ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଏହି ମାସ ଗୁଡିକରେ ଜନ୍ମିତ ଝିଅମାନେ , ଜାଣନ୍ତୁ କେଉଁ ଗୁଡିକ ସେଇ ଶୁଭ ମାସ…
ଭାରତରେ ହିନ୍ଦୁଧର୍ମର ଲୋକମାନେ ଝିଅଙ୍କୁ ଦେବୀଙ୍କ ରୂପ ମାନନ୍ତି। ନବରାତ୍ରିରେ ଲୋକମାନେ କନ୍ୟା ପୂଜନ ଓ 9କନ୍ୟାଙ୍କ ଠାରୁ ଭୋଗ ମଧ୍ୟ ଲଗାନ୍ତି । ଧାର୍ମିକ କଥା ଅନୁଯାୟୀ ଏପରି କରିବା ଦ୍ଵାରା ଦେବୀ ମାଆ ବହୁତ ଅଧିକ ପ୍ରସନ୍ନ ହୋଇଥାନ୍ତି । ଶାସ୍ତ୍ରରେ ମଧ୍ୟ କନ୍ୟା ପୂଜନ କୁହାଯାଇଛି ଓ ଏହା ସହ ନାରୀ ଠାରେ ସ୍ଵୟଂ ଲକ୍ଷ୍ମୀଙ୍କର ବାସ ହୋଇଥାଏ ବୋଲି କୁହାଯାଇଛି ।ଏଥିପାଇଁ ଯେତେବେଳେ ବି ଗୃହରେ ଝିଅ ଜନ୍ମ ହୁଏ ତେବେ ଲୋକମାନେ କୁହନ୍ତି “ଲକ୍ଷ୍ମୀ ଆସିଲେ” କିମ୍ବା ଲକ୍ଷ୍ମୀଙ୍କର ଆଗମନ ହେଲା । ବହୁତ ଲୋକଙ୍କ ଅନୁଯାୟୀ ଝିଅମାନେ ଘର ଓ ପରିବାରରେ ସୁଖ ସହ ସମୃଦ୍ଧି ମଧ୍ୟ ଆଣନ୍ତି । ଜ୍ଯୋତିଷାଚାର୍ଯ୍ୟଙ୍କ ଅନୁସାରେ , ଝିଅମାନଙ୍କର ଜନ୍ମ ସହିତ ତାଙ୍କର ଜନ୍ମ ମାସ ମଧ୍ୟ ବହୁତ ଭାଗ୍ୟବାନ ହୋଇଥାଏ ।
ଏହି ମାସରେ ଜନ୍ମିତ ହୋଇଥିବା ଝିଅମାନେ ନା କେବଳ ଭାଗ୍ୟଶାଳୀ ହୋଇଥାନ୍ତି ତାସହ ଏମାନଙ୍କୁ ଭଲ ଶ୍ବଶୁରଘର ମିଳିଥାଏ । ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଏହି ମାସରେ ଜନ୍ମିତ ଝିଅମାନେ । ନିଜ ଶ୍ବଶୁରଘର ନିମନ୍ତେ ମଧ୍ୟ ସମୃଦ୍ଧି ଆଣନ୍ତି । ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଏହି ମାସ ଗୁଡିକରେ ଜନ୍ମିତ ଝିଅମାନେ
1- ଫେବୃୟାରି – ଫେବୃୟାରି ମାସରେ ଜନ୍ମିଥିବା ଝିଅମାନଙ୍କର ସ୍ଵଭାବ ବହୁତ ବିନମ୍ର ହୋଇଥାଏ ଓ ସେମାନେ ବୁଦ୍ଧିମତୀ ହୋଇଥାନ୍ତି । ଏହି ଝିଅମାନଙ୍କର ବିବାହପରେ ସେମାନଙ୍କୁ ଭଲଘର ମିଳିଥାଏ ତା ସହ ଏମାନେ ନିଜ ଘରେ ସୁଖ ସମୃଦ୍ଧି ମଧ୍ୟ ଆଣନ୍ତି । ଏମାନଙ୍କ ଗ୍ରହ ଚଳନ ଏମାନଙ୍କ ପରିବାରକୁ ଲାଭ ଆଣିଥାଏ ।
2- ଏପ୍ରିଲ – ଏହି ମାସରେ ଜନ୍ମ ନେଇଥିବା ଝିଅମାନଙ୍କୁ ମଧ୍ୟ ସାକ୍ଷାତ ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଇଥାଏ । ଶାସ୍ତ୍ର ଅନୁଯାୟୀ , ଏ ମାସ ବହୁତ ଶୁଭ ହୋଇଥାଏ, ଏହି ମାସରେ ଜନ୍ମିତ ଝିଅମାନଙ୍କର ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ ଯାହାଦ୍ୱାରା ଏମାନଙ୍କୁ ସଫଳତା ମିଳିଥାଏ । ଏମାନଙ୍କ ଭାଗ୍ୟ ଉଚ୍ଚ ହୋଇଥାଏ।
3- ଜୁନ – ଜୁନରେ ଜନ୍ମିତ ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଅଙ୍କ ଶାସ୍ତ୍ର ଅନୁଯାୟୀ , ଏହିମାସରେ ଜନ୍ମିତ ସନ୍ତାନ ଶୁଭ ହୋଇନଥାନ୍ତି କିନ୍ତୁ ଏହି ମାସରେ କୌଣସି ଝିଅ ଜନ୍ମ ହୋଇଥିଲେ ସେ ଲକ୍ଷ୍ମୀଙ୍କ ସ୍ୱରୂପ ହୁଏ । ଏହି ମାସରେ ଜନ୍ମିଥିବା ଝିଅମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି ଓ ନିଜର ଲକ୍ଷ୍ୟପ୍ରାପ୍ତି ନିମନ୍ତେ ବହୁତ ଅଧିକ ପରିଶ୍ରମ କରନ୍ତି ।
4- ସେପ୍ଟେମ୍ବର – ଏହି ମାସରେ ଜନ୍ମିତ ଝିଅମାନଙ୍କର କୁଣ୍ଡଳୀରେ ଚନ୍ଦ୍ର, ବୁଧ ଓ ସୁକର ଏହି ତିନି ଗ୍ରହଙ୍କର ମିଳନ ହୋଇଥାଏ । ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅମାନେ ବହୁତ ଧନବାନ ହୋଇଥାନ୍ତି । ଆପଣଙ୍କୁ ଜଣେଇଦେଉଛୁ ଯେ ସେମାନେ ନିଜ ଭାଗ୍ୟ ବଳରେ ସବୁକିଛି ହାସିଲ କରିନିଅନ୍ତି ଓ କେବେ କୌଣସିର ଅଭାବ ହୋଇନଥାଏ ଓ ଏହା ସତ ଯେ ଏପରି ଝିଅମାନଙ୍କ ବିବାହ ଧନୀ ବରପାତ୍ର ସହ ହୋଇଥାଏ ।