February 5, 2025

Odia Express

Leading Odia News Portal of Odisha

ମୁମ୍ବାଇର ଭୀଷଣ ବର୍ଷାରେ ଗୋଟିଏ କୁକୁର ବୁଡିଯାଉଥିଲା , ପୋଲିସ ଏପରି କୁକୁର ସହ ଏପରି କାମ କଲେ ଯେ ଲୋକ ଦେଖିକି ଚକିତ ହେଇଗଲେ – ଆପଣ ମଧ୍ୟ ଭିଡ଼ିଓ ଦେଖନ୍ତୁ..

ବିଗତ କିଛି ଦିନ ହେବ ମୁମ୍ବାଇ ଅବସ୍ଥା ବହୁତ ଶୋଚନୀୟ । ଏଠାକାର ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଏହାର ପ୍ରମୁଖ କାରଣ ଏଠାକାର ଭୀଷଣ ବର୍ଷା । ପ୍ରତିବର୍ଷ ବର୍ଷା ଋତୁରେ ମୁମ୍ବାଇ ଜନଜୀବନ ପ୍ରଭାବିତ ହୋଇଥାଏ । ଅନେକ ସ୍ଥାନରେ ପାଣି ଭର୍ତ୍ତି ହୋଇଯିବାରୁ ଲୋକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ହୁଏ । କିନ୍ତୁ ଏଇଥରର ବର୍ଷା ସୀମା ଟପିଯାଇଛି ଓ ନିଜ ସହ ବହୁତ ଜୀବନ ନେଇଛି । ଭୀଷଣ ବର୍ଷା କାରଣରୁ ମୁମ୍ବାଇରେ ଅନେକ ଲୋକଙ୍କ ଜୀବନ ଯାଇଛି । କାହାକୁ ବିଜୁଳି ଆଘାତ ତ କିଏ ଖାଲରେ ପଡିଲା କେଉଁଠି କାନ୍ଥ ଭାଙ୍ଗିପଡିଛି ଓ କେଉଁଠି କାର ବୁଡିଯାଇଥିବାରୁ ଲୋକ ବାହାରକୁ ବାହାରି ପାରୁନାହାନ୍ତି । ଏସବୁ ମଧ୍ୟରେ ଉଦ୍ଧାରକାରୀ ଦଳ ନିଜର କାର୍ଯ୍ୟ ଜୋରସୋର ରେ ଚଳେଇଛନ୍ତି । ସେମାନଙ୍କ ଦେଇ ଯେତିକି ହେଇ ପାରିବ ସେମାନେ ଲୋକଙ୍କ ସହାୟତା କରି ତାଙ୍କ ଜୀବନ ସୁରକ୍ଷିତ କରୁଛନ୍ତି ।

 

ବର୍ତ୍ତମାନ ଟିକେ ଚିନ୍ତା କରନ୍ତୁ ଯେଉଁଠାରେ ମଣିଷ ଜୀବନ ସୁରକ୍ଷିତ ନୁହେଁ , ସେଠାରେ ପଶୁ ମାନଙ୍କ କଥା କଣ ହେଉଥିବା। କିଏ ଜାଣେ କେତେ ପଶୁପକ୍ଷୀ ଏହି ଭୀଷଣ ବର୍ଷା କବଳରେ ପଡି ଥିବେ । ଏଇ ନିକଟରେ ଇଣ୍ଟରନେଟରେ ଗୋଟିଏ ଭିଡିଓ ନଜରକୁ ଆସିଛି । ଏହି ଭିଡିଓ ରେ ଗୋଟିଏ କୁକୁର ପାଣିରେ ବୁଡିଯାଉଛି ଓ ସେଠାରୁ ବାହାରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଏହି ସମୟରେ କୁକୁରଟିର ଜୀବନ ବଙ୍କେଇବାକୁ ମୁମ୍ବାଇ ପୋଲିସ ଆଗକୁ ଆସୁଛି । ସେମାନେ କୁକୁରକୁ ପାଣିରେ ବୁଡିବାରୁ ବଞ୍ଚେଇ ଦେଉଛନ୍ତି । ତାକୁ ପାଣିରୁ ବାହାରକୁ ଅଣାଯାଉଛି । ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି ।

୨୪ସେକଣ୍ଡର ଏହି ଭିଡିଓ ମୁମ୍ବାଇର ଅନ୍ଧେରି ଅଞ୍ଚଳର ବୋଲି କୁହାଯାଉଛି। ଭିଡିଓରେ ଗୋଟିଏ ମଜାଦାର କଥା ଏହା ଯେ ପୋଲିସ ବାହିନୀ ଯେବେ କୁକୁରକୁ ଡାକିଲେ ସେତେବେଳେ କୁକୁଡ଼ା ମଧ୍ୟ ବୁଦ୍ଧିମତା ଦେଖାଇ ତାଙ୍କ ଆଡକୁ ପହଁରି ଆସିଲା। ଏହାପରେ ପୋଲିସ ତାକୁ ଉପରକୁ ଟାଣିଆଣିଲେ । ଏହି ମାନବୀୟ କାମକୁ କରିବାରେ କନେଷ୍ଟବ୍ଳ ପ୍ରକାଶ ପାୱାରଙ୍କର ମୁଖ୍ୟ ଭୂମିକା ରହିଛି । ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସା କରାଯାଇଛି । ଲୋକମାନଙ୍କର କହିବା ହେଲା ଆଜିର ସମୟରେ ଲୋକ ମଣିଷମାନଙ୍କର ଚିନ୍ତା କରୁଛନ୍ତି ବହୁତ ବଡ କଥା ଏହି ପରିସ୍ଥିତିରେ ପଶୁମାନଙ୍କ କଥା ଭାବିବା ସତରେ ଏକ ମହାନ କାର୍ଯ୍ୟ ।

 

ଯଦି ଆପଣଙ୍କୁ ଏହି ବର୍ଷା ଋତୁରେ କେଉଁ ପଶୁ ଅସୁବିଧାରେ ପଡିଥିବାର ଦେଖାଯାଏ ତେବେ ଆପଣ ତାର ସାହାଯ୍ୟକରନ୍ତୁ । ଏହି ଋତୁରେ ସାରାଦେଶରେ ବହୁତ ପଶୁ ମୃତ୍ୟୁ ମୁଖରେ ପଡନ୍ତି କାରଣ ତାଙ୍କ ପାଖରେ ରହିବା ନିମନ୍ତେ କୌଣସି ସ୍ଥାନ ନଥାଏ ଓ ଖାଇବାର ଅଭାବ ହୋଇଯାଏ ।

ମୁମ୍ବାଇରେ ଭୀଷଣ ବର୍ଷା କାରଣରୁ ଅନେକ ରୋଡ ଭିଡ ହୋଇଯାଇଛି । କିଛି ଟ୍ରେନ ମଧ୍ୟ ବାତିଲ ହୋଇଛି । ଏହା ସହ ଅନେକ ଉଡାଜାହାଜ ବିଳମ୍ବ ହୋଇଛି । ଅନେକ ଅଫିସ ଓ ସ୍କୁଲରେ ଛୁଟି କରାଯାଇଛି । ଆଶା କରାଯାଉଛି ଆସନ୍ତା କିଛି ଦିନ ମଧ୍ୟରେ ମୁମ୍ବାଇ ଜନଜୀବନ ସାମାନ୍ୟ ହୋଇଯିବ ।

https://twitter.com/i/status/1146339250964709376

Leave a Reply

Your email address will not be published. Required fields are marked *