲୁ ଜେଡ୍ ୪ ଦାମ୍ ୯୮ ଲକ୍ଷ , ମର୍ସଡିଜ୍ ଜିଏଲ୍ କ୍ଲାସ୍ ୯୭ ଲକ୍ଷ , ମିନି କୁପର୍ ଏସ୍ ୪୦ ଲକ୍ଷ , ଅଡି କ୍ୟୁ ୭ ୮୦ ଲକ୍ଷ , କାରଗୁଡିକ ସାମିଲ୍ ଅଛି , କିଛି ଦିନ ପୂର୍ବରୁ ସେ ନିଜ ଇଣ୍ଟରଭ୍ୟୁରେ ଅଜୟ ଦେବଗନ କହିଲେ କି ତାଙ୍କ ସ୍ତ୍ରୀ କାଜୋଲ ବହୁତ କଞ୍ଜୁସ୍ ଅଟନ୍ତି , ଓ ଘରେ ସବୁ ଖର୍ଚ୍ଚ ଅଜୟ ହିଁ ନିଜେ କରୁଛନ୍ତି , ଅଜୟ ଇଣ୍ତଷ୍ଟ୍ରିରେ ପ୍ରାୟ ୩ ଦଶକରୁ ଅଛନ୍ତି , ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୨୬୦ କୋଟି ଅଟେ ।

Leave a Reply

Your email address will not be published. Required fields are marked *