September 20, 2024

Odia Express

Leading Odia News Portal of Odisha

ସମୟ ଥିଲା ଯେବେ ଜୋତା କିଣିବାକୁ ପଇସା ନଥିଲା , ଖାଲି ପାଦରେ ଦୌଡିଲେ , ଏବେ ହିମା ଦାସ୍ ନାମର ବ୍ରାଣ୍ତରେ “Adidas” କମ୍ପାନୀ ଜୋତା ବିକ୍ରି କରୁଛନ୍ତି…

ଭାରତର ଗୋଲଡେନ୍ ଗାର୍ଲ ଏବେ ଆଉ ଅଟକିବାର ନାଁ ନେଉନାହାନ୍ତି । ଭାରତୀୟ ମହିଳା ଧାବିକା ହିମା ଦାସ୍ ଶନିବାରକୁ ଆଉ ଏକ ଗୋଲଡ୍ ମେଡାଲ୍ ଜିତିଲେ , ଏହା ତାଙ୍କର ୨୦ ଦିନରେ ୫ମ ଗୋଲଡ୍ ଅଟେ , ଚେକ୍ ରିପବ୍ଲିକ୍ ରେ ହୋଇଥିବା ନୋବେ ମେଷ୍ଟ୍ରୋ ନାଡ ମେଟୁଜି ଗ୍ରାଂ ପ୍ରୀରେ ହିମା ୪୦୦ ମିଟର ରେସରେ ୫୨,୦୯ ସେକେଣ୍ତରେ ପୁରା କରିଲେ , ଏହା ତାଙ୍କର ସିଜିନ୍ ର ବେଷ୍ଟ ଟାଇମ୍ ଅଟେ , ସେମିତି ୪୦୦ ମିଟର ହର୍ଡଲ୍ସ ରେ ଏମ୍ ପି ଜାବିର୍ ବି ଗୋଲ୍ଡ ମେଡାଲ୍ ପାଇଲେ , ମହମ୍ମଦ ଅନସ ବ୍ରୋଞ୍ଜ ମେଡାଲ୍, ଯେବେ କି ନିର୍ମଳ ଟମ୍ ସିଲଭର୍ ମେଡାଲ୍ ଦ୍ୱାରା ପୁରସ୍କୃତ ହେଲେ । ଆପଣଙ୍କୁ କହିଦେବୁ କି ଗୋଟେ ସମୟ ଥିଲା ଯେବେ ହିମା ଦାସଙ୍କ ପାଖରେ ଜୋତା କିଣିବାକୁ ପଇସା ନଥିଲା ,କିନ୍ତୁ ନିଜ ପରିଶ୍ରମ ବଳରେ ସେ ଆଜି ବଡ ସ୍ପୋର୍ଟ୍ସ ବ୍ରାଣ୍ତ ଆଡିଦାସ୍(Adidas) ରେ ହିମା ଦାସ୍ ଙ୍କ ନାଁ ରେ ଜୋତା ବିକ୍ରି ହେଉଛି,

 

ଜର୍ମାନ୍ ସ୍ପୋର୍ଟ୍ସ ବ୍ରାଣ୍ତ ଆଡିଦାସ୍ ଭାରତୀୟ ଶାଖା କେବଳ ଭାରତୀୟ ଆଥଲିଟ୍ ହିମା ଦାସ୍ ଙ୍କୁ ନିଜର ବ୍ରାଣ୍ତ ଆମ୍ବାସଡର୍ ବନାଇ ନାହାନ୍ତି ବରଂ ତାଙ୍କର ଦୁଇଟି ଗୋଡ ପାଇଁ ଏକ ଜୋତା ବନାଇଛନ୍ତି ଯେଉଁଥିରେ ୧୨ ଟି ଆଙ୍ଗୁଠି ପକାଇପାରିବେ , ହିମା ଦାସ୍ ଜଲଦି ହିଁ ଆଡିଦାସ୍ ର ମଲଟିମିଡିଆ ବିଜ୍ଞାପନରେ ଦେଖାଦେବେ , ଯେଉଁଥିରେ ସେ ଦେଶର ଅନ୍ୟ ଆଥେଲେଟ୍ସଙ୍କୁ ଜିତିବାର ପାଈଁ ପ୍ରେରିତ କରିବେ ,ହିମା ଦାସ୍ ଆସାମର ନଗାବ ଜିଲ୍ଲାର ଧିଙ୍ଗ ଗାଁରେ ରୁହନ୍ତି , ୧୮ ବର୍ଷର ହିମା ଏକ ସାଧାରଣ ଚାଷି ପରିବାରରୁ ଅଟନ୍ତି , ବାପା ଧାନ ଚାଷ କରନ୍ତି , ଓ ସେ ପରିବାର ପାଇଁ ୬ ଟି ଛୁଆଙ୍କ ମଧ୍ୟରୁ ଛୋଟ ଅଟନ୍ତି , ଗୋଟେ ସମୟ ଥିଲା ଯେତେବେଳେ ତାଙ୍କୁ ମହଙ୍ଗା ଜୋତା କିଣିବାକୁ ପଇସା ନଥିଲା କିନ୍ତୁ ଆଜି ହିମା ଦାମ୍ ଇତିହାସ ରଚିଯାଇଛନ୍ତି ,

 

ପ୍ରଥମ ଗୋଲଡ୍ ୨ ଜୁଲାଇକୁ ହିମା ପୋଜନାମ ଆଥେଲେଟିକ୍ସ ଗ୍ରାଣ୍ତ ପ୍ରିକ୍ସ ରେ ୨୦୦ ମିଟର ରେସ୍ ରେ ଭାଗ ନେଇଥିଲେ ସେ ୨୩,୬୫ ସେକେଣ୍ତରେ ସେହି ରେସ୍ ରେ ଗୋଲ୍ଡ ମେଡାଲ୍ ପାଇଥିଲେ , ଦ୍ୱିତୀୟ ଗୋଲ୍ଡ, ହିମା ୭ ଜୁଲାଇକୁ ପୋଲାଣ୍ତରେ କୁଟନୋ ଆଥଲେଟ୍ସ ମିଟ୍ ରେ ୨୦୦ ମିଟର ରେସ୍ କୁ ୨୩,୯୭ ସେକେଣ୍ତରେ ପୁରା କରି ଗୋଲଡ୍ ମେଡାଲ୍ ପାଇଥିଲେ , ତୃତୀୟ ଗୋଲଡ୍ ହିମା ୧୩ ଜୁଲାଇକୁ ଚେକ୍ ରିପବ୍ଲିକ୍ ରେ ହୋଇଥିବା କଲାଂଦୋ ମେମୋରିଆଲ୍ ଆଥଲେଟ୍ସ ରେ ମହିଳାଙ୍କ ୨୦୦ ମିଟର ରେସକୁ ୨୩,୪୩ ସେକେଣ୍ତରେ ପୁରା କରିଥିଲେ , ଚତୁର୍ଥ ଗୋଲଡ୍ –ହିମା ୧୭ ଜୁଲାଇକୁ ଚେକ୍ ରିପବ୍ଲିକ୍ ରେ ତାବୋର ଆଥଲେଟ୍ସ ମିଟ୍ ରେ ୨୦୦ ମିଟର ରେସ୍ କୁ ୨୩,୨୫ ସେକେଣ୍ତରେ ଜିତିଥିଲେ ।

Leave a Reply

Your email address will not be published. Required fields are marked *