September 20, 2024

Odia Express

Leading Odia News Portal of Odisha

ଆମେରିକାରୁ ଲକ୍ଷାଧିକ ଟଙ୍କାର ଚାକିରି ଛାଡି ଭାରତ ଆସିଲେ ଭକ୍ତି, ସରପଞ୍ଚ ହୋଇ ଗ୍ରାମର ଚିତ୍ର ବଦଳେଇଦେଲେ – ସାରା ଦେଶ କରୁଛି ପ୍ରଶଂସା..

ମଧ୍ୟପ୍ରଦେଶ ର ଭୋପାଲ ଜିଲ୍ଲା ମୁଖ୍ୟାଳୟ ଠାରୁ ୨୦କିଲୋମିଟର ଦୂରରେ ବରଖେଡି ଗ୍ରାମପଞ୍ଚାୟତ ଅବସ୍ଥିତ । ଏହି ପଂଚାୟତର ସରପଞ୍ଚ ହେଉଛନ୍ତି ୨୯ବର୍ଷିୟା ଭକ୍ତି ଶର୍ମା। ଭକ୍ତି ଆମେରିକାରେ ଭଲ ଚାକିରି କରିଥିଲେ, ଯେତେବେଳେ ଗ୍ରାମକୁ ଆସିଲେ ସେତେବେଳେ ସେଠାରେ ସରପଞ୍ଚ ସ୍ଥାନ ପାଇଁ ନିର୍ବାଚନ ପ୍ରସ୍ତୁତି ଚାଲିଥିଲା । ଯେହେତୁ ଏହି ଆସନ ମହିଳା ମାନଙ୍କ ନିମନ୍ତେ ସଂରକ୍ଷିତ ଥିଲା ତେଣୁ ଗ୍ରାମବାସୀ ମାନେ ଗ୍ରାମର ସବୁଠାରୁ ଅଧିକ ଶିକ୍ଷିତ ଝିଅକୁ ସରପଞ୍ଚ କରିବା ନିମନ୍ତେ ଭକ୍ତି ଓ ତାଙ୍କ ପିତାଙ୍କ ସହ ଆଲୋଚନା କଲେ। ନିର୍ବାଚନ ଜିତି ଭକ୍ତି ନିଜର ସାମର୍ଥ୍ୟ କୁ ପ୍ରମାଣିତ କରିଥିଲେ ।

 

ନିଜର କାମ ଯୋଗୁ ୨୦୧୬ରେ ଭକ୍ତି ଦେଶର ୧୦୦ ଲୋକପ୍ରିୟ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ତଥା ଦେଶର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ସେ ଏହି ସମ୍ମାନ ପ୍ରାପ୍ତ ହୋଇଥିଲେ । ଭକ୍ତି ବର୍ତ୍ତମାନ ମଧ୍ୟପ୍ରଦେଶ ରାଜ୍ୟରେ ଯୁବ ପ୍ରତିଭା ଭାବରେ ପ୍ରମୁଖ ବ୍ୟକ୍ତିତ୍ବ ଅଟନ୍ତି । ସରପଞ୍ଚ ହେବା ପରେ ସେ ସର୍ବପ୍ରଥମେ ନିଜ ଗ୍ରାମର ପ୍ରତ୍ୟେକକନ୍ୟର ଜନ୍ମରେ ୧୦ଟି ଚାରା ଲଗେଇଲେ ଓ ସେମାନଙ୍କ ମାଆ ମାନଙ୍କୁ ନିଜର ଦୁଇ ମାସର ଦରମା ଦେବାପାଇଁ ନିଷ୍ପତ୍ତି ନେଲେ ।

 

ଭକ୍ତିଙ୍କର ସରପଞ୍ଚ ହେବାପରେ ଗ୍ରାମପଞ୍ଚାୟତ ବରଖେଡି ର ପ୍ରତ୍ୟେକ କୃଷକଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିଗଲା । ତାସହ ପ୍ରତ୍ୟେକ ଗ୍ରାମବାସୀଙ୍କୁ ରେସନକାର୍ଡ , ବ୍ୟାଙ୍କ ଆକାଉଣ୍ଟ , ସ୍ୱାସ୍ଥ୍ୟ କାର୍ଡ ବନେଇଦେଲେ ତଥା ଗ୍ରାମର ୧୧୩ ଜଣଙ୍କର ପେନସନ ଆରମ୍ଭ କରେଇଦେଲେ । ଏହି ସମୟରେ ପଞ୍ଚାଯତର କୌଣସି ଶିଶୁ କୁପୋଷିତ ରହିଲେ ନାହିଁ। ମାସକୁ ଦୁଇ ବା ତିନିଥର ଫ୍ରୀ ହେଲଥ କ୍ୟାମ୍ପ ହେଉଥିଲା । ଗ୍ରାମ ପଂଚାୟତର କୌଣସି କାର୍ଯ୍ୟ ଭକ୍ତି ନିଜ ଇଚ୍ଛାରେ କରୁନଥିଲେ । ଗ୍ରାମ ର ବିକାଶର ସମସ୍ତ ଯୋଜନା ଗ୍ରାମସଭାରେ ପ୍ରସ୍ତୁତ ହେଉଥିଲା । ଯେତେବେଳେ ସେ ସରପଞ୍ଚ ନିର୍ବାଚିତ ହୋଇଥିଲେ ସେତେବେଳେ ସମୁଦାୟ ପଞ୍ଚାୟତରେ ୯ଟି ଶୌଚାଳାୟ ଥିଲା ବର୍ତ୍ତମାନ ସେହି ପଂଚାୟତ ଶୌଚମୁକ୍ତ ଘୋଷିତ ହୋଇସାରିଛି ।

ପଂଚାୟତ ର ପ୍ରତ୍ୟେକ ମହିଳା ନିର୍ଭୟରେ ରାତ୍ର ୧୨ଟା ରେ ମଧ୍ୟ ନିଜ ପଂଚାୟତ ମଧ୍ୟରେ ବାହାରି ପାରିବେ ଏହା ଭକ୍ତି ଶର୍ମାଙ୍କର ପ୍ରଚେଷ୍ଟା । ଭକ୍ତିଙ୍କର କହିବା ଅନୁଯାୟୀ ପଞ୍ଚାୟତର ସମସ୍ତ ବୈଠକ ରେ ଅଧିକ ରୁ ଅଧିକ ମହିଳା ଯୋଗ ଦିଅନ୍ତୁ  ଯଦ୍ୱାରା ସେମାନଙ୍କର ଜ୍ଞାନ ବୃଦ୍ଧି ହେବ ଓ ସେମାନେ ନିଜକୁ ସଶକ୍ତ ଅନୁଭବ କରିବେ ।

Leave a Reply

Your email address will not be published. Required fields are marked *