September 20, 2024

Odia Express

Leading Odia News Portal of Odisha

ଭାଇ ପାଇଁ ଭଉଣୀ ନିଜ କିଡନୀ ଦାନ କରିଦେଲେ – କହିଲେ କୋଳରେ ଖେଳାଇଥିଲି, କେବେ ମରିବାକୁ ଦେବି ନାହିଁ ମୋ ଭାଇକୁ ଆଉ ତାପରେ..

ମଧ୍ୟପ୍ରଦେଶରେ ଜଣେ ଭଉଣୀ ନିଜ ଭାଇର ଜୀବନ ବଞ୍ଚାଇବାକୁ ଯାଇ ନିଜର ଲିଭର୍ ଦାନ କରିଦେଲେ । ତାଙ୍କ ନାଁ ଜାହ୍ନବି ଅଟେ , ରକ୍ଷା ବନ୍ଧନ ୧୫ ଅଗଷ୍ଟ ଠିକ୍ ଗୋଟେ ମାସ ପୁର୍ବରୁ ନିଜ ଭାଇର ଜୀବନ ରକ୍ଷା କରି ସେ ଏକ ମିଶାଲ୍ କାୟମ କଲେ । ଯାହା କି ଏକ ଯୋଦ୍ଧା ସହ ସମାନ ।  ରିପୋର୍ଟ ଅନୁସାରେ ଜାହ୍ନବୀ ଦୁବେ (୪୧ ବର୍ଷ) କନସଲଟିଙ୍ଗ୍ କମ୍ପାନୀ କେପିଏମ୍ ଜି ରେ କାର୍ଯ୍ୟରତ ଅଛନ୍ତି , ଜବଲପୁର ତାଙ୍କର ନିଜ ଘର ଅଟେ ,  ତାଙ୍କ ଭାଇ ଯୟେନ୍ଦ୍ର ପାଠକ(୨୬ ବର୍ଷ) ପ୍ରାୟ ୧୦ ଦିନ ଜ୍ୱର ଥିଲା । ପରିବାର ଲୋକେ ଏହି ଜ୍ୱରକୁ ସାମାନ୍ୟ ଜ୍ୱର ଭାବିବସିଥିଲେ, ରୋଗକୁ ନ ଜାଣିପାରିବାରୁ ତାଙ୍କୁ ମେଡିକାଲ୍ ରେ ଆଡମିଟ୍ କରାଯିବାକୁ ପଡିଲା , ଜୟେନ୍ଦ୍ର ଲିଭର ୯୦ ପ୍ରତିଶତ ନଷ୍ଟ ହୋଇସାରିଛି , ଏବେ ତାଙ୍କ ବଞ୍ଚିବାର ଆଶଙ୍କା ବହୁତ କମ୍  ଏହି କଥା ଭୋପାଳରେ ଜାହ୍ନବୀ ଓ ତାଙ୍କ ସ୍ୱାମୀ ପ୍ରବୀଣ ଦୁବେ ଓ ପୁଅ ପ୍ରାଚୀଶଙ୍କୁ ଜଣା ପଡିଲା ତେବେ ସେମାନେ ଭୟଭୀତ ହୋଇଗଲେ ।

 

ଡାକ୍ତର ମାନେ କହିଲେ କି ରୋଗୀ ଏହି ସମୟ ବଞ୍ଚିବାର ଆଶା ବହୁତ କମ୍ ଅଛି ତେବେ ପରିଜନ ଲୋକେ ଡାକ୍ତରଙ୍କୁ ପଚାରିଲେ କି ଏହି ସମୟରେ କି ପ୍ରକାର କାର୍ଯ୍ୟନୁଷ୍ଠାନ ନିଆଯାଇପାରିବ , ତେବେ ଡାକ୍ତର କହିଲେ କି ଦିଲ୍ଲୀର ମେଦାନ୍ତା ହସ୍ପିଟାଲ୍ ନେଇଯିବାକୁ , ଓ ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିନେବାକୁ , ଏହା ହେଲେ ଜୀବନ ବଞ୍ଚିପାରିବ ।  ପ୍ରବୀଣ କହିଲେ କି ମୁଁ ୧୪ ଜୁଲାଇକୁ ଜାହ୍ନବୀ ଓ ମୋର ୧୪ ବର୍ଷର ପୁଅ ପ୍ରାଚୀଶ ସହ ଜବଲପୁର ପାଇଁ ବାହାରିଥିଲୁ , ଜାହ୍ନବୀ ପୁରା ରାସ୍ତାରେ ଗୋଟେ କଥା କହୁଥିଲେ କି ମୋର ନିଜ ଭାଇକୁ ମୁଁ କୋଳରେ ଖେଳାଇଛି , ମୋର ସେ ୧୫ ବର୍ଷ ସାନ ଅଟେ , ତାକୁ କେବେ ବି ମରିବାକୁ ଦେବି  ନାହିଁ , ମୁଁ ତାକୁ ମୋର ଲିଭର୍ ଦେଇଦେବି , ତାପରେ ଦ୍ୱିପହର ୧୨,୩୦ମି ସମୟରେ ଆମ୍ବୁଲାନ୍ସ ମାଧ୍ୟମରେ ଦିଲ୍ଲୀ ପାଇଁ ବାହାରିଗଲେ , ଜାହ୍ନବୀ ନିଜ ଭାଇ ସହ ଦିଲ୍ଲୀରେ ଆସି ପହଞ୍ଚିଲେ , ସେ ଜଲଦି ହିଁ ନିଜ ଭାଇର ଲିଭର୍ ଟ୍ରାନ୍ସପ୍ଲାଣ୍ତ କରିବାକୁ ଚାହୁଁଥିଲେ ,

 

ପ୍ରବୀଣ କହିଲେ କି ୧୫ ଜୁଲାଇକୁ ସକାଳ ଜାହ୍ନବୀ ଓ ତାଙ୍କର ଭାଇଙ୍କ ଅପରେଶନ୍ ହେବାର ଥିଲା । ଡାକ୍ତର ମାନଙ୍କୁ ଜାହ୍ନବୀଙ୍କ ଠାରୁ ଅପରେସନ୍ ପ୍ରକିୟା ଆରମ୍ଭ କରିବାକୁ ଅନୁମତି ଦରକାର ଥିଲା , ମେଡିକାଲ୍ ରୁ ସିନିୟର୍ ଡାକ୍ତର ଜଣେ ମୋତେ ଫୋନ୍ କଲେ କହିଲେ ଏହି ଅପରେସନ୍ ଦ୍ୱାରା ମୋର ସ୍ତ୍ରୀର ଜୀବନ ବଞ୍ଚିପାରିବ , କଣ ଆପଣ ପ୍ରସ୍ତୁତ ଅଛନ୍ତି , ମୁଁ କହିଲି ହଁ ମୁଁ ପ୍ରସ୍ତୁତ ଅଛି, ତାପରେ ଡାକ୍ତର କହିଲେ ଏହି ସର୍ଜରୀ ପାଇଁ ୧୩ ପ୍ରକାର ଖତରନାକ ରିକ୍ସ ଆହୁରି ଅଛି, ସେ ଡାକ୍ତର ଏହି ବିଷୟରେ ଜଣାଇବେ , ମୁଁ ମନା କରିଦେଲି କହିଲି ମୋତେ ଭଗବାନଙ୍କ ଉପରେ ବିଶ୍ୱାସ ଅଛି , ଆପଣ ଅପରେସନ୍ କରନ୍ତୁ , ଜାହ୍ନବୀ ଅପରେସନ ପୂର୍ବରୁ ମୋତେ ଓ ପୁଅ ସହ ଦେଖା କରିବାକୁ ଚାହୁଁଥିଲେ , କିନ୍ତୁ ଟ୍ରେନ୍ ଲେଟ୍ ହୋଇଗଲା ,

ଏମିତିରେ ଜାହ୍ନବୀ ଓଟିରୁ ମୋତେ ଫୋନ୍ କଲେ ଓ କଥା ହେଲେ , ଅପରେସନ୍ ଆରମ୍ଭ ହୋଇସାରିଥିଲା , ମୋର ପୁଅ ମୁଁ ପ୍ରାୟ ୧ ଘଣ୍ଟା ପରେ ମେଡିକାଲ୍ ରେ ପହଞ୍ଚିଲୁ, ୧୩ ଘଣ୍ଟା ପାଇଁ ମେଡିକାଲ୍ ବାହାର ଲବିରେ ବସି ରହିଲୁ, ସୋମବାର ପ୍ରାୟ ରାତି ୯,୩୦ ସମୟରେ ଅପରେସନ୍ ଶେଷ ହେଲା , ଏହିପରି ଜାହ୍ନବୀ ନିଜ ଭାଇର ଜୀବନ ବଞ୍ଚାଇପାରିଲା ।

Leave a Reply

Your email address will not be published. Required fields are marked *