October 22, 2024

Odia Express

Leading Odia News Portal of Odisha

ସିଲିଣ୍ତର ଶେଷ ହେବାପରେ ଦ୍ୱିତୀୟ ସିଲିଣ୍ତର ଲଗାଇଲେ , ତାପରେ ହେଲା ଏଭଳି ଧମାକା , ଜୀବନ୍ତ ଦଗ୍ଦ ହୋଇଗଲେ ମା ବାପା ଓ ପୁଅ – ପଢନ୍ତୁ କିପରି ହେଲା ଏ ଅଘଟଣ..

ଏଲ୍ ପିଜି ସିଲିଣ୍ତର ଗ୍ୟାସ୍ ଲିକ୍ ହେବା କାରଣରୁ ସୋମବାର ରାତି ୮,୩୦ ସମୟରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ବହୋଡାପୁର କ୍ଷେତ୍ରରେ ବିନୟ ନଗର ସେକ୍ଟର ୨ ରେ ଏକ ଘରେ ବଡ ଧରଣର ଧମାକା ହୋଇ ନିଆଁ ଲାଗିଯାଇଥିଲା , ଏହି ରୁମ୍ ରେ ଥିବା ଭାରତ କୁଶୱାହ(୪୦ ବର୍ଷ) ତାଙ୍କର ସ୍ତ୍ରୀ ବାସନ୍ତି(୩୫ ବର୍ଷ) ପୁଅ ଅର୍ଜୁନ୍ (୧୨ ବର୍ଷ) ଜୀବନ୍ତ ଜଳିଗଲେ , ତିନିଜଣଙ୍କୁ ବାହାର କରିବାପାଇଁ ସମୟ ମିଳିଲା ନାହିଁ ।ଦୈନିକ ଭାସ୍କର ଖବର ଅନୁସାରେ କିଛି ସେକେଣ୍ତ ମଧ୍ୟରେ ପୁରା ରୁମ୍ ନିଆଁ ଲାଗିଯାଇଥିଲା , ଓ ତିନିଜଣ ପରିବାର ସଦସ୍ୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା , ଘରର ଗ୍ରାଉଣ୍ତ ଫ୍ଲୋର୍ ରେ ଥିବା ଭାରତଙ୍କ ୧୭ ବର୍ଷର ଝିଅ ଦୀପା ତାଙ୍କର ଜେଜେମା ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ନିଆଁ ଲାଗିଥିବା ରୁମ୍ ରେ ପଶିବାକୁ ରାସ୍ତା ମିଳିପାରିନଥିଲା ,

 

ଏଥିପାଇଁ କିଏ ବି ଉପର ରୁମ୍ କୁ ଯିବାକୁ ସାହାସ କରିପାରିଲା ନାହିଁ , ୧୭ ବର୍ଷର ଝିଅ ଦୀପା କହିଥିଲା କି ମୁଁ ତଳେ ଜେଜେମାଙ୍କ ରୁମ୍ ରେ ଟିଭି ଦେଖୁଥିଲୁ ଉପର ରୁମ୍ ରେ ବାପା ମା ଓ ଛୋଟ ଭାଇ ଥିଲେ , ମା ବାପାଙ୍କ ପାଇଁ ଚାହା ନେଇକରି ଛାତ ଉପରକୁ ଗଲେ , ଭାଇ ଭିତରେ ମୋବାଇଲ୍ ଚଲାଉଥିଲା , ଚାହା ବନାଇବାପରେ ସିଲିଣ୍ତରରୁ ଗ୍ୟାସ ଶେଷ ହୋଇଯାଇଥିଲା  ତେବେ ମା ବାପାଙ୍କୁ ଡକାଇଲେ , ବାପା ଦ୍ୱିତୀୟ ସିଲିଣ୍ତର ଲଗାଇଲେ , ମୁଁ କେବଳ ଏତିକି କଥା ଶୁଣିଥିଲି , ତାହାପରେ ଏକ ବିସ୍ପୋରଣ ହେଲା ।

 

ଗେଟ୍ ବାହାରିଯାଇ ଅଗଣାରେ ପଡିଲା , ମୁଁ ସିଡି ପଟେ ଗଲି ତେବେ ରୁମ୍ ରେ ନିଆଁ ଲାଗିଯାଇଥିଲା , ମୋତେ ମା ବାପା ଓ ଭାଇର ଚିତ୍କାର ଶୁଣିବାକୁ ମିଳୁଥିଲା , ନିଆଁରେ କିଛି ବି ଦେଖାଯାଉନଥିଲା , ନିଆଁର ଝୁଲ୍ ତଳକୁ ଆସିବାକୁ ଲାଗିଲା , ଜେଜେ ମା ମୋତେ ବାହାର ଆଡକୁ ନେଇଗଲେ , ମୋ ମା ବାପା ଓ ଭାଇ ମୋ ଆଖି ଆଗରେ ସମସ୍ତେ ଜଳିଗଲେ , ମୁଁ କିଛି ବି କରିପାରିଲି ନାହିଁ ,

 

ଦୁର୍ଘଟଣା ୧୫ ମିନିଟ୍ ପୂର୍ବରୁ ଦୀପା ନିଜ ଭାଇ ଅର୍ଜୁନ୍ କୁ ଟିଭିରେ ତାର ପ୍ରିୟ ସିରିଏଲ୍ ଦେଖିବାକୁ ଡାକୁଥିଲା , ଯେବେ ସେ ନିଜ ଭାଇର ଅର୍ଦ୍ଧଦଗ୍ଧ ଶରୀର ଜଳିଯାଇଥିବାର ଦେଖିଲା ତେବେ ସେ ଅଚେତ ହୋଇଗଲା , ଦୁର୍ଘଟଣାପରେ ତାର ଦୁଇ ଭାଇ ଯେବେ ଘରେ ପହଞ୍ଚିଲେ ତେବେ ସେ ନିଜ ବାପା ମା ଓ ସାନ ଭାଇର ଶବ ଦେଖିକରି ନିଜକୁ ଆଉ ସମ୍ଭାଳିପାରିଲେ ନାହିଁ , କିଛି ମିନିଟ୍ ଭିତରେ ନିଜ ବାପା ମା ଓ ଛୋଟ ଭାଇକୁ ସେ ସବୁଦିନ ପାଇଁ ହରାଇ ବସିଥିଲେ ,

 

ଦୂର୍ଘଟଣାରେ ମୃତ ଭାରତ ସିଂ ମୁଲିଆ ଥିଲେ , ସେ ଚାରୋଟି ଛୁଆଙ୍କ ବାପା ଥିଲେ ,ଆର୍ଥିକ ସ୍ଥିତି ଦୂର୍ବଳ ଥିଲା , ଦୁଇ ପୁଅ ଦୀପକ ଓ କରନ୍ କପଡାର ଦୋକାନରେ ଚାକିରି କରୁଥିଲେ , ଯାହା ଦ୍ୱାରା ସେ ବାପାଙ୍କୁ ଆର୍ଥିକ ଅବସ୍ଥା ସୁଧାରିବାରେ ସାହାଯ୍ୟ କରିବେ , ଯେଉଁଦିନ ଏହି ଘଟଣା ହେଲା ତେବେ ଦୁଇ ଭାଇ ଚାକିରି ଉପରକୁ ଚାଲିଯାଈଥିଲେ , ଘରେ ଭଉଣୀ ଦୀପା ଓ ଛୋଟ ଭାଇ ଅର୍ଜୁନଙ୍କ ବାପା ମା ଙ୍କ ସହ ଥିଲା , ଜଣାଯାଏ ଯେ ସିଲିଣ୍ତର ଫାଟି ନଥିଲା , ଯଦି ସିଲିଣ୍ତର ଫାଟି ଥାନ୍ତା ତେବେ ଆଖପାଖ ଘର ନିଆଁରେ ଫଶିଯାଇଥାନ୍ତେ , କାରଣ ସବୁ ଘର ପାଖାପାଖି ଲାଗିକରି ଥିଲା ।

 

ଦୀପା ୧୫ ମି ପୁର୍ବରୁ ରୁମ୍ ରୁ ବାହାରେ ଆସିକରି ତଳକୁ ଆସିଥିଲା , ସେ ଟିଭି ଦେଖିବାପାଇଁ ନିଜ ସାନ ଭାଇକୁ ଡାକୁଥିଲା , କିନ୍ତୁ ସେ ମୋବାଇଲ୍ ରେ ବ୍ୟସ୍ତ ରହିଗଲା , ଏହାପରେ ଏହି ଦୂର୍ଘଟଣା ହେଲା , ଦୀପା ସେହି ସମୟକୁ ମନେ ପକାଇ କାନ୍ଦୁଥିଲା , ସବୁବେଳେ କହୁଥିଲା , ଯଦି ଭାଇ ତଳକୁ ଆସିଯାଇଥାନ୍ତା ତେବେ ସେ ବର୍ତ୍ତମାନ ବଞ୍ଚିପାରିଥାନ୍ତା ।

Leave a Reply

Your email address will not be published. Required fields are marked *