September 20, 2024

Odia Express

Leading Odia News Portal of Odisha

୩ ବର୍ଷ ବଡ ଐଶ୍ୱର୍ଯ୍ୟାଙ୍କ ସହ କଣ ପାଇଁ ବିବାହ କରିଥିଲେ ଅଭିଷେକ ? କାରଣ ତାଙ୍କର ସୁନ୍ଦରତା ପାଇଁ ନୁହେଁ ବରଂ ଆଉ କିଛି ଥିଲା..

ବିଶ୍ୱ ସୁନ୍ଦରୀ ହୋଇସାରିଥିବା ଐଶ୍ୱର୍ଯ୍ୟା ରାୟ କୋଟି କୋଟି ହୃଦୟରେ ରାଜ୍ କରିସାରିଛନ୍ତି , ଯିଏ ହେଲେ ବି ଐଶ୍ୱର୍ଯ୍ୟାଙ୍କ ସହ କିଛି ମୁହୁର୍ତ୍ତ ବିତାଇବାକୁ ଇଚ୍ଛା କରିଥାଏ , କିଛି ଲୋକ ଆଜି ବି ଐଶ୍ୱର୍ଯ୍ୟାଙ୍କ ଭଳି ସୁନ୍ଦରୀ ସ୍ତ୍ରୀ ପାଇବାକୁ ଇଚ୍ଛା ପ୍ରକାଶ କରନ୍ତି , କେବଳ ସାଧାରଣ ଜନତା ନୁହେଁ ବରଂ ବଲିଉଡ୍ ରେ ବହୁତ ଅଭିନେତା ବି ଐଶ୍ୱର୍ଯ୍ୟାଙ୍କୁ ପାଇବାକୁ ସ୍ୱପ୍ନ ଦେଖୁଥିଲେ , ଯେମିତି ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ମଧରେ ହୋଇଥିବା ଘଟଣା ବିଷୟରେ ଆପଣ ତ ଜାଣିଥିବେ , କିନ୍ତୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେବେ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଐଶ୍ୱର୍ଯ୍ୟାରାୟଙ୍କ ସହ ବିବାହ କରିନେଲେ ,

 

ଐଶ୍ୱର୍ଯ୍ୟା ଓ ଅଭିଷେକ ୨୦ ଅପ୍ରେଲ ୨୦୦୭ ରେ ବିବାହ କରିଥିଲେ , ଆଜି ତାଙ୍କର ବାହାଘରକୁ ୧୧ ବର୍ଷରୁ ଅଧିକା ବର୍ଷ ହୋଇସାରିଛି , କିନ୍ତୁ ଆଜି ବି ଦୁହିଁଙ୍କ ମଧ୍ୟରେ ସେତିକି ଭଲ ପାଇବା ଅଛି , ଯାହା ବହୁତ ଲୋକଙ୍କୁ ଏହା ଲାଗିଥାଏ କି ଅଭିଷେକ ଓ ଐଶ୍ୱର୍ଯ୍ୟା କେବଳ ତାଙ୍କର ସୁନ୍ଦରତାକୁ ଦେଖିକରି ହିଁ ବିବାହ କରିଥିଲେ , କିନ୍ତୁ ଆପଣଙ୍କୁ କହିଦେବୁ କି ଏହା ବିଲକୁଲ୍ ନୁହେଁ , ଅଭିଷେକ ଓ ଐଶ୍ୱର୍ଯ୍ୟା ବାହା ହେବା ପାଇଁ ଅଲଗା କିଛି କାରଣ ଥିଲା , ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ,

 

କହିଦେବୁ କି ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ବୟସରେ ୩ ବର୍ଷର ଅନ୍ତର ଅଛି , ଐଶ୍ୱର୍ଯ୍ୟା ଅଭିଷେକଙ୍କ ଠାରୁ ୩ ବର୍ଷ ବଡ ଅଟନ୍ତି , କିନ୍ତୁ ତା ସତ୍ତ୍ୱେ ବି ସେମାନେ ବିବାହ କରିଛନ୍ତି , ଐଶ୍ୱର୍ଯ୍ୟା ଥରେ ଇଣ୍ଟରଭ୍ୟୁରେ କହିଲେ କି ପୂର୍ବରୁ ରୋକା କଣ ଏହା ମୁଁ ଜାଣିନଥିଲି , ତାଙ୍କୁ ଏହା ବି ଜଣା ନଥିଲା କି ରୋକା ପ୍ରକୃତରେ କଣ ଅଟେ , ତାଙ୍କର କହିବା କଥା କି ଅଭିଷେକ ଓ ମୋର ବାହାଘର ଅଚାନକ ହୋଇଯାଇଥିଲା ।

 

ଯେମିତିକି ଆପଣଙ୍କୁ ଆମେ ଜଣାଇଛୁ କି ଅଭିଷେକ ଐଶ୍ୱର୍ଯ୍ୟାଙ୍କ ସୁନ୍ଦରତାକୁ ଦେଖିକରି ବାହା ହୋଇନଥିଲେ , ବରଂ ତାଙ୍କ ସହ ଏଥିପାଇଁ ବିବାହ କରିଥିଲେ କି କାରଣ ସେ ଜଣେ ଭଲ ମଣିଷ ଅଟନ୍ତି , ଏହି କଥାର ଖୁଲାସା ଅଭିଷେକ ଗୋଟେ ଇଣ୍ଟରଭ୍ୟୁରେ କରିଥିଲେ , ଅଭିଷେକ କହିଲେ କି ଯେବେ ଐଶ୍ୱର୍ଯ୍ୟାଙ୍କ ସହ ମିଶିଲେ ସେ ଜାଣିପାରିଲେ କି ତାଙ୍କର ହୃଦୟ ବହୁତ ସଫା ଅଛି , ସେ ଜଣେ ବଢିଆ ବ୍ୟକ୍ତିତ୍ୱ ଅଟନ୍ତି , ମୋତେ ଐଶ୍ୱର୍ଯ୍ୟାଙ୍କ ଏହି କଥା ପସନ୍ଦ ଲାଗିଥିଲା ।

ଐଶ୍ୱର୍ଯ୍ୟା ଅଭିଷେକଙ୍କ ସହ ପ୍ରଥମେ ଢାଇ ଅକ୍ଷର ପ୍ରେମ୍ କେ ଫିଲ୍ମରେ କାମ କରିଥିଲେ , ଏହି ସମୟରେ ତାଙ୍କର ପ୍ରଥମ ଦେଖା ହୋଇଥିଲା , ଏହା ପରେ କୁଛ ନା କହୋ ଫିଲ୍ମ ସହ କାମ କଲେ , ଏହି ମଧ୍ୟରେ ସେମାନେ ଭଲ ବନ୍ଧୁ ହୋଇଗଲେ , କିନ୍ତୁ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ତେବେ ପଡିଲେ ଯେବେ ଧୁମ୍-୨ ର ସୁଟିଂ ଚାଲୁଥିଲା , ଏହି ଫିଲ୍ମର ସମୟରେ ଅଭିଷେକ ପକ୍କା କରିନେଇଥିଲେ କି ସେ ଐଶ୍ୱର୍ଯ୍ୟାଙ୍କୁ ହିଁ ବିବାହ କରିବେ , ଓ ତାପରେ ସେ ପ୍ରପୋଜ କରିନେଲେ , ଓ ସେପଟେ ଐଶ୍ୱର୍ଯ୍ୟା ଅଭିଷେକଙ୍କୁ ମନା କରିପାରିଲେ ନାହିଁ , ଓ ଦୁହେଁ ଉଭୟଙ୍କୁ ଭଲ ପାଇବସିଲେ , ଓ ବିବାହ କରିନେଲେ

Leave a Reply

Your email address will not be published. Required fields are marked *