November 13, 2024

Odia Express

Leading Odia News Portal of Odisha

ମନୁଷ୍ୟ ନିଜ ନାମରୁ ହିଁ ମହାନ୍ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାଏ ,ଧୋନି ଆମକୁ ଏହା ଶିକ୍ଷା ଦେଇଛନ୍ତି..

ଧୋନୀ ଆଜି ୩୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି , ବହୁତ ଶାନ୍ତ ସ୍ୱଭାବର ମାହି ଦେଶ ସାରା ଯୁବାଙ୍କ ପାଇଁ ଏକ ମିଶାଲ୍ ହୋଇପାରିଛନ୍ତି , ପରିଶ୍ରମ କରି ମହାନ୍ କିପରି ହୋଇଥାନ୍ତି ତାହା ଧୋନୀଙ୍କ ଠାରୁ ଶିଖନ୍ତୁ , ଧୋନୀଙ୍କ ପ୍ରାରମ୍ଭିକ ସମୟରେ ଦାରିଦ୍ରତାର କଷାଘାତରେ କଟିଥିଲା , ତାଙ୍କର ପୁରା ପରିବାର ଗୋଟେ ୧ ବିଏଚ୍ କେ କ୍ୱାର୍ଟରରେ ରହୁଥିଲେ,  ଧୋନୀ ଛୁଆବେଳରୁ ଖେଳିବାର ସଉକ ରଖୁଥିଲେ,  ଧୋନୀଙ୍କ ଏହି ସ୍ପୋର୍ଟ୍ସସ୍ ଟିଚର୍ କେଶବ ବାନାର୍ଜୀ କହନ୍ତି କି ମାହି ଛୁଆ ବେଳରୁ କିଛି ଅଲଗା କରିବାର ଆଶା ରଖୁଥିଲେ , ସେ ଛୁଆ ବେଳରୁ କ୍ରିକେଟ୍ ମଇଦାନରେ ଲମ୍ବା ଛକ୍କା ମାରୁଥିଲେ ।

 

ସ୍କୁଲ୍ ଶେଷ ହେବାପରେ ଧୋନୀ ପଡିଆରେ ଆସିକରି ପ୍ରାୟ ୩ ଘଣ୍ଟା ଅଭ୍ୟାସରେ ଲାଗିପଡୁଥିଲେ,  ଯେପରି ସବୁ ଛୁଆଙ୍କ ସାଙ୍ଗେ ହୋଇଥାଏ,  ସ୍କୁଲ୍ ପ୍ରାକ୍ଟିସ୍ କରୁଥିବାବେଲେ ଧୋନୀଙ୍କ ଆଖପାଖର ଘରର କାଚ ଭାଙ୍ଗିଦେଉଥିଲେ , ଓ ଯେବେ ଗାର୍ଡ ପଚାରୁଥିଲେ ତେବେ ସେ ବାହାନା କରିକହୁଥିଲେ କି ଆଉ କିଏ ପଥର ମାରି କାଚ ଭାଙ୍ଗିଥିବ ।

 

୧୯୯୭ ରେ ଏକ ସ୍କୁଲ୍ ଟୁର୍ଣ୍ଣାମେଣ୍ଟରେ ୧୬ ବର୍ଷୀୟ ଧୋନୀ ଡବଲ୍ ସେଞ୍ଚୁରି କରିଥିଲେ , ଓ ନିଜ ପାର୍ଟନରଙ୍କ ସାଙ୍ଗେ ୩୭୮ ରନ୍ ର ପାର୍ଟନରସିପ୍ କରିଥିଲେ ,ମଜାର କଥା ଏହା କି ମ୍ୟାଚ୍ ୪୦ ଓଭରର ଥିଲା,  ଏହାର ଫାଇଦା ଏହା ହେଲା କି ଧୋନୀଙ୍କୁ ମେକାନ୍ କ୍ରିକେଟ୍ କ୍ଲବ୍ ଏଣ୍ଟ୍ରି ମିଳିଗଲା , ଓ ଲୋକ ତାଙ୍କୁ ଚିହ୍ନିବାକୁ ଆରମ୍ଭ କରିଦେଲେ,  ତାଙ୍କର ଶିକ୍ଷକ ବାନାର୍ଜିଙ୍କ ମୁତାବିକ ଧୋନୀ ୱିକେଟ୍ ପଛରେ ବଲ୍ କୁ କ୍ୟାଚ୍ ଧରୁଥିଲେ,  ଯେପରି ଏକ ମାଛ ମୁହଁ ଖୋଲିଲେ ବଲ୍ କୁ ଧରିବାକୁ ଚେଷ୍ଟା କରେ ।

 

ମେକାନ୍ କ୍ରିକେଟ୍ କ୍ଲବ୍ ପରେ ଧୋନୀ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ତିଆ ସେଲ୍ ର ଲୋକାଲ୍ ଟିମ୍ ରେ ସାମିଲ୍ ହୋଇଗଲେ , ଏଠାରେ ତାଙ୍କର ପ୍ରଥମ ଆୟ୍ ହେଲା , ସେ ବେତନ ହିସାବରେ ୬୨୫/- ଟଙ୍କା ପାଇଥିଲେ,  ଏହା ତାଙ୍କର ପ୍ରଥମ ରୋଜଗାର ଥିଲା , ଏହାପରେ ଧୋନୀ ସେଣ୍ଟ୍ରାଲ୍ କୋଲଫିଲ୍ଡ ଲିମିଟେଡ୍ ସିସିଏଲ୍ କ୍ଲବ୍ ସହ ଯୋଡିହେଲେ , ଏହାପରେ ତାଙ୍କର ଆୟରେ ବୃଦ୍ଧି ଘଟିଲା  , ଯାହା ବଢିକରି ୨୦୦୦/- ଟଙ୍କା ହୋଇଗଲା ,

 

ଏତିକି ନୁହେଁ ଧୋନୀଙ୍କୁ ଏଠାରେ ୨୦୦ ଟଙ୍କା ଅଧିକା ବୋନସ୍ ମିଳୁଥିଲା,  କାରଣ ସେ ମ୍ୟାଚ୍ ୱିନର୍ ଖେଳାଳୀଥିଲେ , ଏହାପରେ ଧୋନୀ କେବେ ପଛକୁ ବୁଲି ଅନାଇନାହାନ୍ତି , ପ୍ରଥମେ ରେଲୱେ ରେ ଚାକିରି କଲେ , ଧୋନୀ ଆସ୍ତେ ଆସ୍ତେ ନିଜ ଜୀବନରେ କ୍ୟାରିୟର୍ ଆରମ୍ଭ କଲେ , ତାପରେ ସେ କିଛି ବଡ କରିବାକୁ ଇଚ୍ଛା ରଖିଲେ , ଏଥିପାଇଁ ସେ ରେଲୱେର ଚାକିରି ଛାଡିଦେଲେ, ତାପରେ ଟିମ୍ ଇଣ୍ତିଆରେ ଆସିଲେ , ଓ ନିଜ କାମରେ ମହାନ୍ ହେଲେ , କଣ ନ କରିଛନ୍ତି ସେ ଟିମ୍ ଇଣ୍ତିଆ ପାଇଁ , ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ତିଆ ଆଇସିସିର ସବୁ ଫର୍ମାଟରେ ଜିତ୍ ହାସିଲ୍ କରିଥିଲା ।

Leave a Reply

Your email address will not be published. Required fields are marked *