September 20, 2024

Odia Express

Leading Odia News Portal of Odisha

ଶଙ୍ଖା ସିନ୍ଦୁର ପିନ୍ଧାକୁ ନେଇ ଚର୍ଚାରେ ଭାରତର ସବୁଠୁ ସୁନ୍ଦର ସାଂସଦ – କହିଲେ ଏତେ ବଡ କଥା ଯେ ଆପଣ ମଧ୍ୟ ତାଙ୍କ ପାଇଁ ଗର୍ବ କରିବେ..

ସାଂସଦ ଓ ଅଭିନେତ୍ରୀ ନୁସରତ ଜହାଁ ଲୋକସଭା ନିର୍ବାଚନରେ ଟିକଟ ପାଇବା ଠାରୁ ଆରମ୍ଭ କରି ସଂସଦରେ ଶପଥପାଠ ପର୍ଯ୍ୟନ୍ତ ଖବର ଶିରୋନାମାରେ ରହିଛନ୍ତି । ପ୍ରଥମେ ତାଙ୍କର ଗ୍ଲାମର ଦୁନିଆରୁ ଆସି ସାଂସଦ ହେବା ଓ ତାପରେ ବିବାହ ପରେ ପ୍ରଥମଥର ସାଂସଦ ରୂପରେ ଶପଥ ନେବାର ଖୁବ ଚର୍ଚା ହେଲା । ବିଶେଷକରି ବିବାହ ପାରେ ତାଙ୍କର ଶାଢୀ , ବିନ୍ଦିଓ ସିନ୍ଦୁର ମୁସଲିମ ଧର୍ମଗୁରୁ ମାନଙ୍କୁ ନାପସନ୍ଦ ହୋଇଛି ।ମୁସଲିମ ଧର୍ମଗୁରୁ ଅସଦ ୱାସମି କହିଲେ, “ଯାଞ୍ଚ ପରେ ସ୍ପଷ୍ଟ ହୋଇଛି କି ନୁସରତ ଜୈନଧର୍ମ ଯୁବକ ସହ ବିବାହ କରିଛନ୍ତି । ଇସଲାମ କହେ ମୁସଲିମ ର ବିବାହ ମୁସଲିମ ସହ ହେବା ଉଚିତ। ନୁସରତଏକ ଅଭିନେତ୍ରୀ ଓ ଅଭିନେତା-ଅଭିନେତ୍ରୀ ଧର୍ମର ଚିନ୍ତା କରନ୍ତି ନାହିଁ “।

 

ନୁସରତ ୧୯ଜୁନରେ ବ୍ୟବସାୟୀ ନିଖିଲ ଜୈନଙ୍କୁ ତୁର୍କୀରେ ବିବାହ କରିଛନ୍ତି । ସେ ପଶ୍ଚିମବଂଗର ବସିରହାଟର ସାଂସଦ ଅଛନ୍ତି । ମୁସଲିମ ଉଲେମା ମାନଙ୍କୁ ତାଙ୍କର ମଙ୍ଗଳସୂତ୍ର ପିନ୍ଧିବା ମଧ୍ୟ ଉଚିତ ଲାଗିନାହିଁ । ଏବେ ଏହି ମାମଲାରେନୁସରତ ଜହାଁ ସମସ୍ତଙ୍କୁ କଡା ଜବାବ ଦେଇଛନ୍ତି । ନିଜ ଟୁଇଟର ଆକାଉଣ୍ଟରେ ସେ ଲେଖିଛନ୍ତି, ମୁଁ ଭାରତର ପ୍ରତିନିଧିତ୍ଵ କରୁଛି, ଯିଏ ଜାତି, ଧର୍ମ ଓ ପନ୍ଥ ସୀମାଠାରୁ ଉର୍ଦ୍ଧ୍ଵରେ। ମୁଁ ନିଜେ ସବୁ ଧର୍ମକୁ ସମାନ ରୂପରେ ସମ୍ମାନ କରେ । ମୁଁ ଏବେ ମଧ୍ୟ ମୁସଲିମ ଅଛି । ଏଥିପାଇଁ ସେମାନଙ୍କୁ ଏହି ବ୍ୟାପାରରେ କିଛି କହିବା ଉଚିତ ନୁହେଁ  କି ମୁଁ କଣ ପିନ୍ଧିବି ଓ କଣ ନପିନ୍ଧିବି । ଆପଣଙ୍କ ବିଶ୍ଵାସ ପୋଷାକ ଠାରୁ ଉର୍ଦ୍ଧ୍ଵରେ ରହିବା ଉଚିତ । ସବୁ ଧର୍ମର ସିଦ୍ଧାନ୍ତରେ ବିଶ୍ଵାସ କରିବା ଓ ସେମାନଙ୍କୁ ମାନିବା ବହୁତ ବଡ କଥା ହୋଇଥାଏ ।

 

ନୁସରତ ଜହାଁଙ୍କ ସ୍ଵାମୀ ନିଖିଲ କୋଲକାତାର ବ୍ୟବସାୟୀ ଅଟନ୍ତି । ଦୁହେଁ ଏହି ନିକଟରେ ତୁର୍କୀରେ ନିକଟସମ୍ପର୍କୀୟ ଓ ସାଂଗ ମାନଙ୍କ ଗହଣରେ ବିବାହ କରିଛନ୍ତି । ଏହି ଯୋଡି ୪ଜୁଲାଇରେ କୋଲକାତାରେ ଏକ ଭବ୍ୟ ଅଭ୍ୟର୍ଥନା ସମାରୋହର ଯୋଜନା କରିଛନ୍ତି ।

Leave a Reply

Your email address will not be published. Required fields are marked *