September 20, 2024

Odia Express

Leading Odia News Portal of Odisha

ସର୍ପ ଫଣା ଉପରେ ରହିଛି ଭଗବାନ ଶିବଙ୍କର ଏହି ମନ୍ଦିର…ଦର୍ଶନ କରୁଥିବା ବ୍ୟକ୍ତି ମାନଙ୍କର କେବେ ମଧ୍ୟ ଅକାଳ ମୃତ୍ୟୁ ହୁଏ ନାହିଁ – ଆପଣ ମଧ୍ୟ ଦେଖି ନିୟନ୍ତୁ

ହିନ୍ଦୁ ଧର୍ମରେ ୩୩କୋଟି ଦେବୀଦେବତାଙ୍କର ପୂଜା କରାଯାଏ । ଯାହା ଭକ୍ତ ଓ ପର୍ଯ୍ୟଟକ ମାନଙ୍କର ଆକର୍ଷଣର କେନ୍ଦ୍ର ହୋଇଥାଏ । ଆଜି ଆମେ ଆପଣଙ୍କୁ ଗୋଟିଏ ଏପରି ମନ୍ଦିର ବିଷୟରେ କହିବୁ ଯାହାର ଚମତ୍କାର ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି । ଏହି ମନ୍ଦିର ରାଜସ୍ଥାନର ମାଉଣ୍ଟ ଆବୁ ଠାରୁ ୬୫କିଲୋମିଟର ଦୂର ୱାସ୍ଥାନଜୀ ମହାଦେବ ମନ୍ଦିର , ଆବୁରାଜ ଅଟେ । ଗୁରୁଶିଖରର ନିକଟରେ ଏହି ମନ୍ଦିର ୫୫୦୦ବର୍ଷ ପୁରାତନ ପୌରାଣିକମନ୍ଦିର ସେହି ସମୟରୁ ଅଛି ଯେଉଁଠାରେ ୩୩କୋଟି ଦେବୀଦେବତା ଙ୍କ ଆବାହନ କରାଯାଇଥିଲା । ଏହି ମନ୍ଦିରରେ ସର୍ବପ୍ରଥମେ ଭଗବାନ ଶିବଙ୍କର ପୂଜା କରାଯାଏ ।

 

ଏହାପରେ ଭଗବାନ ବିଷ୍ଣୁଙ୍କର ପୂଜା କରାଯାଏ ଓ ଯଦି ଆପଣଙ୍କର କେହି ସହାୟତା କରୁନାହାନ୍ତି ଓ ଆପଣ ଅନେକ ବର୍ଷ ଧରି ଚିନ୍ତିତ ଓ ଦୁଃଖିତ ଅଛନ୍ତି ତେବେ ଏହି ମନ୍ଦିରକୁ ଆସିଲେ ଆପଣଙ୍କ ସମସ୍ତ ଦୁଃଖ ଦୂର ହୋଇଯିବ । ଏହି ମନ୍ଦିର ବିଷୟରେ ମାନ୍ୟତା ଅଛି ଏହି ମନ୍ଦିର ରେ ଏକାଥରେ ୩୩କୋଟି ଦେବୀଦେବତାଙ୍କୁ ଆମନ୍ତ୍ରଣ କରାଯାଇଥିଲା ଓ ସମସ୍ତ ଦେବୀଦେବତା ଏଠାରେ ଉପସ୍ଥିତ ହୋଥିଲେ ଥିଲେ । ଏହାପରଠାରୁ ଏହି ମନ୍ଦିରକୁ ବହୁତ ଶକ୍ତିଶାଳୀ କୁହାଯାଉଛି । ଆମନ୍ତ୍ରଣ ଦେବାପରେ ଭଗବାନ ଶିବ ତାଙ୍କର ବହୁତ ସମ୍ମାନ କରିଥିଲେ । ଏତେସବୁ ଦେବୀଦେବତା ଥିବା କାରଣରୁ ଏଠାରେ ଭିଡ ବହୁତ ବଢି ଯାଇଥିଲା ।

 

ଏ ସ୍ଥିତିରେ ଧରିତ୍ରୀ ମାତାଙ୍କ ନିମନ୍ତେ ଗୋଟିଏ ସ୍ଥାନରେ ଏତେସବୁ ଦେବତା ମାନଙ୍କର ଭାର ଉଠେଇବା କଷ୍ଟ ହୋଇଥିଲା ତେଣୁ ଭଗବାନ ବିଷ୍ଣୁ ନିଜର ଅନନ୍ତନାଗଙ୍କୁ ସେହି ସ୍ଥାନ ଧରି ରଖିବାକୁ କହିଲେ, ତେବେ ଧରିତ୍ରୀ ମାତାଙ୍କ ଭାର କିଛି କମିଗଲା ଏହି କାରଣରୁ ଏହି ମନ୍ଦିର ନାଗଫଣା ଉପରେ ନିର୍ମିତ ହୋଇଛି । କୁହାଯାଏ ଏହି ଭବ୍ୟ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ସବୁଦିନ ପାଇଁ ଟଳି ଯାଏ ।

Leave a Reply

Your email address will not be published. Required fields are marked *