October 22, 2024

Odia Express

Leading Odia News Portal of Odisha

କେବେ ରାସ୍ତା କଡରେ ଗୁପ୍ ଚୁପ୍ ବିକ୍ରି କରୁଥିଲେ ଏହି ପିଲା, ଆଜି ଭାରତୀୟ କ୍ରିକେଟ୍ ଟିମ୍ ର ଆଗ ଧାଡି ର ଖେଳାଳି ଅଟନ୍ତି…ସଚିନ ମଧ୍ୟ ତାଙ୍କ ଫ୍ୟାନ ଅଟନ୍ତି – ଦେଖନ୍ତୁ କିଏ ସେ..

ଏବେ କିଛି ଦିନ ହେବ ଶ୍ରୀଲଙ୍କାରେ ଭାରତର ଅଣ୍ତର-୧୯ ଟିମ୍ ଧମାଲ୍ କରିଥିଲେ , ସେହି ଟିମ୍ ଭିତରେ ଜଣେ ଖେଳାଳୀ ଏମିତି ଥିଲେ , ଯିଏକି ଗୁପ୍ ଚୁପ୍ ବିକ୍ରି କରୁଥିଲେ , ହଁ ଆଜ୍ଞା, ଭଦୋହୀ ଜିଲ୍ଲାର ଗୋଟେ ଛୋଟ ଗାଁ ସୁରିୟାବାରେ ଜନ୍ମ ନେଇଥିବା ପ୍ରତିଭାଶାଳୀ ଖେଳାଳୀ ୟଶସ୍ୱୀ ନିଜ ପ୍ରଦର୍ଶନଙ୍କ ଦ୍ୱାରା ପ୍ରମାଣିତ କରିଦେଇଥିଲେ କି ପ୍ରତିଭା କାହା ଅଧିନରେ ନାହିଁ , ଯଦି ମନୋବଳ ଦୃଢ ରହିବ ତେବେ ସବୁ ବାଧା ବିଘ୍ନକୁ କାଟି ଆଗକୁ ଯାଇପାରିବ , ୟଶସ୍ୱୀ ବହୁତ ଅସୁବିଧା ମଧ୍ୟରେ ଗତି କରି କ୍ରିକେଟ୍ ସିଖିଥିଲେ , ପରିବାରରେ ମାଳୀର ଅବସ୍ଥା ଠିକ୍ ନଥିବାରୁ ୟଶସ୍ୱୀ ନେଟ୍ ପ୍ରାକ୍ଟିସ୍ କରିବାପରେ ଗୁପ୍ ଚୁପ୍ ବିକ୍ରି କରୁଥିଲେ । ସୁରିୟାବା ନଗରରେ ପେଣ୍ଟ ଦୋକାନ ଚଲାଉଥିବା ବାପା ଭୁପେନ୍ଦ୍ର ଜାୟସୱାଲ୍ ଓରଫ୍ ଗୁଡ୍ଡନ କହିଲେ କି କ୍ରିକେଟ୍ ରେ ୟଶସ୍ୱୀଙ୍କ ଜୀବନରେ ଏକ ସ୍ୱପ୍ନ ଥିଲା ,

 

ସେ କହିଲେ କି ବୁଟ୍ ପାଲିସ୍ କରିବାକୁ ପଡେ ତ କରିବି , କିନ୍ତୁ ଗୋଟେ ଦିନ ଭଲ କ୍ରିକେଟିୟର୍ ହୋଇ ଦେଖାଇବି , ୟଶସ୍ୱୀଙ୍କ ପ୍ରତିଭାକୁ ପ୍ରଶଂସା କ୍ରିକେଟ୍ ର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ବି କରିଛନ୍ତି , ତାଙ୍କ ବାପା କହନ୍ତି କି ସଚିନ୍ ହିଁ ୟଶସ୍ୱୀଙ୍କୁ ନିଜ ଘରକୁ ଡକାଇଥିଲେ , ଓ ଖେଳର ସବୁ ନିୟମ ବିଷୟରେ କହି ତାଙ୍କ ସାଇନ୍ କରିଥିବା ବ୍ୟାଟ୍ ୟଶସ୍ୱୀଙ୍କୁ ଦେଇଥିଲେ , ସଚିନ୍ ଙ୍କ ପୁଅ ଅଣ୍ତର-୧୯ ରେ ଚୟନ ହୋଇଥିଲା , ସେ ଟେଷ୍ଟ ଟିମ୍ ପାଇଁ ବଛା ହୋଇଥିଲେ ,

ୟଶସ୍ୱୀ ପାଞ୍ଚ ବର୍ଷ ବୟସରୁ କ୍ରିକେଟ୍ ପ୍ରତି ନିଜର ଇଚ୍ଛା ଶକ୍ତି ଜାହିର୍ କରିଥିଲେ , ୟଶସ୍ୱୀ ନିଦରେ କ୍ରିକେଟ୍ ପଡିଆ, ବ୍ୟାଟ୍ , ଓ ବଲ୍ ଦେଖୁଥିଲେ , ୟଶସ୍ୱୀଙ୍କ ବାପା ଜଣେ ଭଲ କ୍ରିକେଟିୟର୍ ଅଟନ୍ତି , ଓ ନିଜ ପୁଅର କୋଚ୍ ବି , ଅହମଦାବାଦ ସିଲଭର୍ କମ୍ପାନୀରେ ସେ କେବେ ଖେଳୁଥିଲେ ,

 

ୟଶସ୍ୱୀଙ୍କୁ ସଫଳତା ଦେବାରେ କ୍ରିକେଟ୍ ଏକାଡେମୀର ଜ୍ୱାଲା ସିଂହ ଙ୍କର୍ ହାତ ଅଛି , ଯିଏକି ୧୦ ବର୍ଷ ବୟସରୁ ତାଙ୍କ ପ୍ରତିଭାକୁ ପରଖିଥିଲେ , ଓ ସେ ମଇଦାନକୁ ଆଣି ତାଙ୍କୁ କ୍ରିକେଟ୍ ସିଖାଇଥିଲେ , ତାଙ୍କୁ ପୂରା ପରିବାର ଭଗବାନ କହୁଛନ୍ତି , ୟଶସ୍ୱୀଙ୍କ ବାପା ନିଜ ମୋବାଇଲ୍ ରେ ତାଙ୍କ ନାଁ ମୋ ଭଗବାନ ନାଁରେ ସେଭ କରିଛନ୍ତି , ୧୧ ବର୍ଷ ବୟସରେ ୟଶସ୍ୱୀ ଆଜାଦ୍ ମଇଦାନରେ ପ୍ରଶଂସିତ ହୋଇଯାଇଥିଲେ , ତାଙ୍କୁ ଲୋକେ ମଣ୍ଟି ବୋଲି ଡାକୁଥିଲେ , ଏହା ପୂର୍ବରୁ ସେ ବମ୍ବେ ସେଣ୍ଟ୍ରାଲ୍ ର ଅଞ୍ଜୁମନ କ୍ରିକେଟ୍ ସ୍କୁଲ୍ ରେ ଦାଖିଲା କରାଇଦିଆଯାଇଥିଲା ।

 

ୟଶସ୍ୱୀ ଓ ତେଜସ୍ୱୀ ଦୁଇ ଭାଇ ଅଟନ୍ତି , ତେଜସ୍ୱୀ ବି ଭଲ ଖେଳାଳୀ ଥିଲା , କିନ୍ତୁ ସେ ସଫଳ ହୋଇପାରିଲା ନାହିଁ , ଛୁଆବେଳରୁ ୟଶସ୍ୱୀ କ୍ରିକେଟ୍ ପ୍ରତି ଏତେ ଆତ୍ମିୟତା ଆସିଯାଇଥିଲା କି ସେ ଘରକୁ ମଇଦାନ କରିନେଇଥିଲା , ରାତିର ଶୀତରେ ବାପାଙ୍କୁ ଉଠାଇ ତାଙ୍କୁ ବୋଲିଙ୍ଗ୍ କରିବାକୁ କହୁଥିଲା , ଓ ସେ ନିଜେ ବ୍ୟାଟ୍ ଧରି ପ୍ରାଟିକ୍ସ କରୁଥିଲା , ବାପା ଦୁହେଁଙ୍କୁ ୨୦୦୯ ରେ ମୁମ୍ବାଇ ନେଇକରି ଆସିଲେ , ଓ ୟଶ୍ୱସ୍ୱୀ ଜୀବନରେ ସଂଗ୍ରାମ ଜାରି ରଖିଲେ ଓ ସଫଳ ହେଲେ ,

ମୁମ୍ବାଇର ଘରୋଇ ମ୍ୟାଚ୍ ରେ ୩୧୯ ରନ୍ ରେକର୍ଡ କରି ୧୩ ଟି ୱିକେଟ୍ ବି ନେଇଥିଲେ , ୨୦୧୭ ରେ ତାଙ୍କର ଚୟନ ମୁମ୍ବାଇର ଅଣ୍ତର-୧୬,୧୯ ଓ ୨୩ ରେ ଟିମ୍ ପାଇଁ ହୋଇଥିଲା , ମୁମ୍ବାଈର ପ୍ରିମିୟର ଲିଗ୍ ରେ ୟଶସ୍ୱୀ ନିଜ ଚମକ ଦେଖାଇଲେ , ଓ ସେବେ ଠାରୁ କେବେ ସେ ପଛକୁ ବୁଲି ଦେଖିନାହାନ୍ତି ।

Leave a Reply

Your email address will not be published. Required fields are marked *