February 5, 2025

Odia Express

Leading Odia News Portal of Odisha

ସବୁଠୁ ବଡ ଖୁସି ଖବର – ପାକିସ୍ତାନରେ ବନ୍ଦୀ ଥିବା କୁଳଭୂଷଣଙ୍କୁ କୌଣସି ଫାଶୀ ହେବ ନାହିଁ – ୩୦ ଲକ୍ଷ ଫିସ ନଉଠିବା ଓକିଲ ତାଙ୍କ ପାଇଁ ମାଗଣା କେଶ ଲଢ଼ିଥିଲେ – ଆଉ କହିଲେ..

ଆନ୍ତର୍ଜାତୀୟ କୋର୍ଟରେ କୁଳଭୂଷଣ ଯାଦବ ମାମଲାରେ ପାକିସ୍ଥାନ ଗାଲରେ ଚାପୁଡା ଖାଇଛି । ICJର ମୋଟ 16ବିଚାରପତିଙ୍କ ମଧ୍ୟରୁ 15ଜଣ ବିଚାରପତି ଭରତ ପକ୍ଷରେ ନିଷ୍ପତ୍ତି କରି କୁଳଭୂଷଣ ଯାଦବଙ୍କ ଫାଶୀ ଉପରେ ରୋକ ଲଗେଇଛନ୍ତି । ଏହି ମାମଲାରେ ଭାରତ ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ହରିଶ ସାଲଭେ ପୁଣି ଚର୍ଚାରେ। ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ଵରାଜ ଟ୍ବିଟର କରି ଜଣେଇଛନ୍ତି ଯେ ହରିଶ ସାଲଭେ ଏହି କେସ ଲଢିବା ପାଇଁ ମାତ୍ର ଏକଟଙ୍କା ନେଇଛନ୍ତି । ୧୭ଜୁଲାଇରେ ଭାରତ ପକ୍ଷରେ ନିଷ୍ପତ୍ତି ଆସିବା ଯୋଗୁ ମଧ୍ୟ ସୁଷମା ସ୍ଵରାଜ ହରିଶ ସାଲଭେଙ୍କୁ ଟ୍ବିଟର ଜରିଆରେ ଧନ୍ୟବାଦ ଜଣେଇଛନ୍ତି ।

 

ଏହି ଟ୍ବିଟ ପରେ ହରିଶ ସାଲଭେ ସୋସିଆଲ ସାଇଟସ ରେ ପରିଚିତ ହେଲେ ଓ ଲୋକମାନେ ତାଙ୍କ ବିଷୟରେ ଜାଣିବାକୁ ଚାହିଁଲେ । ଆପଣଙ୍କୁ ଜଣେଇଦେଉଛୁ ଯେ ହରିଶ ସାଲଭେ ଭାରତର ସବୁଠାରୁ ମହଙ୍ଗା ଓକିଲ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଖବର ଅନୁଯାୟୀ ହରିଶ ସାଲଭେ ଗୋଟିଏ ଦିନ ପାଇଁ ୩୦ଲକ୍ଷ ଟଙ୍କା ପାଉଣା ନିଅନ୍ତି ।

 

୨୦୧୫ମସିହାରେ ହିଟ ଆଣ୍ଡ ରନ କେସ ମାମଲାରେ ସଲମାନ ଖାନଙ୍କୁ କୋର୍ଟ ୫ବର୍ଷ ସଜା ଶୁଣେଇଥିଲେ । ତାଙ୍କୁ କୋର୍ଟରୁ ସିଧା ଆର୍ଥରରୋଡ ଜେଲ ନେବାର ପ୍ରସ୍ତୁତି ଚାଲିଥିଲା । ଏ ମଧ୍ୟରେ ଏକ ନାଟକୀୟ ପରିବର୍ତ୍ତନ କରି ହରିଶ ସାଲଭେ କୋର୍ଟରେ ସଲମାନ ଖାନଙ୍କ ପକ୍ଷ ରଖିଲେ ଓ ତାଙ୍କୁ ବେଳ ମିଳିଗଲା ।

ହରିଶ ସାଲଭେ ଏହାପୂର୍ବରୁ ଅନେକ ବଡ କେସ ଲଢି ସାରିଛନ୍ତି । ସେ ସୁପ୍ରିମ କୋର୍ଟରେ ଭୋଡାଫୋନଙ୍କ ଟାକ୍ସ ମାମଲା, ରିଲାଏନ୍ସ ଗ୍ୟାସ ବିବାଦରେ ମୁକେଶ ଅମ୍ବାନୀଙ୍କ ତରଫରୁ କେସ ଲଢି ସାରିଛନ୍ତି ।

Leave a Reply

Your email address will not be published. Required fields are marked *