October 22, 2024

Odia Express

Leading Odia News Portal of Odisha

ଏବେ ଏବେ ଆସିଲା ବଡ ଖବର -ଆଜି ଯଦି ବର୍ଷାରେ ଧୋଇଗଲେ ସେମିଫାଇନାଲ ମ୍ୟାଚ ଭାରତୀୟ ଦଳର କଣ ହେବ ?

ବିଶ୍ଵକପ ୨୦୧୯ରେ ପ୍ରତିଯୋଗୀତା ଆରମ୍ଭ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଭାରତ, ଇଂଲଣ୍ଡ , ଅଷ୍ଟ୍ରେଲିଆ, ନ୍ୟୁଜିଲଣ୍ଡ ଟପ୪ରେ ପହଞ୍ଚିବେ। ଅନେକ କ୍ରିକେଟ ପଣ୍ଡିତଙ୍କ ଅନୁମାନ ହିସାବରେ ଠିକ ଏହାହିଁ ହୋଇଛି । ଚଳିତ ବିଶ୍ଵକପରେ ଲୋକମାନେ ଏହା ଅନୁମାନ କରୁଥିଲେ ଯେ ଭାରତ ଇଂଲଣ୍ଡ ସହ ସେମିଫାଇନାଲ ମ୍ୟାଚ ଖେଳିବ କିନ୍ତୁ ଏହାର ଓଲଟା ହେଲା । ଏବେ ବିଶ୍ଵକପର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ର ମୁକାବିଲା ନ୍ୟୁଜିଲଣ୍ଡ ସହ ହେବ । ଯାହା ଆଗରୁ ଦେଖାଯାଇଛି ଯେ ବିଶ୍ଵକପର ଅନେକ ଲିଗ ମ୍ୟାଚରେ ବର୍ଷା ବାଧା ଦେଇଛି ଓ ଯଦି ଏହି ସ୍ଥିତି ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ହୁଏ ତେବେ କଣ ହେବ? ଲିଗ ଷ୍ଟେଜ ଠାରୁ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ନିୟମ କିଛି ଅଲଗା ହେବ । ଜାଣନ୍ତୁ ଯଦି ବର୍ଷାରେ ମ୍ୟାଚ ଧୋଇଯାଏ ତେବେ କେଉଁ ଦଳ ଫାଇନାଲ ଖେଳିବ ଓ ମ୍ୟାଚ ଦୁଇଦଳ ସମାନ ରନ କଲେ କଣ ହେବ ।

 

କଣ ହେବ ରିଜର୍ଭ ଡେ ର ଗଣିତ

ଚଳିତ ବିଶ୍ଵକପରେ ପୂର୍ବ ୨ବିଶ୍ଵକପ ତୁଳନାରେ କେତେକ ନିୟମ ପରିବର୍ତ୍ତନ ହୋଇଛି । ୨୦୧୯ବିଶ୍ଵକପ ସେମିଫାଇନାଲ ଓ ଫାଇନାଲ ପ୍ରତିଯୋଗୀତା ପାଇଁ ସୁପର ଓଭର ବ୍ୟବସ୍ଥା କରାଯାଇଛି। ପୂର୍ବ ବିଶ୍ଵକପରେ କେବଳ ଫାଇନାଲ ଖେଳ ପାଇଁ ସୁପର ଓଭର ଦିଆଯାଇଥିଲା । ମନେକରନ୍ତୁ ଯଦି ଭାରତ ଓ ନ୍ୟୁଜିଲଣ୍ଡ ମଧ୍ୟରେ ଓଲ୍ଡଟ୍ରାଫୋର୍ଡ ରେ ହେବାକୁଥିବା ସେମିଫାଇନାଲ ବର୍ଷା ବାଧିତ ହୁଏ କିମ୍ବା ନିର୍ଧାରିତ ଦିନ ଖେଳ ନହୋଇପାରେ ତେବେ ଏହା ତା ପରଦିନ ଖେଳାଯିବ। ଯଦି ବର୍ଷା ଯୋଗୁ ମ୍ୟାଚ ଗୋଟିଏ ପାଳି କିମ୍ବା ଅଧାରୁ ବନ୍ଦ ହୋଇଯାଏ ତେବେ ତାପରଦିନ ନିର୍ଧାରିତ ଦିନ ଶେଷ ହୋଇଥିବା ପାଳିଠାରୁ ଆଗକୁ ଖେଳାଯିବ ।

 

ବିଶ୍ଵକପ ୨୦୧୯: ଅତିରିକ୍ତ ସମୟ କେତେ ହେବ

ବିଶ୍ଵକପ ରେ ମ୍ୟାଚ ପରେ ୭୫ମିନିଟର ଅତିରିକ୍ତ ସମୟ ଦିଆଯାଇଛି । ଯଦି କୌଣସି ଅପ୍ରତ୍ଯାଶିତ କାରଣରୁ କିମ୍ବା ବର୍ଷା ଯୋଗୁ ମ୍ୟାଚରେ ଡେରି ହୁଏ ତେବେ ଫଳାଫଳ ପାଇଁ ଅତିରିକ୍ତ ସମୟ ଦିଆଯାଇଛି । ବିଶେଷ ପରିସ୍ଥିତିରେ ମ୍ୟାଚ ରେଫରି ମ୍ୟାଚ ପରିଣାମ ପାଇଁ ଅତିରିକ୍ତ ସମୟ ବ୍ୟତୀତ ମଧ୍ୟ ଏକଘଣ୍ଟା ଖେଳ ସମୟକୁ ବଢେଇ ପାରିବେ ।

 

ଦୁଇଦଳ ମଧ୍ୟରେ ଅତିକମରେ ୨୦ ଓଭର ଖେଳ ହୋଇସାରିବା ପରେ ଡକୱର୍ଥଲୁଇସ ନିୟମ ପ୍ରୟୋଗ ହୋଇପାରିବ ।

କିପରି ରହିବ ମାଞ୍ଚେଷ୍ଟରରେ ପାଣିପାଗ

ବ୍ରିଟିଶ ପାଣିପାଗ ବିଭାଗ ଅନୁଯାୟୀ ମଙ୍ଗଳବାର ମାଞ୍ଚେଷ୍ଟରରେ ସକାଳ୧୦ଟା ସମୟରେ ବର୍ଷା ହେବାର ୫୦% ଆଶଙ୍କା ଅଛି । ଇଂଲଣ୍ଡ ସମୟ ଅନୁସାରେ ମ୍ୟାଚ ୧୦:୩୦ ରେ ଆରମ୍ଭ ହୁଏ କିନ୍ତୁ ବର୍ଷା ଯୋଗୁ ମ୍ୟାଚ ବିଳମ୍ବ ହୋଇପାରେ । ଏତିକି ନୁହେଁ ଏହି ମ୍ୟାଚରେ ଦ୍ଵିପ୍ରହର ସମୟରେ ୧ଟା ସମୟରେ ବର୍ଷା ହେବାର ୪୦% ସମ୍ଭାବନା ଅଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦିନସାରା ବାଦଲ ମଧ୍ୟ ବିଛେଇ ହୋଇ ରହିବେ । METର ରିପୋର୍ଟ ଅନୁଯାୟୀ ଇଂଲଣ୍ଡରେ ସମୟ ଅନୁଯାୟୀ ଦ୍ଵିପ୍ରହର ୨ଟା ପରେ ଆକାଶ ନିର୍ମଳ ରହିବ ।

Leave a Reply

Your email address will not be published. Required fields are marked *