ଯେଉଁ ଘରେ ବୋହୁଙ୍କର ଏହି ପ୍ରକାର ଗୁଣ ଥିବ, ସେହି ଗୃହରେ କେବେ ମଧ୍ୟ ସୁଖ ଶାନ୍ତିର ଅଭାବ ହୁଏ ନାହିଁ…
![](https://www.odiaexpress.in/wp-content/uploads/2019/07/saas-bahu-1.png)
ଆମ ସମାଜରେ ଘରର ବୋହୁ କିମ୍ବା ଝିଅଙ୍କୁ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଏ କାରଣ ମାଆ ଲକ୍ଷ୍ମୀ ନିଜେ ଜଣେ ନାରୀ ଓ ଧନସମ୍ପତ୍ତି ପାଇଁ ସମସ୍ତେ ତାଙ୍କୁ ପୂଜନ୍ତି । ଯଦି ଦେଖିବା ବିବାହ ପରେ ଯେଉଁ ଘରେ ବୋହୁ ପ୍ରବେଶ କରନ୍ତି ତୋ ସେହି ଘରର ସ୍ଥିତି ବଦଳିଯାଏ । ବୋହୁଙ୍କ ଶୁଗୁଣରୁ ସେ ଘର ଉନ୍ନତି କରିଥାଏ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ପ୍ରତ୍ୟେକ ଘରର ବୋହୁ ଆସିବା ପରେ ଠିକ ଏପରି ହୋଇନଥାଏ । ଏମିତିକି ବେଳେବେଳେ ନୂଆବୋହୂ ଆସିବା ପରେ ସେ ଘରର ଉନ୍ନତିରେ ବାଧା ଆସେ ଓ ସେ ଘର ଧ୍ଵଂସ ଆଡକୁ ଗତି କରେ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଘରର ବୋହୁ ମାନଙ୍କର କିଛି ଏମିତି ସ୍ଵତନ୍ତ୍ର ଅଭ୍ୟାସ ବିଷୟରେ ଜଣେଇବାକୁ ଯାଉଛୁ ଯାହା କରିବା ଦ୍ଵାରା ସେମାନେ ଯେକୌଣସି ଘରକୁ ସ୍ଵର୍ଗରେ ପରିଣତ କରିଦେବେ । କୁହାଯାଏ ଯେ ଯେଉଁ ଘରକୁ ଏହି ଲକ୍ଷଣ ଓ ଅଭ୍ୟାସ ଥିବା ବୋହୁ ଆସନ୍ତି ସେ ଘରେ ଦିନୁଦିନ ଉନ୍ନତି ବୃଦ୍ଧି ହେବାରେ ଲାଗେ ।
ସର୍ବପ୍ରଥମେ ଆପଣଙ୍କୁ ଜଣେଇ ଦେବୁ ଯେ କିଛି ଏପରି ବୋହୁ ଅଛନ୍ତି ଯିଏ ଧନ ଆସିବାମାତ୍ରେ ତାହା ନାନାପ୍ରକାର ମାର୍କେଟିଂଗ , ଶପିଙ୍ଗ, ଖର୍ଚ୍ଚ ଇତ୍ୟାଦିରେ ଟଙ୍କା ପାଣିପରି ଉଡେଇଦିଅନ୍ତି । କିନ୍ତୁ ଏପରି କିଛି ବୋହୁ ଅଛନ୍ତି ଯେଉଁମାନେ ପଇସା ଖର୍ଚ୍ଚ ତ କରନ୍ତି କିନ୍ତୁ ବହୁତ ଭାବିଚିନ୍ତି ଓ ବୁଝିସୁଝି କରି କାରଣ ଜରୁରୀ ଜିନିଷ ଆସିବ ଓ ଟଙ୍କା ମଧ୍ୟ ବଞ୍ଚିଯିବ । ଯେଉଁ ବୋହୁ ମାନଙ୍କୁ ଧନର ମୂଲ୍ୟ ଜଣାଥିବ ସେମାନେ ଶ୍ଵଶୁରଘର ପାଇଁ ଭାଗ୍ୟବତୀ ହୋଇଥାନ୍ତି । ଏପରି କୁହାଯାଏ ଯେ ଏହି ବୋହୁମାନେ ଟଙ୍କା ଖର୍ଚ୍ଚ କରିବାଠାରୁ ଅଧିକ ତାକୁ ସଞ୍ଚିବାରେ ଓ ବଢେଇବାରେ ବିଶ୍ଵାସ କରନ୍ତି ।
ଯେତେବେଳେ ବି କୌଣସି ଅସୁବିଧା ଆସେ ସେତେବେଳେ ତାକୁ ବଡ କରିବା ପରିବର୍ତ୍ତେ ତାହାକୁ ବୁଦ୍ଧିମାନୀ ଓ ଚତୁରତାର ସହ ସମାଧାନ କରିବା ଏକ ଭଲ ଓ ବୁଦ୍ଧିମତୀ ବୋହୁର ସ୍ଵତନ୍ତ୍ର ଗୁଣ ହୋଇଥାଏ । ଆପଣ ଅନେକଥର ଦେଖିଥିବେ ଯେ କିଛି ଘରର ବୋହୁମାନେ ଛୋଟଛୋଟ କଥାକୁ ବି ବହୁତ ବଢେଇ ଦିଅନ୍ତି ଓ ସେହି ମାମୁଲି କଥା ଏମିତି ବଢିଯାଏ ଯେ ତାହା ଲଢେଇ ପର୍ଯ୍ୟନ୍ତ ପହଞ୍ଚିଯାଏ । କିନ୍ତୁ ଏହାର ଠିକ ଓଲଟା କିଛି ଏପାର ବୋହୁ ଅଛନ୍ତି ଯେଉଁମାନେ ସବୁବେଳେ ଏହି ପ୍ରଚେଷ୍ଟାରେ ଥାନ୍ତି ଯେ କୌଣସି ସମସ୍ୟାର ସମାଧାନ ଲଢେଇ ଝଗଡା ନହୋଇ କଥା ଦ୍ଵାରା ହୋଇଯିବ ଓ ଘରର କଥା ଘର ଭିତରେ ରହିବ ନା କି ବାହାରେ ରାସ୍ତା ଉପରକୁ ଯିବ, ଏମାନେ ଯେଉଁ ଘରକୁ ଯାଆନ୍ତି ସେଠାରେ ସମସ୍ତଙ୍କୁ ସାଥିରେ ନେଇ ଚଳନ୍ତି ।
ଆପଣ ଅନେକଥର ଏହି କଥା ଅନୁଭବ କରିଥିବେ ଯେ କିଛି ବୋହୁ ଏପରି ଥାଆନ୍ତି ଯେଉଁମାନେ ଭାଇ-ଭାଇ କିମ୍ବା ମାଆ-ପୁଅ ମଧ୍ୟରେ ଫାଟ ସୃଷ୍ଟି କରନ୍ତି , ଓ ଏମାନଙ୍କର ଏହି କାରଣରୁ ବେଳେବେଳେ ପରିବାର ଅଲଗା ହୋଇଯାଏ ଓ ସେହି ପରିବାରର ସମସ୍ତ ଖୁସି ମଧ୍ୟ ଦୂରେଇଯାଏ । ଏପରି ଘରେ କେବେ ଉନ୍ନତି ହୁଏ ନାହିଁ। କିନ୍ତୁ ଏହାର ବିପରୀତ କିଛି ଏପରି ବୋହୁ ଅଛନ୍ତି ଯେଉଁମାନେ ସଂପୂର୍ଣ୍ଣ ଘରକୁ ଯୋଡିକରି ରଖନ୍ତି । ଏମାନେ ଘରର ସମସ୍ତ ସଦସ୍ୟଙ୍କୁ ନିଜର ମାନନ୍ତି ଓ ସମସ୍ତଙ୍କର ମାନ ସମ୍ମାନ କରନ୍ତି ।