October 22, 2024

Odia Express

Leading Odia News Portal of Odisha

୧୬ ଜୁଲାଇକୁ ଲାଗିବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ୯ ଘଣ୍ଟା ପର୍ଯ୍ୟନ୍ତ ରହିବ ଅନ୍ଧକାରମୟ – ଏହି ୫ଟି ରାଶି ସାବଧାନ ରହିବେ ନଚେତ..

ଚନ୍ଦ୍ରଗ୍ରହଣ ବେଳେ ଏହି କାମ କରନ୍ତୁ ନାହିଁ, ଜୀବନ ଉପରେ ଏହାର କୁପ୍ରଭାବ ପଡିପାରେ । ୧୬ଜୁଲାଇରେ ଚନ୍ଦ୍ରଗ୍ରହଣ ହେବ ଓ ଏହି ଚନ୍ଦ୍ରଗ୍ରହଣ ମଧ୍ୟରାତ୍ରିରୁ ଆରମ୍ଭ ହେବ । ଏହି ଚନ୍ଦ୍ରଗ୍ରହଣ ଏହି ବର୍ଷର ଦ୍ଵିତୀୟ ଚନ୍ଦ୍ରଗ୍ରହଣ ହେବ । ଏହାପୂର୍ବରୁ ଏହି ବର୍ଷର ପ୍ରାରମ୍ଭରେ ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହୋଇଥିଲା । ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଅନେକ ଦେଶରେ ଅଷ୍ଟ୍ରେଲିଆ, ଆଫ୍ରିକା, ଏସିଆ , ୟୁରୋପ ଓ ଦକ୍ଷିଣ ଆଫ୍ରିକାରେ ଦୃଶ୍ୟମାନ ହେବ । ହିନ୍ଦୁ ଧର୍ମରେ ଚନ୍ଦ୍ରଗ୍ରହଣ ଭଲ ଦୃଷ୍ଟିରେ ଗ୍ରହଣ କରାଯାଏ ନାହିଁ ଓ ଗ୍ରହଣ ସମୟରେ କିଛି ବିଷୟର ଧ୍ୟାନ ରଖିବାକୁ ହୋଇଥାଏ ।

 

ଚନ୍ଦ୍ରଗ୍ରହଣ ଲାଗିବାର ସମୟ – ଚନ୍ଦ୍ରଗ୍ରହଣ ୧୬ଜୁଲାଇର ମଧ୍ୟରାତ୍ରି ରେ ୧:୩୨ରେ ଆରମ୍ଭ ହେବ ଓ ୪:୩୧ରେ ମୋକ୍ଷ ହେବ । ଏଥିପାଇଁ ଆପଣ ଏହି ଅବଧି ମଧ୍ୟରେ କୌଣସି ଶୁଭକାର୍ଯ୍ୟ କରନ୍ତୁ ନାହିଁ  ଓ କିଛି ସାବଧାନତା ଅବଲମ୍ବନ କରନ୍ତୁ ।

ଚନ୍ଦ୍ରଗ୍ରହଣ ଲାଗିବାର ସମୟରେ କଣ କରିବେ – ଚନ୍ଦ୍ରଗ୍ରହଣ ଲାଗିବା ସମୟରେ ଆପଣ ଖାଦ୍ୟ ଗ୍ରହଣ କରିବେ ନାହିଁ ଓ ପ୍ରସ୍ତୁତ ମଧ୍ୟ କରନ୍ତୁ ନାହିଁ । ଏହି ସମୟ ମଧ୍ୟରେ ଆପଣ ନିଜର ପୂଜାଘରକୁ କପଡାରେ ଢାଙ୍କି ଦିଅନ୍ତୁ । ଖାଦ୍ୟ ପଦାର୍ଥ  ଯେପରିକି କ୍ଷୀର, ଅନ୍ନ, ଚିନି ଏସବୁରେ ତୁଳସୀପତ୍ର ପକେଇ ଦିଅନ୍ତୁ । ଆପଣ ତୁଳସୀପତ୍ର ଗ୍ରହଣ ପୂର୍ବରୁ ତୋଳିବେ । କାରଣ ଗ୍ରହଣ ମଧ୍ୟରେ ତୁଳସୀକୁ ଛୁଇଁବା ଶୁଭ ନୁହେଁ । ଚନ୍ଦ୍ରଗ୍ରହଣ ସମୟରେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ଚନ୍ଦ୍ରଗ୍ରହଣକୁ ନଗ୍ନ ଚକ୍ଷୁରେ ଦେଖନ୍ତୁ ନାହିଁ ଓ ଚନ୍ଦ୍ରଗ୍ରହଣ ସମୟରେ ଭଗବାନଙ୍କ ନାମ ଜପ କରନ୍ତୁ । ଚନ୍ଦ୍ରଗ୍ରହଣ ସମୟରେ ସମସ୍ତ ଶୁଭକାର୍ଯ୍ୟ ବର୍ଜିତ ଅଟେ ।

 

ଚନ୍ଦ୍ରଗ୍ରହଣ ସମୟରେ ନିଦ୍ରା ଯିବା ଅନୁଚିତ । ତେଣୁ ଶୁଅନ୍ତୁ ନାହିଁ ଗର୍ଭବତୀ ନାରୀ ନିଜ ଉପରେ ଚନ୍ଦ୍ରଙ୍କ କିରଣ ପଡିବାକୁ ଦେବେ ନାହିଁ । କାରଣ ଗ୍ରହଣ ସମୟରେ ଚନ୍ଦ୍ରରୁ ବାହାରୁ ଥିବା କିରଣ ନକରାତ୍ମକ ହୋଇଥାଏ ଓ ଏହା ମାଆ ଓ ଶିଶୁ ନିମନ୍ତେ କ୍ଷତିକାରକ ହୋଇପାରେ ।

ଚନ୍ଦ୍ରଗ୍ରହଣ ପରେ ଏହି କାମ କରିବା ଆବଶ୍ୟକ – ଚନ୍ଦ୍ରଗ୍ରହଣ ଶେଷ ହେବ ପରେ ବସ୍ତୁ ଦାନ କରନ୍ତୁ । ଏପରି କରିବା ଦ୍ଵାରା ଚନ୍ଦ୍ରଗ୍ରହଣର ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ ଓ ଆପଣଙ୍କର କୁଣ୍ଡଳୀର ସମସ୍ତ ଗ୍ରହ ଶାନ୍ତ ରହନ୍ତି । ଆପଣ ଚାଉଳ, ତମ୍ବା ଓ ତେଲର ଦାନ ଗ୍ରହଣ ମଧ୍ୟରେ କରିପାରିବେ । ଗ୍ରହଣ ସମାପ୍ତ ହେବା ପରେ ଆପଣ ସ୍ନାନ ନିଶ୍ଚିତ କରନ୍ତୁ ଓ ନିଜର ସ୍ନାନଜଳରେ ଗଙ୍ଗଜଳ ମିଶେଇ ଦିଅନ୍ତୁ । ସ୍ନାନ ପରେ ଆପଣ ସଂପୂର୍ଣ୍ଣ ଘରକୁ ନିର୍ମଳ କରନ୍ତୁ । ଆପଣ ମନ୍ଦିରରେ ପୂଜା କରିବା ପୂର୍ବରୁ ମନ୍ଦିର ଶୁଦ୍ଧ କରନ୍ତୁ ଓ ଭଗବାନଙ୍କ ମୂର୍ତ୍ତି ସବୁ ଗଙ୍ଗଜଳରେ ସଫା କରନ୍ତୁ

୯ଘଣ୍ଟା ପୂର୍ବରୁ ଲାଗିବ ଅଶୁଦ୍ଧକାଳ – ଏହିଠାର ଗୁରୁପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗିବ ଓ ଚନ୍ଦ୍ରଗ୍ରହଣର ୯ଘଣ୍ଟା ପୂର୍ବରୁ ଅଶୁଦ୍ଧ ସମୟ ଲାଗିଯିବ । ମାନେ ଚନ୍ଦ୍ରଗ୍ରହଣର ୦୧:୩୧ରେ ଆରମ୍ଭ ହେବ କିନ୍ତୁ ଅଶୁଦ୍ଧ କାଳ ଅପରାହ୍ନ ୪:୩୦ରୁ ଆରମ୍ଭ ହୋଇଯିବ । ଏହି ସମୟରେ ସମସ୍ତ ଶୁଭକାର୍ଯ୍ୟ ନିଷିଦ୍ଧ ।

ଏହି ରାଶିମାନଙ୍କ ଉପରେ ପଡିବ ପ୍ରଭାବ – ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ଅନେକ ରାଶି ଉପରେ ପଡିବ ଓ ଯେଉଁ ରାଶି ଉପରେ ଏହାର ପ୍ରଭାବ ପଡିବ ସେମାନେ ହେଲେ ମେଷ, ବୃଷ, କନ୍ୟା, ବୃଶ୍ଚିକ , ଧନୁ ଓ ମକର । ଏହି ରାଶିର ଲୋକ ଚନ୍ଦ୍ରଗ୍ରହଣର ପ୍ରଭାବରୁ ମୁକ୍ତି ନିମିତ୍ତ ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ତୁରନ୍ତ ଯାଇ ବସ୍ତୁ ଦାନ କରିବେ ।

Leave a Reply

Your email address will not be published. Required fields are marked *