October 21, 2024

Odia Express

Leading Odia News Portal of Odisha

ସମାଜ ସହ ଲଢି ସହୀଦ ଜଣେ ବିଧବା କୁ ବିବାହ କରିଲେ ଜଣେ ପୁଅ, ସମସ୍ତଙ୍କୁ ପଢିବା ଦରକାର ଏହି ଦୁହିଁଙ୍କର କାହାଣୀ

ତ୍ୟାଗ କରିବାର ପରିଭାଷା ଯଦି କାହାକୁ ବୁଝିବାକୁ ପଡେ ତେବେ ସେ ହେଲା ଜଣେ ନାରୀ , ସେ ଦୁନିଆଁର ଯେ କୌଣସି କୋଣରେ ରୁହନ୍ତୁ କିମ୍ବା ଯେ କୌଣସି ଧର୍ମର ହେଇଥାନ୍ତୁ , କିନ୍ତୁ ତ୍ୟାଗର ଧର୍ମ ତାଙ୍କୁ ଛୁଆବେଳରୁ ଶିକ୍ଷା ଦିଆଯାଇଥାଏ , ସେଥିପାଇଁ ଜନ୍ମରୁ ନେଇ ମୃତ୍ୟୁ ଯାଏଁ ନିଜ ଖୁସି ଓ ଇଚ୍ଛା ଶକ୍ତିକୁ ବଳିଦାନ ଦେବା ଶିକ୍ଷା ଦେଇଛି ଏହି ନାରୀ , କେବଳ ଭାରତରେ ନୁହେଁ ଦୁନିଆଁର ଯେ କୌଣସି ଜାଗାକୁ ଗଲେ ଆପଣ ଦେଖିପାରିବେ କି ଆପଣଙ୍କୁ ଏପରି ରୀତି ନୀତି ଦେଖିବାକୁ ମିଳିଯିବ , ଯେଉଁଠି ତ୍ୟାଗର ବିଡା କେବଳ ଜଣେ ନାରୀକୁ ଉଠାଇବାକୁ ପଡିଥାଏ , ବହୁତଥର ସେହି ତ୍ୟାଗର ପ୍ରଭାବ ଏତେ ଗଭୀର ହୋଇଥାଏ କି ସେ ବିଚରା ମହିଳାକୁ ପଚାରିବାକୁ ମଉକା ବି ମିଳିପାରେ ନାହିଁ କି ଏମିତି କଣ ପାଇଁ ତା ସହ ହେଉଛି ।

 

ସଂସ୍କୃତି ଓ ରୀତିନୀତିକୁ ଆଖି ଆଗରେ ରଖି ଏହି ମହିଳାମାନେ ଜୀବନରେ କେବଳ ତ୍ୟାଗ କରିବା ଶିଖିଥାନ୍ତି , ସ୍ୱାମୀର ମୃତ୍ୟୁପରେ ନିଜକୁ ତ୍ୟାଗ ଦେବା ଏକ ଏପରି ତଥ୍ୟ ଯାହା ମହିଳାଙ୍କ ପାଇଁ ଏକ ଅଭିଷପ୍ତ ଜୀବନ ସଦୃଶ ପାଲଟିଛି , କେବଳ ସ୍ୱାମୀର ମୃତ୍ୟୁ ଶୋକ ତାହା ପାଇଁ ଅଧିକା ହୋଇନଥାଏ , ତାହାର ଏକୁଟିଆ ଚଳିବା ତାହାର ଜୀବନକୁ ବହୁତ କଷ୍ଟ ଦେଇଥାଏ । ଏବେ ଗୋଟେ କାହାଣୀ ଆପଣଙ୍କ ଆଗରେ ପରିବେଶଣ କରିବାକୁ ଯାଉଛୁ ଯାହାକୁ ଜଣେ ଆଫାଗାନୀ ଲେଖକ ଶେୟାର କରିଥିଲେ , ଯାହାକି ବହୁତ ପ୍ରେରଣା ଦାୟକ ଅଟେ , ଏହାକୁ ସବୁ ଭାରତୀୟ ପଢିବା ଉଚିତ୍ ।

 

ଦିନେ ଯେବେ ସଲମାନ ସେହି ଗାଁରେ ରହିବାକୁ ଯାଉଥିଲା ଯେଉଁଠି ସେ ୯ ବର୍ଷ ପୂର୍ବେ ଚାକିରି କରୁଥିଲା , ସେ ନିଜ ଗାଁ ପୁଣି ଫେରୁଥିଲା , ସେ ନିଜ ଗାଁ ବସ୍ ଷ୍ଟାଣ୍ତରେ ଓହ୍ଲାଇ ଏପଟ ସେପଟ ଦେଖିବାକୁ ଲାଗିଲା , ନିଜ ଘରକୁ ଯିବା ପାଇଁ କୌଣସି ଗାଡି ମିଳୁନଥିଲା , ତେବେ ସେ ପାଦରେ ଚାଲିଚାଲି ନିଜ ଘର ଅଭିମୁଖେ ବାହାରି ଆସିଲା , ବାଟରେ ଆସୁଥିବା ବେଳେ ସଲମାନ ମନରେ ଏହି ଉତ୍କଣ୍ଠା ଥିଲା କି ସେ ଏତେ ଦିନପରେ ତା ପରିବାରକୁ ଦେଖିପାରିବ , ଓ ନିଜ ସାଙ୍ଗ ମାନଙ୍କ ସହ ଦେଖା କରିବ , ଓ ସେହି ବ୍ୟକ୍ତି ବି ମିଳିବ ଯିଏ ବହୁ ବର୍ଷ ହେଲା ଭଲ ପାଉଛି , ଏବେ ବି ସେହି ଚେହେରା ତା ଆଖି ଆଗରେ ନାଚି ଉଠୁଛି ।

 

ସଲମାନ ରାସ୍ତାରେ ଚାଲୁଥିବା ସମୟରେ ଏହା ହିଁ ଭାବୁଥିଲା କି ଯାହାକୁ ସେ ଛୁଆବେଳେ ଭଲ ପାଉଥିଲା ଓ ତାହାର ନାଁ ଅଫସାନା ଥିଲା , ଯାହାକୁ ସେ କେବେ ପାଇବାକୁ ଚାହିଁଥିଲା , ଓ ଅଫସାନା ବି ସଲମାନଙ୍କୁ ନିଜ ଜୀବନସାଥୀ ବୋଲି ମାନିଛି , କିନ୍ତୁ ସଲମାନଙ୍କୁ ଏହା ଡର ଥିଲା କି ଏତେ ବର୍ଷ ହେଲା ସେ ଅଫସାନାଠାରୁ ଦୂରେଇଯାଇଛି ଯଦି ସେ ଅନ୍ୟ କାହାକୁ ବାହା ହୋଇଯାଇଥିବ କିମ୍ବା ସେ ମୋ ଅପେକ୍ଷାରେ ଥିବ , ଓ ଏହା ସବୁ ଭାବି ଭାବି ସଲମାନ ଶେଷରେ ଗାଁରେ ପହଞ୍ଚିଗଲା, ଓ ସେ ଜାଣି ପାରିଲା ନାହିଁ ସମୟ ଚାଲୁ ଚାଲୁ ଶେଷ ହୋଇଯାଇଛି , ତେବେ ସଲମାନ ଦେଖିଲା କି ଅଶ୍ୱତଥ ଗଛ ମୂଳେ ଜଣେ ଧଳା ଶାଢୀ ପିନ୍ଧିକରି ଝିଅଟିଏ ଠିଆ ହୋଇଛି , ଭଲରେ ଦେଖିଲା ପରେ ସେ ଜାଣିପାରିଲା କି ଏହା ସେହି ଚେହେରା ଯାହାକୁ ସେ ବହୁ ଦିନ ହେଲା ଆଖିରେ ବସେଇ ରଖିଛି ।

ସଲମାନ ତୁରନ୍ତ ସେହି ଝିଅ ପାଖକୁ ଯାଇକରି କହିଲା ଅଫସାନା ତମେ , ଓ ଯେବେ ଅଫସାନା ସଲମାନ ଆଡକୁ ଦେଖିଲା ତା ଆଖିରେ ଲୁହର ଧାରା ବୋହିଯାଇଥିଲା , ଓ ସେହି ସମୟରେ ସଲମାନ ଅଫସାନାକୁ ପଚାରିଥିଲା କି ଏମିତି କଣ ହୋଇଗଲା କି ତୁମେ ଗାଁ ବାହାରେ ବସିଛ , ସେତେବେଳେ ପଛରୁ ଗୋଟେ ଡକରା ପଡେ ସଲମାନ , ଓ ଏହି ଡାକ ସଲମାନର ମା ଡାକୁଥିଲେ , ଓ ସେହି ସମୟରେ ଯେବେ ସଲମାନ ପଛକୁ ଦେଖିଲା ସେତେବେଳେ ମା ଦୌଡିକରିଆସି ସଲମାନଙ୍କୁ କୋଳାଇନେଲେ , ତାପରେ ତା ମା କହିଲେ ପୁଅ ତୁ ଏହି ଡାହାଣୀ ସହ କାହିଁକି କଥା ହେଉଛୁ ତାର କୁ ଦୃଷ୍ଟି ତୋ ଦେହରେ ଲାଗିଯିବ , ଚାଲ୍ ତୋ ନଜର ଛଡାଇଦେବି , ଓ ତାପରେ ସଲମାନର ମା ସଲମାନଙ୍କୁ ନେଇ ଚାଲିଗଲେ ।

 

ମା କଥା ଶୁଣି ସଲମାନ କହିଲା କି ଏହା ତୁମେ କଣ କହୁଛ ମା , ମା କହିଲେ କି ପୁଅ ସେ ଡାହାଣୀ ଅଟେ , ସେ ଦୁଇଟି ସ୍ୱାମୀକୁ ଖାଇ ସାରିଛି , ଓ ଏହା କହି ସେ ସଲମାନଙ୍କୁ ନଜର ଛଡାଇବାକୁ ମସଜିଦ୍ ନେଇଗଲେ । ଓ ମୋଲବି କୁ କହିଲେ କି ନଜର ଛଡାଇଦିଅ , କାରଣ ମୋ ପୁଅ ଦୁଇଟି ସ୍ୱାମୀକୁ ଖାଇ ସାରିଛି , ଓ ଏହି କଥା ଶୁଣିକରି ସଲମାନ ବହୁତ ରାଗିଯାଇଥିଲା , ଓ ସେ ତା ମା କୁ କହିଥିଲା କି ମା ତୁମେ ଏପରି କଣ କହୁଛ , କେବେ କେଉଁ ମଣିଷ ଡାହାଣୀ ହୋଇପାରିବ କି , ଅଫସାନା ତ ତୁମ ଝିଅ ପରି ହେବ , ସେ କିପରି ଡାହାଣୀ ହୋଇପାରିବ ,

ସଲମାନର ମା କହିଲେ କି ପୁଅ ତୁ ଜାଣିନୁ ସେହି ଡାହାଣୀ ନିଜ ସ୍ୱାମୀକୁ ଛାଡିନଥିଲା , ତାର ଅଲକ୍ଷଣିଆ ଚେହେରା ଯିଏ ବି ଦେଖିନିଏ ତେବେ ତାର ପୁରା ଦିନ ବର୍ବାଦ ହୋଇଯାଏ , କିନ୍ତୁ ସଲମାନ କୁ ତାଙ୍କ ମା କଥାର କିଛି ବି ପ୍ରଭାବ ପଡିନଥିଲା , କାରଣ ଜଣେ ଶିକ୍ଷିତ ଓ ଚାଲାକ ଥିଲା ସେ , ସେ ଏହି କଥାକୁ ବିଶ୍ୱାସ କରୁନଥିଲା , ସେ ଜାଣିଥିଲା କି ଗାଁ ଲୋକଙ୍କ ମଧ୍ୟରେ ଏହା ଏକ ଅନ୍ଧବିଶ୍ୱାସ ରହିଛି , ଜଣାଯାଏ ଯେ ଅଫସାନାର ସ୍ୱାମୀ ସେନାରେ ଥିଲା , ତାଲିବାନୀ ଆତଙ୍କବାଦୀଙ୍କ ସହ ଲଢି ସେ ସହୀଦ ହୋଇଯାଇଥିଲେ , ସେଥିପାଇଁ ଅଫସାନା ବିଧବା ହୋଇଯାଇଥିଲେ , ସେଥିପାଇଁ ଅଫସଲା ଏକେଲା ହୋଇଯାଇଥିଲେ , ସଲମାନ ଅଫସାନା ଆଖିରେ ଲୁହ ଦେଖି ବହୁତ ଦୁଃଖି ହୋଇଯାଇଥିଲା , ଓ ସେ ଅଫସାନା କୁ ଦେଖାକରିବାକୁ ସେଇ ଅଶ୍ୱତଥ ଗଛ  ପାଖରେ ପହଞ୍ଚିଯାଇଥିଲା , ସେଠାରେ ଅଫସାନା ଏକେଲା ବସିଥିଲା , ସେହି ସମୟରେ ସଲମାନ ଅଫସାନାକୁ କହିଲେ କି ତୁମେ ତୁମର ଏପରି ଅବସ୍ଥା କିପରି ହୋଇଯାଇଛ , ତୁମେ ତ ପଢାପଢି କରିଛ ଓ ଶିକ୍ଷିତ ବି ଅଛ । ଏହା ଶୁଣି ଅଫସାନା କହିଲେ କି ଏହା ସବୁ ଭାଗ୍ୟର ଖେଳ ଅଟେ , ଯାହା ଉପରେ କାହାର ଜୋର୍ ନାହିଁ , ଆମେ ନିଜକୁ କେତେ ବୁଦ୍ଧିମାନ ଭାବି ନେଲେ କଣ ହେବ କିନ୍ତୁ ସମାଜ ପରମ୍ପରା ସହ ଲଢିପାରିବା ନାହିଁ , ଅଫସାନା ନିଜର ସବୁ ଜୀବନୀ ସଲମାନଙ୍କୁ କହିଥିଲା , ଓ ସେ କହିଥିଲେ କି ମୋ ସ୍ୱାମୀ ଚାଲିଗଲେ ତେବେ ମୋର କଣ ଭୁଲ୍ , ଅଫସାନା କହିଲେ କି ଏବେ ମୋତେ କିଏ ବାହା ହେବ , କେଉଁ ପୁଅ ମୋତେ ବାହା ହେବା ପାଇଁ ଚାହିଁବ , ଓ ମୁଁ ଏବେ ବାହା ହେବାକୁ ଚାହୁଁନି , ଏବେ ଜୀବନରେ ଯେତିକି ସମୟ ବଳିଛି ତାକୁ ଏକେଲା କାଟି ନେବି ।

ଏହା ଶୁଣି ସଲମାନଙ୍କୁ ବହୁତ ଗଭୀର ଧକ୍କା ଲାଗିଲା , ଓ ୭ ଦିନ ପାଇଁ ସେ ଅଫସାନା ପାଇଁ ଭାବୁଥିଲା , ଓ ଏବେ ସଲମାନର ସହରକୁ ଫେରିବାକୁ ସମୟ ଆସିଯାଇଛି , ଓ ସେହି ସମୟରେ ସେ ନିଜ ବାପା ମା ସହ ବସ ଷ୍ଟାଣ୍ତ ଆଡକୁ ଆସୁଥିଲା , କିନ୍ତୁ ତାର ହୃଦୟ କାନ୍ଦୁଥିଲା , ତାର ଆଖି ସାମନାରେ ଅଫସାନାର ଆଖିରେ ବୁଡିରହିଥିବା ଲୁହ ଦେଖାଯାଉଥିଲା , ସେତେବେଳେ ଅଫସାନା ସେଠାରେ ବସିଥିଲା , ଓ ସଲମାନ ଅଫସାନାକୁ କହିଲେ କି ଅଫସାନା ମୁଁ ସହରକୁ ଫେରିଯାଉଛି , ଏବେ ବୋଧେ ଆଉ ବର୍ଷେ ପରେ ଆସିବି , କିମ୍ବା ନ ଆସିପାରେ , ଏଥିପାଇଁ ମୁଁ ତୁମକୁ କିଛି ପଚାରିବାକୁ ଚାହୁଁଛି , ଓ ସଲମାନ ଅଫସାନା ଆଗରେ ଠିଆ ହୋଇପଡିଥିଲା , ଓ ପଚାରିଥିଲା କି ତୁମେ କନା ମୋତେ ବାହା ହେବ ?

ସଲମାନର ଏପରି କଥା ଶୁଣି ଅଫସାନା ତାଙ୍କୁ ଆଶ୍ଚର୍ଯ୍ୟ ଭରା ନଜରରେ ଦେଖୁଥିଲା , ତେବେ ସଲମାନ କହିଲା କି ତୁମକୁ ଲାଗୁଥିବ କି ତୁମେ ମୋ ସହ ଖୁସିରେ ରହିପାରିବ , ଏହା ସବୁ ଶୁଣି ଅଫସାନା ସଲମାନକୁ ଗୋଟେ  ନଜରରେ ଚାହିଁବସିଥିଲା , ଓ ତାପରେ ସେ ସଲମାନକୁ କୁଣ୍ତାଇପକାଇଦେଇଥିଲା , ଏବେ ଅଫସାନାର ଅନ୍ଦକାର ଦୂର ହୋଇଯାଇଥିଲା , ଏବେ ଅଫସାନାର ବିଧବା ଜିବନ ପୁଣି ସୁଧୁରି ଯାଇଥିଲା , ଓ ଦୁହେଁ ସବୁଦିନ ପାଇଁ ଏକାଠି ହୋଇଗଲେ ।

Leave a Reply

Your email address will not be published. Required fields are marked *