September 20, 2024

Odia Express

Leading Odia News Portal of Odisha

ସ୍ୱାମୀ ପାଇଁ ଛାଡିଲେ କଲେକ୍ଟର ପୋଷ୍ଟ, ପୁଣି ଭାଗ୍ୟର ଏପରି ଖେଳ ହେଲା କି ସ୍ୱାମୀ-ସ୍ତ୍ରୀ ଦୁହେଁ ଆଜି ବି ଆଜି ହେଇଗଲେ କଲେକ୍ଟର – ଆଉ ତାପରେ..

କିଏ ନିଜ ଜୀବନସାଥୀକୁ ଡିଏମ୍ ହେବାରେ ମନା କରିପାରେ ? ନାହିଁ ନା ,କିନ୍ତୁ ଏହି ପ୍ରେମ କାହାଣୀରେ ଏପରି ହୋଇଥିଲା, ୨୦୧୬ ରେ ସରକାର ୟାଙ୍କୁ ଡିଏମ୍ ବନାଇବାକୁ ଚାହୁଁଥିଲେ , କିନ୍ତୁ ସେ ସ୍ତ୍ରୀଙ୍କ ପାଇଁ ମନା କରିଦେଇଥିଲେ , କିନ୍ତୁ ଏବେ ଭାଗ୍ୟ ଦେଖନ୍ତୁ , ପୁଣି ଆଉଥରେ ଦୁହେଁ ଡିଏମ୍ ଚାର୍ଜ ସମ୍ଭାଳିଛନ୍ତି । ନିତିନ୍ ଭଦୋରିଆ ସେମିତି ଉତ୍ତର ପ୍ରଦେଶର ବାସିନ୍ଦା ଅଟନ୍ତି , ଲକ୍ଷ୍ନୌ ସହିତ ଅନ୍ୟ ରାଜ୍ୟରେ ପଢା ପଢି କରିସାରିଲା ପରେ ସେ ପ୍ରାଇଭେଟ୍ ସେକ୍ଟରରେ କାମ କରିଥିଲେ , ନିତିନ୍ ଭଦୋରିଆ ମା ବାପା, ଜେଜେ ବାପା, ଜେଜେ ମା ଓ ଅନ୍ୟ ସଂମ୍ପର୍କୀୟ ବି ଶିକ୍ଷା ବିଭାଗରେ ସେବା ଦେଇସାରିଛନ୍ତି , ସେ କହନ୍ତି କି କଠୋର ପରିଶ୍ରମ ଦ୍ୱାରା ଆପଣ ସେହି ସ୍ଥାନକୁ ପହଞ୍ଚିପାରନ୍ତି ,

 

ଆଇଏଏସ୍ ନିତିନ୍ ଭଦୋରିଆଙ୍କ କହିବା କଥା କି ସବୁ କିଛି ଆଗକୁ ବଢିବାକୁ ଲାଗିଲା ଓ ଏହି ମଧ୍ୟରେ ସେ ଆଇଏଏସ୍ ପାଶ୍ କରିଥିଲେ , ଉତ୍ତରାଖଣ୍ତ କ୍ୟାଡରରେ ହେବା ଦ୍ୱାରା ସେ ପାହାଡ ଓ ମଇଦାନରେ ସେବା ଦେଇଛନ୍ତି , ଭଦୋରିଆ ସଚିବାଳୟ ସହ ଆପତକାଳୀନ ସମୟରେ କେଦାରନାଥରେ ବି ରହିସାରିଛନ୍ତି , ଏତିକି ନୁହେଁ ସେ ଡେରାଡୁନ୍ ପରେ ହରିଦ୍ୱାରରେ ବିକାଶ ପ୍ରାଧିକରଣ ଉପାଧ୍ୟକ୍ଷ ପଦରେ ବି ରହିସାରିଛନ୍ତି  । ନିତିନ୍ ଭଦୋରିଆ କହନ୍ତି କି କେଦାରନାଥରେ କାମ କରିବା ତାଙ୍କ ପାଇଁ ପାଇଁ ବହୁତ୍ ଖୁସିର ବିଷୟଥିଲା , ୨୦୧୩ ରେ ଯେବେ ସେ କେଦାରନାଥ ଆପତକାଳିନ ଆସିଥିଲେ , ସେହି ସମୟରେ ସେ ସେଠାରେ ଥିଲେ  ଏହାର ତୁରନ୍ତ ପରେ ତାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଦେଖା ଦେଲା , ଘରେ ବାହାଘର ପାଇଁ କଥା ବାର୍ତ୍ତା ଚାଲିଥିଲା , ଏହି ମଧ୍ୟରେ ୭ ଡିସେମ୍ବରକୁ ଯେବେ ସେ କେଦାରନାଥରେ ଥିଲେ ସେତେବେଳେ ପ୍ରଥମଥର ସେ ସ୍ୱାତୀଙ୍କ ସହ ସାକ୍ଷାତ ଓ  କଥାବାର୍ତ୍ତା ହୋଇଥିଲେ ।

 

ନିତିନ୍ କହନ୍ତି କି ଭଗବାନ ଶିବ କେଦାରନାଥରୁ ଆଶିର୍ବାଦ ହିଁ ଥିଲା ଯାହା ସେ ଏଭଳି ଜୀବନସାଥୀ ଖୋଜୁଥିଲେ , ଭଗବାନ ଶିବ ସ୍ୱାତୀଙ୍କ ରୁପରେ ସେପରି ଜୀବନସାଥୀ ଦେଲେ , ୭ ନଭେମ୍ବର ୨୦୧୩ କୁ ପ୍ରଥମଥର ସ୍ୱାତୀଙ୍କ ସହ କଥାବାର୍ତ୍ତା ଓ ୨୦୧୪ ରେ ଫେବୃୟାରୀ ମାସରେ ବିବାହ ହୋଇଥିଲା , ସେମିତି ଆରମ୍ଭରୁ କିଛିଟା ଅସୁବିଧା ହୋଇଥିଲା , କାରଣ ସ୍ୱାତୀ ଛତିଶଗଡ କ୍ୟାଡରର ଥିଲେ , ଓ ସେ ଉତ୍ତରାଖଣ୍ତରେ ପୋଷ୍ଟିଙ୍ଗ୍ ପାଇଥିଲେ , କିନ୍ତୁ ପ୍ରଥମଥର କଥାବାର୍ତ୍ତାରେ ସ୍ୱାତି ପସନ୍ଦ ଆସିଯାଇଥିଲେ , ତାଙ୍କ କଥାବାର୍ତ୍ତା ଶୈଳୀ ଓ ସରଳତା ଯୋଗୁଁ ମୋତେ ବହୁତ ପସନ୍ଦ ଆସିଥିଲା , ସେଥିପାଇଁ ଆମେ ଦୁହେଁ ଜୀବନସାଥୀ ହୋଇଗଲୁ ।

 

ସ୍ୱାତୀ ଭଦୋରିଆ ଉତ୍ତର ପ୍ରଦେଶର ବାସିନ୍ଦା ଅଟନ୍ତି , କିନ୍ତୁ ବାହାଘର ପରେ ଦୁହେଁ କଥାବାର୍ତ୍ତା କରି କ୍ୟାଡର ବଦଳାଇବା ପାଇଁ ଫଇସଲା ନେଲେ ଓ ସ୍ୱାତୀ ଉତ୍ତରାଖଣ୍ତ ଆସିଗଲେ , ସ୍ୱାତୀ ଭଦୋରିଆ କହନ୍ତି କି ତାଙ୍କର ପରିବାର ବି ଶିକ୍ଷିତ ପରିବାର ଅଟେ , ତାଙ୍କ ପରିବାରରେ ସେ ପ୍ରଥମ ମହିଳା ଯିଏକି ଆଇଏଏସ୍ ପାଇଁ ମନୋନିତ ହୋଇଛନ୍ତି , ସ୍ୱାତୀ କହିଲେ କି ବହୁତ ଲୋକ ଭାବନ୍ତି କି ତାଙ୍କ ବାହାଘର ଲଭ ମ୍ୟାରେଜ୍ ହୋଇଥିଲା , କାରଣ ଦୁହିଁଙ୍କ ପରିବାର ଏକା ପରି ଅଟନ୍ତି , ସେ କହିଲେ କି ଦୁହେଁ ଦୁହିଁଙ୍କୁ ଭଲ ଭାବେ ବି ଜାଣିନଥିଲେ ।

 

ସ୍ୱାତୀ କହନ୍ତି କି ତାଙ୍କୁ ନୀତିନ୍ ସେମିତି ପସନ୍ଦ ଲାଗନ୍ତି , ଓ ସେ କେବେ ବି ଚାହନ୍ତି ନାହିଁ କି ତାଙ୍କ ମଧ୍ୟରେ କିଛି ବି ପରିବର୍ତ୍ତନ ହେଉ , ସ୍ୱାତୀ ଭଦୋରିଆ ନିତିନ୍ ଭଦୋରିଆଙ୍କ ସହ ସଚିବାଳୟରେ ନିଯୁକ୍ତ ହୋଇସାରିଥିଲେ , ଏହା ସହ ମଶୁରି ରେ ଏସ୍ ଡିଏମ୍ ରହିସାରିଥିଲେ , ଏବେ ହରିଦ୍ୱାରା ମୁଖ୍ୟ ବିକାଶ ଅଧିକାରୀ ପଦରେ ନିଯୁକ୍ତି ପାଇଛନ୍ତି ,  ତାଙ୍କୁ ଖୁସି ଲାଗୁଛି କି ଶାସନରେ ଦୁହେଁ ବଡ ଦାୟିତ୍ୱ ସମ୍ଭାଳିଥିଲେ , ସ୍ୱାତୀ ଭଦୋରିଆ ୨ ଦିନ ପରେ ଚମୋଲି ରେ ଡିଏମ୍ ଚାର୍ଜ ସମ୍ଭାଳିବେ , ସେମିତି ନିତିନ୍ ଭଦୋରିଆ ଅଲମୋଡା ରେ ଡିଏମ୍ ପଦରେ କାର୍ଯ୍ୟଭାର ସମ୍ଭାଳିବେ ।

 

ଆପଣଙ୍କୁ ଏଠାରେ ଗୋଟେ ଖାସ୍ କଥା ଏହି କି ଯେ ନିତିନ୍ ଭଦୋରିଆ ୨୦୧୧ ର ବ୍ୟାଚର ଆଇଏଏସ୍ ଅଧିକାରୀ ଅଟନ୍ତି , ଯେବେ କି ତାଙ୍କର ସ୍ତ୍ରୀ ସ୍ୱାତୀ ଭଦୋରିଆ ୨୦୧୨  ବ୍ୟାଚର ଆଇଏଏସ୍ ଅଧିକାରୀ ଥିଲେ , ହରିସ୍ ରାୱତ ସରକାରଙ୍କ ନିତିନ୍ ଭଦୋରିଆଙ୍କୁ ପିଥୋରାଗଡ ଡିଏମ୍ ଚାର୍ଜ ପଦ ମିଳିଲା , କିନ୍ତୁ ସେହି ସମୟରେ ନୁଆ ନୁଆ ବାହାଘର ହେବା କାରଣରୁ ନିଜ ପରିବାରକୁ ସମୟ ଦେବାକୁ ଚାହୁଁଥିଲେ , ନିତିନ୍ ଭଦୋରିଆ କହନ୍ତି କି ୨୦୧୬ ରେ ତାଙ୍କୁ ଡିଏମ୍ ପାଇଁ ମନୋନିତ କରାଗଲା , ସେହି ସମୟରେ ସରକାରଙ୍କୁ ସେ ନିଜର କିଛି ଅସୁବିଧା କହିଥିଲେ , ଯାହାକୁ ସରକାର ବୁଝିଥିଲେ , ତାହାପରେ ସେ ସିଡିଓ ପଦରେ ନିଯୁକ୍ତି ମିଳିଲା , ନିତିନ୍ ଙ୍କ କହିବା କଥା କି ସେହି ସମୟରେ ତାଙ୍କ ଜୀବନ ଏକ ନୁଆ ଖୁସି ଆସିବାର ଥିଲା , ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ , ସେ ସେତେବେଳେ ଚାହୁଁନଥିଲେ କି ସେ ତାଙ୍କ ସ୍ତ୍ରୀଙ୍କ ସହ ନ ରୁହନ୍ତୁ , ସେଥିପାଇଁ ସେ ପିଥୋରାଗଡର ଡିଏମ୍ ଚାର୍ଜ ନେଲେ ନାହିଁ ।

Leave a Reply

Your email address will not be published. Required fields are marked *