December 26, 2024

Odia Express

Leading Odia News Portal of Odisha

ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଅଧିନାୟକ ଡ୍ୟୁପ୍ଲେସୀ କହିଲେ –‘ଆମ ବିଜୟରେ ଭାରତ ଖୁସି ହୋଇଥିବ କାରଣ…’

ବିଶ୍ଵକପ ଦୌଡରୁ ବାଦ ପଡି ସାରିଥିବା ଦକ୍ଷିଣ ଆଫ୍ରିକା ଦଳ ଶନିବାର ଅଷ୍ଟ୍ରେଲିଆ କୁ 10ରନରେ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲରେ ଦୁଇନମ୍ବରକୁ ଖସି ଆସିଛି । ଏହାପରେ ଭାରତ ଏକନମ୍ବର ଦଳ ହୋଇଛି। ବର୍ତ୍ତମାନ ସେମିଫାଇନାଲରେ ଭାରତୀୟ ଦଳ ନିଉଜିଲାଣ୍ଡ ସହ ଖେଳିବ , ଏହାକୁ ନେଇ ଦକ୍ଷିଣଆଫ୍ରିକା ଅଧିନାୟକ ଫାଫ ଡ୍ୟୁପ୍ଲେସୀସ ଏକ ବଡ ବୟାନ ଦେଇଛନ୍ତି ।ଦକ୍ଷିଣଆଫ୍ରିକା ଅଧିନାୟକ ଫାଫ ଡ୍ୟୁପ୍ଲେସୀସ ମ୍ୟାଚ ପରେ ସାକ୍ଷାତକାରରେ ଭାରତକୁ ନେଇ ବଡ ବୟାନ ଦେଇଛନ୍ତି । ଏହାପରେ ଏହି ବୟାନ ଦ୍ରୁତ ବେଗରେ ଭାଇରାଲ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରି 325ରନ କରିଥିଲା ଏହାର ପିଛା କରି ଅଷ୍ଟ୍ରେଲିଆ ଦଳ ଶେଷ ଓଭରରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ଏହି ମ୍ୟାଚରେ 315ରନ କରିପାରିଥିଲା ଓ 10ରନ ପଛରେ ରହି ପରାସ୍ତ ହୋଇଥିଲା । ଅଷ୍ଟ୍ରେଲିଆ ତରଫରୁ ଡ଼େଭିଡ ୱାର୍ଣ୍ଣର ଶତକୀୟ ଇନିଙ୍ଗ୍ସ ଖେଳିଥିଲେ କିନ୍ତୁ ମ୍ୟାଚ ସାଉଥ ଆଫ୍ରିକା ଜିତିଗଲା ।

 

ଫାଫ ଡ୍ୟୁପ୍ଲେସୀସ ବୟାନ ଦେଲେ

ବିଶ୍ଵକପ 2019ରୁ ସାଉଥ ଆଫ୍ରିକା ବିଦାୟ ନେଉନେଉ ଅଷ୍ଟ୍ରେଲିଆକୁ ହରେଈ ଦେଇଛି । ଏହାପରେ ଡ୍ୟୁପ୍ଲେସୀସ ଖୁସି ହୋଇ ବୟାନ ଦେଇଛନ୍ତି । ସେ କହିଲେ ଯେ ଆମ ବିଜୟ ଦ୍ଵାରା ଭାରତୀୟ ଦଳ ବହୁତ ଖୁସି ହୋଇଥିବେ କାରଣ ବର୍ତ୍ତମାନ ସେମାନଙ୍କୁ ସେମିଫାଇନାଲରେ ନିଉଜିଲାଣ୍ଡ ସହ ଖେଳିବାକୁ ହେବ , ଯେଉଁ ଦଳ ନିଜର ପୂର୍ବ ତିନୋଟି ମ୍ୟାଚ ହାରିସାରିଛି । ଏହାଫଳରେ ସେହି ଦଳ ବର୍ତ୍ତମାନ ଦୁର୍ବଳ ହୋଇସାରିଛି । ଏପରି ସମୟରେ ଫାଇନାଲ ପହଞ୍ଚିବାକୁ ଭାରତ ପାଇଁ ସହଜ ହୋଇଯିବ ।

 

ଏହି ଦଳମାନଙ୍କ ମଧ୍ୟରେ ସେମିଫାଇନାଲ ଖେଳ ହେବ

ଦକ୍ଷିଣଆଫ୍ରିକା ଅଧିନାୟକ ଫାଫ ଡ୍ୟୁପ୍ଲେସୀସ ଫାଇନାଲ ଦଳ ବିଷୟରେ ଭବିଷ୍ୟବାଣୀ କରି   କହିଲେ ଯେ ଏହିଥର ଫାଇନାଲ ଇଂଲଣ୍ଡ ଓ ଭାରତ ମଧ୍ୟରେ ହେବ । ତା ସହ ସେ ଆହୁରି ମଧ୍ୟ କହିଲେ ଯେ ଭାରତ ଓ ଅଷ୍ଟ୍ରେଲିଆ ବଡ ପ୍ରତିଯୋଗୀତାରେ ବହୁତ ଭଲ ଖେଳନ୍ତି । ଏହି କାରଣରୁ ଏହି ପ୍ରତିଯୋଗୀତାରେ ଏହି ଦଳମାନଙ୍କ ମଧ୍ୟରୁ ସେ ଗୋଟିଏ ଦଳକୁ ସମର୍ଥନ ଦେବେ । କାରଣ ଏହି ଦଳ ବିଶ୍ଵକପ ଜିତିବାର ପ୍ରବଳ ଦାବିଦାର ଅଟନ୍ତି । ଏହି ବିଶ୍ଵକପରେ ସାଉଥ ଆଫ୍ରିକା ଦଳ ଦୁର୍ବଳ ପ୍ରଦର୍ଶନ କରିବାରୁ ନିରାଶ ହୋଇଛି ।

 

ଇମ୍ରାନ ତାହିର ବିଦାୟ ନେଲେ

ସାଉଥ ଆଫ୍ରିକା ଦଳ ହୁଏତ ଏହି ବିଶ୍ଵକପରେ ଭଲ ପ୍ରଦର୍ଶନ କରିନାହିଁ କିନ୍ତୁ ନିଜର ଶେଷ ମୁକାବିଲା ଜିତିକରି ଇମ୍ରାନ ତାହିରଙ୍କୁ ସ୍ମରଣୀୟ ଉପହାର ଦେଇଛି । ଏହି ମ୍ୟାଚରେ ଇମ୍ରାନ ତାହିର କେବଳ ଗୋଟିଏ ଉଇକେଟ ନେଇଛନ୍ତି ଓ ଏହାସହ ତାଙ୍କର ଶେଷ ବିଶ୍ଵକପ ଅନ୍ତ ହୋଇଗଲା । ପଡିଆରେ ଇମ୍ରାନ ତାହିରଙ୍କୁ ବିଶ୍ଵକପ ପାଇଁ ଫେୟାରୱେଲ ଦିଆଗଲା । ତାଙ୍କ ଭଳି ଖେଳାଳିଙ୍କୁ ପୁରା ବିଶ୍ଵ ମନେରଖିବ , କିନ୍ତୁ ଏହା ତାଙ୍କ ପାଇଁ ଶେଷ ବିଶ୍ଵକପ ଥିଲା, ଯେଉଁ କାରଣରୁ ସେ ବହୁତ ଅଧିକ ନିରାଶ ଓ ଦୁଃଖୀ ଦେଖାଯାଉଥିଲେ ।

Leave a Reply

Your email address will not be published. Required fields are marked *